ଓ୍ବାଶିଂଟନ,୨୧।୬: ଚାଇନା ନିଜର ସାମୁଦ୍ରିକ ଶକ୍ତି ବୃଦ୍ଧି କରିବାରେ ଲାଗିଛି। ଏପରିସ୍ଥଳେ ଆମେରିକା ନିଜର ଶକ୍ତି ପ୍ରଦର୍ଶନ କରିବା ସହିତ ସମୁଦ୍ରରେ ୧୮ ହଜାର କିଲୋଗ୍ରାମ୍ର ବିରାଟ ବୋମା ପରୀକ୍ଷା କରିଛି। ଆମେରିକା ନୌସେନାର ଏୟାର କ୍ରାଫ୍ଟ କ୍ୟାରିଅର ଗେର୍ଲାଡ ଫୋର୍ଡ ଦ୍ୱାରା ବୋମାକୁ ଅଥଳ ସମୁଦ୍ର ଗର୍ଭରେ ପରୀକ୍ଷଣ କରାଯାଇଛି। ଏହାଯୋଗୁ ସୃଷ୍ଟି ହୋଇଥିବା ପ୍ରଚଣ୍ଡ ବିସ୍ଫୋରଣ ଦ୍ୱାରା ସମୁଦ୍ରରେ ଭୂକମ୍ପ ହୋଇଛି। ସମୁଦ୍ରରେ ଉଚ୍ଚ ଢ଼େଉ ସୃଷ୍ଟି ହୋଇଥିବା ଆମେରିକା ନୌସେନା ପକ୍ଷରୁ କୁହାଯାଇଛି। ତେବେ ଏହା ଏକ ସୁରକ୍ଷିତ ପରୀକ୍ଷା ଥିଲା ବୋଲି ନୌସେନା କହିଛି। ଆମେରିକା ନୌସେନା ବୋମା ବିସ୍ଫୋରଣ ୩୭ ସେକେଣ୍ଡର ଏକ ଭିଡ଼ିଓ ଟୁଇଟରରେ ଅପଲୋଡ୍ କରିଛି। ଏବେ ଭିଡ଼ିଓଟି ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି।
୧୮ ହଜାର କିଲୋଗ୍ରାମ୍ର ବିରାଟ ବୋମା ପରୀକ୍ଷା କଲା ଆମେରିକା, ସମୁଦ୍ରରେ ସୃଷ୍ଟି ହେଲା ଭୂକମ୍ପ…
Posted inଅନ୍ତର୍ଜାତୀୟ View All
ପଳାତକ ମେହୁଲ ଚୋକସିଙ୍କ ଜାମିନ ଆବଦେନ ଡୋମିନିକା ହାଇକୋର୍ଟରେ ଖାରଜ
ରୋସେୟୁ,୧୨।୬: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କୁ ପୁଣି ଥରେ ଏକ ଶକ୍ତ ଧକ୍କା ଲାଗିଛି। ଶୁକ୍ରବାର ଡୋମିନିକା ହାଇକୋର୍ଟ ମେହୁଲଙ୍କ ଜାମିନ ଆବେଦନକୁ ଖାରଜ...
ଆବର୍ଜନା ପାହାଡ଼ରେ ପାର୍କ
ରୁଷିଆ ରାଜଧାନୀ ମସ୍କୋରେ ଏଣିକି ଅଳିଆଗଦାରେ ପାର୍କ ଦେଖିବାକୁ ମିଳିବ। ମସ୍କୋ ଓ ଏହାର ଆଖପାଖ ଅଞ୍ଚଳରୁ ଏଠାକୁ ବହୁ ଟନ୍ ଅଳିଆ ଆବର୍ଜନା ଆସିଥାଏ।...
ଟିକା ନେଇଥିବା ସେକ୍ସପିୟରଙ୍କ ମୃତ୍ୟୁ
କୋଭିଡ୍ ଟିକା ନେଇଥିବା ପ୍ରଥମ ପୁରୁଷ ତଥା ବିଶ୍ୱର ଦ୍ୱିତୀୟ ବ୍ୟକ୍ତି ବ୍ରିଟେନ ବାସିନ୍ଦା ବିଲ୍ ସେକ୍ସପିୟର(୮୧)ଙ୍କ ମୃତ୍ୟୁ ଘଟିଛି। ଗତ ବର୍ଷ ଡିସେମ୍ବର ୮ରେ...
୧୦ ମାସ ହେଲା ପଜିଟିଭ ଆସୁଛି କୋଭିଡ୍ ରିପୋର୍ଟ
ଲଣ୍ଡନ,୨୪।୬: କ୍ରମାଗତ ୧୦ ମାସ ହେଲା ୭୨ ବର୍ଷୀୟ ବ୍ରିଟିଶ ନାଗରିକଙ୍କ କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ ଆସୁଛି। କ୍ରମାଗତ ସଂକ୍ରମିତ ହେବାରେ ଏହା ରେକର୍ଡ...
ଗୋଟିଏ ଭୁଲ୍ ପାଇଁ କ୍ଷତି ହେଲା ୩୦ ହଜାର କୋଟି…
ଲିସବନ୍,୧୬।୬: ଗୋଟିଏ ଭୁଲ୍ ପାଇଁ ସାଙ୍ଗେ ସାଙ୍ଗେ ୩୦ ହଜାର କୋଟି ଟଙ୍କାର କ୍ଷତି ହୋଇଥିଲା। ପର୍ତ୍ତୁଗାଲ ଫୁଟବଲ ଟିମ୍ର ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଭୁଲ୍...
ଏଲିଅନ୍ ୫୦୦୦ ବର୍ଷ ଧରି ପୃଥିବୀ ଉପରେ ରଖିଛନ୍ତି କଡ଼ା ନଜର…
ଓ୍ବାଶିଂଟନ,୨୪।୬: ଗତ ୫୦୦୦ ବର୍ଷ ଧରି ଏଲିଅନ୍ ପୃଥିବୀ ଉପରେ ଟେଲିସ୍କୋପ୍ ଦ୍ୱାରା କଡ଼ା ନଜର ରଖିଛନ୍ତି। ଏନେଇ ଆମେରିକାରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ...
ମହାକାଶ ନୁହେଁ ସମୁଦ୍ରରୁ ଆସୁଛନ୍ତି ଏଲିଅନ୍: ଆଇସିଇଆର୍…
ଓ୍ବାଶିଂଟନ/ନୂଆଦିଲ୍ଲୀ,୬।୬: ଏଲିଅନ୍ ନେଇ ପୃଥିବୀରେ ଚର୍ଚ୍ଚା ଜାରି ରହିଛି। ଅଲିଅନ୍ମାନେ ୟୁଏଫ୍ଓ ଦ୍ୱାରା ଲଗାତାର ପୃଥିବୀକୁ ଆସୁଥିବା ନେଇ କେତେକ ଖବର ପ୍ରକାଶ ହେଉଥିବା ବେଳେ...
ଏହି ଦେଶରେ ୫ ଲକ୍ଷ ଟପିଲା କୋଭିଡ୍ ମୃତ୍ୟୁ
ବ୍ରାସିଲିଆ,୨୦।୬: ବ୍ରାଜିଲ୍ରେ କରୋନାଜନିତ ମୃତ୍ୟୁସଂଖ୍ୟା ୫ ଲକ୍ଷ ଅତିକ୍ରମ କରିଛି। ଗତ ୨୪ ଘଣ୍ଟାରେ ସେଠାରେ ୨,୩୦୧ ଜଣଙ୍କ ମୃତ୍ୟୁ ଘଟିବା ପରେ ମୋଟ ମୃତ୍ୟୁସଂଖ୍ୟା...


