ପ୍ୟାରିସ, ୪।୬-ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟର ଗୁରୁବାର ଅନୁଷ୍ଠିତ ଦ୍ୱିତୀୟ ରାଉଣ୍ଡ ମ୍ୟାଚରେ ଡିଏଗୋ ସ୍କ୍ବାର୍ଜମ୍ୟାନ, ଡାନିଏଲ ମେଡଭେଡେଭ ପ୍ରମୁଖ ନାମୀ ଖେଳାଳିମାନେ ବିଜୟୀ ହୋଇ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ମେଡଭେଡେଭ ଦ୍ୱିତୀୟ ରାଉଣ୍ଡରେ ଟମି ପଲ୍ଙ୍କୁ ୩-୬, ୬-୧, ୬-୪, ୬-୩ ସେଟ୍ରେ ହରାଇ ଦେଇଛନ୍ତି। ସେହିପରି ସ୍କ୍ବାର୍ଜମ୍ୟାନ ୬-୪, ୬-୨, ୬-୪ ସେଟ୍ରେ ଆଲଜାଜ ବେଡେନେଙ୍କୁ ପରାସ୍ତ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଫିଲିପ କେଲଶ୍ଚେର୍ବର ୬-୩, ୭-୬(୭/୪), ୪-୬, ୬-୧ ସେଟ୍ରେ ଅସଲାନ କାରାସେଭ, ମାଟେଓ ବାରେଟିନି ୬-୩, ୬-୩, ୬-୨ରେ ଫେଡେରିକୋ କୋରିଆ, କ୍ୱନ ସୁନ-ଉ ୬-୪, ୭-୫, ୭-୫ ସେଟ୍ରେ ଆନ୍ଦ୍ରଆସ ସେପ୍ପି, ମିକାଏଲ ୟାମେର ୬-୦, ୨-୬, ୬-୪, ୬-୩ରେ ଗାଏଲ ମନଫିଲ୍ସ, ଲରେଞ୍ଜୋ ମୁସେଟ୍ଟି ୭-୫, ୬-୩, ୬-୨ ସେଟ୍ରେ ୟୋଶିହିତୋ ନିଶିଓକାଙ୍କୁ ପରାସ୍ତ କରିଛନ୍ତି।
ଆଶ୍ଲେ ବାର୍ଟି ଓହରିଲେ
ମହିଳା ସିଙ୍ଗଲ୍ସରେ ଟପ୍ ର଼୍ୟାଙ୍କ୍ପ୍ରାପ୍ତ ଆଶ୍ଲେ ବାର୍ଟି ଆହତ ସମସ୍ୟା ଯୋଗୁ ଦ୍ୱିତୀୟ ରାଉଣ୍ଡରୁ ଓହରି ଯାଇଛନ୍ତି। ୨୦୧୯ ଚାମ୍ପିୟନ ବାର୍ଟି ଏଠାରେ ୧-୬, ୨-୨ରେ ପଛୁଆ ଥିବାବେଳେ ଆଉ ଖେଳ ବଜାୟ ରଖିବାକୁ ଅସମର୍ଥ ବୋଲି ସୂଚନା ଦେଇଥିଲେ। ପ୍ରଥମ ରାଉଣ୍ଡ ପରେ ସେ ମେଡିକାଲ ଟାଇମ ଆଉଟ ଆବଶ୍ୟକ କରିଥିଲେ। ପ୍ରଥମ ରାଉଣ୍ଡରେ ସେ ବର୍ନାର୍ଦା ପେରାଙ୍କୁ ୬-୪, ୩-୬, ୬-୨ ସେଟ୍ରେ ହରାଇବା ପଥରେ ମଧ୍ୟ ଅଣ୍ଟାରୁ ଜଙ୍ଘର ମଧ୍ୟସ୍ଥଳରେ ଯନ୍ତ୍ରଣା ଅନୁଭବ କରିଥିଲେ। ଗତବର୍ଷ ସେ କରୋନା ସଂକ୍ରମଣ ଯୋଗୁ ନ ଖେଳି ଅଷ୍ଟ୍ରେଲିଆରେ ନିଜ ଘରେ ରହିବାକୁ ପସନ୍ଦ କରିଥିଲେ।
ମହିଳା ସିଙ୍ଗଲ୍ସରେ ଅନ୍ୟ ଦ୍ୱିତୀୟ ରାଉଣ୍ଡ ମ୍ୟାଚଗୁଡ଼ିକ ମଧ୍ୟରେ କାରୋଲିନ୍ ପ୍ଲିସ୍କୋଭାଙ୍କୁ ୭-୫, ୬-୧ ସେଟ୍ରେ ହରାଇ ବିଦାୟ ପଥ ଦେଖାଇଛନ୍ତି ସ୍ଲୋଆନେ ଷ୍ଟିଫେନ୍ସ। ସୋଫିଆ କେନିନ ୭-୫, ୬-୩ରେ ହିଲି ବାପ୍ଟିଷ୍ଟେ, ବାର୍ବରା ଗ୍ରାଚେଭା ୭-୫, ୧-୬, ୬-୨ରେ କାମିଲା ଗିଓର୍ଗି, କାରୋଲିନ ମୁଚୋଭା ୬-୩, ୬-୪ ସେଟ୍ରେ ବାର୍ବରା ଲିପ୍ଚେଙ୍କୋ ଏବଂ ଓନ୍ସ ଜାବେଉର ୬-୨, ୬-୪ରେ ଅଷ୍ଟ୍ରା ଶର୍ମାଙ୍କୁ ହରାଇ ତୃତୀୟ ରାଉଣ୍ଡରେ ପହଞ୍ଚତ୍ଛନ୍ତି। ପେତ୍ରୋ କ୍ୱିଟୋଭାଙ୍କ ବିପକ୍ଷରେ ଓ୍ବାକ୍ଓଭର ପାଇଛନ୍ତି ଏଲିନା ଭେସନିନା। ଏଲିନା ସ୍ବିତୋଲିନା ୬-୦, ୬-୪ ସେଟ୍ରେ ଆନ୍ ଲୀ’ଙ୍କୁ ହରାଇଥିବାବେଳେ ମାର୍ତା କୋଷ୍ଟ୍ୟୁକ ୬-୩, ୬-୪ ସେଟ୍ରେ ଝେଙ୍ଗ ସାଇସାଇ, ଟେରେଜା ମାର୍ଟିନକୋଭା ୬-୩, ୬-୩ରେ ଜେସିକା ପେଗୁଲା, ବାର୍ବରା କ୍ରେଜିକୋଭା ୬-୨, ୬-୩ରେ ଏକ୍ଟେରିନା ଆଲେକ୍ସାଣ୍ଡ୍ରୋଭା ଏବଂ ମାରିଆ ସାକାରି ୬-୨, ୬-୩ରେ ଜସମିନ ପାଓଲିନଙ୍କୁ ହରାଇ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।
ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ବୋଲିଂ କରିବେ କି? ଟି୨୦ ବିଶ୍ୱକପ୍ ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଲେ…
ନୂଆଦିଲ୍ଲୀ,୧୨।୬: କ୍ରିକେଟରେ ଦ୍ରୁତ ବୋଲର ଅଲରାଉଣ୍ଡର କମ୍ ଦେଖିବାକୁ ମିଳିଥାଏ। ଦଳରେ ଏଭଳି ଖେଳାଳି ଥିଲେ ଫାଇଦା ମିଳିଥାଏ। ଭାରତୀୟ କ୍ରିକେଟ ଟିମ୍ରେ ହାର୍ଦ୍ଦିକ ପାଣ୍ଡ୍ୟା...
ଏହି କ୍ରିକେଟର୍ଙ୍କ ହୃଦୟ ଭାଙ୍ଗିଲା: ୨୭ ଶତକ ମାରିବା ସତ୍ତ୍ୱେ ଦଳରରେ ମିଳିଲାନି ସୁଯୋଗ
ନୂଆଦିଲ୍ଲୀ,୧୧।୬: ଶ୍ରୀଲଙ୍କା ଗସ୍ତ ପାଇଁ ଟିମ ଇଣ୍ଡିଆ ଘୋଷଣା କରାଯାଇଛି। ୩ଟି ଏକଦିବସୀୟ ଏବଂ ୩ ଟି -୨୦ ମ୍ୟାଚ ପାଇଁ ଦଳର ଓପନର୍ ଶିଖର...
ରାହୁଲ ଦ୍ରାଭିଡ ନା ବାପା, କାହା କଥା ଆଗ ମାନିବେ କ୍ରିକେଟର୍ ଶୁଭମନ ଗିଲ୍: ମିଳିଲା ରୋଚକ ଉତ୍ତର
ଟିମ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ ଶୁଭମାନ ଗିଲ ରାହୁଲ ଦ୍ରାବିଡଙ୍କ କୋଚିଂ ଶୈଳୀକୁ ଏକ ବଡ଼ କଥା କହିଛନ୍ତି। ରାହୁଲ ଦ୍ରାବିଡ ଅନ୍ୟ କୋଚମାନଙ୍କଠାରୁ କିପରି...
ପୁଣି ନ୍ୟୁଜିଲାଣ୍ଡକୁ ଲାଗିଲା ଝଟ୍କା
ଲଣ୍ଡନ,୧୦।୬: ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ଫାଇନାଲ୍ ପୂର୍ବରୁ ନ୍ୟୁଜିଲାଣ୍ଡ ଗୋଟିଏ ପରେ ଗୋଟିଏ ଅସୁବିଧାର ସମ୍ମୁଖୀନ ହୋଇଛି। ବାମ କହୁଣୀରେ ଆଘାତ ଲାଗିବାରୁ ନ୍ୟୁଜିଲାଣ୍ଡ ଅଧିନାୟକ...
ମାଳବିକା ଫାଇନାଲରେ
କନାସ୍(ଲିଥୁଆନିଆ),୧୪ା୬(ପି.ଟି.)- ଭାରତର ମାଳବିକା ବନସୋଡ୍ ଏଠାରେ ଚାଲିଥିବା ଆର୍ଏସ୍ଏଲ୍ ଲିଥୁଆନିଆନ୍ ଇଣ୍ଟରନ୍ୟାଶନାଲ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟ ମହିଳା ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ସେମିଫାଇନାଲରେ ସେ ଫ୍ରାନ୍ସର...
ଭୋ’ ଭୋ’ ହୋଇ କାନ୍ଦିଲେ ସୁଶୀଲ କୁମାର
ନୂଆଦିଲ୍ଲୀ,୪।୬: ଅଲିମ୍ପିଆନ ସୁଶୀଲ କୁମାର ଜେଲ୍ରେ ଅତ୍ୟନ୍ତ ଭାବପ୍ରବଣ ହୋଇଯାଇଛନ୍ତି। ଦୁଇ ଦିନ ହେବ ମାଣ୍ଡୋଲି ଜେଲକୁ ଆସିଥିବା ସୁଶୀଲଙ୍କୁ ଜେଲ ପ୍ରଶାସନ ତାଙ୍କ ପରିବାର...
ଏକଦା ରାଗିକରି ବିସିସିଆଇକୁ କରିଥିଲେ କଟାକ୍ଷ; ଏବେ ଶ୍ରୀଲଙ୍କା ଗସ୍ତ ଲାଗି ଘୋଷିତ ଦଳରେ ମିଳିଲାନି ସୁଯୋଗ, ନିରାଶ ହୋଇ…
ନୂଆଦିଲ୍ଲୀ,୧୧।୬: ବିସିସିଆଇ ପକ୍ଷରୁ ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର କ୍ରିକେଟ ସିରିଜ ନେଇ ଗୁରୁବାର ୨୦ ଜଣିଆ ଭାରତୀୟ ଟିମ୍ର ଘୋଷଣା କରାଯାଇଥିଲା। ଅନେକ ଯୁବ...
ଜାଡେଜା-ପନ୍ତଙ୍କ ଉପରେ ସବୁ ଆଶା
ସାଉଥାମ୍ପଟନ,୨୩।୬: ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲରେ ବର୍ତ୍ତମାନ ଟିମ୍ ଇଣ୍ଡିଆର ସ୍ଥିତି ଅତ୍ୟନ୍ତ ଜଟିଳ ହୋଇପଡ଼ିଛି। ଅନ୍ତିମ ତଥା ୬ଷ୍ଠ ଦିନର ପ୍ରଥମ...


