ପଦ୍ମପୁର, ୧।୬ (ଡି.ଏନ.ଏ.)-ବାତ୍ୟା ‘ୟାସ୍’ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁ ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଦେଇ ପ୍ରବାହିତ ମନ୍ତେଈ, କଞ୍ଚୁଡ଼ି ଓ ଧଳା ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଫଳରେ ବନ୍ୟା ଆସି ନଦୀକୂଳିଆ ଗାଁ ଗୁଡ଼ିକ ଜଳମଗ୍ନ ହୋଇଯାଇଛି। ପଦ୍ମପୁର ପଞ୍ଚାୟତର ଅଗାପୁର, ସରତରପୁର, ସନନ୍ଦପୁର, ସୁଗୋ ପଞ୍ଚାୟତର କୁସୁନବିନ୍ଧା, କାଞ୍ଜିଖିଆ, କଲ୍ୟାଣପୁର, ଜଗନ୍ନାଥପ୍ରସାଦ ପଞ୍ଚାୟତର ଦଧିବାମନପୁର, ଜଗନ୍ନାଥପ୍ରସାଦ, ମିଶ୍ରପୁର, ମମାଦିଲା, କୋରବାଟିଆ, ଛତ୍ରପୁର, ବାଲିମେଦ ପଞ୍ଚାୟତର ଚାରବାଟିଆ, ଛତରପଦା, କାଳିଦାସପୁର, ଆନ୍ଦୋଳା ପଞ୍ଚାୟତର ଖାଣ୍ଟଖୁଆଡ଼, କୁଆଳି, କାଶିପୁର, ଆନ୍ଦୋଳା, ଗୋପାଳପୁର, ଲକ୍ଷ୍ମୀଦାସପୁର ପଞ୍ଚାୟତର ଶ୍ରୀବତ୍ସପୁର, ଜୀବନପୁର, ବାଲିମୁଣ୍ଡା ପଞ୍ଚାୟତର ହାବେଳି ସାହି ଓ ନନ୍ଦପାଟଣା ଗ୍ରାମ ଜଳଘେରରେ ରହିଛି। ସେହିପରି ଧାନ ବିଲରେ ୩ରୁ ୪ ଫୁଟର ପାଣି ଜମିଛି।
ବଙ୍ଗୋପସାଗରରେ ଜୁଆର ଯୋଗୁ ଏହି ୩ ନଦୀର ଜଳସ୍ତର କମି ନାହିଁ। ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବନ୍ୟା ଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ସେମାନେ ବାହାରକୁ ବାହାରି ପାରୁ ନ ଥିବା ବେଳେ ସରକାରୀ ସହାୟତା ମଧ୍ୟ ପହଞ୍ଚି ପାରୁନାହିଁ। ଅଞ୍ଚଳରେ ଶତାଧିକ କଚାଘର ଭାଙ୍ଗିଯାଇଥିଲେ ମଧ୍ୟ କ୍ଷୟକ୍ଷତିର ଆକଳନ କରାଯାଇ ନାହିଁ। ଅନ୍ୟପଟେ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ପଞ୍ଚାୟତକୁ ବନ୍ୟା ସମୟରେ ବ୍ୟବହାର କରାଯିବା ଲାଗି ଉଦ୍ଦିଷ୍ଟ ଥିବା ମୋଟର ଚାଳିତ ବୋଟ୍ ମନ୍ତେଈ ନଦୀ କୂଳରେ ଅକାମୀ ହୋଇ ପାଣିରେ ବୁଡ଼ି ରହିଛି। ବର୍ଷକ ତଳେ ଏହି ବୋଟ୍ର ମରାମତି କରାଯାଇଥିବା ବେଳେ ବର୍ତ୍ତମାନ ଏହା ଅଚଳ ହୋଇ ପଡ଼ିରହିଛି। ଲୋକଙ୍କ ଉଦ୍ଧାର କାର୍ଯ୍ୟରେ ଏହା ଲାଗିପାରୁ ନାହିଁ।
ମୁମ୍ବାଇ ଗଲା କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଟିମ୍
ଭୁବନେଶ୍ୱର,୧୯।୬(ବ୍ୟୁରୋ): କଟକରୁ ବିପୁଳ ପରିମାଣର ନକଲି କରୋନା ଔଷଧ ଜବତ ଘଟଣାରେ ଏବେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍ଟିଏଫ୍) ଖୋଳତାଡ଼ କରୁଛି। ଗୁରୁବାର ଔଷଧ...
ଗୋଟିଏ ପରିବାର ୩ ଜଣଙ୍କୁ ଛୁରାମାଡ଼
ଝାରସୁଗୁଡା ଅଫିସ୍,୨୬।୬: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଓରିଏଣ୍ଟ ଥାନା ଅଧୀନ ଶାସ୍ତ୍ରୀନଗରରେ ଗୋଟିଏ ପରିବାର ୩ ଜଣଙ୍କୁ ଜଣେ ଯୁବକ ଛୁରା ମାଡ଼ କରିଛନ୍ତି। ଏଥିରେ...
ଉତ୍କଳିକାର ୱେବ୍ସାଇଟ୍ ଲୋକାର୍ପିତ
ଭୁବନେଶ୍ୱର, ୫।୬(ବ୍ୟୁରୋ): କରୋନା ପରିସ୍ଥିତି ପାଇଁ ବର୍ଷେ ହେବ ଓଡ଼ିଶାର ବିଭିନ୍ନ ହସ୍ତତନ୍ତ, ବୟନଶିଳ୍ପ ଏବଂ ହସ୍ତଶିଳ୍ପକୁ ଆଧାର କରି ଜୀବିକା ନିର୍ବାହ କରୁଥିବା ବ୍ୟବସାୟୀମାନେ...
୧୪ ଯାଏ ପ୍ରବଳ ବର୍ଷା
ଭୁବନେଶ୍ୱର, ୯/୬(ବ୍ୟୁରୋ):ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ୨ରୁ ୩ଦିନ ମଧ୍ୟରେ ଓଡ଼ିଶା ଛୁଇଁବ। ଏ ନେଇ ମଙ୍ଗଳବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା...
୨ ଦିନ ବର୍ଷା
ଭୁବନେଶ୍ୱର,୨୬ା୬(ବ୍ୟୁରୋ): ଓଡ଼ିଶା ଏବଂ ଝାଡ଼ଖଣ୍ଡ ଉପରେ ଏକ ଟ୍ରପ୍ଲାଇନ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨ ଦିନ ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସହ...
୧୬ରୁ ଖୋଲିବ ଐତିହ୍ୟସ୍ଥଳୀ
ଭୁବନେଶ୍ୱର,୧୪ା୬(ବ୍ୟୁରୋ): ଆସନ୍ତା ୧୬ ତାରିଖରୁ ରାଜ୍ୟର ଐତିହ୍ୟସ୍ଥଳୀ ଖୋଲିବ। ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ସଂରକ୍ଷିତ ଐତିହ୍ୟସ୍ଥଳୀ ଖୋଲିବ। ଏନେଇ ଏଏସ୍ଆଇ ପକ୍ଷରୁ ବିଜ୍ଞାପ୍ତି ପ୍ରକାଶ ପାଇଛି।...
ଘରେ ବସି ଆପ୍ରେ ବୁକିଂ କରିହେବ ଅକ୍ସିଜେନ୍
ଭୁବନେଶ୍ୱର, ୫।୬ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ କରୋନା ସ୍ଥିତିରେ ସୁଧାର ଆସୁଛି। ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ଲକ୍ଡାଉନ ଶଟ୍ଡାଉନ୍ର ସୁଫଳ ମିଳୁଛି। ହେଲେ ଏବେ...
ଇ-ବର୍ଜ୍ୟବସ୍ତୁରେ ସୁଉଚ୍ଚ ରୋବଟ
ଭୁବନେଶ୍ୱର(ବ୍ୟୁରୋ)/ବ୍ରହ୍ମପୁର ଅଫିସ୍, ୬।୬ରାଜ୍ୟର ବିଭିନ୍ନ ସହରରେ ଇ-ବର୍ଜ୍ୟବସ୍ତୁର ବୋଝ ଦିନକୁ ଦିନ ବଢ଼ିବାରେ ଲାଗିଛି। ବ୍ରହ୍ମପୁର ଆଇଟିଆଇର ଦକ୍ଷ ପ୍ରଫେଶନାଲ ଏନେଇ ଉଦ୍ବେଗ ପ୍ରକାଶ କରିବା...


