ବମ୍ବେ: ବଲିଉଡ୍ର ପରଫେକ୍ଟ କପଲଙ୍କ ମଧ୍ୟରୁ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ-ରାଜ କୁନ୍ଦ୍ରା ଜଣେ। ଉଭୟଙ୍କ ଲଭ୍ଷ୍ଟୋରୀ କୌଣସି ସିନେମାଠାରୁ କମ୍ ନୁହେଁ। ପ୍ରଥମ ସ୍ତ୍ରୀଙ୍କଠାରୁ ଅଲଗା ହେବା ପରେ ଶିଳ୍ପାଙ୍କ ହାତ ଧରିଥିଲେ ରାଜ। ହେଲେ ଉଭୟଙ୍କ ବିବାହ ସେତେଟା ସହଜ ନ ଥିଲା। ମାନସିକ ଭାବେ ଆଘାତ ପାଇବା ପରେ ଉଭୟ ଉଭୟଙ୍କ ସହ ବନ୍ଧୁ ଭାବେ ରହିଥିଲେ। ଧିରେ ଧିରେ ଏହା ପ୍ରେମରେ ପରିଣତ ହୋଇଥିଲା।
ପ୍ରଥମ ସ୍ତ୍ରୀ କବିତା ରାଜଙ୍କ ଭିଣୋଇଙ୍କ ପ୍ରେମରେ ପଡ଼ିଥିଲେ। ଏହା ଜଣାପଡ଼ିବା ପରେ ଉଭୟ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ଛାଡ଼ପତ୍ର ପରେ ଝିଅଙ୍କ କଷ୍ଟଡି ପାଇଁ ରାଜ ପୁଣି କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏହି ସମୟରେ ଶିଳ୍ପାଙ୍କୁ ଭେଟିଥିଲେ ସେ। ଏହାକୁ ଜାଣିପାରି କବିତା ଶିଳ୍ପାଙ୍କ ନାମରେ ଏଣୁତେଣୁ ଛାପିଥିଲେ। ୟୁକେର ଏକ ଖବରକାଗଜରେ ଶିଳ୍ପାଙ୍କ ବିରୁଦ୍ଧରେ ଲେଖିବା ପାଇଁ ହଜାର ହଜାର ପାଉଣ୍ଡ ଖର୍ଚ୍ଚ କରିଦେଇଥିଲେ। ଏପରିକି ଛାଡ଼ପତ୍ର ପରେ ମିଳିବାକୁ ଥିବା ଟଙ୍କାର ପରିମାଣ ବଢ଼ାଇଦେଇଥିଲେ ସେ।
ବିନା ଦୋଷରେ ଦୋଷୀ ହୋଇଥିବା ଜାଣି ଶିଳ୍ପା ଭାଙ୍ଗି ପଡ଼ିଥିଲେ। ହେଲେ ସେ ବନ୍ଧୁ ହିସାବରେ ରାଜଙ୍କ ସହ ରହିଥିଲେ। ପରେ କବିତା ତାଙ୍କୁ ଝିଅଙ୍କଠାରୁ ଦୂରରେ ରହିବା ଲାଗି କହିଥିଲେ। ଏପରିକି ତୁମେ ଏବେ ବେଶ ଖୁସି ଅଛ। ନିଜ ଜୀବନରେ ଆଗକୁ ବଢ଼। ବଡ଼ ବ୍ୟବସାୟୀ ହୁଅ ବୋଲି କହିଥିବା ରାଜ କହିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.