କେନିଆର ପୂର୍ବତନ ଅଧିନାୟକ ମରିସ ଓଡୁମ୍ବେ ଆଜି ୫୨ ବର୍ଷରେ ପଦାର୍ପଣ କରିଛନ୍ତି। କେନିଆର ଶ୍ରେଷ୍ଠ ଖେଳାଳିମାନଙ୍କ ମଧ୍ୟରୁ ଓଡୁମ୍ବେ ଅନ୍ୟତମ। ତାଙ୍କ ଅଧିନାୟକତ୍ୱରେ ୧୯୯୬ ବିଶ୍ୱକପ୍ରେ କେନିଆ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ଏକ ବଡ଼ ଓଲଟପାଲଟ କରିଥିଲା। କେନିଆ ୱେଷ୍ଟଇଣ୍ଡିଜକୁ ୭୩ ରନ ବ୍ୟବଧାନରେ ପରାସ୍ତ କରିଥିଲା। ଓଡୁମ୍ବେ ସେହି ମ୍ୟାଚର ହିରୋ ହୋଇଥିଲେ। ସେ ମାତ୍ର ୧୪ ରନ ଦେଇ ୩ଟି ଉଇକେଟ ନେଇଥିଲେ। ୨୦୦୩ ବିଶ୍ୱକପରେ କେନିଆ ଇତିହାସ ସୃଷ୍ଟି କରିଥିଲା। ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ବିଶ୍ୱକପରେ ଦୁର୍ବଳ ଦଳ କେନିଆର ସେମିଫାଇନାଲରେ ପ୍ରବେଶ କରିଥିଲା । କେନିଆର ଏହି ସଫଳତାରେ ଓଡୁମ୍ବେଙ୍କର ଏକ ବଡ଼ ହାତ ଥିଲା। ଓଡୁମ୍ବେ ଟୁର୍ଣ୍ଣାମେଣ୍ଟରେ ହାରାହାରି ୪୨ ରନ ସଂଗ୍ରହ କରିଥିଲେ ଏବଂ ୯ ଉଇକେଟ ମଧ୍ୟ ନେଇଥିଲେ। କେନିଆର ଏହି କିମ୍ବଦନ୍ତୀ ଖେଳାଳି ୨୦୦୪ ରେ ଆଇସିସିର ଯାଞ୍ଚ୍ରେ ଧରାପଡିଥିଲେ। ଓଡୁମ୍ବେ ଜଣେ ବୁକିଙ୍କ ସହ ଲିଙ୍କ ଥିବାରୁ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା ଏବଂ ତାଙ୍କୁ ପାଞ୍ଚ ବର୍ଷ ପାଇଁ କ୍ରିକେଟ୍ ବାରଣ କରାଯାଇଥିଲା। ନିଷେଧାଦେଶ ପରେ ଓଡୁମ୍ବେଙ୍କ କ୍ରିକେଟ୍ କ୍ୟାରିୟର୍ ନଷ୍ଟ ହୋଇଯାଇଥିଲା। ଏକ ସାକ୍ଷାତକାରରେ ସେ କହିଥିଲେ ଯେ, ଖାଇବାକୁ ମଧ୍ୟ ତାଙ୍କ ପାଖରେ ଟଙ୍କା ନ ଥିଲା ଏବଂ ସେ ଭୋକିଲା ରାସ୍ତାରେ ବୁଲୁଥିଲେ। କେବଳ ଏତିକି ନୁହେଁ, ସେ ନିଶା ସେବନ ମଧ୍ୟ କରିଥିଲେ। ତାଙ୍କର ପାଞ୍ଚ ବର୍ଷର ନିଷେଧାଦେଶ ଶେଷ ହେବା ପରେ ସେ ପୁଣି କ୍ରିକେଟ ରେ ଯୋଗ ଦେଇଥିଲେ ଏବଂ ୪୦ ବର୍ଷ ବୟସରେ ସେ କେନିଆର ଘରୋଇ କ୍ରିକେଟକୁ ଫେରି ଆସିଥିଲେ। ଏପ୍ରିଲ ୨୦୧୮ରେ, ସେ କେନିଆ ଦଳର କୋଚ ହୋଇଥିଲେ।
୫୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଦେଶ ନ୍ୟୁଜିଲାଣ୍ଡ; ଚାମ୍ପିଅନ୍ ହେବା ପଛରେ ରହିଛି ଏସବୁ କାରଣ
ସାଉଥାମ୍ପଟନ,୨୪।୬: ନ୍ୟୁଜିଲାଣ୍ଡ ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ଟାଇଟେଲ ଜିତିଛି। ୧୮ରୁ ୨୩ ଅକ୍ଟୋବର ଅର୍ଥାତ୍ ୬ ଦିନ ପର୍ଯ୍ୟନ୍ତ ଚାଲିଥିବା ଟେଷ୍ଟରେ ନ୍ୟୁଜିଲାଣ୍ଡ ଟିମ...
ଅଶ୍ୱିନଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଆଣିଲେ ପାକିସ୍ତାନର ପୂର୍ବତନ ଖେଳାଳି
ନୂଆଦିଲ୍ଲୀ,୧୫।୬: ଖୁବ୍ କମ୍ ମ୍ୟାଚ୍ରେ ୪୦୦ ଟେଷ୍ଟ ଉଇକେଟ ହାସଲ କରିଥିବା ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ନାମରେ ଆସିଛି ସାଙ୍ଘାତିକ ଅଭିଯୋଗ। ବର୍ତ୍ତମାନ ସର୍ବଶ୍ରେଷ୍ଠ...
ଦଳୀୟ ଏକାଦଶ ପାଇଁ ଚିନ୍ତାରେ ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ, ୧୦।୬: ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟୁଟିସି) ଫାଇନାଲର ୮ ଦିନ ପୂର୍ବରୁ ଅଭ୍ୟାସ ଆରମ୍ଭ କରିଛି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍...
ଡବ୍ଲ୍ୟୁଟିସି ଚାମ୍ପିୟନ ଦଳକୁ ମିଳିବ କ’ଣ
ଦୁବାଇ, ୧୪।୬: ବହୁ ପ୍ରତୀକ୍ଷିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲ ଆସନ୍ତା ୧୮ ତାରିଖରେ ସାଉଥାମ୍ପଟନଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ମ୍ୟାଚ୍ର...
‘ଦି ହଣ୍ଡ୍ରେଡ୍’ରେ ଖେଳିବେ ୫ ଭାରତୀୟ
ଲଣ୍ଡନ, ୧୦।୬- ୟୁକେରେ ଚଳିତ ମାସ ୨୧ରୁ ଆରମ୍ଭ ହେବାକୁ ଯାଉଛି ‘ଦି ହଣ୍ଡ୍ରେଡ’ମହିଳା କ୍ରିକେଟ ଟୁର୍ନାମେଣ୍ଟ। ଏଥିରେ ୫ ଭାରତୀୟ ମହିଳା ଖେଳାଳି ଅଂଶଗ୍ରହଣ...
କୋପା ଆମେରିକା: କରୋନା ପ୍ରୋଟୋକଲ ଉଲ୍ଲଂଘନକୁ ଚିଲି ମାନିଲା
ସାଓ ପାଉଲୋ,୨୨।୬: କୋପା ଆମେରିକା ଫୁଟବଲ ଟୁର୍ନାମେଣ୍ଟରେ କରୋନା ଭାଇରସ୍ ପ୍ରୋଟୋକଲ ଉଲ୍ଲଂଘନ କଥା ଚିଲି ସ୍ବୀକାର କରିଛି। ଚିଲି ଦଳରେ କେତେଜଣ ଖେଳାଳି ନିୟମାବଳୀ...
ଅଖତରଙ୍କ ବଡ଼ ଚ୍ୟାଲେଞ୍ଜ: ‘ମୋର ଯେତୋଟି ବଲ୍ ଖେଳିପାରିବ ସେତୋଟି ବାଇକ୍ ଦାନ କରିବି’
ନୂଆଦିଲ୍ଲୀ,୪।୬: ଚର୍ଚ୍ଚାରେ ପାକିସ୍ତାନର ପୂର୍ବ ଦ୍ରୁତ ବୋଲର୍ ସୋଏବ ଅଖତର। କାରଣଟି ହେଲା ତାଙ୍କର କିଛି ସୋସିଆଲ ମିଡିଆ ପୋଷ୍ଟ। ମଜାରେ କିଛି କଥା କହୁ...
ଜାପାନରୁ ଫେରିଲେନି ମ୍ୟାନ୍ମାର ଫୁଟ୍ବଲର
ଟୋକିଓ, ୧୮ା୬ (ଏପି)- ଜାପାନରେ ୨୦୨୨ ବିଶ୍ୱକପ୍ କ୍ୱାଲିଫାୟର୍ସ ଖେଳିବା ଲାଗି ଆସିଥିବା ମ୍ୟାନ୍ମାର ଜାତୀୟ ଫୁଟ୍ବଲ ଦଳର ଜଣେ ଖେଳାଳି ସ୍ବଦେଶ ଫେରିବା ଲାଗି...


