ଓ୍ବାଶିଂଟନ, ୧ା୬: କୋଭିଡ୍-୧୯ର ମୂଳ ଖୋଜି ବାହାର କରିବା ସହ ଭବିଷ୍ୟତ ମହାମାରୀ ଆଶଙ୍କାକୁ ରୋକିବାକୁ ହେବ। ଏଥିପାଇଁ ସାରା ବିଶ୍ୱ ଚାଇନା ସରକାରଙ୍କ ସହଯୋଗ ଚାହେଁ ବୋଲି ଆମେରିକାର ପ୍ରମୁଖ ରୋଗ ବିଶେଷଜ୍ଞ କହିଛନ୍ତି। ଚାଇନାର ଉହାନ୍ ଗବେଷଣାଗାରରୁ ସାର୍ସ-କୋଭ-୨ ଭୂତାଣୁ ବାହାରିଥିବା ସୂତ୍ର ପ୍ରତି ସମର୍ଥନ ବଢ଼ୁଥିବା ଆମେରିକାର ଖାଦ୍ୟ ଓ ଡ୍ରଗ୍ ପ୍ରଶାସନର ପୂର୍ବତନ କମିଶନର ସ୍କଟ୍ ଗୋଟ୍ଟଲିଏବ୍ କହିଛନ୍ତି। ତେବେ ଏହାକୁ ଭୁଲ୍ ପ୍ରମାଣିତ କରିବା ଲାଗି ଚାଇନା ଏପର୍ଯ୍ୟନ୍ତ ଯଥେଷ୍ଟ ତଥ୍ୟ ପ୍ରମାଣ ଦେଇନାହିଁ। ବନ୍ୟପ୍ରାଣୀଠାରୁ କୋଭିଡ୍ ଭୂତାଣୁ ସୃଷ୍ଟି ସମ୍ପର୍କରେ ମଧ୍ୟ ପ୍ରମାଣ ମିଳିପାରି ନ ଥିବା ଗୋଟ୍ଟଲିଏବ୍ ସିବିଏସ୍ ନ୍ୟୁଜ୍ର ‘ଫେସ୍ ଦି ନେଶନ’କୁ କହିଛନ୍ତି।
ଅନ୍ୟପକ୍ଷରେ ମହାମାରୀ କିପରି ଆରମ୍ଭ ହେଲା ଏବଂ ଏହା ଜଣା ନ ପଡ଼ିଲେ, ଭବିଷ୍ୟତରେ ଏଭଳି ମହାମାରୀର ଭୟ ରହିବ ବୋଲି ଟେକ୍ସାସ୍ ଚିଲ୍ଡ୍ରେନ୍ସ ହସ୍ପିଟାଲ ସେଣ୍ଟର ଫର୍ ଭାକ୍ସିନ ଡେଭେଲପମେଣ୍ଟର ସହନିର୍ଦ୍ଦେଶକ ପିଟର ହୋଟେଜ୍ କହିଛନ୍ତି। କୋଭିଡ୍-୧୯ର ମୂଳ ସମ୍ପର୍କରେ ସମ୍ପୂର୍ଣ୍ଣ ବୁଝି ନ ପାରିଲେ ଆମକୁ କୋଭିଡ୍-୨୬ ଏବଂ କୋଭିଡ୍-୩୨ ଭଳି ମହାମାରୀର ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି ସେ ଏନ୍ବିସିର ‘ମିଟ୍ ଦି ପ୍ରେସ୍’ କାର୍ଯ୍ୟକ୍ରମରେ କହିଛନ୍ତି।
ଦେଢ଼ ବର୍ଷ ପୂର୍ବେ ଚାଇନାର ଉହାନସ୍ଥିତ ସାମୁଦ୍ରିକ ଖାଦ୍ୟ ବଜାରରେ କରୋନା ଭୂତାଣୁ ପ୍ରଥମେ ଚିହ୍ନଟ ହୋଇଥିଲା, ଯାହାର ମୂଳ ଉତ୍ସ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଏହା ବନ୍ୟପ୍ରାଣୀଠାରୁ ମାନବ ଶରୀରକୁ ଆସିଥିବାର ସର୍ବାଧିକ ସମ୍ଭାବନା ରହିଥିବା ବୈଜ୍ଞାନିକମାନେ ପରିକଳ୍ପନା କରୁଛନ୍ତି। ତେବେ ଗବେଷଣା ଲାବ୍ରୁ ଭୁଲ୍ବଶତଃ ଉକ୍ତ ଭୂତାଣୁ ବାହାରକୁ ଆସିଥିବା ନେଇ ଆମେରିକା ଅଭିଯୋଗ କରିଆସୁଛି। ତୁରନ୍ତ ଭୂତାଣୁର ମୂଳ ଖୋଜି ବାହାର କରି ୯୦ ଦିନ ମଧ୍ୟରେ ରିପୋର୍ଟ ଦେବା ଲାଗି ଗତ ବୁଧବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଗୋଇନ୍ଦା ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ।
Posted inଅନ୍ତର୍ଜାତୀୟ, କରୋନା ଭାଇରସ୍ View All
ଭାକ୍ସିନ୍ ନେଲେ ମିଳୁଛି ଫ୍ରିଜ୍ ସହିତ ଅନ୍ୟ ଦାମିକା ଉପହାର…
ଇନ୍ଦୋର,୨୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ପାଇଁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ଦେଶର ସ୍ବଚ୍ଛ ସହର ତାଲିକାରେ ଶୀର୍ଷରେ...
ରାଜ୍ୟକୁ ତଥ୍ୟ ମାଗିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨ା୬: ମହାମାରୀ ସମୟରେ ଜେଲରେ ଭିଡ଼ କମାଇବା ପାଇଁ କେତେଜଣ କଏଦୀଙ୍କୁ ଜାମିନ ଦିଆଯାଇଛି ସେନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ମଙ୍ଗଳବାର ସୁପ୍ରିମକୋର୍ଟ ବିସ୍ତୃତ...
ଜୁନ୍ ୧୫ରୁ ମାସ୍କ ଫ୍ରି ହେବ ଏହି ଦେଶ, ଡିସେମ୍ବରରେ ଆରମ୍ଭ ହୋଇଥିଲା ଟିକାକରଣ
ଜେରୁଜେଲମ,୯ା୬: କରୋନା ଅବଧି ସମୟରେ ଇସ୍ରାଏଲ ବିଶ୍ୱର ପ୍ରଥମ ମାସ୍କ ମୁକ୍ତ ଦେଶ ହେବ। ଏଠାରେ ବନ୍ଦ ସ୍ଥାନରେ ମାସ୍କ ପ୍ରୟୋଗ କରିବାର ନିୟମ ଜୁନ୍...
୨୧ରୁ ସ୍କୁଲପିଲାଙ୍କୁ ୟୁଟ୍ୟୁବ୍ ଲାଇଭ୍ କ୍ଲାସ୍
ଭୁବନେଶ୍ୱର, ୧୦ା୬(ବ୍ୟୁରୋ): ଆସନ୍ତା ୨୧ ତାରିଖରୁ ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ୟୁଟ୍ୟୁବ୍ ଲାଇଭ୍ କ୍ଲାସ୍ ଆରମ୍ଭ ହେବ। ଖୋର୍ଦ୍ଧା, ବଲାଙ୍ଗୀର, କଟକ, କେନ୍ଦ୍ରାପଡ଼ା, ଗଞ୍ଜାମ, କୋରାପୁଟ,...
ବିଲ୍ଡିଂ ଧସିଲା, ୯/୧୧ ମନେପଡ଼ିଲା
ୱାଶିଂଟନ,୨୬ା୬: ଆମେରିକାର ଫ୍ଲୋରିଡାସ୍ଥିତ ମିଆମି ସହରରେ ୧୨ ମହଲା ବିଶିଷ୍ଟ ଏକ ୪୦ ବର୍ଷ ପରୁଣା କୋଠା ଭୁଶୁଡ଼ିପଡ଼ିଛି। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ...
କାଳ କୋଠରିରେ ବ୍ୟୁଟି କୁଇନ୍
ମେକ୍ସିକୋ ସିଟି,୧୩ା୬: ସରକାରଙ୍କ ପକ୍ଷରୁ ଅଣାଯାଇଥିବା ଅଭିଯୋଗ ସତ କି? ତୁମେ ଡ୍ରଗ୍ସ କିଙ୍ଗ୍ଙ୍କୁ ଜେଲରୁ ଫେରାର ହେବାରେ ସାହାଯ୍ୟ କରିଥିଲ କି ବୋଲି ଫେଡେରାଲ...
ଦୈନିକ ସଂକ୍ରମଣ ୫୦ ହଜାର ତଳେ…
ନୂଆଦିଲ୍ଲୀ,୨୬।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି।...
ଆଜି ଆଉ ୪୩ ଜୀବନ ନେଲା କରୋନା, ୩୬୦୦ ଟପିଲା ମୃତ୍ୟୁସଂଖ୍ୟା
ଭୁବନେଶ୍ୱର,୨୧ା୬(ବ୍ୟୁରୋ): ସୋମବାର ରାଜ୍ୟରୁ କରୋନା ମହାମାରୀ ଆଉ ୪୩ ଜଣଙ୍କ ଜୀବନ ନେଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।...


