E-Paper
  • logo
  • Saturday 28th March 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଆମ ଜିଲା ଖବର, ଯାଜପୁର

ବର୍ଜ୍ୟଜଳରେ ହନ୍ତସନ୍ତ ସହରବାସୀ
10:43 amJune 5, 2021

ଯାଜପୁର ଅଫିସ୍‌, ୫।୬: ରାଜ୍ୟର ବିଭିନ୍ନ ସହରରୁ ନିର୍ଗତ ବର୍ଜ୍ୟଜଳକୁ ବୈଜ୍ଞାନିକ ପଦ୍ଧତିରେ ବିଶୋଧନ ଓ ପ୍ରକ୍ରିୟାକରଣ ନ କରି ବାହାରକୁ ଛଡ଼ାଯାଉଥିବାରୁ ତାହା ସୁସ୍ଥ ପରିବେଶ ପାଇଁ ବିପଦ ହୋଇଛି। ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗରୁ ପ୍ରାପ୍ତ ତଥ୍ୟ ଅନୁଯାୟୀ ୧୧୪ ସହରାଞ୍ଚଳରୁ ଦୈନିକ ୨୧୦୩.୧୪ ଟନ କଠିନ ବର୍ଜ୍ୟବସ୍ତୁ ନିର୍ଗତ ହେଉଛି। ଏହାବାଦ୍‌ ୧୪୨୫ କିଲୋଲିଟର ପର୍‌ ଡେ (କେଏଲ୍‌ଡି) ସେପ୍ଟିକ ଟ୍ୟାଙ୍କର ମଳପଙ୍କ (ସେପ୍ଟେଜ୍‌) ସୁପରିଚାଳନା ନିମନ୍ତେ ଦୈନିକ ୨୦୩୭ କିଲୋଲିଟର କ୍ଷମତା ବିଶିଷ୍ଟ ୧୧୮ ସେପ୍ଟେଜ୍‌ ଟ୍ରିଟମେଣ୍ଟ ପ୍ଲାଣ୍ଟ (ଏସ୍‌ଟିପି) ନିର୍ମାଣ କରାଯାଉଛି। ଏଥିମଧ୍ୟରୁ ୧୪ଟି ଏସ୍‌ଟିପି କାର୍ଯ୍ୟକ୍ଷମ କରାଯାଇଛି ବୋଲି କୁହାଯାଉଛି। ଦୀର୍ଘଦିନ ହେଲା ଅବଶିଷ୍ଟ ପ୍ରକଳ୍ପଗୁଡିକର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁନାହିଁ। ଏଭଳି ଅବହେଳା ଯୋଗୁ ସହରବାସୀ ହନ୍ତସନ୍ତ ହେଉଛନ୍ତି। ସମ୍ପୃକ୍ତ ମ୍ୟୁନିସିପାଲିଟି ଓ ଏନ୍‌ଏସିଗୁଡ଼ିକ କେବଳ ଅବହେଳା କରୁନାହାନ୍ତି, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି)ର ତାଗିଦକୁ ମଧ୍ୟ ବେଖାତିର କରୁଛନ୍ତି।
ପ୍ରମୁଖ ଶିଳ୍ପାଞ୍ଚଳ ସମ୍ବଲପୁର ଓ ରାଉରକେଲା କଥା ଦେଖିଲେ, ଏହି ୨ ସହରରୁ ନିର୍ଗତ ବର୍ଜ୍ୟଜଳକୁ ବିଶୋଧନ କରିବାକୁ ଗୋଟିଏ ଲେଖାଏ ୪୦ ଏମ୍‌ଏଲ୍‌ଡି(ମିଲିୟନ ଲିଟର ପର୍‌ ଡେ) କ୍ଷମତା ବିଶିଷ୍ଟ ସିୱେଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ୨୦୧୬ ଡିସେମ୍ବରରୁ ନିର୍ମାଣ କରାଯାଉଛି। ତାହା ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ୨୦୧୧ ଜନସଂଖ୍ୟା ଆକଳନ ଅନୁସାରେ ସମ୍ବଲପୁର ସହରରୁ ଦୈନିକ ୪୩.୫୧ ଏମ୍‌ଏଲ୍‌ଡି ଓ ରାଉରକେଲାରୁ ୩୫.୬୫ ଏମ୍‌ଏଲ୍‌ଡି ବର୍ଜ୍ୟଜଳ ନିର୍ଗତ ହେଉଛି। ଯାଜପୁର ପୌରାଞ୍ଚଳରୁ ୯ କେଏଲ୍‌ଡି ଓ ବ୍ୟାସନଗର ପୌରାଞ୍ଚଳରୁ ୧୪ କେଏଲ୍‌ଡି ବର୍ଜ୍ୟଜଳ ନିର୍ଗତ ହେଉଛି। ଏହି ଦୁଇ ସହରରେ ୨୦ ଓ ୩୦ କେଏଲ୍‌ଡି କ୍ଷମତା ବିଶିଷ୍ଟ ସିୱେଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ଚାଲିଛି। ତେବେ ବ୍ୟାସନଗର ପୌରାଞ୍ଚଳରେ ସମ୍ପୂର୍ଣ୍ଣ ଭାବେ ଡ୍ରେନେଜ ବ୍ୟବସ୍ଥା ଓ ବହିର୍ଗମନ ପଥ ଅଗ୍ରାଧିକାର ଭିତ୍ତିରେ ନିର୍ମାଣ ହେଉ ନ ଥିବାରୁ ସହରର ପରିମଳ ଓ ଡ୍ରେନେଜ ବ୍ୟବସ୍ଥା ସାଂଘାତିକ ହୋଇପଡ଼ିଛି। ସହରର ଡିଗିସାହି, ଉମାପଦା, ହାଉସିଂବୋର୍ଡ କଲୋନୀ ଆଦି ଅଞ୍ଚଳରେ ନର୍ଦ୍ଦମା ପାଣି ରାସ୍ତାରେ ଜମି ରହିବା ସହ ଘର ଭିତରକୁ ପଶି ଜଳ ପ୍ରଦୂଷଣକୁ ଉକତ୍ଟ କରୁଛି। ରାଜ୍ୟରେ ଯେଉଁ ସହରରେ ଏସ୍‌ଟିପି ଏବଂ ସିୱେଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ କାର୍ଯ୍ୟକାରୀ ହୋଇନାହିଁ ସେଠାରେ ଅନୁରୂପ ପରିସ୍ଥିତି ଦେଖାଦେଉଛି। ସହରର ସ୍ବଚ୍ଛ ଓ ସୁସ୍ଥ ପରିମଳ ପ୍ରତ୍ୟେକ ସ୍ବାୟତ୍ତ ଶାସନ ସଂସ୍ଥାର ମୌଳିକ ଦାୟିତ୍ୱ । କିନ୍ତୁ କୌଣସି ଜିଲାପାଳ କିମ୍ବା ଲୋକ ପ୍ରତିନିଧି ଏଥିପ୍ରତି ଦୃଷ୍ଟି ନ ଦେବା ବିଡ଼ମ୍ବନା ଛଡ଼ା ଅନ୍ୟ କିଛି ନୁହେଁ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।


[mc4wp_form id="252536"] All Right Reserved By Dharitri.Com

Posted inଆମ ଜିଲା ଖବର, ଯାଜପୁର View All

ମୁଢ଼ି ବସ୍ତାରେ ଗଞ୍ଜେଇ ଚାଲାଣ

ଜୟପୁର,୭ା୬: ଅଭିନବ ଉପାୟରେ ମୁଢ଼ି ବସ୍ତା ଭିତରେ ଗଞ୍ଜେଇ ଚାଲାଣ ବେଳେ କୋରାପୁଟ ଜିଲା ଜୟପୁର ସଦର ପୋଲିସ ଚଢାଉ କରି ଏହାକୁ ଧରିଛି। ପ୍ରାୟ...

ଆଉ ୧୦ ଦିନ ପରେ ହୋଇଥାନ୍ତା ବାହାଘର: କରୋନା ନେଇଗଲା ଜୀବନ

ବାଉଁଶୁଣୀ,୧୨ା୬: ବାହାଘର ଥିଲା ଆଉ ୧୦ ଦିନ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା। ହେଲେ ବାହା ହେବାକୁ ଥିବା ଯୁବକ ଜଣକ କରୋନାରେ...

ଦମ୍ପତିଙ୍କୁ ନିଶା ସ୍ପ୍ରେ ଘରୁ ନେଇଗଲେ ଲକ୍ଷାଧିକ ଟଙ୍କା, ଆଉ ତା ପରେ

ବାଲେଶ୍ୱର ଅଫିସ,୧୭।୬: ବାଲେଶ୍ବର ଜିଲା ସୋର ଥାନା ବ୍ରାହ୍ମଣସାହି ଗାଁରେ ବୁଧବାର ବିଳମ୍ବିତ ରାତିରେ ଲୁଟ୍‌ ହୋଇଛି। କେତେକ ଦୁର୍ବୃତ୍ତ ଘରେ ପଶି ପରିବାର ଲୋକଙ୍କୁ...

ଆନ୍ଧ୍ରକୁ ଋଷିକୂଲ୍ୟା ନଦୀରୁ ବାଲି ଚୋରା ଚାଲାଣ: ଚଢାଉରେ ୩୦ ଗାଡ଼ି ଜବତ

ଛତ୍ରପୁର,୧।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଋଷିକୁଲ୍ୟା ନଦୀରୁ ଆନ୍ଧ୍ରପ୍ରଦେଶକୁ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଛି। ଏହି ଚୋରା ଚାଲାଣ ପ୍ରାୟ ରାତ୍ର ସମୟରେ ଚାଲୁଥିବା...

ଦ୍ୱିତୀୟ ଲହରରେ ଗଞ୍ଜାମରୁ ୩୯ ଜଣଙ୍କ ମୁଣ୍ଡ ନେଲାଣି କରୋନା

ଛତ୍ରପୁର,୪।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଆଉ ୨ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ କରୋନାର ଦ୍ୱିତୀୟ ଲହରରେ ଗଞ୍ଜାମ ଜିଲାରୁ ୩୯ ଜଣଙ୍କ ଜୀବନ...

ଗୋଟିଏ ପରିବାର ୩ ଜଣଙ୍କୁ ଛୁରାମାଡ଼

ଝାରସୁଗୁଡା ଅଫିସ୍‌,୨୬।୬: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଓରିଏଣ୍ଟ ଥାନା ଅଧୀନ ଶାସ୍ତ୍ରୀନଗରରେ ଗୋଟିଏ ପରିବାର ୩ ଜଣଙ୍କୁ ଜଣେ ଯୁବକ ଛୁରା ମାଡ଼ କରିଛନ୍ତି। ଏଥିରେ...

କଙ୍ଗାରୁ କୋର୍ଟରେ ସାକ୍ଷୀ ଦେବାରୁ ଯୁବକଙ୍କୁ ହତ୍ୟା

ଜୟପୁର,୧୧ା୬: ଜୟପୁର ସଦର ଥାନା ଅଧୀନ କଣ୍ଡାପୁଟ ଜଙ୍ଗଲରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାର ରହସ୍ୟ ଉନ୍ମୋଚନ କରିଛି ଜୟପୁର ସଦର ପୋଲିସ।...

ଅନିଶ୍ଚିତତାରେ ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା

କେନ୍ଦ୍ରାପଡ଼ା ଅଫିସ,୩।୬: ଶ୍ରୀଜଗନ୍ନାଥ ସଂସ୍କୃତିରେ ଶ୍ରୀକ୍ଷେତ୍ର ପରେ ତୁଳସୀକ୍ଷେତ୍ରର ଗୁରୁତ୍ୱ ଯଥେଷ୍ଟ ଅଧିକ। ପୁରୀରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପରଦିନ ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
୭ରୁ ପ୍ରାକ୍‌ ମୌସୁମୀ ବର୍ଷା
Next Post Next post:
ପୁରସ୍କୃତ ହେବେ ୧୫୫ ପ୍ରକୃତିମିତ୍ର, ୧୬୮ ପ୍ରକୃତିବନ୍ଧୁ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts