କେନ୍ଦୁଝର/ଆନନ୍ଦପୁର,୧୬ା୬(ସ୍ବ.ପ୍ର.): ଏକ ପ୍ରେମ ବିବାଦର ସମାଧାନ କରିବାକୁ ଯାଇ କେନ୍ଦୁଝର ଜିଲା ଘଷିପୁରା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର ଅଡୁଆରେ ପଡ଼ିଛନ୍ତି। ମାମଲା ଚପାଇ ଦେବା ପାଇଁ ପ୍ରତାରଣାର ଶିକାର ହୋଇଥିବା ଜଣେ ଯୁବତୀଙ୍କୁ ସେ ଧମକଚମକ ଦେଇଥିବା ଏକ ଅଡିଓ ଭାଇରାଲ ହେବା ପରେ ଏହି ଘଟଣା ପଦାକୁ ଆସିଛି।
ସୂଚନା ଅନୁଯାୟୀ, ରାମଚନ୍ଦ୍ରପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ସହିତ ପଦନପୁର ଗ୍ରାମର ସୁଜିତ ଜେନାଙ୍କ ସହ ୩ ବର୍ଷ ହେଲା ପ୍ରେମସମ୍ପର୍କ ରହିଥିଲା। ସୁଜିତ ବିବାହିତ ଜାଣିବା ପରେ ଯୁବତୀ ଜଣକ ଏହାର ପ୍ରତିବାଦ କରିଥିଲେ। ଯୁବତୀଙ୍କଠାରୁ ସୁଜିତ ୬୦ହଜାର ଟଙ୍କା ଧାର ନେଇଥିବା ଅଭିଯୋଗ ହୋଇଛି ା ସୁଜିତ ଉକ୍ତ ଯୁବତୀ ଓ ତାଙ୍କ ପରିବାର ଲୋକଙ୍କୁ ମାରିଦେବାକୁ ଧମକ ଦେବା ଘଟଣାକୁ ନେଇ ଗତ ୧୪ ତାରିଖରେ ଯୁବତୀ ରାମଚନ୍ଦ୍ରପୁର ଥାନାରେ ଲିଖିତ ଏତଲା ଦେଇଥିଲେ। ପୋଲିସ ଏକ ମାମଲା(ନଂ.୯୯/୨୧) ରୁଜୁ କରି ବୁଧବାର ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ଏତଲା ଦେବା ସମୟରେ ସୁଜିତଙ୍କ ଭାଇ ଓ ବିଜେଡିର କେତେଜଣ ନେତା ଆପୋଷ ସମାଧାନ କରିବା ପାଇଁ ଯୁବତୀଙ୍କ ପରିବାର ଲୋକଙ୍କୁ ପ୍ରବର୍ତ୍ତାଇଥିବା ଅଭିଯୋଗ ହୋଇଛି। ସମାଧାନ ନ ହେବାରୁ ବିଧାୟକଙ୍କ ପୁଅ ଦେବାଶିଷ ୧୫ ତାରିଖରେ ସମ୍ପୃକ୍ତ ଯୁବତୀଙ୍କ ଘରକୁ ଯାଇ ବୁଝାଶୁଝା କରି ସମାଧାନ କରିବାକୁ କହିଥିଲେ। ଏହାର ସମାଧାନ ନ କଲେ ଭବିଷ୍ୟତରେ ଅସୁବିଧା ହେବ ବୋଲି ଧମକ ଦେଇଥିବା ଭାଇରାଲ ଅଡିଓରୁ ଜଣାପଡ଼ିଛି।
ଅନ୍ୟପକ୍ଷରେ ସୁଜିତଙ୍କ ସ୍ତ୍ରୀ ସମ୍ପୃକ୍ତ ଯୁବତୀଙ୍କ ବିରୋଧରେ ପାଲଟା ଅଭିଯୋଗ କରିଛନ୍ତି। ସେ ଏତଲାରେ ଦର୍ଶାଇଛନ୍ତି, ଯୁବତୀ ଜଣକ ତାଙ୍କ ସ୍ବାମୀଙ୍କୁ ଫସାଇ ଏଭଳି ଘଟଣା ଘଟାଉଛନ୍ତି। ଏ ସଂକ୍ରାନ୍ତରେ ବିଧାୟକଙ୍କ ପୁଅ ଦେବାଶିଷଙ୍କୁ ପଚାରିବାରୁ ସେ ଘଟଣା ସମ୍ପର୍କରେ ବୁଝାଇବାକୁ ଯୁବତୀଙ୍କ ଘରକୁ ଯାଇଥିଲେ, କାହାରିକୁ ଧମକଚମକ ଦେଇ ନାହାନ୍ତି କିମ୍ବା ଅଡିଓରେ ମଧ୍ୟ ସେଭଳି ଉକ୍ତି ନାହିଁ ା ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କ ବିରୋଧରେ ଏଭଳି ଅପପ୍ରଚାର କରାଯାଉଛି ବୋଲି କହିଛନ୍ତି।
Posted inଆମ ଜିଲା ଖବର, କେନ୍ଦୁଝର, ରାଜ୍ୟ View All
ରାଜପଥରେ ଓଲଟିଲା କାର
ରୂପସା,୧୫।୬(ଡି.ଏନ୍.ଏ.): ବାଲେଶ୍ୱର ଜିଲା ୬୦ ନଂ. ଜାତୀୟ ରାଜପଥର ହଳଦୀପଦା ବାଇପାସଠାରେ ମଙ୍ଗଳବାର ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟିପଡିଛି । ଫଳରେ କାର ଡ୍ରାଇଭର...
ଆନ୍ଧ୍ରକୁ ଋଷିକୂଲ୍ୟା ନଦୀରୁ ବାଲି ଚୋରା ଚାଲାଣ: ଚଢାଉରେ ୩୦ ଗାଡ଼ି ଜବତ
ଛତ୍ରପୁର,୧।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାର ଋଷିକୁଲ୍ୟା ନଦୀରୁ ଆନ୍ଧ୍ରପ୍ରଦେଶକୁ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଛି। ଏହି ଚୋରା ଚାଲାଣ ପ୍ରାୟ ରାତ୍ର ସମୟରେ ଚାଲୁଥିବା...
ଓଡ଼ିଶା ତଟକୁ ସୁରକ୍ଷା ଦେବ ବନାନୀ
କେନ୍ଦ୍ରାପଡ଼ା ଅଫିସ,୭।୬: ଜାତୀୟ ଉଦ୍ୟାନ ଭିତରକନିକା ନିକଟରେ ମେ’ ୨୬ରେ ହୋଇଥିବା ସାମୁଦ୍ରିକ ଝଡ଼ ୟାସ୍ର ବେଗ ଘଣ୍ଟା ପ୍ରତି ୧୪୫ କି.ମି.ରୁ ଅଧିକ ଥିଲା।...
ଭାଜପା-ବିଜେଡିର ଟୁଇଟ୍ ଯୁଦ୍ଧ
ଭୁବନେଶ୍ୱର, ୨୪।୬(ବ୍ୟୁରୋ): ରାଜ୍ୟର ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ରହିବା ଏବଂ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟରକୁ ବାଦ୍ ଦିଆଯିବାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ଏହାକୁ ନେଇ...
ନୟାଗଡ଼ର ଦୁଇ ଖବରଦାତାଙ୍କ ଉପରେ ଆକ୍ରମଣକୁ ନିନ୍ଦା
ବାଲିଗୁଡ଼ା,୨୬ା୬(ଡି.ଏନ୍.ଏ.) ନୟାଗଡ଼ ଜିଲାର ଦୁଇ କାର୍ଯ୍ୟରତ ଖବରଦାତାଙ୍କ ଉପରେ ଅବକାରୀ ବିଭାଗର ଏଏସ୍ଆଇ ଆକ୍ରମଣ ଘଟଣାକୁ କନ୍ଧମାଳ ଜିଲା ଉତ୍କଳ ଖବରଦାତା ସଂଘ ପକ୍ଷରୁ ଦୃଢ଼...
ଚିଲିକାରେ ୧୦୬ ପ୍ରଜାତିର ୪୮,୭୨୮ ପକ୍ଷୀ
ବାଲୁଗଁା,୨ା୬(ଡି.ଏନ୍.ଏ.):ପ୍ରଚଣ୍ଡ ରୌଦ୍ରତାପ ସତ୍ତ୍ୱେ ନୀଳାମ୍ବୁ ଚିଲିକାରେ ଏବେ ୧୦୬ ପ୍ରଜାତିର ୪୮ହଜାର ୭୨୮ଟି ପକ୍ଷୀ ଅବସ୍ଥାନ କରିଛନ୍ତି। ବାଲୁଗଁା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ କରାଯାଇଥିବା ଗ୍ରୀଷ୍ମକାଳୀନ...
ବାଡ଼ିରେ ବୁଲୁଥିଲା ୫ ଫୁଟିଆ ନାଗ, ଆଉ ତା’ ପରେ
ବାଲେଶ୍ୱର ଅଫିସ,୨।୬: ବାଲେଶ୍ୱର ଜିଲାର ରାଇବଣିଆ ଥାନା ଅନ୍ତର୍ଗତ ଗୋପାଳପୁର ଗାଁରୁ ଏକ ନାଗ ସାପ ଉଦ୍ଧାର ହୋଇଛି। ଉକ୍ତ ଗାଁର ଜୟଦେବ ବେହେରାଙ୍କ ବାଡିରୁ...
ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ଜେଠୱା
କଟକ ଅଫିସ, ୨୬।୬: ଭିଜିଲାନ୍ସ ନିର୍ଦ୍ଦେଶକଭାବେ ବରିଷ୍ଠ ଆଇପିଏସ୍ ଅଫିସର ଯଶୱନ୍ତ ଜେଠୱା ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ସେ ବିଭାଗର ପୂର୍ବତନ...


