ପଦ୍ମପୁର, ୧।୬ (ଡି.ଏନ.ଏ.)-ବାତ୍ୟା ‘ୟାସ୍’ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁ ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଦେଇ ପ୍ରବାହିତ ମନ୍ତେଈ, କଞ୍ଚୁଡ଼ି ଓ ଧଳା ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଫଳରେ ବନ୍ୟା ଆସି ନଦୀକୂଳିଆ ଗାଁ ଗୁଡ଼ିକ ଜଳମଗ୍ନ ହୋଇଯାଇଛି। ପଦ୍ମପୁର ପଞ୍ଚାୟତର ଅଗାପୁର, ସରତରପୁର, ସନନ୍ଦପୁର, ସୁଗୋ ପଞ୍ଚାୟତର କୁସୁନବିନ୍ଧା, କାଞ୍ଜିଖିଆ, କଲ୍ୟାଣପୁର, ଜଗନ୍ନାଥପ୍ରସାଦ ପଞ୍ଚାୟତର ଦଧିବାମନପୁର, ଜଗନ୍ନାଥପ୍ରସାଦ, ମିଶ୍ରପୁର, ମମାଦିଲା, କୋରବାଟିଆ, ଛତ୍ରପୁର, ବାଲିମେଦ ପଞ୍ଚାୟତର ଚାରବାଟିଆ, ଛତରପଦା, କାଳିଦାସପୁର, ଆନ୍ଦୋଳା ପଞ୍ଚାୟତର ଖାଣ୍ଟଖୁଆଡ଼, କୁଆଳି, କାଶିପୁର, ଆନ୍ଦୋଳା, ଗୋପାଳପୁର, ଲକ୍ଷ୍ମୀଦାସପୁର ପଞ୍ଚାୟତର ଶ୍ରୀବତ୍ସପୁର, ଜୀବନପୁର, ବାଲିମୁଣ୍ଡା ପଞ୍ଚାୟତର ହାବେଳି ସାହି ଓ ନନ୍ଦପାଟଣା ଗ୍ରାମ ଜଳଘେରରେ ରହିଛି। ସେହିପରି ଧାନ ବିଲରେ ୩ରୁ ୪ ଫୁଟର ପାଣି ଜମିଛି।
ବଙ୍ଗୋପସାଗରରେ ଜୁଆର ଯୋଗୁ ଏହି ୩ ନଦୀର ଜଳସ୍ତର କମି ନାହିଁ। ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବନ୍ୟା ଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ସେମାନେ ବାହାରକୁ ବାହାରି ପାରୁ ନ ଥିବା ବେଳେ ସରକାରୀ ସହାୟତା ମଧ୍ୟ ପହଞ୍ଚି ପାରୁନାହିଁ। ଅଞ୍ଚଳରେ ଶତାଧିକ କଚାଘର ଭାଙ୍ଗିଯାଇଥିଲେ ମଧ୍ୟ କ୍ଷୟକ୍ଷତିର ଆକଳନ କରାଯାଇ ନାହିଁ। ଅନ୍ୟପଟେ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ପଞ୍ଚାୟତକୁ ବନ୍ୟା ସମୟରେ ବ୍ୟବହାର କରାଯିବା ଲାଗି ଉଦ୍ଦିଷ୍ଟ ଥିବା ମୋଟର ଚାଳିତ ବୋଟ୍ ମନ୍ତେଈ ନଦୀ କୂଳରେ ଅକାମୀ ହୋଇ ପାଣିରେ ବୁଡ଼ି ରହିଛି। ବର୍ଷକ ତଳେ ଏହି ବୋଟ୍ର ମରାମତି କରାଯାଇଥିବା ବେଳେ ବର୍ତ୍ତମାନ ଏହା ଅଚଳ ହୋଇ ପଡ଼ିରହିଛି। ଲୋକଙ୍କ ଉଦ୍ଧାର କାର୍ଯ୍ୟରେ ଏହା ଲାଗିପାରୁ ନାହିଁ।
ରାଜ୍ୟରେ ୬ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୧୦।୬(ବ୍ୟୁରୋ): ଗତ ୧୦ ଦିନ ହେଲା ରାଜ୍ୟରେ କରୋନା ମିଟର ତଳମୁହାଁ ହୋଇଛି। ଗତ କିଛି ଦିନ ହେଲା ୭ହଜାରରୁ କମ୍ ରହୁଛି ନୂଆ ଆକ୍ରାନ୍ତଙ୍କ...
ବିନା ନମୁନାରେ ଜାଣିହେବ ରକ୍ତଶୂନ୍ୟତା, ସର୍କରା ସ୍ଥିତି
ଭୁବନେଶ୍ୱର, ୮।୬(ବ୍ୟୁରୋ): ଏଣିକି ବିନା ରକ୍ତ ନମୁନା ପରୀକ୍ଷାରେ ଜାଣିହେବ ଶରୀରର ରକ୍ତଶୂନ୍ୟତା ଓ ରକ୍ତ ସର୍କରାର ସ୍ଥିତି। ଏଥିସହିତ ଯକୃତ, ଫୁସ୍ଫୁସ୍ ଓ ବୃକକ୍ରେ...
ଉପକୂଳ ଅଞ୍ଚଳ ସୁରକ୍ଷାକୁ ଗୁରୁତ୍ୱ
ବାଲେଶ୍ୱର ଅଫିସ, ୧ା୬: କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ବାଲେଶ୍ୱର ଜିଲାର ବାତ୍ୟା ପ୍ରଭାବିତ ଅଞ୍ଚଳକୁ ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି।...
ପ୍ରକଳ୍ପ ପାଇଁ ଉଜୁଡୁଛି ସବୁଜ ବଳୟ
ଭୁବନେଶ୍ୱର,୬।୬(ବ୍ୟୁରୋ): ବିକାଶ ନାଁରେ ରାଜ୍ୟରେ ଛାରଖାର ହୋଇଯାଉଛି ଜଙ୍ଗଲ ସମ୍ପଦ। ପ୍ରତ୍ୟେକ ବର୍ଷ ବିଭିନ୍ନ ପ୍ରକଳ୍ପ ସକାଶେ ଜଙ୍ଗଲ ଜମିକୁ ଅଣଜଙ୍ଗଲ କିସମରେ ପରିଣତ କରିବା...
୧୯ ଜିଲାରେ କାଳବୈଶାଖୀ ଭୟ
ଭୁବନେଶ୍ୱର,୫।୬: ଦକ୍ଷିଣ, ପଶ୍ଚିମ, ଉତ୍ତର ଆଭ୍ୟନ୍ତରୀଣ ଏବଂ ଉପକୂଳ ଓଡ଼ିଶାର ଜିଲାଗୁଡିକରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ପ୍ରଭାବରେ ମଧ୍ୟମଧରଣର ବର୍ଷା କିମ୍ବା ବଜ୍ରପାତ...
ଯୁକ୍ତ ଦୁଇ ମୂଲ୍ୟାୟନ, ରେଜଲ୍ଟ ନେଇ ମନ୍ତ୍ରୀ ଦେଲେ ଏହି ସୂଚନା
ଭୁବନେଶ୍ୱର,୫ା୬(ବ୍ୟୁରୋ): କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତବର୍ଷ ସରକାର ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ କରିଛନ୍ତି। ତେବେ ବର୍ତ୍ତମାନ କେମିତି ମୂଲ୍ୟାୟନ ହେବ ଏବଂ କେବେ...
ରାଜ୍ୟରେ ୪ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୧୨।୬(ବ୍ୟୁରୋ): ଗତ ୧୦ ଦିନ ହେଲା ରାଜ୍ୟରେ କରୋନା ମିଟର ତଳମୁହାଁ ହୋଇଛି। ପ୍ରତିଦିନ ନୂଆ ଦୈନିକ ସଂକମ୍ରଣ ହ୍ରାସ ପାଉଛି। ଶୁକ୍ରବାର ରାଜ୍ୟରେ ୫ହଜାରରୁ...
ବଳଦେବଜୀଉ ମନ୍ଦିର ଚତୁଃପାର୍ଶ୍ୱରେ ୧୪୪ ଧାରା ଲାଗୁ
କେନ୍ଦ୍ରାପଡ଼ା ଅଫିସ,୨୪ା୬: କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିର ନିକଟରେ ଜିଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ସ୍ନାନ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ...


