ସେଭିଲ,୨୧।୬: ୟୁରୋକପ୍ରେ ଗ୍ରୁପ୍ ଇ’ରେ ଶନିବାର ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚ୍ରେ ସ୍ପେନ୍ ଓ ପୋଲାଣ୍ଡ ପରସ୍ପରକୁ ଭେଟିଥିଲେ। କଡ଼ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍ ୧-୧ ଗୋଲରେ ଅମୀମାଂସିତ ରହିଥିଲା। ସ୍ପେନ୍ ଏକାଧିକ ସୁଯୋଗ ପାଇଥିଲେ ମଧ୍ୟ ଗୋଲ ଦେବାରେ ବିଫଳ ହୋଇଥିଲା। ଫଳରେ ଏବେ ସ୍ପେନ୍ ଗ୍ରୁପ୍ ପର୍ଯ୍ୟାୟରୁ ବାଦ୍ ପଡିବାର ସମ୍ଭାବନା ସୃଷ୍ଟି ହୋଇଛି। ଅନ୍ୟପଟେ ଆଉ ଗୋଟିଏ ପରାଜୟ ବରଣ କଲେ ପୋଲାଣ୍ଡର ନକ୍ଆଉଟ ଆଶା ଶେଷ ହେବ। ୨୫ତମ ମିନିଟ୍ରେ ଅଲଭାରୋ ମୋରାଟା ଗୋଲ ଦେଇ ସ୍ପେନକୁ ଅଗ୍ରଣୀ କରାଇଥିଲେ। ଦ୍ୱିତୀୟାର୍ଦ୍ଧରେ ୫୪ତମ ମିନିଟ୍ରେ ପୋଲାଣ୍ଡ ତରଫରୁ ରବର୍ଟ ଲଓ୍ବୋଣ୍ଡୋସ୍କି ଗୋଲ ଦେଇ ମ୍ୟାଚ୍କୁ ୧-୧ ସମାନ ସ୍ଥିତିକୁ ଆଣିଥିଲେ। ଉଭୟ ଦଳ ଏକାଧିକ ସୁଯୋଗ ପାଇଥିଲେ ଓ ମ୍ୟାଚ୍ରେ ଜବରଦସ୍ତ ସଂଘର୍ଷ ଦେଖିବାକୁ ମିଳିଥିଲା। ଆମେ ଆଉ ଏକ ବିଜୟ ହାତଛଡ଼ା କରିଛୁ ବୋଲି ମୋରାଟା ସ୍ବୀକାର କରିଛନ୍ତି। ସାରା ମ୍ୟାଚ୍ରେ ସ୍ପେନର ଆଧିପତ୍ୟ ଦେଖିବାକୁ ମିଳିଥିଲା। କିନ୍ତୁ ସ୍ପେନ୍ ବିଜୟୀ ହୋଇପାରି ନ ଥିଲା। ମ୍ୟାଚ୍ ଫଳାଫଳ ନେଇ ସ୍ପେନ୍ ମିଡ୍ ଫିଲ୍ଡର ରୋଡ୍ରି ହେର୍ନାଣ୍ଡିଜ ନୌରାଶ୍ୟ ଜାହିର କରିଛନ୍ତି। ଏହା ପୂର୍ବରୁ ପ୍ରଥମ ମ୍ୟାଚ୍ରେ ସ୍ପେନ୍ ଭଲ ଖେଳିଥିଲେ ମଧ୍ୟ ସ୍ବିଡେନକୁ ହରାଇପାରି ନ ଥିଲା। ଫଳରେ ମ୍ୟାଚ୍ ଗୋଲ ଶୂନ୍ୟ ଭାବେ ଡ୍ର ରହିଥିଲା।
ଏଥିସହ ଗ୍ରୁପ୍ ଇ’ରେ ସ୍ପେନ ଦୁଇଟି ମ୍ୟାଚ୍ ଖେଳି ଦୁଇଟି ଡ୍ର ସହ ୨ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଛି। ସେହିପରି ପୋଲାଣ୍ଡ ଦୁଇଟି ମ୍ୟାଚ୍ ଖେଳି ଗୋଟିଏ ପରାଜୟ ଓ ଗୋଟିଏ ଡ୍ର ସହ ୧ ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହିଛି। ସ୍ବିଡେନ ୨ଟି ମ୍ୟାଚ୍ ଖେଳି ଗୋଟିଏ ଲେଖାଏ ବିଜୟ ଓ ପରାଜୟ ସହ ୪ ପଏଣ୍ଟ ପାଇ ଶୀର୍ଷରେ ରହିଛି। ସେହିପରି ସ୍ଲୋଭାକିଆ ଗୋଟିଏ ଲେଖାଏ ବିଜୟ ଓ ପରାଜୟ ସହ ୩ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। କୋଭିଡ୍-୧୯ କାରଣରୁ ସ୍ପେନ ଅଧିନାୟକ ସର୍ଗିଓ ବସକ୍ୱୋଟ୍ସ ଏ ପର୍ଯ୍ୟନ୍ତ ମ୍ୟାଚ୍ ଖେଳିନାହାନ୍ତି। ସୁସ୍ଥ ହୋଇ ସେ ଶୁକ୍ରବାର ଦଳରେ ଯୋଗ ଦେଇଛନ୍ତି। ସ୍ପେନ୍ ବୁଧବାର କର ବା ମର ମ୍ୟାଚ୍ରେ ସ୍ଲୋଭାକିଆକୁ ଭେଟିବ।
୮ ବର୍ଷ ତଳେ କରିଥିଲେ ଟୁଇଟ୍: ଏବେ ମାଗିଲେ କ୍ଷମା
ଇଂଲଣ୍ଡ ଦ୍ରୁତ ବୋଲର ଓଲି ରବିନ୍ସନ ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଛନ୍ତି। ଡେବ୍ୟୁ ମ୍ୟାଚ୍ ଗୋଟିଏ ଦିନ ପୂର୍ବରୁ ନିଜର ପ୍ରାୟ ୮...
ପାକିସ୍ତାନ ଟି୨୦ ଦଳରେ ପୂର୍ବତନ ଅଧିନାୟକଙ୍କ ପୁଅ
କରାଚୀ,୪।୬: ଆଗକୁ ହେବାକୁ ଥିବା ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ଗସ୍ତ ପାଇଁ ପିସିବି ପକ୍ଷରୁ ଘୋଷଣା କରାଯାଇଛି ପାକିସ୍ତାନ ଟି୨୦ ଦଳ। ଏହି ଦଳରେ ସ୍ଥାନ...
ଡବ୍ଲୁଟିସି ଫାଇନାଲ୍ ବିଜେତା ଦଳର ପୁରସ୍କାର ଟଙ୍କା ବିରାଟ କୋହଲି ଆଇପିଏଲ୍ ରାଶି ଠାରୁ ବି କମ୍
ସାଉଥମ୍ପଟନ,୧୫।୬: ଆଇସିସି ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ପୁରସ୍କାର ରାଶି ଘୋଷଣା କରିଛି। ବିଜେତାଙ୍କୁ ପ୍ରାୟ ୧୧.୭୨ କୋଟି ଟଙ୍କା ପୁରସ୍କାର ରାଶି ମିଳିବ। ଅନ୍ୟପକ୍ଷରେ...
୨ଟି ବଲ୍ରୁ ବିସ୍ଫୋରକ ୨୧ ରନ୍ କରିଥିଲେ ସେହ୍ବାଗ:ଜାଣନ୍ତୁ କେମିତି
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନର୍ ବୀରେନ୍ଦ୍ର ସେହ୍ବାଗ ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା। ସମସ୍ତ ପ୍ରକାର କ୍ରିକେଟର ୍ବିପଜ୍ଜନକ ବ୍ୟାଟ୍ସମ୍ୟାନ ସେହ୍ବାଗ ଆରମ୍ଭରୁ ପ୍ରତିପକ୍ଷଙ୍କୁ...
ଡବ୍ଲୁଟିସି ଫାଇନାଲ୍ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା
ଲଣ୍ଡନ,୧୫।୬: ଜୁନ ୧୮ରୁ ଭାରତ ବିପକ୍ଷ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ପାଇଁ ନ୍ୟୁଜିଲାଣ୍ଡ ୧୫ ଜଣିଆ ଦଳ ଘୋଷଣା କରିଛି। କିୱି ଚୟନକର୍ତ୍ତାଙ୍କ...
ଡରହାମରେ ଇଣ୍ଟ୍ରା ସ୍କାଡ୍ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ,୨୫।୬: ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପୂର୍ବରୁ ପ୍ରସ୍ତୁତି ଲାଗି ଡରହାମଠାରେ ଏକତ୍ରିତ ହେବେ ଭାରତୀୟ ଦଳର ଖେଳାଳିମାନେ। ସେଠାରେ ଟିମ୍...
ବିମଣ୍ଟ, ନାଇଟଙ୍କ ପ୍ରଭାବୀ ବ୍ୟାଟିଂ
ବ୍ରିଷ୍ଟଲ, ୧୭।୬- ଭାରତ ଓ ଇଂଲଣ୍ଡ ମଧ୍ୟରେ ଏକମାତ୍ର ମହିଳା କ୍ରିକେଟ ଟେଷ୍ଟ ମ୍ୟାଚ ବୁଧବାର ଆରମ୍ଭ ହୋଇଛି। ପାଖାପାଖି ୭ ବର୍ଷ ବ୍ୟବଧାନରେ ଭାରତୀୟ...
ଦିନିକିଆ ବିଶ୍ୱକପ୍ରେ ଖେଳିବେ ୧୪ ଦଳ
ନୂଆଦିଲ୍ଲୀ, ୧।୬: ୨୦୨୭ ଓ ୨୦୩୧ ଦିନିକିଆ ବିଶ୍ୱକପ୍ରେ ୧୪ ଦଳକୁ ସାମିଲ କରାଯିବ। ଏ ନେଇ ଅନ୍ତର୍ଜାତୀୟକ କ୍ରିକେଟ କାଉନ୍ସିଲ (ଆଇସିସି) ପକ୍ଷରୁ ମଙ୍ଗଳବାର...


