E-Paper
  • logo
  • Tuesday 27th January 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଆମ ଜିଲା ଖବର, ଯାଜପୁର, ରାଜ୍ୟ

ବେଦାନ୍ତର ଅସୁରକ୍ଷିତ ଖଣି
8:40 amJune 15, 2021

ଯାଜପୁର ଅଫିସ,୧୫।୬: ବେଦାନ୍ତ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯାଜପୁର ଜିଲା ସୁକିନ୍ଦା ବ୍ଲକର ଓସ୍ତପାଳ କ୍ରୋମାଇଟ ଖଣି ଅସୁରକ୍ଷିତ ହୋଇପଡ଼ିଛି। କାରଣ ଖଣି ଗର୍ତ୍ତଠାରୁ ମାତ୍ର ୨୦ ମିଟର ଦୂରରେ ଥିବା ୭୮ ମିଟର ଉଚ୍ଚତାର ଏକ ଡମ୍ପ ମୃତ୍ୟୁର ପାହାଡ଼ ଭଳି ଠିଆହୋଇଛି। ବର୍ଷାଦିନ ଆରମ୍ଭ ହୋଇଯାଇଥିବାରୁ ଯେକୌଣସି ସମୟରେ ଉକ୍ତ ଡମ୍ପରୁ ଅତଡ଼ା ଖସି ଶ୍ରମିକ ଓ କର୍ମଚାରୀଙ୍କ ଜୀବନ ବିପଦରେ ପଡ଼ିପାରେ। କିନ୍ତୁ ଏଥିପ୍ରତି ବେଦାନ୍ତର ଭ୍ରୂକ୍ଷେପ ନାହିଁ। ବରଂ ଦ୍ରୁତଗତିରେ କ୍ରୋମାଇଟ ଉତ୍ତୋଳନ କରି ବିନିଯୋଗ ଅର୍ଥ ଭରଣା କରିବାକୁ ନିଜର ସମସ୍ତ ବଳ ଲଗାଇ ଦେଇଛି। ଏହାପରେ ଲିଜ୍‌ ଦେଇ ବେଦାନ୍ତ ଖସିଯିବାକୁ ଯୋଜନା ରଖିଥିବା ଶ୍ରମିକ ଓ କର୍ମଚାରୀ ମହଲରେ ଚର୍ଚ୍ଚା ହେଉଛି।
ଅସୁରକ୍ଷିତ ଓସ୍ତପାଳ କ୍ରୋମାଇଟ୍‌ ମାଇନ୍ସ ବିରୋଧରେ ୧୬ା୪ା୨୦୨୧ରେ ଅଞ୍ଚଳବାସୀଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କ ଓ୍ବେବ୍‌ପୋର୍ଟାଲ୍‌ ‘ସେଣ୍ଟ୍ରାଲାଇଜଡ୍‌ ପବ୍ଲିକ୍‌ ଗ୍ରିଭାନ୍ସ ରିଡ୍ରେସ୍‌ ଆଣ୍ଡ୍‌ ମନିଟରିଂ ସିଷ୍ଟମ୍‌’ ମାଧ୍ୟମରେ ଅଭିଯୋଗ ହୋଇଥିଲା। ଏହି କ୍ରମରେ ଡାଇରେକ୍ଟର ଜେନେରାଲ ଅଫ୍‌ ମାଇନ୍ସ ସେଫ୍‌ଟି(ଡିଜିଏମ୍‌ଏସ୍‌) ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଭୁବନେଶ୍ୱର କ୍ଷେତ୍ର ଖଣି ସୁରକ୍ଷା ନିର୍ଦ୍ଦେଶକ(ଡିଏମ୍‌ଏସ୍‌)ଙ୍କୁ ନିର୍ଦ୍ଦେଶ ଜାରି କରିଥିଲେ। ଭୁବନେଶ୍ୱର ଡିଏମ୍‌ଏସ୍‌ ୧୦ା୬ା୨୦୨୧ରେ ଅଭିଯୋଗ ସଂକ୍ରାନ୍ତରେ ତଦନ୍ତ ଚାଲିଛି ବୋଲି ଧାନବାଦସ୍ଥିତ ଡିଏମ୍‌ଏସ୍‌ ମୁଖ୍ୟାଳୟକୁ ଚିଠି (ବିବିଆର୍‌/ପିଜି/୨୦୨୧/୩୧୪) ମାଧ୍ୟମରେ ସୂଚନା ଦେଇଛନ୍ତି। ଖଣିି ଗର୍ତ୍ତ ଓ ଡମ୍ପ ମଧ୍ୟରେ ଅନୂ୍ୟନ ୧୦୦ ମିଟର ଦୂରତା ସହ ଡମ୍ପର ଉଚ୍ଚତା ଅତିବେଶିରେ ୬୦ ମିଟର ପର୍ଯ୍ୟନ୍ତ ବଜାୟ ରଖିବାକୁ ପରାମର୍ଶ ଦିଆଯାଇଛି ବୋଲି ଭୁବନେଶ୍ୱର ଡିଏମ୍‌ଏସ୍‌ ପକ୍ଷରୁ ଚିଠିରେ ଦର୍ଶାଯାଇଛି। ବେଦାନ୍ତ ରିସୋର୍ସ ଲିମିଟେଡ୍‌ ତେଲ, ଗ୍ୟାସ୍‌, ଜିଙ୍କ୍‌, ସିଲ୍‌ଭର, କପର, ଆଇରନଓର, ଷ୍ଟିଲ୍‌, ଆଲୁମିନିୟମ ଆଦି ଉପତ୍ାଦନରେ ଭାରତ ସମେତ ଦକ୍ଷିଣ ଆଫ୍ରିକା, ନାମ୍ବିଆ ଓ ଅଷ୍ଟ୍ରେଲିଆରେ ପ୍ରତିଷ୍ଠିତ ହୋଇପାରିଛି। ଲାଭ ବଢ଼ିଛି, କମ୍ପାନୀ ଧନୀ ହୋଇଛି। କିନ୍ତୁ ଯେଉଁ ମାଟିର ବକ୍ଷ ଚିିରି କମ୍ପାନୀ ଏହି ଉପଲବ୍ଧି ପାଇପାରିଛି ସେହି ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଜୀବନ ପ୍ରତି ଏବେ ବିପଦର କାରଣ ସାଜିଛି।
କଟକସ୍ଥିତ ନ୍ୟାଶନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲ (ଏନ୍‌ସିଏଲ୍‌ଟି)ଙ୍କ ୩୦ା୧ା୨୦୨୦ ନିର୍ଦ୍ଦେଶ ଅନୁଯାୟୀ ବେଦାନ୍ତ ଇତିମଧ୍ୟରେ ଫେରୋ ଆଲୋଏଜ୍‌ କର୍ପୋରେଶନ ଲିମିଟେଡ୍‌ (ଫାକର)କୁ ସମୁଦାୟ ୨୭୦ କୋଟି ଟଙ୍କାରେ ଅଧିଗ୍ରହଣ କରିଛି। ଫଳରେ ଫାକର ମାଲିକାନାରେ ଥିବା ଯାଜପୁର ଜିଲାର ଓସ୍ତପାଳ, କଳାରଙ୍ଗିଅଟା, କାଠପାଳ କ୍ରୋମାଇଟ୍‌ ମାଇନ୍ସ ଏବଂ ଭଦ୍ରକ ଜିଲାରେ ଥିବା ଚାର୍ଜ କ୍ରୋମ୍‌ ପ୍ଲାଣ୍ଟ(ସିସିପି) ବେଦାନ୍ତ ପରିଚାଳନା ଅଧୀନକୁ ଆସିଛି। ହେଲେ ବେଦାନ୍ତ ପ୍ରଥମେ ଓସ୍ତପାଳ କ୍ରୋମାଇଟ୍‌ ଖଣି ମଧ୍ୟରେ ଥିବା ୧୫ ଲକ୍ଷ କ୍ୟୁବିକ ମିଟର ବିଷାକ୍ତ ପାଣିକୁ ଡମଶାଳା ନାଳରେ ଛାଡ଼ି ଦେଇଥିଲା। ଏନେଇ ସ୍ଥାନୀୟ ଅଞ୍ଚଳରେ ରହୁଥିବା ସୁରେଶ କୁମାର ସମେତ ୩ଜଣ ବ୍ୟକ୍ତି ୧୨ା୩ା୨୦୨୧ରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି) ସଦସ୍ୟ ସଚିବ ଏବଂ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏହାପରେ ଏସ୍‌ପିସିବି କଳିଙ୍ଗନଗର ଆଞ୍ଚଳିକ ଅଧିକାରୀଙ୍କୁ ସବିଶେଷ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ଏସ୍‌ପିସିବି ସଦସ୍ୟ ସଚିବ ୧୯ା୫ା୨୦୨୧ରେ ତାଙ୍କ ପତ୍ରସଂଖ୍ୟା ୭୨୩୪ରେ ଅଭିଯୋଗକାରୀଙ୍କୁ ଅବଗତ କରାଇଥିଲେ। ସେହିପରି ଡମଶାଳା ନାଳରେ ବେଦାନ୍ତ ବିଷାକ୍ତ ପାଣି ଛାଡ଼ିବା ପରେ ଖଣି ଖନନ କାର୍ଯ୍ୟ ଆରମ୍ଭ କରିଥିଲେ ହେଁ କୌଣସି ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟି ଦେଇନାହିଁ ବୋଲି ଅନ୍ୟତମ ଅଭିଯୋଗକାରୀ ୨୭ା୫ା୨୦୨୧ରେ ‘ସେଣ୍ଟ୍ରାଲାଇଜଡ୍‌ ପବ୍ଲିକ୍‌ ଗ୍ରିଭାନ୍ସ ରିଡ୍ରେସ୍‌ ଆଣ୍ଡ୍‌ ମନିଟରିଂ ସିଷ୍ଟମ୍‌’ ପୋର୍ଟାଲ୍‌ରେ ଅଭିଯୋଗ କରିଥିଲେ। ହେଲେ ଏଯାଏ କୌଣସି ପଦକ୍ଷେପ ନିଆଯାଇନାହିିଁ। ବର୍ତ୍ତମାନ ବେଦାନ୍ତ ସେଠାରେ ଖଣି ଉତ୍ତୋଳନ ଜୋର୍‌ଦାର ଚଳାଇଥିବା ଶ୍ରମିକଙ୍କଠାରୁ ଜଣାପଡ଼ିଛି।
ସୂଚନା ଅଧିକାର ଆଇନ ବଳରେ ଡିଏମ୍‌ଏସ୍‌ରୁ ମିଳିଥିବା ତଥ୍ୟ ଅନୁସାରେ ୧୫ା୯ା୨୦୧୬ ରାତିରେ ଓସ୍ତପାଳ କ୍ରୋମାଇଟ ଖଣିର ଡମ୍ପରୁ ବଡ଼ଧରଣର ମାଟି ଅତଡ଼ା ଖସିଥିଲା। ପ୍ରାୟ ୪ ଲକ୍ଷ କ୍ୟୁବିକ ମିଟର ମାଟି ଖଣି ଗର୍ଭରେ ପଡିଥିଲା। କିନ୍ତୁ ରାତି ହୋଇଥିବାରୁ କୌଣସି ଜୀବନହାନି ହୋଇ ନ ଥିଲା। ସେହିପରି ୧୯ା୯ା୨୦୧୮ରେ ଏହି ଖଣିର ଉତ୍ତର ଦିଗକୁ ୪ଟି ବେଞ୍ଚ୍‌ ଭୁଶୁଡି ପଡିବାରୁ ପ୍ରାୟ ୭୦ ହଜାର କ୍ୟୁବିକ ମିଟର ମାଟି ଖଣି ଗର୍ତ୍ତରେ ପଡ଼ିଥିଲା। ଏହା ମଧ୍ୟ ସୌଭାଗ୍ୟବଶତଃ ରାତିରେ ହୋଇଥିଲା। ପୂର୍ବରୁ ୧୬ା୨ା୨୦୧୧ରେ ମଧ୍ୟ ବେଞ୍ଚ/ଡମ୍ପରୁ ମାଟି ଅତଡା ଖସିଥିବାର ସୂଚନା ମିଳିଛି।
ଓସ୍ତପାଳ କ୍ରୋମାଇଟ୍‌ ଖଣି ଅସୁରକ୍ଷିତ ରହିଥିବା ପୂର୍ବରୁ ଅଭିଯୋଗ ହୋଇଆସିଛି। ଏଭଳିସ୍ଥଳେ ବେଦାନ୍ତ ୨ା୬ା୨୦୨୧ରେ ଏକ ଇଂଲିଶ୍‌ ଦୈନିକ ଖବରକାଗଜରେ ମାଇନ ଡେଭଲପର ଆଣ୍ଡ ଅପରେଟର(ଏମ୍‌ଡିଓ) ନିଯୁକ୍ତି ନିମନ୍ତେ ବିଜ୍ଞାପନ ଜାରି କରିଛି। ଏହାଦ୍ୱାରା ଖଣି ପରିଚାଳନା ଦାୟିତ୍ୱ ଅନ୍ୟ ସଂସ୍ଥା ବୁଝିବ। ଏ ବାବଦରେ ବେଦାନ୍ତ ଏକ ନିର୍ଦ୍ଦିଷ୍ଟ ଅର୍ଥରାଶି ଉକ୍ତ ସଂସ୍ଥାକୁ ଦେବ। ଏଭଳି ବିଜ୍ଞାପନକୁ ନେଇ ଚର୍ଚ୍ଚା ହେଉଛି ଯେ, ବେଦାନ୍ତ ବିନିଯୋଗ କରିଥିବା ୨୭୦ କୋଟି ଟଙ୍କାଠାରୁ ବହୁଗୁଣ ଆଦାୟ କରିବ ଏବଂ କୌଣସି ଦୁର୍ଘଟଣା ଘଟିଲେ ନିଜେ ଖସିଯିବାର ସହଜ ଉପାୟ ପାଇବ ଏବଂ ଏମ୍‌ଡିଓ ସଂସ୍ଥା ସ୍ଥିତି ସମ୍ଭାଳିବ।

ହର୍ଷବର୍ଦ୍ଧନ ବେହେରା


[mc4wp_form id="252536"] All Right Reserved By Dharitri.Com

Posted inଆମ ଜିଲା ଖବର, ଯାଜପୁର, ରାଜ୍ୟ View All

ଜମିରେ ଧାନ ଗଜା, ସହାୟତା ଦାବି

ମହାକାଳପଡ଼ା,୧୧।୬(ଡି.ଏନ୍‌.ଏ.): ବାତ୍ୟା ୟାସ୍‌ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି। ବିଶେଷକରି ଚାଷୀଙ୍କ ପନିପରିବା ଓ ଖରାଦିନିଆ ଡାଳୁଅ ଧାନ ଉଜୁଡ଼ିଯାଇଛି। ଭାଗଚାଷୀମାନେ ଜମି ମାଲିକଙ୍କୁ ଫସଲ ଦେବାକୁ...

ମୃତଦେହ ପ୍ୟାକିଂ ବେଳେ ଚୋରି ହୋଇଥିଲା ସୁନା ଚେନ

ଝାରସୁଗଡ଼ା ଅଫିସ୍‌,୯।୬: ଝାରସୁଗୁଡ଼ା ଜିଲା କୋଭିଡ୍‌ ହସ୍ପିଟାଲ୍‌ରେ କନକତୋରା ଗ୍ରାମର ନନ୍ଦଲାଲ୍‌ ବିଶ୍ୱାଳଙ୍କ ନାମକ ବୃଦ୍ଧ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଗତ ୩୦...

ନିଉତା ବାଣ୍ଟିଲେ ହନୁମାନ

ସମ୍ବଲପୁର,୧୪ା୬(ବ୍ୟୁରୋ): ମାତା ପାର୍ବତୀ ଓ ଦେବଦେବ ମହାଦେବଙ୍କ ଲୌକିକ ବିବାହରେ ସାମିଲ ହେବାକୁ ସୋମବାର ହନୁମାନ ନିଉତା (ଗୁଆଗୁଣ୍ଡା) ବିଧି ସମ୍ପନ୍ନ ହୋଇଛି। ପରମ୍ପରା ଅନୁସାରେ...

ସ୍ବାମୀଙ୍କ ଅନୁପସ୍ଥିତିରେ ଅସଂଯତ ଅବସ୍ଥାରେ ପ୍ରେମିକଙ୍କ ସହ ଧରାପଡ଼ିଲେ ମହିଳା, ବିବାହ କରାଇଦେଲେ ଗ୍ରାମବାସୀ

ହିନ୍ଦୋଳ,୧୧ା୬(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମୀ ଥାନା କୁକୁଟା ଗ୍ରାମରେ ଶୁକ୍ରବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏହାକୁ ନେଇ ଅଞ୍ଚଳରେ...

ମାଳ ବିହାରିପୁର କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

ବାଙ୍କୀ,୨୦୬(ସ୍ବ.ପ୍ର.): ବାଙ୍କୀ ବ୍ଲକ କଦଳିବାଡି ପଞ୍ଚାୟତର ଅନ୍ତର୍ଗତ ମାଳବିହାରିପୁରରୁ ୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସରପଞ୍ଚ ପ୍ରକାଶ କୁମାର ବେହେରା ଶନିବାରଠାରୁ...

ଆଜି କ୍ରୋମାଇଟ୍‌ ନିଲାମ

ଯାଜପୁର ଅଫିସ,୨୫ା୬: ଗତ ଫେବୃୟାରୀରୁ ଓଡ଼ିଶା ଖଣି ନିଗମ (ଓଏମ୍‌ସି)ଦ୍ୱାରା ଆହୂତ କ୍ରୋମାଇଟର ମାସିକ ନିଲାମ ପ୍ରକ୍ରିୟା କ୍ରମାଗତ ଭାବେ ବିଫଳ ହୋଇଆସୁଛି। ଏଥିଯୋଗୁ ନିଲାମ...

ଦରବୃଦ୍ଧିକୁ ନେଇ ଦିଗପହଣ୍ଡିରେ ପ୍ରତିବାଦ

ଦିଗପହଣ୍ଡି,୨୩।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବଜାର ଗାନ୍ଧୀ ଛକ ଠାରେ ବୁଧବାର ସିପିଆଇ – ସିପିଆଇ(ଏମ) ଏବଂ କଂଗ୍ରେସ ଦଳ ପକ୍ଷରୁ ପ୍ରତିବାଦ ସଭା ଅନୁଷ୍ଠିତ...

ଗ୍ଲୋବାଲ ଇ-ଟେଣ୍ଡର ବାତିଲ

ଭୁବନେଶ୍ୱର,୨୪।୬(ବ୍ୟୁରୋ): କୋଭିଡ ଟିକା ପାଇଁ ରାଜ୍ୟ ସରକାର ଡାକିଥିବା ଗ୍ଲୋବାଲ ଇ-ଟେଣ୍ଡରକୁ ବାତିଲ କରାଯାଇଛି। ବୁଧବାର ଏ ନେଇ ଓଡ଼ିଶା ରାଜ୍ୟ ଔଷଧ ନିଗମ ଲିମିଟେଡ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ପୁରୁଣା ଚେର
Next Post Next post:
କାଲିମେଳାରେ ଡିଜେଲ ୧୦୦ ଟଙ୍କା ଟପିଲା

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts