ନୂଆଦିଲ୍ଲୀ,୧୧।୬: ନ୍ୟାଶନାଲ କ୍ରିକେଟ ଏକାଡେମୀ(ଏନ୍ସିଏ) ନିର୍ଦ୍ଦେଶକ ରାହୁଲ ଦ୍ରାବିଡଙ୍କୁ ଭାରତର ଯୁବ ପ୍ରତିଭାଙ୍କ ପ୍ରତିପୋଷଣର ଶ୍ରେୟ ଦିଆଯାଏ। ସେ ଏବେ ଭାରତର ଅଣ୍ଡର-୧୯ ଏବଂ ‘ଏ’ ସ୍ତର ଦଳର ପ୍ରଶିକ୍ଷକ(କୋଚ୍) ଥିବା ସମୟର ଯୋଜନା ନେଇ ଏବେ ପ୍ରତିକ୍ରିୟା ରଖିଛନ୍ତି। କୋଚ୍ ଥିବା ସମୟରେ ସେ ଗସ୍ତରେ ଥିବା ପ୍ରତ୍ୟେକ ଖେଳାଳିଙ୍କୁ ମ୍ୟାଚ୍ ଖେଳିବାର ସୁଯୋଗ ମିଳୁ ବୋଲି ନିଶ୍ଚିତ କରୁଥିଲେ। ହେଲେ ତାଙ୍କ ସମୟରେ ଏଭଳି ହେଉ ନଥିଲା। ଯଦି ‘ଏ’ ଟିମ୍ ସହ ଗସ୍ତ କରୁଥାନ୍ତି ତେବେ ବିନା ମ୍ୟାଚ୍ ଖେଳି ଏଠାରୁ ଯିବେ ନାହିଁ ବୋଲି ଦ୍ରାବିଡ ଆଗରୁ ଖେଳାଳିମାନଙ୍କୁ କହୁଥିଲେ। କାରଣ ତାଙ୍କର ଜୁନିୟରସ୍ତରରେ ଖେଳିବାର ଅଭିଜ୍ଞତା ରହିଥିଲା। ‘ଏ’ ଟିମ୍ ସହ ଗସ୍ତରେ ଯାଇ ମ୍ୟାଚ୍ ଖେଳିବାର ସୁଯୋଗ ନ ପାଇଲେ ଅତ୍ୟନ୍ତ ଖରାପ ଲାଗୁଥିବା ଦ୍ରାବିଡ କହିଛନ୍ତି। ଏହାଛଡ଼ା ଭାରତୀୟ କ୍ରିକେଟରମାନେ ବର୍ତ୍ତମାନ ଦୁନିଆର ସବୁଠାରୁ ଫିଟ୍ ଖେଳାଳି ଭାବେ ବିବେଚିତ ହେଉଛନ୍ତି। ହେଲେ ଏକ ସମୟରେ ଖେଳାଳିମାନଙ୍କ ପାଖରେ ଫିଟ୍ନେସର ଜ୍ଞାନ ନ ଥିଲା। ଏଣୁ ସେମାନେ ଅଷ୍ଟ୍ରେଲିୟ ଏବଂ ଦକ୍ଷିଣ ଆଫ୍ରିକୀୟ ଖେଳାଳିଙ୍କୁ ଇର୍ଷା କରୁଥିଲେ ବୋଲି ଦ୍ରାବିଡ ମଧ୍ୟ କହିଛନ୍ତି।
ଅଶ୍ୱିନଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଆଣିଲେ ପାକିସ୍ତାନର ପୂର୍ବତନ ଖେଳାଳି
ନୂଆଦିଲ୍ଲୀ,୧୫।୬: ଖୁବ୍ କମ୍ ମ୍ୟାଚ୍ରେ ୪୦୦ ଟେଷ୍ଟ ଉଇକେଟ ହାସଲ କରିଥିବା ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ନାମରେ ଆସିଛି ସାଙ୍ଘାତିକ ଅଭିଯୋଗ। ବର୍ତ୍ତମାନ ସର୍ବଶ୍ରେଷ୍ଠ...
ଭାରତୀୟ ଦଳ ଘୋଷିତ: ଅଶ୍ୱିନ, ଜାଡେଜାଙ୍କୁ ମିଳିଲା ସ୍ଥାନ
ସାଉଥାମ୍ପଟନ,୧୭।୬: ନ୍ୟୁଜିଲାଣ୍ଡ ବିପକ୍ଷରେ ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ମ୍ୟାଚ୍ ପାଇଁ ଗୁରୁବାର ରାତିରେ ବିସିସିଆଇ ପକ୍ଷରୁ ଘୋଷିତ...
ଡରହାମରେ ଇଣ୍ଟ୍ରା ସ୍କାଡ୍ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ,୨୫।୬: ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପୂର୍ବରୁ ପ୍ରସ୍ତୁତି ଲାଗି ଡରହାମଠାରେ ଏକତ୍ରିତ ହେବେ ଭାରତୀୟ ଦଳର ଖେଳାଳିମାନେ। ସେଠାରେ ଟିମ୍...
ଦେଶର ଶ୍ରେଷ୍ଠ ଆଥଲେଟିକ୍ ଏକାଡେମୀ ମଧ୍ୟରେ କିଟ୍
ଭୁବନେଶ୍ୱର, ୧୦।୬- ଭାରତର ଶ୍ରେଷ୍ଠ ୧୦ ଆଥଲେଟିକ୍ ଏକାଡେମୀ ମଧ୍ୟରେ ଓଡ଼ିଶାର କିଟ୍ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି। ଦି ବ୍ରିଜ୍ ମିଡିଆ ପକ୍ଷରୁ ନିକଟରେ ପ୍ରସ୍ତୁତ...
ନିଜ ଜାତୀୟ ରେକର୍ଡ ଭାଙ୍ଗିଲେ ଦୂତୀ: ଅଲିମ୍ପିକ୍ସ ଯୋଗ୍ୟତାରୁ ଅଳ୍ପକେ ବଞ୍ଚିତ
ଭୁବନେଶ୍ୱର(ସ୍ପୋଟର୍ସ ବ୍ୟୁରୋ)୨୨।୬: ଭାରତ ଦ୍ରୁତତମ ମହିଳା ତଥା ତାରକା ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ଆଉ ଏକ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛନ୍ତି। ପଟିଆଲାରେ ଚାଲିଥିବା ଭାରତୀୟ...
ଆଣ୍ଠୁମାଡି ସ୍ତ୍ରୀଙ୍କ ଫଟୋ ଉଠାଇଲେ କୋହଲି: ମହିଳା କ୍ରିକେଟର୍ କଲେ ଖୁଲାସା
ଭାରତୀୟ ମହିଳା ଏବଂ ପୁରୁଷ ଦଳ କେବଳ ଜୁନ ୩ରେ ଇଂଲଣ୍ଡରେ ପହଞ୍ଚିଛନ୍ତି। ଉଭୟ ଦଳ ଏବେ ସାଉଥମ୍ପଟନରେ କ୍ୱାରାଣ୍ଟାଇନ୍ରେ ଅଛନ୍ତି। ମହିଳା ଦଳ ଜୁନ୍...
ଡବ୍ଲ୍ୟୁଟିସି ଫର୍ମାଟରେ ପରିବର୍ତ୍ତନ ଚାହାନ୍ତି ସଚିନ
ନୂଆଦିଲ୍ଲୀ,୧୫।୬: ଆସନ୍ତା ୧୮ ତାରିଖରେ ସାଉଥାମ୍ପଟନଠାରେ ଟେଷ୍ଟ ଫର୍ମାଟର ସବୁଠୁ ବଡ଼ ସମ୍ମାନ ପାଇଁ ଲଢ଼େଇ କରିବେ ନ୍ୟୁଜିଲାଣ୍ଡ ଓ ଟିମ୍ ଇଣ୍ଡିଆ। ବିଜେତାଙ୍କୁ ଟେଷ୍ଟ...
ଲକ୍ଷ୍ମଣଙ୍କୁ ଏହି ପ୍ରତିଶ୍ରୁତି ଦେଇଥିଲେ ସେହ୍ବାଗ: ୪ ବର୍ଷ ଭିତରେ କରିଥିଲେ ପୂରଣ
ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ବାଗ ଦୁନିଆର ସବୁଠାରୁ ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଗଣିତ ହୋଇଛନ୍ତି। ଭାରତ ପାଇଁ ଟେଷ୍ଟରେ ତ୍ରିଗୁଣ ଶତକ ହାସଲ କରିଥିବା...


