ନୂଆଦିଲ୍ଲୀ,୧୯।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଲକ୍ଡାଉନ୍ ପ୍ରଭାବରୁ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାର ୭୫୩ ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୧,୬୪୭ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ୯୭ ହଜାର ୭୪୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅପରପକ୍ଷରେ ୭ ଲକ୍ଷ ୬୦ ହଜାର ୧୯ ଜଣ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ୨୭ କୋଟି ୨୩ ଲକ୍ଷ ୮୮ ହଜାର ୭୮୩ ଲୋକଙ୍କୁ ଟିକାଦାନ କରାଯାଇ ସାରିଛି। ଅପରପକ୍ଷରେ ୩୮ କୋଟି ୯୨ ଲକ୍ଷ ୭ ହଜାର ୬୩୭ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍ଆର ପକ୍ଷରୁ କୁହାଯାଇଛି।
Posted inକରୋନା ଭାଇରସ୍, ଜାତୀୟ View All
୮ ଜିଲାରେ ଅକ୍ସିଜେନ୍ ପ୍ଲାଣ୍ଟ ଶିଳାନ୍ୟାସ
ଭୁବନେଶ୍ୱର, ୧୯।୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନ୍ଫରେନ୍ସ ଜରିଆରେ ରାଜ୍ୟର ୮ ଜିଲାରେ ବିଭିନ୍ନ ସ୍ବାସ୍ଥ୍ୟ ଭିତ୍ତିଭୂମିର ଉଦ୍ଘାଟନ କରିବା ସହ ତରଳ...
ସୁକିନ୍ଦା ତହସିଲଦାର ନିଲମ୍ବିତ: କରୋନା ନିୟମ ଉଲ୍ଲଂଘନ ଅଭିଯୋଗ
ଯାଜପୁର ଅଫିସ/କାଳିଆପାଣି, ୧୯।୬(ଡି.ଏନ.ଏ.): ଯାଜପୁର ଜିଲା ସୁକିନ୍ଦା ତହସିଲଦାର ବୁଲ୍ବୁଲ୍ ବେହେରାଙ୍କୁ ରାଜ୍ୟ ସରକାର ଶୁକ୍ରବାର ନିଲମ୍ବନ କରିଥିବା ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର...
କୁଶଳୀ ହେବେ ଲକ୍ଷେ କୋଭିଡ୍ ଯୋଦ୍ଧା
ନୂଆଦିଲ୍ଲୀ, ୧୯।୬(ପି.ଟି.): ଦେଶର ଲକ୍ଷେରୁ ଊର୍ଦ୍ଧ୍ୱ କୋଭିଡ୍ ଯୋଦ୍ଧାଙ୍କୁ କୁଶଳୀ ତଥା ଅତିକୁଶଳୀ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଏକ ସଂକ୍ଷିପ୍ତ ଶିକ୍ଷା...
ଗଦାଗଦା ମୃତଦେହକୁ ନେଇ ରାଜନୀତି: ତାଲିକାରୁ ୩,୯୫୧ ମୃତକଙ୍କ ପତ୍ତା ମିଳୁନି…
ପାଟନା,୧୦।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ଆତଙ୍କ ଦେଖାଦେଇଛି। ବିହାରରେ ସରକାର ମୃତକଙ୍କ ସଂଖ୍ୟା ଲୁଚାଉଥିବା ଅଭିଯୋଗ ହୋଇଛି। ରାଜ୍ୟରେ କରୋନା ମହାମାରୀ ଯୋଗୁ ଆକ୍ରାନ୍ତଙ୍କ...
ଗୋଇନ୍ଦା, ସୁରକ୍ଷା ଅଧିକାରୀଙ୍କ ଉପରେ ଅଙ୍କୁଶ
ନୂଆଦିଲ୍ଲୀ, ୩।୬(ଆଇଏଏନ୍ଏସ୍): ଦେଶର ଗୋଇନ୍ଦା କିମ୍ବା ସୁରକ୍ଷା ବିଭାଗରେ କାର୍ଯ୍ୟରତ ଅଧିକାରୀ ଉପଯୁକ୍ତ କର୍ତ୍ତୃପକ୍ଷଙ୍କର ପ୍ରାକ୍ ମଞ୍ଜୁରୀ ବିନା କୌଣସି ବିଷୟ ପ୍ରକାଶ କରିପାରିବେ ନାହିଁ।...
ଅକ୍ଟୋବରରେ ତୃତୀୟ ଲହର
ବେଙ୍ଗାଲୁରୁ, ୧୯।୬: ଭାରତରେ କରୋନା ଭୂତାଣୁ ସଂକ୍ରମଣର ତୃତୀୟ ଲହର ଅକ୍ଟୋବର ସୁଦ୍ଧା ଆସିପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଯଦିଓ ବର୍ତ୍ତମାନର ସଂକ୍ରମଣଠାରୁ ତୃତୀୟ...
ଟୁଇଟରକୁ ମୋଦି ସରକାରଙ୍କ ଶେଷ ଚେତାବନୀ…
ନୂଆଦିଲ୍ଲୀ,୫।୬: ଦେଶରେ ପ୍ରଚଳିତ ଆଇଟି ନିୟମର ପାଳନ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ଟୁଇଟର୍କୁ ଶେଷ ଚେତାବନୀ ଦିଆଯାଇଛି। ନୂଆ ନିୟମ...
ସରକାର ଲୁଚାଉଛନ୍ତି କୋଭିଡ୍ ମୃତ୍ୟୁ ସଂଖ୍ୟା
କଟକ ଅଫିସ, ୧୯।୬: ରାଜ୍ୟରେ ବାସ୍ତବ ପକ୍ଷେ ଯେତିକି କୋଭିଡ୍ଜନିତ ମୃତ୍ୟୁ ଘଟୁଛି ସରକାର ତାହାକୁ ଦର୍ଶାଉ ନାହାନ୍ତି। ଏହି ମୃତ୍ୟୁସଂଖ୍ୟାକୁ ରାଜ୍ୟ ସରକାର ଲୁଚାଉଛନ୍ତି।...


