ବମ୍ବେ: ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଅଟୋବାୟୋଗ୍ରାଫି ‘ସଚ କହୁଁ ତୋ’ ରିଲିଜ ହୋଇଛି। ଏଥିରେ ସେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ରହସ୍ୟ ଉପରୁ ପରଦା ଉଠାଇଛନ୍ତି। ସେଥିରୁ ଗୋଟିଏ ହେଲା ତାଙ୍କର ପ୍ରଥମ ବିବାହ। ନୀନା ପ୍ରଥମେ ଜଣେ ଆଇଆଇଟି ଛାତ୍ରଙ୍କୁ ବିବାହ କରିଥିଲେ। ହେଲେ ଏହି ବିବାହ କେବଳ ଏକ ବର୍ଷ ଚାଲିଥିଲା।
ସେତେବେଳେ ନୀନା ସଂସ୍କୃତରେ ନିଜର ମାଷ୍ଟର ଡିଗ୍ରୀ କରୁଥିଲେ। ଏହି ସମୟରେ ସେ ଆଇଆଇଟି ଛାତ୍ର ଅମ୍ଳାନ କୁସୁମ ଘୋଷଙ୍କ ପ୍ରେମରେ ପଡ଼ିଥିଲେ। ଉଭୟ କ୍ୟାମ୍ପସ ହେଉ ଅଥବା ହୋଟେଲ ନଚେତ ନୀନାଙ୍କ ଘର ପାଖରେ ଲୁଚିଛପି ମିଳାମିଶା କରୁଥିଲେ। ଅମ୍ଳାନଙ୍କ ପିତାମାତା ଅନ୍ୟ ସହରରେ ରହୁଥିଲେ ହେଲେ ତାଙ୍କ ଜେଜେବାପା ନୀନାଙ୍କ କଲୋନୀରେ ରହୁଥିଲେ। ଏଣୁ ଉଭୟ ପୂଜାପର୍ବ ଏବଂ ଛୁଟିଦିନ ଗୁଡ଼ିକ ଏକାସହ ବିତାଉଥିବା ନୀନା ପୁସ୍ତକରେ ଲେଖିଛନ୍ତି।
ପରେ ନୀନା-ଅମ୍ଳାନଙ୍କ ବିଷୟରେ ପରିବାରଲୋକ ଜାଣିଥିଲେ। ହେଲେ ବାଧା ନ ଉପୁଜାଇ ସେମାନେ ବିବାହ ପାଇଁ ରାଜି ହୋଇଥିଲେ। ଫଳରେ ସେମାନଙ୍କ ବିବାହ ହୋଇଥିଲା। ଏହାର କିଛି ଦିନ ପରେ ଉଭୟ ଉଭୟଙ୍କ ପାଇଁ ଠିକ୍ ଜୀବନସାଥୀ ହୋଇ ନ ଥିବା ସେମାନେ ହୃଦୟଙ୍ଗମ କରିଥିଲେ। ମାତ୍ର କେବେହେଲେ ଉଭୟ ଝଗଡ଼ା କରି ନ ଥିଲେ। ଉକ୍ତ ବିବାହକୁ ନେଇ ଏବେ ବି ମନରେ କୌଣସି କଟୁ ଭାବନା ନ ଥିବା ନୀନା କହିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.