ବଲିଉଡ୍ର ଦବଙ୍ଗ ଷ୍ଟାର୍ ସଲମାନ ଖାନ ତାଙ୍କର ୩୨ ବର୍ଷର କ୍ୟାରିୟରରେ ପ୍ରଥମ ଥର ପାଇଁ ଏମିତି ଏକ ଫିଲ୍ମ କରିବାକୁ ଯାଉଛନ୍ତି, ଯାହା ସେ ପୂର୍ବରୁ କରିନାହାଁନ୍ତି । ପ୍ରଥମ ଥର ପାଇଁ ସେ ଏକ ବାୟୋପିକ ଫିଲ୍ମ କରିବାକୁ ଯାଉଛନ୍ତି। ବଲିଉଡର ଭାଇଜାନ ସଲ୍ଲୁଙ୍କ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟ ପ୍ରବଳ ଉତ୍କଣ୍ଠା ରହିଥାଏ। କମେଡି, ଡ୍ରାମା, ଆକ୍ସନ, ରୋମାଣ୍ଟିକ ଚଳଚ୍ଚିତ୍ର କରିବା ପରେ ସେ ଏବେ ନିର୍ଦ୍ଦେଶକ ରାଜକୁମାର ଗୁପ୍ତାଙ୍କ ଆଗାମୀ ଚଳଚ୍ଚିତ୍ରରେ ‘ବ୍ଲାକ ଟାଇଗର’ ଭାବରେ ଜଣାଶୁଣା ଭାରତୀୟ ଗୁପ୍ତଚର ରବିନ୍ଦ୍ର କୌଶିକଙ୍କ ଭୂମିକାରେ ଅଭିନୟ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହି ପ୍ରୋଜେକ୍ଟ ପ୍ରାଥମିକ ପର୍ଯ୍ୟାୟରେ ଅଛି।
ଏହି ଚଳଚ୍ଚିତ୍ରଟି ଭାରତୀୟ ଗୁପ୍ତଚର ରବିନ୍ଦ୍ର କୌଶିକଙ୍କ ଜୀବନୀ ଉପରେ ଆଧାରିତ। ରବିନ୍ଦ୍ରଙ୍କୁ ଭାରତର ସର୍ବଶ୍ରେଷ୍ଠ ଗୁପ୍ତଚର ଭାବରେ ବିବେଚନା କରାଯାଏ, ସେ ବ୍ଲାକ ଟାଇଗର ଭାବରେ ଜଣାଶୁଣା। ରାଜକୁମାର ଗୁପ୍ତା ଗତ ୫ ବର୍ଷ ଧରି ତାଙ୍କ ଜୀବନ ଉପରେ ଗବେଷଣା କରୁଛନ୍ତି ଏବଂ ଶେଷରେ ସେ ଏକ ସ୍କ୍ରିପ୍ଟ ପ୍ରସ୍ତୁତ କରିଛନ୍ତି, ଯାହାକୁ ସେ ପରଦାରେ ଆଣିବାକୁ ଚାହୁଁଛନ୍ତି। ସେ ଏହି ସ୍କ୍ରିପ୍ଟକୁ ସଲମାନଙ୍କୁ କିଛି ଦିନ ପୂର୍ବରୁ ଶୁଣାଇଥିଲେ, ଯାହା ପରେ ସଲମାନ ଏହି ଚଳଚ୍ଚିତ୍ରରେ କାମ କରିବାକୁ ସମ୍ମତି ପ୍ରଦାନ କରିଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.