ନକଲି ଡାକ୍ତରଙ୍କ କ୍ଲିନିକ୍ରେ ଚଢ଼ାଉ
ଭୁବନେଶ୍ୱର,୧୧।୬(ବ୍ୟୁରୋ): ଲାଇସେନ୍ସ କିମ୍ବା ଡାକ୍ତରୀ ଶିକ୍ଷାଗତ ଯୋଗ୍ୟତା ନାହିଁ। ତଥାପି ଘରେ ହୋମିଓପାଥିକ କ୍ଲିନିକ୍ ଖୋଲି ଔଷଧ ଦେବା ସହ ରୋଗୀଙ୍କ ଚିକିତ୍ସା କରୁଛନ୍ତି। କରୋନାକୁ ନେଇ ଲୋକେ ଆତଙ୍କ ଓ ଆଶଙ୍କା ଭିତରେ ରହୁଥିବାବେଳେ ‘ଷ୍ଟପ୍ କରୋନା’ ନାମକ...
ଘରେ ରହି ରଜ ପାଳନ କରନ୍ତୁ: ଏଡିଜି
ଭୁବନେଶ୍ୱର,୧୧।୬(ବ୍ୟୁରୋ): ରାଜ୍ୟରେ ଲକ୍ଡାଉନ ଓ ଶଟ୍ଡାଉନ ଭଳି କଟକଣାକୁ ଦୃଢ଼ ଭାବେ ପାଳନ କରାଯାଉଥିବାରୁ କୋଭିଡ୍ ସଂକ୍ରମଣରେ ହ୍ରାସ ଘଟୁଛି। ଆଗକୁ ରଜ ପର୍ବ ଆସୁଛି। ତେଣୁ ଜନସାଧାରଣ ବାହାରକୁ ନ ବାହାରି ନିଜ ଘରେ ରହି ରଜ ପାଳନ...
ଥମୁନି ମୃତ୍ୟୁ ସଂଖ୍ୟା: ଦିନକରେ କରୋନା ନେଲା ୪୩ ଜୀବନ
ଭୁବନେଶ୍ୱର,୧୧।୬(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର କରୋନାରେ ୪୩ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୨୧୦ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ରାଜ୍ୟରେ ଆଜି ୫,୨୩୫ ସଂକ୍ରମିତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୧୧।୬(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ଶୁକ୍ରବାର ରାଜ୍ୟରେ ୫,୨୩୫କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୨୯୫୭ ଜଣ କ୍ୱାରାଣ୍ଟାଇନ୍ରେ ଥିଲେ। ବାକି ୨୨୭୮ଟି...
ବେଆଇନ ଟେଲିଫୋନ୍ ଏକ୍ସଚେଞ୍ଜକୁ କଲ୍
ବେଙ୍ଗାଲୁରୁ/ନୂଆଦିଲ୍ଲୀ,୧୧ା୬(ପି.ଟି.):ପାକିସ୍ତାନର ଗୁପ୍ତଚର ସଂସ୍ଥାଠାରୁ ପୂର୍ବ ଭାରତରେ ଥିବା ଏକ ସାମରିକ ପ୍ରତିଷ୍ଠାନକୁ ନେଇ ଫୋନ୍ କଲ୍ କରାଯିବା ପରେ ଏବେ ବେଙ୍ଗାଲୁରୁସ୍ଥିତ ଏକ ଅବୈଧ ଟେଲିଫୋନ୍ ଏକ୍ସଚେଞ୍ଜ ପଦାକୁ ଆସିଛି। ଫଳରେ ଦେଶର ଅନ୍ୟ ଭାଗରେ ମଧ୍ୟ ଏପରି ବ୍ୟବସ୍ଥା...
ମାଲାଲାଙ୍କୁ ଧମକ ଦେଇ ପାକ୍ ମୌଲବୀ ଗିରଫ
ପେଶାଓ୍ବର, ୧୧।୬(ପି.ଟି.):ନୋବେଲ ପୁରସ୍କାର ବିଜେତା ମାଲାଲା ୟୁସୁଫ୍ଜାଇଙ୍କୁ ଆକ୍ରମଣ ଧମକ ଦେଇଥିବା ପାକିସ୍ତାନର ଜଣେ ମୌଲବୀଙ୍କୁ ଗିରଫ କରାଯାଇଛି। ଖାଇବର ପଖ୍ତୁନ୍ଖ୍ବା ପ୍ରଦେଶ ମରଓ୍ବାତ ଜିଲାର ମୌଲବୀ ମୁଫ୍ତି ସର୍ଦ୍ଦାର ଅଲି ହାକ୍କାନିଙ୍କ ଘର ଉପରେ ବୁଧବାର ପୋଲିସ ଚଢ଼ାଉ...
ଦିଲ୍ଲୀରେ ଡ୍ୟାମେଜ୍ କଣ୍ଟ୍ରୋଲ୍
ନୂଆଦିଲ୍ଲୀ,୧୧ା୬:ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହାଙ୍କୁ ଭେଟିଛନ୍ତି। ସେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି। ରାଜ୍ୟରେ ବିଧାନସଭା ନିର୍ବାଚନକୁ କିଛି ମାସ ବାକି ଥିବାବେଳେ ଭାଜପା ଓ...
ଆମେରିକାରେ ୫୦% ଭାରତୀୟ ବୈଷମ୍ୟର ସମ୍ମୁଖୀନ
ଓ୍ବାଶିଂଟନ, ୧୧।୬:ଆମେରିକାରେ ଦ୍ୱିତୀୟ ସର୍ବାଧିକ ପ୍ରବାସୀ ଭାବେ ଜଣାଶୁଣା ଭାରତୀୟମାନେ ନିୟମିତ ଭାବେ ବୈଷମ୍ୟ ଓ ଧ୍ରୁବୀକରଣର ଶିକାର ହେଉଥିବା ଏକ ସର୍ଭେରୁ ଜଣାପଡ଼ିଛି। ୟୁଏସ୍ରେ ପ୍ରାୟ ୪୦ ଲକ୍ଷ ଭାରତୀୟ ରହିଛନ୍ତି। ଶିକ୍ଷା, ପେସା ଓ ଆର୍ଥତ୍କ ଦୃଷ୍ଟିରୁ...
ବିହାର ବଢ଼ାଇଦେଲା ମୃତ୍ୟୁସଂଖ୍ୟା
ନୂଆଦିଲ୍ଲୀ,୧୧ା୬:ଦେଶରେ ବୁଧବାର କାରୋନା ଭାଇରସ୍ ସଂକ୍ରମଣଜନିତ ୬,୧୪୮ ମୃତ୍ୟୁ ଘଟିଛି। ମହାମାରୀ ଆସିବା ପରଠାରୁ ଦିନକ ଭିତରେ ସଂକ୍ରମିତଙ୍କ ଜୀବନ ଯିବାରେ ଏହା ସର୍ବାଧିକ। ତେବେ ଏହାଠାରୁ ଅଧିକ ମୃତ୍ୟୁ ମଧ୍ୟ କୌଣସି ଦିନ ଘଟିଥାଇପାରେ ବୋଲି ଆଶଙ୍କା କରାଯାଉଛି।...
ଟ୍ରିବ୍ୟୁନାଲ ଅବଧି ଆଉ ୨ ବର୍ଷ ବଢ଼ିଲା
ଭୁବନେଶ୍ୱର,୧୧ା୬(ବ୍ୟୁରୋ):ମହାନଦୀ ଜଳ ବିବାଦ ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲର ଅବଧି ଆଉ ୨ ବର୍ଷ ପାଇଁ ବୃଦ୍ଧି କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ର ସରକାର ୨୦୧୮ ମାର୍ଚ୍ଚ ୧୨ ତାରିଖରେ ଏହି ଟ୍ରିବ୍ୟୁନାଲ ଗଠନ କରିଥିଲେ। ୩ ବର୍ଷ ଧାର୍ଯ୍ୟ...