ବମ୍ବେ: ଅଭିନୟଜଗତରେ ନାମ କମାଇବା ପରେ ରାଜନୀତିକୁ ବାଛି ନିଅନ୍ତି ଅନେକ କଳାକାର। ସେ ଅଭିନେତା ହୁଅନ୍ତୁ ଅବା ଗାୟକ, ରାଜନୀତିରେ ନିଜର ପତିଆରା ବିସ୍ତାର ପାଇଁ ଲାଗିପଡ଼ନ୍ତି। ସେଭଳି ଜଣେ ହେଲେ ବାବୁଲ ସୁପ୍ରିଓ। ପେସାରେ ସେ ଜଣେ ଗାୟକ ଥିଲେ। ହେଲେ ରାଜନୀତିରେ ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ୨୦୧୪ରେ ଭାଜପାରେ ଯୋଗ ଦେଇଥିଲେ ବାବୁଲ। ସେ ମନ୍ତ୍ରୀ ହେବାର ୨ ବର୍ଷ ପରେ ୨ୟ ବିବାହ କରିଥିଲେ। ତାଙ୍କ ବିବାହର ସମସ୍ତ ବନ୍ଦୋବସ୍ତ ମମତା ବାନାର୍ଜୀ କରିଥିବା କୁହାଯାଏ। ଏବେ ସେ ମୋଦି ସରକାର ଅମଳରେ ରାଜ୍ୟ ମନ୍ତ୍ରୀ ଥିବା ବେଳେ ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇସାରିଛନ୍ତି।
୧୯୯୫ରେ ପ୍ରଥମ ବିବାହ କରିଥିଲେ ବାବୁଲ। ରିୟାଙ୍କ ହାତ ଧରିଥିଲେ ସେ। ଉଭୟଙ୍କର ଏକ ଝିଅ(ଶର୍ମିଲି) ରହିଛି। ୨୦୦୬ରେ ସେ ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇଥିଲେ। ଏହାପରେ ପୁଣି ଥରେ ପ୍ରେମରେ ପଡ଼ିଥିଲେ ସେ। ଜେଟ୍ ଏୟାରଓ୍ବେଜ୍ର ଏୟାର ହୋଷ୍ଟ୍ରେସ୍ ଥିବା ରଚନାଙ୍କ ସହ କଲିକତା ଆସିବା ବେଳେ ତାଙ୍କ ଦେଖା ହୋଇଥିଲା। ପ୍ରଥମ ଦେଖାରେ ସେ ତାଙ୍କୁ ମନ ଦେଇ ବସିଥିଲେ। ଦୁଇ ବର୍ଷ ଧରି ଡେଟ୍ କରିବା ପରେ ୨୦୧୬ରେ ଉଭୟ ବିବାହ କରିଥିଲେ। ବିବାହର ସମସ୍ତ ଦାୟିତ୍ୱ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ବାବୁଲଙ୍କ ରାଜନୈତିକ ବିରୋଧୀ ମମତା ବାନାର୍ଜୀ କରିଥିଲେ।
ଦିଲ୍ଲୀସ୍ଥିତ ବଙ୍ଗଳା ଭବନରେ ବିବାହ କରିବାକୁ ଭାବିଥିଲେ ବାବୁଲ। ସେଠାରେ ସେ ୧୪ଟି କୋଠରୀ ବୁକ୍ କରିଥିଲେ। ହେଲେ ଜଣେ ଏମ୍ପିଙ୍କୁ ଏତେ ସଂଖ୍ୟକ କୋଠରୀ ମିଳି ପାରିବ ନାହିଁ ବୋଲି ଅଧିକାରୀ କହିଥିଲେ। ଏହା ଜାଣି ବାବୁଲ ମମତାଙ୍କ ସହ କଥା ହୋଇ ଏଥିରେ ସହାୟତା କରିବା ପାଇଁ କହିଥିଲେ। ଯେତିକି ଟଙ୍କା ଖର୍ଚ୍ଚ ହେବ, ସେତିକି ସେ ଉଠାଇବାକୁ ପ୍ରସ୍ତୁତ ବୋଲି ଜଣାଇଥିଲେ। ହେଲେ ମମତା ଏହାକୁ ପ୍ରତ୍ୟାଖାନ କରିଥିଲେ। ଯେତିକି କୋଠରୀ ଚାହୁଁଛନ୍ତି ନିଅନ୍ତୁ, ଟଙ୍କା ଦେବାର ଆବଶ୍ୟକତା ନାହିଁ। ବିବାହ କରୁଥିବାରୁ ଏହା ତାଙ୍କର ଉପହାର ବୋଲି ମମତା କହିଥିଲେ। ଫଳରେ ବାବୁଲ-ରଚନାଙ୍କ ବିବାହ ସେଠାରେ ହୋଇଥିଲା।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.