E-Paper
  • logo
  • Saturday 28th March 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଆମ ଜିଲା ଖବର, ପୁରୀ, ରାଜ୍ୟ

ଶ୍ରୀମନ୍ଦିର ହେବ ଆଲୋକୀକରଣ
1:45 pmJune 16, 2021

ପୁରୀ ଅଫିସ,୧୬।୬: ଶ୍ରୀମନ୍ଦିରକୁ ଆଲୋକୀକରଣ କରାଯିବ। ରଙ୍ଗବେରଙ୍ଗ ଆଲୋକରେ ଶ୍ରୀମନ୍ଦିର ଚୂଡ଼ାରୁ ତଳ ଭାଗ ପର୍ଯ୍ୟନ୍ତ ଝଲସିବ। ଏନେଇ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍‌ଆଇ)ର ପାଞ୍ଚଜଣିଆ ବୈଷୟିକ ଟିମ୍‌ ମଙ୍ଗଳବାର ଶ୍ରୀମନ୍ଦିର ଭିତରକୁ ଯାଇ ଆଲୋକୀକରଣ ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି। ନାଟମଣ୍ଡପ, ଭୋଗମଣ୍ଡପ, ଜଗମୋହନ, ବେହରଣ ଦ୍ୱାର, ସାତପାହାଚ, ଘଣ୍ଟିଦ୍ୱାର, ମାଜଣା ମଣ୍ଡପ ପାଇଁ ସ୍ବତନ୍ତ୍ର ଆଲୋକ ବ୍ୟବସ୍ଥା ହେବ। ଅଁଳାବେଢ଼ା, ଦଧିନଉତି, ନୀଳଚକ୍ରକୁ ଭିନ୍ନ ଭିନ୍ନ ଆଲୋକରେ ଆଲୋକିତ କରାଯିବ। ସହରଠାରୁ ଅନେକ ଦୂରରୁ ମଧ୍ୟ ବଡ଼ଦେଉଳର ଆଲୋକୀକରଣକୁ ସ୍ପଷ୍ଟ ଭାବେ ଦେଖି ହେବ। ମୁଖ୍ୟତଃ ବହିଃଭାଗରୁ ଏହି ଆଲୋକୀକରଣ କରାଯିବ। ଏହାଦ୍ୱାରା ମନ୍ଦିରର ଅନେକ ପାର୍ଶ୍ୱ ଦୃଶ୍ୟମାନ ହୋଇପାରିବ। ଏଏସ୍‌ଆଇ ପକ୍ଷରୁ ପ୍ରଥମ ଥର ପାଇଁ ଶ୍ରୀମନ୍ଦିର ଭିତରେ ଇଲୁମିନିସେନ୍‌ ବା ସିଙ୍ଗଲ ଟାଇପ୍‌ ବଲ୍‌ବ ଲଗାଯାଇ ଆଲୋକୀକରଣ କରାଯିବା ନେଇ ବୈଷୟିକ ଟିମ୍‌ ସ୍ଥିର କରିଛି। ଆସନ୍ତା ଜୁଲାଇ ୪ରୁ ୫ ତାରିଖ ମଧ୍ୟରେ ଏହି କାର୍ଯ୍ୟ ଆରମ୍ଭ ହେବ ଓ ରଥଯାତ୍ରା ପୂର୍ବରୁ ଶେଷ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ର ସରକାରଙ୍କ ଅଧୀନ ୱାଟ୍‌କସ୍‌ କମ୍ପାନୀ ଏହି କାର୍ଯ୍ୟ କରିବ ବୋଲି ସୂଚନା ମିଳିଛି। ଏଏସ୍‌ଆଇର ଜଣେ ଅଧିକାରୀ କହିଛନ୍ତି, ଆଲୋକୀକରଣ ପାଇଁ ପ୍ରାୟ ଦେଢ଼ କୋଟି ଟଙ୍କା ଖର୍ଚ୍ଚ ହେବ। ପାଞ୍ଚକୋଶ ଦୂରରୁ ଶ୍ରୀମନ୍ଦିର ସ୍ପଷ୍ଟ ଭାବେ ଦୃଶ୍ୟମାନ ହେବା ସହ ଉନ୍ନତ ଆଲୋକୀକରଣ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି। ମନ୍ଦିର ବାହାରୁ ଭିତରକୁ ଆଲୋକୀକରଣ ଲାଗି ବ୍ୟବସ୍ଥା ହେଉଛି। ଏଭଳି ବ୍ୟବସ୍ଥାକୁ ‘ଫେକେଡ୍‌ ଲାଇଟିଂ’ କୁହାଯାଏ। କୋଣାର୍କସ୍ଥିତ ସୂର୍ଯ୍ୟ ମନ୍ଦିରରେ ଏଭଳି ଆଲୋକୀକରଣ କରାଯାଇଛି। ଏବେ ବଡ଼ଦେଉଳରେ ଏଭଳି ବ୍ୟବସ୍ଥା ହେବ। ରଥଯାତ୍ରା ଭିତରେ ଏହାକୁ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲେ ସୁଦ୍ଧା ପ୍ରକୃତ ପକ୍ଷେ କେତେ ସମୟ ଲାଗିବ ସେନେଇ ଏବେଠୁ କହିବା କଷ୍ଟ। ଏଥିପାଇଁ ୬ରୁ ୭ଜଣ ଦକ୍ଷ ତଥା ଅଭିଜ୍ଞତାସମ୍ପନ୍ନ ଇଞ୍ଜିନିୟରଙ୍କ ସମେତ ଟେକ୍ନିସିଆନ୍‌ ଓ ଇଲେକ୍ଟ୍ରିସିଆନ୍‌ଙ୍କୁ ନିୟୋଜିତ କରାଯିବ। ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୨ରୁ ୩ଦିନ ମଧ୍ୟରେ କେବୁଲ୍‌ ବିଛାଇବା କାର୍ଯ୍ୟ ଆରମ୍ଭ ହେବାର ଯୋଜନା ରହିଛି।


[mc4wp_form id="252536"] All Right Reserved By Dharitri.Com

Posted inଆମ ଜିଲା ଖବର, ପୁରୀ, ରାଜ୍ୟ View All

ରାଜ୍ୟରେ ଆଜି ୫,୨୩୫ ସଂକ୍ରମିତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୧୧।୬(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ଶୁକ୍ରବାର ରାଜ୍ୟରେ ୫,୨୩୫କରୋନା ଆକ୍ରାନ୍ତ ଚିହ୍ନଟ...

ରାସ୍ତା ଅବରୋଧ କଲେ ଚାଷୀ

କଣ୍ଟାମାଳ,୧୭ା୬(ଡି.ଏନ୍‌.ଏ.): ବୌଦ୍ଧ ଜିଲା କଣ୍ଟାମାଳ- ମନମୁଣ୍ଡା ରାସ୍ତା ଚାଷୀଙ୍କ ଦ୍ବାରା ଅବରୋଧ ହୋଇଛି । ସକାଳ ୮ଟାରୁ ସିମିଳିପଦର ପେକ୍ସରେ ଧାନ ନ ଉଠିବାରୁ ଚାଷୀ...

ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ

ପୁରୀ ଅଫିସ,୨୦ା୬: ଆସନ୍ତା ଜୁଲାଇ ୧୨ରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ରବିବାର ଆୟୋଜିତ ହୋଇଥିବା...

୨୪ ଯାଏ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୨।୬(ବ୍ୟୁରୋ): ବଙ୍ଗୋପସାଗର ଏବଂ ବାଂଲାଦେଶ ଉପକୂଳକୁ ଲାଗି ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି। ଏଥିସହିତ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ସକ୍ରିୟ ରହିଛି। ଏହାର...

ଏକ୍‌ମୋ ସପୋର୍ଟରେ ୧୦ରୁ ପ୍ରାୟ ୪ ଜଣ ବଞ୍ଚିଯାଇପାରନ୍ତି

ଭୁବନେଶ୍ୱର, ୧୭ା୬ (ବ୍ୟୁରୋ): କୋଭିଡ୍‌ ରୋଗୀଙ୍କ ପାଇଁ ଏବେ ଜୀବନ ରକ୍ଷକ ସାଜିଛି ଏକ୍‌ମୋ ମେଶିନ। କିନ୍ତୁ ରାଜ୍ୟରେ ଏହି ମେଶିନର ଅଭାବ ଥିବାରୁ ବହୁ...

୪ ଅତିରିକ୍ତ ଏସ୍‌ପିଙ୍କୁ ନୂଆ ନିଯୁକ୍ତି

ଭୁବନେଶ୍ୱର, ୧ା୬(ବ୍ୟୁରୋ): ଓଡ଼ିଶା ପୋଲିସର ୪ଜଣ ଅତିରିକ୍ତ ଏସ୍‌ପି ପାହ୍ୟାର ଅଫିସରଙ୍କୁ ନୂଆ ନିଯୁକ୍ତି ପ୍ରଦାନ କରାଯାଇଛି। ଗତ ୭ ତାରିଖରେ ଗୃହ ବିଭାଗ ପକ୍ଷରୁ...

୫ ବର୍ଷ ହେଲା ମିଳୁନି ଦରମା: କର୍ମଚାରୀଙ୍କ ଆତ୍ମହୁତି ଉଦ୍ୟମ

ବାସୁଦେବପୁର, ୨୬।୬ – ଦୀର୍ଘଦିନର ଦରମା ଅଟକ ରହିଥିଲା। ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ ମଧ୍ୟ ଶୁଣି ନ ଥିଲେ କେହି।...

ପରିବର୍ତ୍ତିତ ସଂକ୍ରମଣ ଉପରେ ନିର୍ଭର କରେ ତୃତୀୟ ଲହର

ଭୁବନେଶ୍ୱର, ୧୫।୬(ବ୍ୟୁରୋ): ରାଜ୍ୟରେ କେବଳ ସଂକ୍ରମଣ ହାର କମୁନାହିଁ, କୋଭିଡ୍‌-୧୯ ନମୁନାରେ ଭାଇରାଲ ଲୋଡ୍‌ ମଧ୍ୟ କମୁଛି। ଏ ନେଇ ସୋମବାର ଜୀବ ବିଜ୍ଞାନ ପ୍ରତିଷ୍ଠାନ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଏହି ଖେଳାଳିଙ୍କ ଉପରେ ଲାଗିଥିବା ଆଜୀବନ ପ୍ରତିବନ୍ଧକକୁ ହଟାଇଲା ବିସିସିଆଇ; ପୁଣି ଖେଳି ପାରିବେ…
Next Post Next post:
ସମସ୍ତ ପ୍ରସ୍ତୁତି ସରିଥିଲା, ଶେଷ ମୁହର୍ତ୍ତରେ ଫୋନ୍‌ କରି ବିବାହ ପାଇଁ ମନା କରିଦେଇଥିଲେ ପ୍ରେମିକ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts