ନୂଆଦିଲ୍ଲୀ, ୧୩।୬: ଚାଇନା ସରକାର ଉଇଗର ମୁସଲମାନମାନଙ୍କୁ ଗଣ ଅଟକ ରଖିବା ଘଟଣାର ରହସ୍ୟ ଉନ୍ମୋଚନ କରିଥିବା ଭାରତୀୟ ବଂଶୋଦ୍ଭବ ଖବରଦାତା ମେଘା ରାଜଗୋପାଲନ୍ଙ୍କୁ ମର୍ଯ୍ୟାଦାଜନକ ପୁଲିଜର ପୁରସ୍କାର ମିଳିଛି। ବଜ୍ଫିଡ୍ ନ୍ୟୁଜ୍ରେ କାମ କରୁଥିବା ରାଜଗୋପାଲନ୍ଙ୍କ ସମେତ ଅନ୍ୟ ଭାରତୀୟ ବଂଶୋଦ୍ଭବ ଖବରଦାତା ନୈଲ୍ ବେଦୀ ମଧ୍ୟ ଆମେରିକାର ଏହି ସର୍ବୋଚ୍ଚ ସାମ୍ବାଦିକତା ପୁରସ୍କାର ବିଜୟୀ ହୋଇଛନ୍ତି। ଏହା ବ୍ୟତୀତ ଆମେରିକାର ମିନିଆପଲିସରେ କୃଷ୍ଣକାୟ ଜର୍ଜ ଫ୍ଲଏଡ୍ଙ୍କୁ ପୋଲିସ ଅଧିକାରୀ ଆଣ୍ଠୁରେ ଚାପି ହତ୍ୟା କରିବା ଘଟଣାର ରେକର୍ଡ କରିଥିବା ନାବାଳିକା ଡାନେଲା ଫ୍ରାଜିୟରଙ୍କୁ ତାଙ୍କର ଏହି ଦୁଃସାହସିକ କାର୍ଯ୍ୟ ପାଇଁ ପୁଲିଜର ପୁରସ୍କାର ମିଳିଛିି। ମିନିଆପଲିସର ଷ୍ଟାର ଟ୍ରିବ୍ୟୁନ୍ ୨୦୨୦ ମେ’ ୨୫ରେ ଫ୍ଲଏଡ୍ ହତ୍ୟା ଘଟଣା ଲୋକଲୋଚନକୁ ଆଣିବା ପରେ ଆମେରିକାରେ ବର୍ଣ୍ଣବୈଷମ୍ୟ ଆନ୍ଦୋଳନ ମୁଣ୍ଡ ଟେକିଥିଲା।
ଜିନ୍ଜିଆଙ୍ଗରେ ଚାଇନା ହଜାର ହଜାର ମୁସଲମାନଙ୍କୁ ଅଟକ ରଖିବା ପରେ ୨୦୧୭ରେ ରାଜଗୋପାଲନ୍ ପ୍ରଥମେ ଉକ୍ତ ନଜରବନ୍ଦୀ କ୍ୟାମ୍ପକୁ ଯାଇ ଖବର ସଂଗ୍ରହ କରିଥିଲେ। ସେତେବେଳେ ଚାଇନା ଏଭଳି କୌଣସିି କ୍ୟାମ୍ପ ନାହିଁ ବୋଲି କହୁଥିଲା। ଚାଇନା କର୍ତ୍ତୃପକ୍ଷ ତାଙ୍କ ମୁହଁ ବନ୍ଦ କରିବାକୁ ସେତେବେଳେ ଉଦ୍ୟମ କରିଥିଲେ। ତାଙ୍କ ଭିଜା ରଦ୍ଦ କରାଯିବା ସହ ଦେଶରୁ ବାହାର କରିଦିଆଯାଇଥିଲା ବୋଲି ବଜ୍ଫିଡ୍ ନ୍ୟୁଜ୍ ତାଙ୍କ ପ୍ରାଇଜ୍ ଏଣ୍ଟ୍ରିରେ ଲେଖିଛି। ଏହା ସତ୍ତ୍ୱେ ରାଜଗୋପାଲନ୍ ନୀରବ ନ ରହି ଲଣ୍ଡନରୁ କାମ କରିଥିଲେ। ସେ ଦୁଇଜଣ ସହଯୋଗୀ ଆଲିସନ କିଲିଙ୍ଗ ଏବଂ ଚ୍ରିଷ୍ଟୋ ବୁସ୍ଚେକ୍ଙ୍କ ସହାୟତାରେ ତଥ୍ୟ ଏବଂ ମୁସଲମାନ ଅଟକ ଥିବା ବିଲ୍ଡିଂର ସାଟେଲାଇନ ଫଟୋ ସଂଗ୍ରହ କରିଥିଲେ। ସବୁଠୁ ବଡ଼ ମାନବାଧିକାର ଉଲ୍ଲଂଘନ ଘଟଣାକୁ ଲୋକଲୋଚନକୁ ଆଣିଥିଲେ ରାଜଗୋପାଲ୍ନ ବୋଲି ବଜ୍ଫିଡ୍ ନ୍ୟୁଜ୍ର ମୁଖ୍ୟ ସମ୍ପାଦକ ମାର୍କ ସ୍କୁଫ୍ସ କହିଛନ୍ତି।
ଡ୍ୟୁଟିରେ ଫୋନ ବ୍ୟବହାର କରିପାରିବେ ନାହିଁ ପୋଲିସ ଅଧିକାରୀ
ପାଟଣା, ୨।୬: ଡ୍ୟୁଟିରେ ଥିବାବେଳେ ପୋଲିସ କର୍ମୀ ମୋବାଇଲ ଫୋନ କିମ୍ବା କୌଣସି ପ୍ରକାର ବୈଦ୍ୟୁତିକ ଉପକରଣ ବ୍ୟବହାର କରିପାରିବେ ନାହିଁ। ବିହାର ପୋଲିସ ଅଧିକାରୀଙ୍କ...
୮୦ କୋଟି ଲୋକଙ୍କୁ ମାଗଣା ରାଶନ
ନୂଆଦିଲ୍ଲୀ,୭।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରି ସୋମବାର ମାଗଣା ଟିକା ସହ ରାଶନ ଦେବାକୁ ଘୋଷଣା କରିଛନ୍ତି। ନଭେମ୍ବର ପର୍ଯ୍ୟନ୍ତ ଦେଶର ୮୦...
ରେଳଧାରଣାରେ ଯାଇଛି ୮,୭୦୦ ଜୀବନ
ନୂଆଦିଲ୍ଲୀ, ୩।୬(ପି.ଟି.): ୨୦୨୦ରେ ଦେଶବ୍ୟାପୀ ଲକ୍ଡାଉନ ଯୋଗୁ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ଯଥେଷ୍ଟ ହ୍ରାସ ସତ୍ତ୍ୱେ ରେଳଧାରଣାରେ ୮,୭୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଛି। ସେମାନଙ୍କ...
ଜିତିନ୍ ଦଳ ଛାଡିବା ପରେ କଂଗ୍ରେସରେ କନ୍ଦଳ: କପିଲ ସିବଲ କହିଲେ, ମୁଁ ମଲା ପରେ..
ନୂଆଦିଲ୍ଲୀ,୧୦।୬: କଂଗ୍ରେସର ପୂର୍ବତନ ନେତା ଜିତିନ ପ୍ରସାଦ ଦଳ ଛାଡି ଭାଜପାରେ ଯୋଗଦେବା ପରେ ପୁଣି ଥରେ କଂଗ୍ରେସ ମଧ୍ୟରେ ବିବାଦ ଆରମ୍ଭ ହୋଇଛି। ଜିତିନ...
ମନ୍ଦିର ଦର୍ଶନକୁ ନେଇ ପୋଲିସ-ପୁରୋହିତ ମୁହାଁମୁହିଁ
ମିର୍ଜାପୁର,୨୧।୬: ଉତ୍ତରପ୍ରଦେଶର ବିନ୍ଧ୍ୟାଞ୍ଚଳରେ ଥିବା ପ୍ରସିଦ୍ଧ ମା’ ବିନ୍ଧବାସିନି ମନ୍ଦିରରେ ଦର୍ଶନ ଓ ପୂଜାକୁ ନେଇ ରବିବାର ପୋଲିସ ଓ ପୁରୋହିତ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି।...
ପରକୀୟା ପ୍ରୀତି ଥିଲେ ବି ମା’ ନେଇପାରିବେ ପିଲାଙ୍କ ଦାୟିତ୍ୱ
ଚଣ୍ଡିଗଡ଼, ୪ା୬: ପରକୀୟା ପ୍ରୀତି ଥିଲେ ବି ଜଣେ ମହିଳା ଭଲ ମା’ ନୁହନ୍ତି ବୋଲି ସିଦ୍ଧାନ୍ତ ହୋଇପାରିବ ନାହିଁ। ଏହି ଆଧାରରେ ସନ୍ତାନର ସୁରକ୍ଷା...
ନୁସ୍ରତଙ୍କ ସମସ୍ୟା ବଢ଼ିଲା
ବ୍ୟବସାୟୀ ନିଖିଲ ଜୈନଙ୍କ ସହ ବିବାହ ଭାରତୀୟ ଆଇନ ଅନୁସାରେ ବୈଧ ନୁହେଁ ବୋଲି ଟିଏମ୍ସି ଏମ୍ପି ନୁସ୍ରତ ଜହାଁ କହିବା ପରଠାରୁ ବିବାଦ ଘନେଇବାରେ...
ଭାଜପାକୁ ମିଳିଛି ୨୭୬.୪୫ କୋଟି ଚାନ୍ଦା
ନୂଆଦିଲ୍ଲୀ, ୨୪।୬(ପି.ଟି.): ୨୦୧୯-୨୦ ଆର୍ଥତ୍କ ବର୍ଷରେ ଭାଜପାକୁ ଇଲେକ୍ଟୋରାଲ ଟ୍ରଷ୍ଟରୁ ସର୍ବାଧିକ ୨୭୬.୪୫ କୋଟି ଟଙ୍କା ଚାନ୍ଦା ମିଳିଛି। ସବୁ ରାଜନୈତିକ ଦଳଙ୍କୁ ମିଳିଥିବା ମୋଟ...


