ନୂଆଦିଲ୍ଲୀ: ୭୦୦ ମେଗାହର୍ଜ ବ୍ୟାଣ୍ଡରେ ରେଲଓ୍ବେକୁ ୫ ମେଗାହର୍ଜ ସ୍ପେକ୍ଟ୍ରମ ପ୍ରଦାନ ସଂକ୍ରାନ୍ତ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ବୁଧବାର ମଞ୍ଜୁରୀ ପ୍ରଦାନ କରାଯାଇଛି। ଏଭଳି ପଦକ୍ଷେପ ଦ୍ୱାରା ଭାରତୀୟ ରେଳପଥ ଏହାର ଯୋଗାଯୋଗ ଏବଂ ସିଗ୍ନାଲ ସିଷ୍ଟମକୁ ଉନ୍ନତୀକରଣ କରିବା ଦିଗରେ ସହାୟକ ହେବ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି। ରେଳ ପରିବହନ ସେବାରେ ଯାତ୍ରୀଙ୍କ ସୁରକ୍ଷା ଦିଗରେ ଏହା ବିଶେଷଭାବେ ଯୋଗଦାନ ରଖିବ ବୋଲି ସେ ମତ ପ୍ରକାଶ କରିଛନ୍ତି। ଏଭଳି ସ୍ପେକ୍ଟ୍ରମ ପାଇବା ଦ୍ୱାରା ରେଲଓ୍ବେ ଏଲ୍ଟିଇ ଭିତ୍ତିକ ମୋବାଇଲ ଟ୍ରେନ୍ ରେଡିଓ କମ୍ୟୁନିକେଶନ ଏହାର ବିଭିନ୍ନ ରୁଟ୍ରେ ବ୍ୟବହାର କରିପାରିବ। ଏଭଳି ପ୍ରକଳ୍ପଗୁଡ଼ିକରେ ପ୍ରାୟ ୨୫ ହଜାର କୋଟି ଟଙ୍କା ବିନିଯୋଗ କରାଯିବା କାର୍ଯ୍ୟକ୍ରମ ରହିଛି। ଆଗାମୀ ୫ ବର୍ଷରେ ଏହି ପ୍ରକଳ୍ପକୁ ଶେଷ କରିବାକୁ ଯୋଜନା ରଖାଯାଇଛି ବୋଲି ରେଲଓ୍ବେ ପକ୍ଷରୁ ସୂଚନା ରହିଛି। ରେଲଓ୍ବେ ବର୍ତ୍ତମାନ ଏହାର ଯୋଗାଯୋଗ ନେଟ୍ଓ୍ବର୍କ ପାଇଁ ଅପ୍ଟିକାଲ ଫାଇବର ବ୍ୟବହାର କରୁଛି। ନୂଆ ସ୍ପେକ୍ଟ୍ରମ ପାଇବା ପରେ ହାଇସ୍ପିଡ୍ ରେଡିଓ ରିୟଲ ଟାଇମ୍ ଭିତ୍ତିରେ ଲାଭ କରିବ। ଉଭୟ ଯୋଗାଯୋଗ ଏବଂ ସିଗ୍ନାଲ ନେଟ୍ଓ୍ବର୍କ ଏହା ଦ୍ୱାରା ଦୃଢ଼ ହୋଇପାରିବ ବୋଲି ଆଶା କରାଯାଉଛି।
ଭର୍ଚୁଆଲ କରେନ୍ସି ବିଟ୍କଏନ ଏବେ ଏଲ୍ ସାଲଭେଡରରେ ହେବ ଲାଗୁ…
ସାନ୍ ସାଲଭେଡର, ୯।୬: ସେଣ୍ଟ୍ରାଲ ଆମେରିକାର ଦେଶ ଏଲ ସାଲଭେଡର ଭର୍ଚୁଆଲ କରେନ୍ସି ବିଟ୍କଏନ ବୈଧ କରିବାକୁ ଯୋଜନା ହୋଇଛି। ପୂର୍ବରୁ ରାଷ୍ଟ୍ରପତି ନାଏବ ବୁକେଲେ...
ଡିଏପି ସାର ସବ୍ସିଡି ୭୦୦ ଟଙ୍କା ବୃଦ୍ଧି
ନୂଆଦିଲ୍ଲୀ,୧୭।୬: କେନ୍ଦ୍ର ସରକାର ଡିଏପି ସାର ଉପରେ ବ୍ୟାଗ୍ ପିଛା ସବ୍ସିଡିକୁ ୭୦୦ ଟଙ୍କା ବଢ଼ାଇଛନ୍ତି। ବୁଧବାର କେନ୍ଦ୍ର କ୍ୟାବିନେଟ୍ ଏ ସଂକ୍ରାନ୍ତ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ...
ସତର୍କ କଲା ଏସ୍ବିଆଇ: ଜୁନ୍ ୩୦ ମଧ୍ୟରେ କରି ନିଅନ୍ତୁ ଏହି କାମ; ନଚେତ…
ନୂଆଦିଲ୍ଲୀ,୨।୬: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଏସ୍ବିଆଇ) ଗ୍ରାହକମାନଙ୍କୁ ଜୁନ୍ ୩୦ ସୁଦ୍ଧା ସେମାନଙ୍କର ପାନ୍-ଆଧାର ଲିଙ୍କ୍ କରିବାକୁ କହିଛି। ଏହାଦ୍ୱାରା ସେମାନେ ଭବିଷ୍ୟତରେ କୌଣସି ପ୍ରକାରର...
କାର୍ଯ୍ୟକାରୀ ଅପେକ୍ଷାରେ ଶ୍ରମ କୋଡ୍
ନୂଆଦିଲ୍ଲୀ: ଆଗାମୀ କିଛି ମାସରେ ୪ ଶ୍ରମ କୋଡ୍ ବିଲ୍ ଦେଶ ମଧ୍ୟରେ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ଆଇନକୁ ଲାଗୁ କରାଇବା ଲାଗି କେନ୍ଦ୍ର ସରକାର...
ପାନ୍-ଆଧାର ଲିଙ୍କ୍ ଅବଧି ସେପ୍ଟେମ୍ବର ଯାଏ ବୃଦ୍ଧି
ନୂଆଦିଲ୍ଲୀ,୨୬।୬: କେନ୍ଦ୍ର ସରକାର ପାନ୍ ସହ ଆଧାର ଲିଙ୍କ୍ କରାଇବା ସମୟକୁ ୩ ମାସ ବଢ଼ାଇଛନ୍ତି। ଫଳରେ ଲୋକମାନେ ଚଳିତ ବର୍ଷ ସେପ୍ଟେମ୍ବର ଶେଷ ଯାଏ...
ଇନ୍ଧନ ଦର ବୃଦ୍ଧିରୁ ସମସ୍ୟା
ଭୁବନେଶ୍ୱର: ଦେଶରେ କ୍ରମାଗତ ଭାବେ ଇନ୍ଧନ ମୂଲ୍ୟ ବୃଦ୍ଧି ପାଇ ଚାଲିଛି। ଫଳରେ ଏହାର ପ୍ରଭାବ ବିଶେଷ ଭାବେ ପରିବହନ ବ୍ୟବସ୍ଥା ଉପରେ ପଡୁଛି। ପରିବହନ ଯୋଗୁ...
ବହୁଦେଶୀୟ କମ୍ପାନୀଙ୍କ ଟିକସ ନେଇ ଜି-୭ର ନିଷ୍ପତ୍ତି
ନୂଆଦିଲ୍ଲୀ,୭।୬: ଶନିବାର ଜି-୭ ରାଷ୍ଟ୍ର ସମୂହର ପ୍ରତିନିଧି ଓ ଅଧିକାରୀଙ୍କ ମଧ୍ୟରେ ଏକ ବିଶେଷ ବୈଠକ ଲଣ୍ଡନରେ ଅନୁଷ୍ଠିତ ହୋଇଯାଇଛି। ଗୁଗଲ, ଆପଲ୍ ଓ ଆମାଜନ...
ଡାବର ଟୁଥ୍ପେଷ୍ଟ ପ୍ୟାକିଂରେ ବ୍ୟବହୃତ ହେବନି କାଗଜ
ନୂଆଦିଲ୍ଲୀ,୨୩।୬: ଦେଶର ଅଗ୍ରଣୀ କମ୍ପାନୀ ଏଫ୍ଏମ୍ସିଜି କମ୍ପାନୀ ଡାବର ପରିବେଶ ସୁରକ୍ଷା ପାଇଁ ଏକ ବଡ଼ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି। ଏଣିକି କାଗଜ କାର୍ଟୁନରେ...


