ମୁମ୍ବାଇ, ୩।୬(ପି.ଟି.)- ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ୩ ମ୍ୟାଚ ବିଶିଷ୍ଟ ହେବା ଉଚିତ। ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁ ଥିବା ଉଦ୍ଘାଟନୀ ସଂସ୍କରଣର ଫାଇନାଲ ୧ ମ୍ୟାଚ ବିଶିଷ୍ଟ। ମାତ୍ର ଏପରି ହେବା ଉଚିତ ନୁହେଁ ବୋଲି ଟିମ୍ ଇଣ୍ଡିଆ କୋଚ୍ ରବି ଶାସ୍ତ୍ରୀ ପ୍ରକାଶ କରିଛନ୍ତି। ଭାରତ ଗୁରୁବାର ବିଳମ୍ବିତ ରାତିରେ ୟୁନାଇଟେଡ କିଙ୍ଗ୍ଡମ୍ ଅଭିମୁଖେ ଯାତ୍ରା କରିବ। ସାଉଥାମ୍ପଟନଠାରେ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ଜୁନ୍ ୧୮ରୁ ଆରମ୍ଭ ହେବ। ଏହାପରେ ଭାରତ ଅଗଷ୍ଟ ୪ରୁ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ।
ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍କୁ ଯଦି ଦୀର୍ଘକାଳୀନଭିତ୍ତିରେ କରାଯାଏ ତେବେ ବେଷ୍ଟ ଅଫ୍ ଥ୍ରୀ ଫାଇନାଲ ଉପଯୁକ୍ତ ହେବ। ଏହା ହେଲେ ଦୁଇ ଦଳ ପରାକାଷ୍ଠା ଦେଖାଇବାର ସୁଯୋଗ ପାଇବେ ବୋଲି ଶାସ୍ତ୍ରୀ ବୁଧବାର ଇଂଲଣ୍ଡ ଗସ୍ତ ପୂର୍ବ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଏଥିପାଇଁ ଫ୍ୟୁଚର ଟୁର୍ସ ପ୍ରୋଗ୍ରାମ (ଏଫ୍ଟିପି) ପ୍ରସ୍ତୁତ ହେବା ଆବଶ୍ୟକ। ଗୋଟିଏ ମ୍ୟାଚରେ ଏକ ଦଳର ଦକ୍ଷତା ମପାଯାଇ ପାରିବ ନାହିଁ। ଦେଶରେ କ୍ୱାରାଣ୍ଟାଇନ୍ ଅବଧି ଶେଷ କରିବା ପରେ ଭାରତୀୟ ଦଳ ୟୁକେ ଯିବାକୁ ପ୍ରସ୍ତୁତ। ସେଠାରେ ପହଞ୍ଚତ୍ବା ପରେ ୟୁକେ ସରକାରଙ୍କ ନିୟମ ଅନୁସାରେ କ୍ୱାରାଣ୍ଟାଇନ୍ରେ ଖେଳାଳିମାନେ ରହିବେ। ମାତ୍ର ନ୍ୟୁଜିଲାଣ୍ଡ ବହୁ ପୂର୍ବରୁ ୟୁକେରେ ପହଞ୍ଚତ୍ ଇଂଲଣ୍ଡ ବିପକ୍ଷରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ଆରମ୍ଭ କରିଛି। ଫଳରେ ଏହି ଦଳକୁ ଭଲ ମ୍ୟାଚ ଅଭ୍ୟାସ ମିଳିଛି। ଶାସ୍ତ୍ରୀ କହିଛନ୍ତି ଯେ ପ୍ରଥମଥର ପାଇଁ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ହେଉଛି। ଏହା ନିଶ୍ଚିତ ବଡ଼ ଗେମ୍। ଏହା ଏପରି ଏକ ଫର୍ମାଟ ଯେଉଁଥିରେ କି ଦଳ ପରୀକ୍ଷାର ସମ୍ମୁଖୀନ ହୋଇଥାଏ। ଏହା ୩ ଦିନ କିମ୍ବା ୩ ମାସରେ ହୋଇ ନ ଥାଏ। ୨ ବର୍ଷରୁ ଊର୍ଦ୍ଧ୍ୱ ଖେଳିବା ପରେ ଏପରି ଏକ ସମୟ ଆସିଥାଏ। ଏହି ସମୟ ମଧ୍ୟରେ ପୂରା ବିଶ୍ୱରେ ଦଳଗୁଡ଼ିକ ପରସ୍ପର ବିପକ୍ଷରେ ଖେଳିଥାନ୍ତି। ସର୍ବାଧିକ ପଏଣ୍ଟପ୍ରାପ୍ତ ଦଳ ହିଁ ଫାଇନାଲ ଖେଳିବାକୁ ଯୋଗ୍ୟ ହୋଇଥାଏ।
ଧାଓ୍ବନଙ୍କୁ ନେତୃତ୍ୱ: ଭାରତୀୟ ଦଳରେ ୬ ନୂଆ ମୁହଁ
ମୁମ୍ବାଇ,୧୦।୬: ଜୁଲାଇରେ ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଓ ଟି୨୦ ସିରିଜ୍ ଲାଗି ଗୁରୁବାର ଭାରତୀୟ ଦଳ ଘୋଷିତ ହୋଇଯାଇଛି। ବରିଷ୍ଠ ଓପନର...
ସବୁ ସ୍ପିନର୍ ବିବାହ କରିବା ଉଚିତ୍; କାହିଁକି ଏମିତି କହିଲେ ଚହଲ
ଭାରତୀୟ ସ୍ପିନର ୟୁଜଭେନ୍ଦ୍ର ଚହଲ ସୋସିଆଲ ମିଡିଆରେ ଅନ୍ୟ କ୍ରିକେଟରଙ୍କ ପୋଷ୍ଟ ଉପରେ ମଜାଳିଆ ମନ୍ତବ୍ୟ ଦିଅନ୍ତି। ସେ ନିଜେ ବହୁତ ସକ୍ରିୟ ରୁହନ୍ତି, ତାଙ୍କ...
ସ୍ବତନ୍ତ୍ର ଦିନକୁ ସ୍ମରଣୀୟ କରିପାରିଲେ ନାହିଁ ବିରାଟ କୋହଲି: ଆଇପିଏଲ୍ ସାଥୀ ଖେଳାଳି କରିଦେଲେ ଫିକା
ସାଉଥମ୍ପଟନ,୨୦।୬: ଭାରତୀୟ ଅଧିନାୟକ ବିରାଟ କୋହଲି ଆଜି ତାଙ୍କ ଟେଷ୍ଟ କ୍ୟାରିୟରର ୧୦ ବର୍ଷ ପୂରଣ କରିଛନ୍ତି। ଆଜି ତାଙ୍କ ପାଇଁ ଏକ ସ୍ବତନ୍ତ୍ର ଦିନ।...
ଅଭ୍ୟାସ ପାଇଁ ସମୟ ନ ଥିବାରୁ ଚିନ୍ତିତ ନୁହେଁ : କୋହଲି
ମୁମ୍ବାଇ,୨।୬ : ଆସନ୍ତା ୧୮ ତାରିଖରେ ସାଉଥାମ୍ପଟନଠାରେ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଖେଳାଯିବ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲ। ଏଥି ପୂର୍ବରୁ ଅଭ୍ୟାସ...
ମାଳବିକା ଜିତିଲେ ଟାଇଟଲ
କନାସ୍ (ଲିଥୁଆନିଆ), ୧୪ା୬ (ପି.ଟି.)-ଭାରତର ମାଳବିକା ବନସୋଡ୍ ଏଠାରେ ଚାଲିଥିବା ଆରଏସ୍ଏଲ୍ ଲିଥୁଆନିଆନ ଇଣ୍ଟରନ୍ୟାଶନାଲ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟ ମହିଳା ସିଙ୍ଗଲ୍ସ ଚାମ୍ପିୟନ ହୋଇଛନ୍ତି। ଫାଇନାଲରେ...
ଅଲିମ୍ପିକ ପ୍ରସ୍ତୁତି ପାଇଁ ବିସିସିଆଇ ଦେବ ୧୦ କୋଟି
ନୂଆଦିଲ୍ଲୀ, ୨୧ା୬(ପି.ଟି.)-ଅଲିମ୍ପିକ୍ସରେ ଭାଗନେବାକୁ ଥିବା ଭାରତୀୟ ଆଥ୍ଲେଟମାନଙ୍କ ଟ୍ରେନିଂ ଓ ପ୍ରସ୍ତୁତି ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୧୦ କୋଟି ଟଙ୍କା ସହାୟତା...
କ୍ରାକ୍ଜିକ୍-ସାଲିସବୁରୀ ଚାମ୍ପିୟନ
ପ୍ୟାରିସ, ୧୧।୬- ଆମେରିକାର ଡେଜାରେ କ୍ରାକ୍ଜିକ୍ ଓ ବ୍ରିଟେନର ଜୋ ସାଲିସବୁରୀ ଚଳିତ ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ମିକ୍ସଡ ଡବଲ୍ସ ଚାମ୍ପିୟନ ହୋଇଛନ୍ତି। ଗୁରୁବାର ଅନୁଷ୍ଠିତ...
ଏମିତି ଛକା ମାରିଲେ କ୍ରିକେଟର୍, ନିଜର ହେଲା କ୍ଷତି
କ୍ରିକେଟରେ ଜଣେ ବ୍ୟାଟ୍ସମ୍ୟାନ ଛକା ମାରିଲେ ବଲ ସୀମା ବାହାରେ ବସିଥିବା ଜଣେ ବ୍ୟକ୍ତିଙ୍କ ଉପରେ ପଡିବା ନୂଆକଥା ନୁହେଁ। କ୍ରିକେଟରେ ଏପରି ଅନେକ ଉଦାହରଣ...


