ପୁରୀ ଅଫିସ,୧୬।୬: ଶ୍ରୀମନ୍ଦିରକୁ ଆଲୋକୀକରଣ କରାଯିବ। ରଙ୍ଗବେରଙ୍ଗ ଆଲୋକରେ ଶ୍ରୀମନ୍ଦିର ଚୂଡ଼ାରୁ ତଳ ଭାଗ ପର୍ଯ୍ୟନ୍ତ ଝଲସିବ। ଏନେଇ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍ଆଇ)ର ପାଞ୍ଚଜଣିଆ ବୈଷୟିକ ଟିମ୍ ମଙ୍ଗଳବାର ଶ୍ରୀମନ୍ଦିର ଭିତରକୁ ଯାଇ ଆଲୋକୀକରଣ ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି। ନାଟମଣ୍ଡପ, ଭୋଗମଣ୍ଡପ, ଜଗମୋହନ, ବେହରଣ ଦ୍ୱାର, ସାତପାହାଚ, ଘଣ୍ଟିଦ୍ୱାର, ମାଜଣା ମଣ୍ଡପ ପାଇଁ ସ୍ବତନ୍ତ୍ର ଆଲୋକ ବ୍ୟବସ୍ଥା ହେବ। ଅଁଳାବେଢ଼ା, ଦଧିନଉତି, ନୀଳଚକ୍ରକୁ ଭିନ୍ନ ଭିନ୍ନ ଆଲୋକରେ ଆଲୋକିତ କରାଯିବ। ସହରଠାରୁ ଅନେକ ଦୂରରୁ ମଧ୍ୟ ବଡ଼ଦେଉଳର ଆଲୋକୀକରଣକୁ ସ୍ପଷ୍ଟ ଭାବେ ଦେଖି ହେବ। ମୁଖ୍ୟତଃ ବହିଃଭାଗରୁ ଏହି ଆଲୋକୀକରଣ କରାଯିବ। ଏହାଦ୍ୱାରା ମନ୍ଦିରର ଅନେକ ପାର୍ଶ୍ୱ ଦୃଶ୍ୟମାନ ହୋଇପାରିବ। ଏଏସ୍ଆଇ ପକ୍ଷରୁ ପ୍ରଥମ ଥର ପାଇଁ ଶ୍ରୀମନ୍ଦିର ଭିତରେ ଇଲୁମିନିସେନ୍ ବା ସିଙ୍ଗଲ ଟାଇପ୍ ବଲ୍ବ ଲଗାଯାଇ ଆଲୋକୀକରଣ କରାଯିବା ନେଇ ବୈଷୟିକ ଟିମ୍ ସ୍ଥିର କରିଛି। ଆସନ୍ତା ଜୁଲାଇ ୪ରୁ ୫ ତାରିଖ ମଧ୍ୟରେ ଏହି କାର୍ଯ୍ୟ ଆରମ୍ଭ ହେବ ଓ ରଥଯାତ୍ରା ପୂର୍ବରୁ ଶେଷ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ର ସରକାରଙ୍କ ଅଧୀନ ୱାଟ୍କସ୍ କମ୍ପାନୀ ଏହି କାର୍ଯ୍ୟ କରିବ ବୋଲି ସୂଚନା ମିଳିଛି। ଏଏସ୍ଆଇର ଜଣେ ଅଧିକାରୀ କହିଛନ୍ତି, ଆଲୋକୀକରଣ ପାଇଁ ପ୍ରାୟ ଦେଢ଼ କୋଟି ଟଙ୍କା ଖର୍ଚ୍ଚ ହେବ। ପାଞ୍ଚକୋଶ ଦୂରରୁ ଶ୍ରୀମନ୍ଦିର ସ୍ପଷ୍ଟ ଭାବେ ଦୃଶ୍ୟମାନ ହେବା ସହ ଉନ୍ନତ ଆଲୋକୀକରଣ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି। ମନ୍ଦିର ବାହାରୁ ଭିତରକୁ ଆଲୋକୀକରଣ ଲାଗି ବ୍ୟବସ୍ଥା ହେଉଛି। ଏଭଳି ବ୍ୟବସ୍ଥାକୁ ‘ଫେକେଡ୍ ଲାଇଟିଂ’ କୁହାଯାଏ। କୋଣାର୍କସ୍ଥିତ ସୂର୍ଯ୍ୟ ମନ୍ଦିରରେ ଏଭଳି ଆଲୋକୀକରଣ କରାଯାଇଛି। ଏବେ ବଡ଼ଦେଉଳରେ ଏଭଳି ବ୍ୟବସ୍ଥା ହେବ। ରଥଯାତ୍ରା ଭିତରେ ଏହାକୁ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲେ ସୁଦ୍ଧା ପ୍ରକୃତ ପକ୍ଷେ କେତେ ସମୟ ଲାଗିବ ସେନେଇ ଏବେଠୁ କହିବା କଷ୍ଟ। ଏଥିପାଇଁ ୬ରୁ ୭ଜଣ ଦକ୍ଷ ତଥା ଅଭିଜ୍ଞତାସମ୍ପନ୍ନ ଇଞ୍ଜିନିୟରଙ୍କ ସମେତ ଟେକ୍ନିସିଆନ୍ ଓ ଇଲେକ୍ଟ୍ରିସିଆନ୍ଙ୍କୁ ନିୟୋଜିତ କରାଯିବ। ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୨ରୁ ୩ଦିନ ମଧ୍ୟରେ କେବୁଲ୍ ବିଛାଇବା କାର୍ଯ୍ୟ ଆରମ୍ଭ ହେବାର ଯୋଜନା ରହିଛି।
Posted inଆମ ଜିଲା ଖବର, ପୁରୀ, ରାଜ୍ୟ View All
ଦ୍ୱିତୀୟ ଡୋଜ୍ ଅପେକ୍ଷାରେ ଥିବା ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଘୋଷଣା
ଭୁବନେଶ୍ୱର,୧୧।୬(ବ୍ୟୁରୋ): ପ୍ରଥମ ଡୋଜ ଟିକା ନେଇଥିବା ୧୮ରୁ ୪୪ବର୍ଷର ହିତାଧିକାରୀଙ୍କ ଟିକାକରଣକୁ ନେଇ ବିଏମ୍ସି ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ଅବଧି ଶେଷ ହେଉଥିବାରୁ ଅଗ୍ରାଧିକାର...
ବିଧାୟକ ପାଣ୍ଠି ସଂଶୋଧନ କର
ଭୁବନେଶ୍ୱର,୧୦ା୬(ବ୍ୟୁରୋ): ବିଧାୟକ ପାଣ୍ଠି (ଏମ୍ଏଲ୍ଏ ଲ୍ୟାଡ୍ ଫଣ୍ଡ)କୁ କୋଭିଡ୍ ପରିଚାଳନା ଭିତ୍ତିିଭୂମି ପ୍ରସ୍ତୁତି ଦିଗରେ ଖର୍ଚ୍ଚ କରିବାକୁ ରାଜ୍ୟ ସରକାର ଆଣିଥିବା ଗାଇଡ୍ଲାଇନରେ ଆବଶ୍ୟକ ସଂଶୋଧନ...
୧୧ ବନ୍ଧୁକ, ୫୧ ଗୁଳି ଜବତ: ୪ ଗିରଫ
କଟକ ଅଫିସ,୧୭ା୬: ଓଡ଼ିଶା ପାଲଟିଛି ଚୋରା ବନ୍ଧୁକର ଭଣ୍ଡାର। ଗ୍ୟାଙ୍ଗ୍ଷ୍ଟର ଧଳସାମନ୍ତ ଭ୍ରାତାଙ୍କ ଆପରାଧିକ ସାମ୍ରାଜ୍ୟର ଖୋଳତାଡ କରୁକରୁ କମିଶନରେଟ୍ ପୋଲିସକୁ ମିଳିଳାଣି ବିପୁଳ ପରିମାଣର...
ୟୁଜି,ପିଜି ପରୀକ୍ଷାକୁ ନେଇ ଏଭଳି ନିଷ୍ପତ୍ତି
ଭୁବନେଶ୍ୱର,୧୨।୬(ବ୍ୟୁରୋ): ଚଳିତ ବର୍ଷ ୟୁଜି/ପିଜି ପରୀକ୍ଷା ପ୍ରାୟତଃ ଅନୁଷ୍ଠିତ ହେବ। ଶନିବାର ବସିଥିବା କୁଳପତିମାନଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ...
କୋରାପୁଟ ଏମ୍ପି ଛତିଶଗଡ଼ ଇନ୍ଚାର୍ଜ
ଭୁବନେଶ୍ୱର,୩।୬: କୋରାପୁଟ ଏମ୍ପି ସପ୍ତଗିରି ଉଲାକାଙ୍କୁ ଛତିଶଗଡ଼ ଦାୟିତ୍ୱ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ଏପରିକି ତାଙ୍କୁ ରାଷ୍ଟ୍ରୀୟ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଛି।...
ନିଃଶୁଳ୍କ ଅମ୍ଳଜାନ ଆଶ୍ରୟସ୍ଥଳୀ
ଭୁବନେଶ୍ୱର,୩।୬: କୋଭିଡ୍ ମହାମାରୀରେ ଅମ୍ଳଜାନର ଆବଶ୍ୟକତାକୁ ନଜରରେ ରଖି ସ୍ଲାଇଲ ପ୍ଲିଜ୍, ସ୍ପର୍ଶ ହସ୍ପିଟାଲ ଏବଂ ଓଡ଼ିଶା ସୋସାଇଟି ଅଫ୍ ଦ ଆମେରିକା ହେଲ୍ଥ ଆଣ୍ଡ...
ଧାରଣା ଦେଲେ ପରିବାର
ଭୁବନେଶ୍ୱର,୩।୬(ବ୍ୟୁରୋ): କୋଭିଡ୍ ସଂକ୍ରମିତ ନିଖୋଜ ବାପାଙ୍କୁ ପୁଅ ଖୋଜୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ପତ୍ତା ମିଳୁନାହିଁ। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଦ୍ୱନ୍ଦ୍ୱ ଓ ଚିନ୍ତାରେ ଥିବା...
ଚୋରା ମଦ ବେପାରୀଙ୍କୁ ସୁହାଉଛି ଲକ୍ଡାଉନ
ବୋଲଗଡ଼/ନିରାକାରପୁର/ବାଣପୁର,୯ା୬(ଡି.ଏନ୍.ଏ.):କରୋନା ପାଇଁ ରାଜ୍ୟରେ ଲକ୍ଡାଉନ ଜାରି ରହିଛି। ଏହି ସମୟରେ ବୋଲଗଡ଼ ଅଞ୍ଚଳରେ ଚୋରା ମଦ ବେପାରୀମାନେ ସକ୍ରିୟ ହୋଇ ଉଠିଛନ୍ତି। ବୋଲଗଡ଼ ପୋଲିସ ମଙ୍ଗଳବାର...


