ନୂଆଦିଲ୍ଲୀ, ୧୯।୬: ଭାରତୀୟ ଆଇନ ଓ ନିୟମାବଳୀକୁ ଅନୁପାଳନ କରିବା ଲାଗି ସଂସଦୀୟ କମିଟି ଶୁକ୍ରବାର ଟୁଇଟର ଇଣ୍ଡିଆକୁ କଡ଼ା ବାର୍ତ୍ତା ଦେଇଛି। ନୂଆ ଆଇଟି ନିୟମାବଳୀକୁ ନେଇ କେନ୍ଦ୍ର ସରକାର ଓ ଟୁଇଟର ମଧ୍ୟରେ ବିବାଦ ଲାଗିରହିଥିବାବେଳେ ଶୁକ୍ରବାର ଉକ୍ତ ମାଇକ୍ରୋବ୍ଲଗିଂ ସାଇଟ୍ର ଅଧିକାରୀମାନେ କଂଗ୍ରେସ ନେତା ଶଶୀ ଥରୁରଙ୍କ ନେତୃତ୍ୱାଧୀନ ସଂସଦୀୟ କମିଟି ଆଗରେ ହାଜର ହୋଇଥିଲେ। ଟୁଇଟର ନିଜ ନୀତିକୁ ପାଳନ କରୁଥିବା ଏହାର ପ୍ରତିନିଧି ସୂଚନା ଓ ପ୍ରଯୁକ୍ତି ଉପରେ ଗଠିତ ସଂସଦୀୟ ଷ୍ଟାଣ୍ଡିଂ କମିଟିକୁ କହିଥିଲେ। ସୋସିଆଲ ମିଡିଆର ଅପବ୍ୟବହାର ରୋକିବା ପ୍ରସଙ୍ଗରେ ଟୁଇଟର ଇଣ୍ଡିଆ ପ୍ରତିନିଧିଙ୍କୁ ହାଜର ହେବା ଲାଗି କୁହାଯାଇଥିଲା। ତୁରନ୍ତ ନୂଆ ଆଇଟି ନିୟମାବଳୀ ଅନୁପାଳନ କରିବା ଲାଗି ଚଳିତ ମାସ ଆରମ୍ଭରେ କେନ୍ଦ୍ର ସରକାର ଟୁଇଟରକୁ ଶେଷ ସୁଯୋଗ ଦେଇଥିଲେ। ଯଦି ଉକ୍ତ ଓ୍ବେବ୍ସାଇଟ ନିୟମାବଳୀ ଅନୁପାଳନ କରିବାରେ ବିଫଳ ହୁଏ, ତେବେ ଏହା ଆଇଟି ଆଇନରେ ଉତ୍ତରଦାୟିତ୍ୱରୁ ମୁକ୍ତି ସୁଯୋଗ ହରାଇବ ବୋଲି ସତର୍କ କରିଦିଆଯାଇଥିଲା। ପ୍ଲାଟ୍ଫର୍ମର ଅପବ୍ୟବହାର ଏବଂ ନାଗରିକ ଅଧିକାରର ସୁରକ୍ଷା ପ୍ରସଙ୍ଗରେ ସଂସଦୀୟ ଷ୍ଟାଣ୍ଡିଂ କମିଟି ଗତ ସପ୍ତାହରେ ଟୁଇଟରକୁ ସମନ କରିଥିଲା। ଟୁଇଟର ଇଣ୍ଡିଆର ପବ୍ଲିକ୍ ପଲିସୀ ମ୍ୟାନେଜର ଶଗୁଫ୍ତା କମ୍ରାନ ଏବଂ ଆଇନ ପରାମର୍ଶଦାତା ଆୟୁଷୀ କପୁର ଶୁକ୍ରବାର ସଂସଦୀୟ କମିଟି ଆଗରେ ହାଜର ହୋଇଥିଲେ। ମାଇକ୍ରୋବ୍ଲଗିଂ ସାଇଟ୍ ଭାରତୀୟ ଆଇନକୁ ମାନୁଛି କି ବୋଲି କମିଟି ପ୍ରଶ୍ନ କରିବାରୁ ସେମାନେ ନିଜ ନୀତି ଅନୁଯାୟୀ କାର୍ଯ୍ୟ କରୁଥିବା କହିଥିଲେ। ଗୁରୁତ୍ୱପୂର୍ଣ୍ଣ ନୀତି ନିଷ୍ପତ୍ତି ନେବା ପାଇଁ କେତେଜଣ କାର୍ଯ୍ୟନିର୍ବାହୀ କର୍ତ୍ତୃପକ୍ଷ ରହିଛନ୍ତି ବୋଲି କମିଟି ଜାଣିବାକୁ ଚାହିଁଥିଲା। ଭାରତୀୟ ଆଇନ ସବୁଠୁ ଊର୍ଦ୍ଧ୍ୱରେ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ଏହାକୁ ଅନୁପାଳନ କରିବାକୁ ହେବ ବୋଲି ଟୁଇଟର ଇଣ୍ଡିଆ ପ୍ରତିନିଧିଙ୍କୁ ସଂସଦୀୟ କମିଟି କହିଥିଲା।
ଚଳନ୍ତା ଟ୍ରେନ୍ର ଟଏଲେଟ୍ ସାମ୍ନାରେ ବିବାହିତା ମହିଳାଙ୍କ ମୁଣ୍ଡରେ ସିନ୍ଦୁର ଦେଲେ ଯୁବକ, କାରଣ ଜାଣିଲେ…
ପାଟଣା,୧୧ା୬: ବିହାରର ସୁଲତାନଗଞ୍ଜରୁ ଏମିତି ଏକ ବିବାହ ଖବର ଆସିଛି ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ମାତ୍ର ଏହା ସତ ଘଟଣା। ଜଣେ ବିବାହିତା ମହିଳା...
ନିର୍ବାଚନ ପୂର୍ବରୁ ବାଡ଼ଡିଆଁ…
ନୂଆଦିଲ୍ଲୀ,୯।୬: ଆସନ୍ତା ୨୦୨୨ରେ ଦେଶର ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଭାଜପା ଶକ୍ତି ବୃଦ୍ଧି କରିବା ଲାଗି ଅଣ୍ଟାଭିଡ଼ିବା ଆରମ୍ଭ କରିଛି।...
ବିଦେଶୀ ମିଡ଼ିଆକୁ ଜବାବ୍: ୭ ଗୁଣା ନୁହେଁ କରୋନା ମୃତ୍ୟୁ ସଂଖ୍ୟା, କହିଲେ କେନ୍ଦ୍ର ସରକାର…
ନୂଆଦିଲ୍ଲୀ,୧୩।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ଭାରତରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି। ଏହା ସରକାରୀ ରିପୋର୍ଟଠାରୁ ୭ ଗୁଣା ଅଧିକ ବୋଲି ବିଦେଶୀ ମିଡ଼ିଆ...
ଦଳ ଛାଡିଲେ ଆଉ ଜଣେ କଂଗ୍ରେସ ନେତା: ରାହୁଲଙ୍କୁ କଲେ ଟାର୍ଗେଟ
ଗୁଆହାଟୀ,୧୮।୬: କଂଗ୍ରେସରେ ଚାଲିଥିବା ବିବାଦ ଥମିବାର ନାଁ ନେଉନାହିଁ। ଯୁବ ନେତା ସବୁ ଦଳ ଛାଡିବା ପ୍ରକ୍ରିୟା ଜାରି ରହିଛି। ଏବେ ଆସାମ ବିଧାୟକ ରୂପଜ୍ୟୋତି...
ଅଣ୍ଡରୱାର୍ଲଡ ଡନ୍ ଦାଉଦ୍ ଇବ୍ରାହିମ୍ଙ୍କ ଭାଇ ଗିରଫ
ମୁମ୍ବାଇ,୨୩।୬: ଅଣ୍ଡରୱାର୍ଲଡ ଡନ୍ ଦାଉଦ ଇବ୍ରାହିମଙ୍କ ଭାଇ ଇକ୍ବାଲ କାସକରକୁ ମୁମ୍ବାଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍ସିବି) ଗିରଫ କରିଛି । ବୁଧବାର ଡ୍ରଗ୍ସ ମାମଲାରେ କାସକରଙ୍କୁ...
୧୦ ବର୍ଷ ଧରି ପ୍ରେମିକାଙ୍କୁ ରୁମ୍ରେ ଲୁଚାଇ ରଖିଥିଲେ ପ୍ରେମିକ, ଜାଣିପାରିଲେ ନାହିଁ ପରିବାର ଲୋକ
ପଲକ୍କଡ (କେରଳ), ୧୧।୬: କେରଳର ଜଣେ ଯୁବକ ନିଜ ପ୍ରେମିକାଙ୍କୁ ୧୦ ବର୍ଷ ଧରି ରୁମ୍ରେ ଲୁଚାଇ ରଖିଥିଲେ। ଆଉ ଏ ସମ୍ପର୍କରେ ଟେର ପାଇ...
ଦୁଇ ଡୋଜ୍ ମଧ୍ୟରେ କମ ସମୟ ସୀମା ଦ୍ୱାରା ବଢ଼ିବ ପ୍ରତିରୋଧକ ଶକ୍ତି…
ନୂଆଦିଲ୍ଲୀ,୫।୬: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ଭାରତ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ...
ମୋଦିଙ୍କ ସାକ୍ଷାତକୁ ନେଇ ଉଦ୍ଧବ କହିଲେ, ମୁଁ ନଓ୍ବାଜ ସରିଫଙ୍କୁ ଭେଟିବାକୁ ଯାଇ ନ ଥିଲି
ନୂଆଦିଲ୍ଲୀ,୮।୬: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଙ୍ଗଳବାର ଦିଲ୍ଲୀରେ ପହଞ୍ଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହ ସମ୍ପର୍କ ଏବଂ ସାକ୍ଷାତ ସମ୍ପର୍କରେ ପଚରାଯାଇଥିବା...


