E-Paper
  • logo
  • Tuesday 27th January 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଜାତୀୟ

ଅଗଷ୍ଟରେ ଦ୍ୱିତୀୟ ଦେଶୀ ଟିକା
7:54 amJune 4, 2021

ନୂଆଦିଲ୍ଲୀ, ୪।୬(ଆଇଏଏନ୍‌ଏସ୍‌):କରୋନା ମହାମାରୀ ମୁକାବିଲାରେ ସାମିଲ ହେବାକୁ ଯାଉଛି ଭାରତ ନିର୍ମିତ ଦ୍ୱିତୀୟ ଟିକା ‘କର୍ବେଭାକ୍ସ’। ହାଇଦ୍ରାବାଦର ବାୟୋଲୋଜିକାଲ-ଇ ପ୍ରସ୍ତୁତ କରୁଥିବା ଏହି ଦେଶୀ ଟିକାର ଚୂଡ଼ାନ୍ତ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ଚାଲିଛି। ତେବେ ପ୍ରଥମ ଓ ଦ୍ୱିତୀୟ ପରୀକ୍ଷାରେ ପ୍ରଭାବ ଭଲ ରହିଥିବାରୁ ଆସନ୍ତା ଅଗଷ୍ଟ ସୁଦ୍ଧା ଏହା ବଜାରରେ ଉପଲବ୍ଧ ହେବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛିି। ଇତିମଧ୍ୟରେ କେନ୍ଦ୍ର ସରକାର ଉକ୍ତ କମ୍ପାନୀଠାରୁ ୩୦ କୋଟି ଡୋଜ୍‌ ଟିକା କିଣିବା ପାଇଁ ଚୁକ୍ତି ସ୍ବାକ୍ଷର କରିଛନ୍ତି। ଏ ବାବଦରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ୧,୫୦୦ କୋଟି ଟଙ୍କା ଅଗ୍ରିମ ପୈଠ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। କର୍ବେଭାକ୍ସ ହେଉଛି ରିସେପ୍ଟର ବାଇଣ୍ଡିଂ ଡୋମେନ୍‌ (ଆର୍‌ବିଡି) ପ୍ରୋଟିନ୍‌ ସବ୍‌ୟୁନିଟ୍‌ ଟିକା। ଆମେରିକାର ଟେକ୍ସାସ୍‌ସ୍ଥିତ ବେଲୋର କଲେଜ୍‌ ଅଫ୍‌ ମେଡିସିନ (ବିସିଏମ୍‌) ସହ ମିଳିତ ଭାବେ ବାୟୋଲୋଜିକାଲ-ଇ ଏହି ଟିକାକୁ ବିକଶିତ କରିଛି।
ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ଏବଂ ଭାରତ ବାୟୋଟେକ୍‌ ପକ୍ଷରୁ ମିଳିତ ଭାବେ ପ୍ରସ୍ତୁତ କୋଭାକ୍ସିନ୍‌ ପରେ କର୍ବେଭାକ୍ସ ହେଉଛି ସ୍ବଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଭାରତର ଦ୍ୱିତୀୟ କୋଭିଡ୍‌ ଟିକା। ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ଆବଶ୍ୟକ ଡୋଜ୍‌ ଉତ୍ପାଦନ ହୋଇଯିବ ଏବଂ ଆଗାମୀ କିଛି ମାସରେ ଏହା ଉପଲବ୍ଧ ହେବ ବୋଲି ମନ୍ତ୍ରଣାଳୟ କହିଛି। ଟିକା ଅଭାବକୁ ନେଇ କେନ୍ଦ୍ର ସରକାର ସମାଲୋଚିତ ହୋଇଥିବାବେଳେ ଏହି ଦ୍ୱିତୀୟ ଦେଶୀ ଭାକ୍ସିନ ଟିକାକରଣ ଅଭିଯାନକୁ ଆଗେଇ ନେବାରେ ସହାୟକ ହେବ ବୋଲି କୁହାଯାଉଛି। ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ବାୟୋଟେକ୍‌ନୋଲୋଜି ବିଭାଗ ବାୟୋଲୋଜିକାଲ-ଇକୁ ୧୦୦ କୋଟି ଟଙ୍କା ଆର୍ଥିକ ସହାୟତା ଯୋଗାଇଦେଇଥିଲା। ନୂଆ କୋଭିଡ୍‌ ଭାକ୍ସିନକୁ ସହାୟତା ପାଇଁ ଏହା ସରକାରଙ୍କ ମିଶନ୍‌ର ଅଂଶବିଶେଷ। ଉକ୍ତ ଟିକାକୁ ଭାକ୍ସିନ୍‌ ଆଡମିନିଷ୍ଟ୍ରେଶନ ଜାତୀୟ ବିଶେଷଜ୍ଞ ଗୋଷ୍ଠୀର ଅନୁମୋଦନ ପାଇଁ ସୁପାରିସ କରାଯାଇଛି। ଏହା ବ୍ୟତୀତ ବାୟୋଲୋଜିକାଲ-ଇ ଜନ୍‌ସନ ଆଣ୍ଡ ଜନ୍‌ସନ କମ୍ପାନୀ ଟିକା ବାର୍ଷିକ ୬୦ କୋଟି ଡୋଜ୍‌ ପ୍ରସ୍ତୁତ କରିବା ଲାଗି ଅନ୍ୟ ଏକ ଚୁକ୍ତି ସ୍ବାକ୍ଷର କରିଛି। ଭାରତରେ ଏମ୍‌ଆର୍‌ଏନ୍‌ଏ କୋଭିଡ୍‌-୧୯ ଟିକା ଉତ୍ପାଦନ ପାଇଁ ଉକ୍ତ କମ୍ପାନୀ ପ୍ରୋଭିଡେନ୍ସ ଥେରାପ୍ୟୁଟିକ୍ସ ହେଲ୍ଡିଂସ୍‌ ସହ ଚୁକ୍ତି ସ୍ବାକ୍ଷର କରିଥିଲା। ପ୍ରକାଶ ଯେ ବର୍ତ୍ତମାନ ସୁଦ୍ଧା ଭାରତରେ ୩ ପ୍ରକାର କୋଭିଡ୍‌ ଟିକା ଉପଲବ୍ଧ ହେଉଛି। କୋଭିଶିଲ୍ଡ ବ୍ରିଟେନରେ ବିକଶିତ ହୋଇଥିବାବେଳେ ପୁଣେର ସିରମ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ (ଏସ୍‌ଆଇଆଇ) ଏହାକୁ ଉତ୍ପାଦନ କରୁଛି। ସେହିପରି ରୁଷିଆରେ ବିକଶିତ ‘ସ୍ପୁଟ୍‌ନିକ-ଭି’ର ଭାରତୀୟ ଉତ୍ପାଦନକାରୀ କମ୍ପାନୀ ହେଉଛି ହାଇଦ୍ରାବାଦର ଡକ୍ଟର ରେଡ୍ଡୀସ୍‌।


[mc4wp_form id="252536"] All Right Reserved By Dharitri.Com

Posted inଜାତୀୟ View All

ସାଢ଼େ ୧୮ କୋଟିରେ କାହିଁକି କିଣାଗଲା ରାମମନ୍ଦିର ଜମି: କେନ୍ଦ୍ର-ଆରଏସ୍‌ଏସ୍‌କୁ ରିପୋର୍ଟ ପଠାଇଲା ଟ୍ରଷ୍ଟ୍‌…

ଅଯୋଧ୍ୟା,୧୫।୬: ରାମମନ୍ଦିର ପାଇଁ ଜମି କାହିଁକି ସାଢ଼େ ୧୮ କୋଟି ଟଙ୍କାରେ କିଣାଗଲା ସେ ନେଇ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍‌ ପକ୍ଷରୁ ରିପୋର୍ଟ...

ଭାଜପା ନେତାଙ୍କ ଝିଅଙ୍କୁ ନିସ୍ତୁକ ମାଡ଼ ପରେ ହତ୍ୟା

ରାଞ୍ଚି, ୯।୬: ଝାଡ଼ଖଣ୍ଡର ପାଲାମୁ ଜିଲାର ଲାଲିମାଟି ଜଙ୍ଗଲରୁ ବୁଧବାର ୧୬ ବର୍ଷୀୟା ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ସ୍ଥାନୀୟ ଭାଜପା ନେତାଙ୍କ ଝିଅ...

ସଂସଦରେ ଯୋଗ ଶିକ୍ଷା ଦେବେ ପ୍ରଜ୍ଞା

ଜୁନ୍‌ ୨୧ରେ ବିଶ୍ୱବ୍ୟାପୀ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବ। ଏହି ଅବସରରେ ଲୋକ ସଭା ସେକ୍ରେଟାରିଏଟ୍‌ ପକ୍ଷରୁ ସାଂଦସମାନଙ୍କୁ ଯୋଗ ଶିକ୍ଷାର ଆୟୋଜନ କରାଯାଇଛି।...

ସୁଶାନ୍ତଙ୍କ ବାପାଙ୍କ ଆବେଦନ ଖାରଜ

ନୂଆଦିଲ୍ଲୀ, ୧୦ା୬: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଉପରେ ଅଧାରିତ ଫିଲ୍ମ ‘ନ୍ୟାୟ: ଦ ଜଷ୍ଟିସ୍‌’, ‘ସୁଇସାଇଡ୍‌ ଅର୍‌ ମର୍ଡର: ଏ ଷ୍ଟାର ଓ୍ବାଜ୍‌...

ପ୍ରଥମ ଡୋଜ୍‌ ଟିକାକରଣ: ଆମେରିକାକୁ ଟପିଲା ଭାରତ

ନୂଆଦିଲ୍ଲୀ, ୪।୬: କୋଭିଡ୍‌-୧୯ ଟିକା ପ୍ରଥମ ଡୋଜ୍‌ ଦେବାରେ ଭାରତ ଆମେରିକାକୁ ଟପିଯାଇଛି। ଆମେରିକାରେ ୧୬.୯ କୋଟି ଲୋକଙ୍କୁ ପ୍ରଥମ ଡୋଜ୍‌ ଦିଆଯାଇଥିବା ବେଳେ ଭାରତରେ...

ଅମିତ ଶାହାଙ୍କ ଘରେ ପହଞ୍ଚିଲେ ଜିତିନ୍‌ ପ୍ରସାଦ: ଭାଜପାରେ ହୋଇପାରନ୍ତି ସାମିଲ୍‌

ନୂଆଦିଲ୍ଲୀ,୯।୬। କଂଗ୍ରେସକୁ ପୁଣି ଲାଗିପାରେ ଝଟ୍‌କା। ଜ୍ୟୋର୍ତିଆଦିତ୍ୟ ସିନ୍ଧିଆଙ୍କ ପରେ ଏବେ ଦଳ ଛାଡିଆପାରନ୍ତି ଆଉ ଜଣେ ହେବିଓ୍ବେଟ୍‌। କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ...

ସୋମବାରଠାରୁ ସାବାଳକଙ୍କୁ ମାଗଣା ଟିକା

ନୂଆଦିଲ୍ଲୀ, ୨୦।୬: କେନ୍ଦ୍ର ସରକାରଙ୍କ ନୂଆ ଟିକା ନୀତି ଅନୁଯାୟୀ ସୋମବାରଠାରୁ ୧୮ରୁ ୪୪ ବର୍ଷ ବୟସ ବର୍ଗର ହିତାଧିକାରୀଙ୍କୁ ମାଗଣାରେ କୋଭିଡ୍‌ ଟିକା ଦିଆଯିବ।...

ଭାଜପାକୁ ମିଳିଛି ୨୭୬.୪୫ କୋଟି ଚାନ୍ଦା

ନୂଆଦିଲ୍ଲୀ, ୨୪।୬(ପି.ଟି.): ୨୦୧୯-୨୦ ଆର୍ଥତ୍କ ବର୍ଷରେ ଭାଜପାକୁ ଇଲେକ୍ଟୋରାଲ ଟ୍ରଷ୍ଟରୁ ସର୍ବାଧିକ ୨୭୬.୪୫ କୋଟି ଟଙ୍କା ଚାନ୍ଦା ମିଳିଛି। ସବୁ ରାଜନୈତିକ ଦଳଙ୍କୁ ମିଳିଥିବା ମୋଟ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
‘କୋର୍ଟରେ ସମୟ ନଷ୍ଟ ନ କରି ମହାମାରୀର ଉପଶମ ଖୋଜ’
Next Post Next post:
ନୀତି ଆୟୋଗ ଏସ୍‌ଡିଜି ସୂଚକାଙ୍କ: ଓଡ଼ିଶା ର଼୍ୟାଙ୍କ୍‌ ଖସିଲା

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts