କୋଲକାତା,୧୧।୬: ପଶ୍ଚିମବଙ୍ଗରେ ନିର୍ବାଚନ ହାରିବା ପରେ ଭାଜପାକୁ ପୁଣି ଥରେ ଏକ ବଡ଼ ଝଟ୍କା ଲାଗିଛି। ଭାଜପାର ବରିଷ୍ଠ ନେତା ମୁକୁଲ ରୟ ପୁଅ ଶୁଭ୍ରାଂଶୁଙ୍କ ସହ ତୃଣମୂଳ କଂଗ୍ରେସ (ଟିଏମ୍ସି)ରେ ସାମିଲ ହୋଇଛନ୍ତି। ପ୍ରାୟ ୪ବର୍ଷ ପରେ ମୁକୁଲ ଓ ପୁଅ ଶୁଭ୍ରାଂଶୁ ଶୁକ୍ରବାର ତୃଣମୂଳ ଭବନରେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଏମ୍ପି ଅଭିଷେକ ବାନାର୍ଜୀ ମଧ୍ୟ ଉପସ୍ଥିତ ଥିଲେ। ଏମ୍ପି ଅଭିଷେକ ବାନାର୍ଜୀ ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ଦଳରେ ସ୍ବାଗତ କରିଥିଲେ। ଏହି ଅବସରରେ ମମତା କହିଛନ୍ତି, ଆଜି ଘରର ପୁଅ ଘରକୁ ଫେରିଛି। ମୁକୁଲ ସହ କୌଣସି ମତଭେଦ ନାହିଁ। ଯେଉଁମାନେ ଦଳ ବିରୋଧୀ କାର୍ଯ୍ୟ କରିଛନ୍ତି, ସେମାନଙ୍କର ଦଳରେ ଫେରିବା ଅସମ୍ଭବ ବୋଲି ମମତା କହିଛନ୍ତି। ଅନ୍ୟପଟେ ଦଳକୁ ଫେରି ମୁକୁଲ ଖୁସିବ୍ୟକ୍ତ କରିବା ସହ ମମତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଶେଷରେ ଭୁଲ୍ ବୁଝିପାରିଲେ କାନ୍ତା ପ୍ରସାଦ; ଗୌରବଙ୍କୁ ମାଗିଲେ କ୍ଷମା
ନୂଆଦିଲ୍ଲୀ,୧୩।୬: ବାବା କା ଢାବାର ମାଲିକ କାନ୍ତ ପ୍ରସାଦଙ୍କ ଭିଡିଓ ସୋସିଆଲ ମିଡିଆରେ ପୁଣି ଥରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ କାନ୍ତ ପ୍ରସାଦ...
କୋଭିଡ୍ ମୃତ୍ୟୁ: ପରିବାରକୁ ମିଳିପାରେ ୪ ଲକ୍ଷ
ନୂଆଦିଲ୍ଲୀ, ୧୨।୬(ଆଇଏଏନ୍ଏସ୍): କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ ୪ ଲକ୍ଷ ଟଙ୍କା ଆର୍ଥିକ କ୍ଷତିପୂରଣ ଯୋଗାଇଦେବା ପାଇଁ ଏକ ଆବେଦନର ବିଚାର କରାଯାଉଛି...
ସାଲାଡ ପାଇଁ ସ୍ତ୍ରୀଙ୍କୁ ହତ୍ୟା
ଲକ୍ଷ୍ନୌ,୨।୬ : ରାତ୍ରି ଭୋଜନରେ ସାଲାଡ ଦେବାରେ ବିଳମ୍ବ ହେବାରୁ ସ୍ତ୍ରୀଙ୍କୁ ବେଲଚାରେ ପିଟି ପିଟି ହତ୍ୟା କରିଛନ୍ତି ସ୍ବାମୀ। ଉତ୍ତର ପ୍ରଦେଶର ଶାମଲି ଜିଲାର...
ବରଣମାଳା ପିନ୍ଧାଇବା ପୂର୍ବରୁ କନ୍ୟା କଲେ ଏମିତି କାଣ୍ଡ; ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ
ପ୍ରତାପଗଡ,୧।୬: ଉତ୍ତର ପ୍ରଦେଶର ପ୍ରତାପଗଡ ଜିଲାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଏଠାରେ ଏକ ବିବାହ ସମାରୋହରେ ବରକୁ ବରଣମାଳା ପିନ୍ଧାଇବା ପାଇଁ ଷ୍ଟେଜ୍...
ସୋନିଆଙ୍କୁ ଭେଟିଲେ ଷ୍ଟାଲିନ
ନୂଆଦିଲ୍ଲୀ,୧୮ା୬: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ ଶୁକ୍ରବାର ନୂଆଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ କରିଛନ୍ତି। ତାମିଲନାଡୁରେ ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଡିଏମ୍କେ-କଂଗ୍ରେସ...
ଟିକା ନେଲେ ବି ଡେଲ୍ଟା ଭାରିଆଣ୍ଟ ସଂକ୍ରମଣ କରିପାରେ
ନୂଆଦିଲ୍ଲୀ, ୯।୬: ଭାରତରେ ପ୍ରଥମେ ଗତବର୍ଷ ଅକ୍ଟୋବରରେ ଚିହ୍ନଟ ହୋଇଥିବା କରୋନା ଭୂତାଣୁର ଡେଲ୍ଟା ଭାରିଆଣ୍ଟ କୋଭାକ୍ସିନ କିମ୍ବା କୋଭିଶିଲ୍ଡ ଟିକାର ଉଭୟ ଡୋଜ୍ ନେଇଥିବା...
୫ ଥର ବିବାହ କରି ବି ୩୨ ଯୁବତୀଙ୍କ ସହ ଚାଲିଥିଲା ଚାଟ୍, ଏମିତି ପଡ଼ିଲେ ଧରା, ଆଉ ତା’ ପରେ…
ଲକ୍ଷ୍ନୌ,୧୯ା୬: ଉତ୍ତରପ୍ରଦେଶ କାନପୁରର ଜଣେ ଭଣ୍ଡ ବାବାଙ୍କ କଳାକାରନାମା ଏବେ ପଦାରେ ପଡ଼ିଛି। ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ। କଥିତ ଭଣ୍ଡ ବାବା ସୋସିଆଲ ମିଡିଆ...
୧୫୦ କୋଟି ବର୍ଷ ତଳେ ସମୁଦ୍ରରେ ବୁଡ଼ି ରହିଥିଲା ବଲିଉଡ୍…
ମୁମ୍ବାଇ,୧୯।୬: ମହାରାଷ୍ଟ୍ରର ରାଜଧାନୀ ତଥା ବଲିଉଡ୍ ମୁମ୍ବାଇର ଆଖପାଖ ଅଞ୍ଚଳ ଦିନେ ସମୁଦ୍ର ତଳେ ବୁଡ଼ି ରହିଥିଲା। ମିଳିଥିବା କେତେକ ଜୀବାଶ୍ମରୁ ଏହା ଜଣାପଡ଼ିଛି। ମୁମ୍ବାଇ...


