ନୂଆଦିଲ୍ଲୀ: ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲ ଦର ଲଗାତର ବୃଦ୍ଧି ହୋଇ ରେକର୍ଡ ସ୍ତରରେ ରହିଛି। ତେଲ ଉପରେ ଉଚ୍ଚ ଟିକସକୁ ନେଇ ବିରୋଧୀ ଦଳଗୁଡିକ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରୁଛନ୍ତି। ଏନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ସ୍ପଷ୍ଟୀକରଣ ରଖିଛନ୍ତି। ପ୍ରଧାନ କହିଛନ୍ତି, ତେଲ ଉପରେ ଲାଗୁ ହେଉଥିବା ଟିକସରୁ ସରକାର ଅର୍ଥ ସଞ୍ଚୟ କରୁଛନ୍ତି। ଏହି ଅର୍ଥକୁ ବିଭିନ୍ନ ସାମାଜିକ ଜନମଙ୍ଗଳକାରୀ କାର୍ଯ୍ୟକ୍ରମରେ ବିନିଯୋଗ କରାଯାଉଛିି। ସେହିଭଳି କଂଗ୍ରେସ ଶାସିତ ରାଜ୍ୟ ରାଜସ୍ଥାନ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟ ତେଲ ଉପରେ ଲାଗୁ ହେଉଥିବା ଉଚ୍ଚ ପରିମାଣର ଟିକସ କମାନ୍ତୁ ବୋଲି ପ୍ରଧାନ କହିଛନ୍ତି। ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ ମଧ୍ୟ କରିଛନ୍ତି। ଏହି ରାଜ୍ୟଗୁଡ଼ିକର ସରକାର ତେଲ ଟିକସ ହ୍ରାସ କରିବାକୁ ରାହୁଲ ହସ୍ତକ୍ଷେପ କରନ୍ତୁ। ଫଳରେ ସାଧାରଣ ଲୋକଙ୍କ ସମସ୍ୟା କମିବ ବୋଲି ଧର୍ମେନ୍ଦ୍ର ମତ ପ୍ରକାଶ କରିଛନ୍ତି।
ଗତ ୬ ସପ୍ତାହ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ଦର ଲିଟର ପିଛା ୫.୭୨ ଟଙ୍କାରୁ ୬.୨୫ ଟଙ୍କା ବଢିଛି। କେନ୍ଦ୍ର ଓ ରାଜ୍ୟ ସ୍ତରରେ ଲାଗୁ ହେଉଥିବା ଉଚ୍ଚ ପରିମାଣର ଟିକସ ଏବଂ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବଢିବା ଯୋଗୁ ଏଭଳି ସ୍ଥିତି ଉପୁଜିଛି। ଏହିପରିପ୍ରେକ୍ଷୀରେ ପ୍ରଧାନ କହିଛନ୍ତି, କରୋନା ମହାମାରୀ ସ୍ଥିତିରେ ବର୍ତ୍ତମାନ କେନ୍ଦ୍ର ଏବଂ ରାଜ୍ୟ ସ୍ତରର ସରକାରଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡୁଛି। ରାଜସ୍ବ ନିଅଣ୍ଟିଆ ସ୍ଥିତିକୁ ଭରଣା କରିବାରେ ତେଲ ଟିକସ ସହାୟକ ହେଉଛି। ଟିକସ ବୋଝ ଲୋକଙ୍କୁ ବାଧୁଥିବା ଆମେ ଜାଣିପାରୁଛୁ। ସ୍ବାସ୍ଥ୍ୟ ଭିତ୍ତିଭୂମି, ଟିକାପ୍ରଦାନ ଏବଂ ଗରିବ ଲୋକଙ୍କୁ ମାଗଣାରେ ଖାଦ୍ୟ ଶସ୍ୟ ବଣ୍ଟନ କରିବା ଲାଗି ସରକାରଙ୍କୁ ଅତିରିକ୍ତ ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ ବୋଲି ସେ ମତ ଦେଇଛନ୍ତି।
ପ୍ରଧାନ ପୁଣି କହିଛନ୍ତି, ରାହୁଲ ଗାନ୍ଧୀ ଯଦି ସବୁ ବେଳେ ତେଲ ଦର ନେଇ ସରକାରଙ୍କୁ ଦୋଷ ଦେଉଛନ୍ତି ତେବେ ରାଜସ୍ଥାନ ଏବଂ ମହାରାଷ୍ଟ୍ରରେ କାହିଁକି ଇନ୍ଧନ ଦର ଉଚ୍ଚରେ ରହିଛି। ଲୋକଙ୍କ ପାଇଁ ରାହୁଲ ସେହି ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀଙ୍କୁ କହି ଟିକସ କମାନ୍ତୁ। ଅନ୍ୟକୁ କହିବା ପରିବର୍ତ୍ତେ ନିଜ ଘର ଠିକ୍ କରିବାର ଆବଶ୍ୟକତା ରହିଛି ବୋଲି ପ୍ରଧାନ କହିଛନ୍ତି। ଉଲ୍ଲେଖଯୋଗ୍ୟ, ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲାରେ ତେଲ ଦର ଦେଶ ମଧ୍ୟରେ ସବୁଠାରୁ ଉଚ୍ଚରେ ରହିଛି। ଫେବୃୟାରୀ ମଧ୍ୟଭାଗରେ ସେଠାରେ ପେଟ୍ରୋଲ ୧୦୦ ଟଙ୍କା ସ୍ତର ଛୁଇଁଥିଲା। ଯାହା ବର୍ତ୍ତମାନ ୧୦୭.୨୨ ଟଙ୍କା ରହିଛି। ସେହିଭଳି ସେଠାରେ ଡିଜେଲ ଦର ୧୦୦.୦୫ ଟଙ୍କାରେ ବିକ୍ରି ହେଉଛି।
୧୩୪ କୋଟିର ବ୍ୟାଙ୍କ ଠକେଇ
ନୂଆଦିଲ୍ଲୀ,୧୩।୬: କରୋନା ମହାମାରୀ ସମୟରେ ଗୁଜରାଟରେ ଏକ ବଡ଼ ବ୍ୟାଙ୍କ ଠକେଇ ସାମ୍ନାକୁ ଆସିଛି। ଏକ ଘରୋଇ ଆଇଟି କମ୍ପାନୀ ଓ ଏହାର ୬ଜଣ ବରିଷ୍ଠ ଅଧିକାରୀ...
ଅସନ୍ତୁଳିତ ଆର୍ଥିକ ପୁନରୁଦ୍ଧାର ଚିନ୍ତାଜନକ
ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ଡି. ସୁବାରାଓ ଦେଶ ମଧ୍ୟରେ ଅସନ୍ତୁଳିତ ଆର୍ଥିକ ପୁନରୁଦ୍ଧାରକୁ ନେଇ ଚିନ୍ତାପ୍ରକଟ କରିଛନ୍ତି। କରୋନା ମହାମାରୀ ଯୋଗୁ ଦେଶରେ...
ଡାକ ବିଭାଗର ବିଶେଷ ରଦ୍ଦକରଣ କାର୍ଯ୍ୟକ୍ରମ
ଭୁବନେଶ୍ୱର: ଚଳିତ ମାସ ୨୧ରେ ବିଶ୍ୱ ଯୋଗ ଦିବସର ମହତ୍ତ୍ୱ ପ୍ରତିପାଦନ ନିମିତ୍ତ ଭାରତୀୟ ଡାକ ବିଭାଗ ପକ୍ଷରୁ ଏକ ବିଶେଷ ରଦ୍ଦକରଣ (ସ୍ପେଶାଲ କ୍ୟାନସେଲେଶନ)...
କୋଲ୍ ଇଣ୍ଡିଆ ଦେଇପାରେ ଅତିରିକ୍ତ ଡିଭିଡେଣ୍ଡ
ନୂଆଦିଲ୍ଲୀ: କୋଲ୍ ଇଣ୍ଡିଆ ଏହାର ଅଂଶୀଦାରଙ୍କୁ ୨୦ରୁ ୨୫ ପ୍ରତିଶତ ଅତିରିକ୍ତ ଡିଭିଡେଣ୍ଡ ଦେଇପାରେ। ସୋମବାର ହେବାକୁ ଥିବା କମ୍ପାନୀର ବୋର୍ଡ ବୈଠକରେ ଏ ନେଇ...
ମଲ୍ ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲା ଏସ୍ସିଏଆଇ
ଭୁବନେଶ୍ୱର: କରୋନା ମହାମାରୀରେ ନିୟନ୍ତ୍ରଣ ଓ ସୁରକ୍ଷିତ ଭାବେ ମଲ୍ଗୁଡ଼ିକୁ ଖୋଲିବା ଲାଗି ରାଜ୍ୟ ସରକାରଙ୍କ ଅନୁମତି ପ୍ରଦାନ ପାଇଁ ଶପିଂ ସେଣ୍ଟର ଆସୋସିଏଶନ ଅଫ୍ ଇଣ୍ଡିଆ...
ଭାରତୀୟ କର୍ତ୍ତୃପକ୍ଷଙ୍କୁ ଚୋକ୍ସୀଙ୍କ ଖୋଲା ଆମନ୍ତ୍ରଣ
ନୂଆଦିଲ୍ଲୀ,୬।୬: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ସୀ ଭାରତୀୟ କର୍ତ୍ତୃପକ୍ଷଙ୍କୁ ଖୋଲା ଆମନ୍ତ୍ରଣ କରିଛନ୍ତି। ଯାହା ପଚାରିବାର ଅଛି ଆସି ପଚାରିପାରିବ ବୋଲି ଚୋକ୍ସୀ କହିଛନ୍ତି।...
ଆର୍ବିଆଇ ଏମ୍ପିସି ବୈଠକ ଆରମ୍ଭ
ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆର୍ବିଆଇ)ର ମୁଦ୍ରାନୀତି କମିଟି(ଏମ୍ପିସି) ବୈଠକ ବୁଧବାରଠାରୁ ଆରମ୍ଭ ହୋଇଛି। ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକ ୪...
ଇନ୍ଧନ ଦର ବୃଦ୍ଧିରୁ ସମସ୍ୟା
ଭୁବନେଶ୍ୱର: ଦେଶରେ କ୍ରମାଗତ ଭାବେ ଇନ୍ଧନ ମୂଲ୍ୟ ବୃଦ୍ଧି ପାଇ ଚାଲିଛି। ଫଳରେ ଏହାର ପ୍ରଭାବ ବିଶେଷ ଭାବେ ପରିବହନ ବ୍ୟବସ୍ଥା ଉପରେ ପଡୁଛି। ପରିବହନ ଯୋଗୁ...


