ଭୁବନେଶ୍ୱର,୧୬।୬(ବ୍ୟୁରୋ): କରୋନା ମହାମାରୀ ଭଳି ଘଡ଼ିସନ୍ଧି ସମୟରେ ରାଜ୍ୟରେ ନକଲି ଔଷଧ କାରବାର ଚାଲିଛି। ଏହାକୁ ଗୁରୁତ୍ୱର ସହ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର କ୍ରାଇମ୍ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। କ୍ରାଇମ୍ବ୍ରାଞ୍ଚର ଏସ୍ଟିଏଫ୍କୁ ଏହି ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଛି ବୋଲି ପୋଲିସ ଡିଜି ଅଭୟ ମଙ୍ଗଳବାର ସୂଚନା ଦେଇଛନ୍ତି। ଏସ୍ଟିଏଫ୍ର ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ନକଲି ଔଷଧ କାରବାରର ଖୋଳତାଡ଼ କରାଯିବ। ଏହି କାରବାରରେ କାହାର ହାତ ରହିଛି, ଏହା କେଉଁଠି ପ୍ରସ୍ତୁତ କରାଯାଉଛି, ଓଡ଼ିଶାରେ ପ୍ରସ୍ତୁତ କରାଯାଉଛି ନା ରାଜ୍ୟ ବାହାରୁ ଏହାକୁ ଅଣାଯାଉଛି, ସେସବୁ ଦିଗକୁ ଏସ୍ଟିଏଫ୍ ଟିମ୍ ତଦନ୍ତ କରିବ। ତେବେ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ସହ ବିଚାର ବିମର୍ଶ କରାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଡିଜି କହିଛନ୍ତି। ଅପରପକ୍ଷରେ ଏନେଇ ଏସ୍ଟିଏଫ୍ ଡିଆଇଜି ଜୟନାରାୟଣ ପଙ୍କଜ ଏବଂ ଡ୍ରଗ୍ସ କଣ୍ଟ୍ରୋଲର ଅନ୍ନଦା ଶଙ୍କର ଦାଶ ଆଲୋଚନା କରିଥିବା ଜଣାପଡ଼ିିଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚ ସହ ଯୋଗାଯୋଗରେ ଅଛୁ, ତଦନ୍ତରେ ଯାହା ଆବଶ୍ୟକ ହେବ ଆମେ ସହଯୋଗ କରିବୁ ବୋଲି ଡ୍ରଗ୍ସ କଣ୍ଟ୍ରୋଲର ଦାଶ କହିଛନ୍ତି। ସୂଚନା ଅନୁଯାୟୀ, କରୋନା ସଂକ୍ରମଣରେ ଜନସାଧାରଣ ଅଣନିଃଶ୍ୱାସୀ ହୋଇପଡ଼ିଥିବାବେଳେ ରାଜ୍ୟରେ ନକଲି ଔଷଧ କାରବାର ଏବେ ଚିନ୍ତା ବଢ଼ାଇଛି। କରୋନା ସଂକ୍ରମିତଙ୍କ ପାଇଁ ବ୍ୟବହାର କରାଯାଉଥିବା ଫାଭିପିରାଭିର ଟାବଲେଟ୍(ଫାବିମାକ୍ସ-୪୦୦), ଆଜିଥ୍ରୋମାଇସିନ୍, ଭିଟାମିନ୍-ସି ଆଦି ୯ ପ୍ରକାର ନକଲି ଔଷଧ ଏବେ ଓଡ଼ିଶା ବଜାରରେ କାରବାର ହେଉଛି। ଗତ ୧୧ତାରିଖରେ କଟକରୁ ବିପୁଳ ପରିମାଣର ନକଲି ଔଷଧ ଜବତ କରାଯିବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଇତିମଧ୍ୟରେ ଭୁବନେଶ୍ୱର, ବଲାଙ୍ଗୀର, ଝାରସୁଗୁଡ଼ା, ବାରିପଦା, ସମ୍ବଲପୁର, ରାଉରକେଲା, ବୌଦ୍ଧରୁ ବହୁ ନକଲି ଔଷଧ ଠାବ କରାଯାଇଛି।
ଟିକାକରଣରୁ ବଞ୍ଚିତ ହେଉଛନ୍ତି ଲୋକେ
କଟକ ଅଫିସ, ୧୨ା୬: ରାଜ୍ୟରେ କୋଭିଡ୍ ସଂକ୍ରମିତଙ୍କ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନାହିଁ। ସମସ୍ତଙ୍କୁ ମାଗଣାରେ ଟିକା ଦିଆଯିବା ପାଇଁ ଘୋଷଣା କରାଯାଇଛି। ମାତ୍ର...
କରୋନାର ତୃତୀୟ ଲହର ପାଇଁ ରାଜ୍ୟ ସରକାର ପ୍ରସ୍ତୁତ
ଭୁବନେଶ୍ୱର,୧୮ା୬(ବ୍ୟୁରୋ): କରୋନାର ତୃତୀୟ ଲହର ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ଏସ୍ଓପି ଜାରି ସହ ଭିତ୍ତିଭୂମି ପ୍ରସ୍ତୁତି ରହିଛି ବୋଲି ଡିଏମ୍ଇଟି ସିବିକେ ମହାନ୍ତି...
ବଡ଼ ଆକ୍ରମଣ ଯୋଜନାରେ ଥିଲେ ମାଓବାଦୀ
ମାଲକାନଗିରି,୨୦ା୬: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ ନାରାୟଣପୁର ଜିଲା ଅନ୍ତର୍ଗତ ଆର୍ଛା ଜଙ୍ଗଲରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ୨ ଜଣ ମାଓବାଦୀ...
ବଦଳିବ ଜିଲା ସ୍ବାସ୍ଥ୍ୟକେନ୍ଦ୍ର ରୂପରେଖ
ଅନୁଗୋଳ ଅଫିସ, ୬।୬: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର ନବକଳେବର ହେବ। ମଲ୍ଟି ସ୍ପେଶିଆଲିଟି ଢାଞ୍ଚାରେ ଏହାକୁ ନିର୍ମାଣ କରାଯିବ। ନୂଆ କୋଠାରେ ପୃଥକ୍ ବହିର୍ବିଭାଗ (ଓପିଡି),...
ବର୍ଷାରେ ଧୋଇଗଲା ଡାଇଭର୍ସନ
କେନ୍ଦୁଝର, ୧୩।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଖଡ଼ିବାହାଳୀ ଛକ ନିକଟସ୍ଥ କଙ୍କଡାନାଳ ରାସ୍ତା ଲଘୁଚାପ ବର୍ଷାରେ ଧୋଇଯାଇଛି। ଏନେଇ ନରଣପୁର ବ୍ରାହ୍ମଣୀପାଳ ଯୋଗାଯୋଗ ବିଚ୍ଛିନ୍ନ...
ଭୁବନେଶ୍ୱର ଦେଶର ଚତୁର୍ଥ ବାସୋପଯୋଗୀ ରାଜଧାନୀ
ଭୁବନେଶ୍ୱର,୨୦ା୬(ବ୍ୟୁରୋ): ସ୍ମାର୍ଟ ସିଟି ଭୁବନେଶ୍ୱର ଉତ୍ତମ ବାସୋପଯୋଗୀ ସହର ତାଲିକାରେ ସ୍ଥାନ ପାଇଛି । ଦେଶର ପ୍ରମୁଖ ୧୦ଟି ସହର ମଧ୍ୟରୁ ଏହା ୪ର୍ଥ ସ୍ଥାନ...
୧୧ରେ ଲଘୁଚାପ: ୫ ଦିନ ପ୍ରବଳ ବର୍ଷିବ
ଭୁବନେଶ୍ୱର,୩।୬(ବ୍ୟୁରୋ): ଆସନ୍ତା ଜୁନ୍ ୧୧ରେ ଉତ୍ତର-ପୂର୍ବ ବଙ୍ଗୋପସାଗର, ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ଅବପାତରେ ପରିଣତ ହୋଇ...
ବାତ୍ୟା ‘ୟାସ୍’ କ୍ଷୟକ୍ଷତିର ଅନୁଧ୍ୟାନ ଲାଗି ବାଲେଶ୍ୱରରେ କେନ୍ଦ୍ରୀୟ ଟିମ୍
ବାଲେଶ୍ୱର ଅଫିସ,୭ା୬: ବାତ୍ୟା ‘ୟାସ୍’ କ୍ଷୟକ୍ଷତିର ଅନୁଧ୍ୟାନ କରିବାକୁ ସୋମବାର କେନ୍ଦ୍ରୀୟ ଟିମ୍ ବାଲେଶ୍ୱରରେ ପହଞ୍ଚିଛନ୍ତ। କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବଙ୍କ ନେତୃତ୍ୱରେ ଏହି...


