କୋଲକାତା,୧।୬: ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଛାଡ଼ି ବହୁ ନେତା ଭାଜପାରେ ଯୋଗଦେଇଥିଲେ। ଏବେ ନିର୍ବାଚନ ଶେଷ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାର ଗଠନ ହୋଇଛି। ଭାଜପାରେ ଯୋଗଦେଇଥିବା ନେତା ଏବେ ତୃଣମୂଳ କଂଗ୍ରେସ ମୁହାଁ ହୋଇଛନ୍ତି। ଦିପେନ୍ଦୁ ବିଶ୍ୱାସ ଏବେ ଦିଦିଙ୍କ ଶିବିରକୁ ବାହୁଡ଼ି ଆସିବାକୁ ଚାହୁଁଛନ୍ତି। ଭାଜପାରେ ଯୋଗଦେବା ଭୁଲ୍ ନିଷ୍ପତ୍ତି ଥିଲା ବୋଲି ସେ କହିଛନ୍ତି। ତୃଣମୂଳରୁ ଟିକଟ ନ ମିଳିବାରୁ ସେ ଭାଜପାରେ ଯୋଗଦେଇଥିଲେ। ତେବେ ଭାଜପା ଟିକଟରେ ଲଢ଼ି ସେ ପରାଜିତ ହେବା ପରେ ତାଙ୍କର ମୋହଭଙ୍ଗ ହୋଇଥିବା କହିଛନ୍ତି। ଏନେଇ ସେ ମମତା ବାନାର୍ଜୀଙ୍କୁ ଚିଠି ମଧ୍ୟ ଲେଖିଛନ୍ତି। ନିର୍ବାଚନ ପରେ ଇତିମଧ୍ୟରେ ସୋନାଲୀ ଗୁହା ଏବଂ ସରଲା ମୁର୍ମୁ ତୃଣମୂଳକୁ ବାହୁଡ଼ି ଆସିଛନ୍ତି। ଏବେ ଦିପେନ୍ଦୁ ଘର ବାହୁଡ଼ିବାକୁ ଦିଦିଙ୍କ ଅନୁମତି ଲୋଡ଼ିଛନ୍ତି।
ଘର ବାହୁଡ଼ିବାକୁ ଦିଦିଙ୍କ ଅନୁମତି ଲୋଡିଲେ ଦିପେନ୍ଦୁ, କହିଲେ ଭାଜପାରେ ଯୋଗଦେବା ଥିଲା ଭୁଲ୍ ନିଷ୍ପତ୍ତି…
ଏନ୍ଏଚ୍ଆରସିର ନୂଆ ଅଧ୍ୟକ୍ଷ ବିଚାରପତି ଅରୁଣ ମିଶ୍ରା
ନୂଆଦିଲ୍ଲୀ,୧।୬: ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଅରୁଣ କୁମାର ମିଶ୍ରା ଜାତୀୟ ମାନବଧିକାର କମିଶନର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ...
ଅଗଷ୍ଟରେ ଦ୍ୱିତୀୟ ଦେଶୀ ଟିକା
ନୂଆଦିଲ୍ଲୀ, ୪।୬(ଆଇଏଏନ୍ଏସ୍):କରୋନା ମହାମାରୀ ମୁକାବିଲାରେ ସାମିଲ ହେବାକୁ ଯାଉଛି ଭାରତ ନିର୍ମିତ ଦ୍ୱିତୀୟ ଟିକା ‘କର୍ବେଭାକ୍ସ’। ହାଇଦ୍ରାବାଦର ବାୟୋଲୋଜିକାଲ-ଇ ପ୍ରସ୍ତୁତ କରୁଥିବା ଏହି ଦେଶୀ ଟିକାର...
ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ରାଶନ କାର୍ଡ ଦିଅ
ନୂଆଦିଲ୍ଲୀ,୩।୬: ବାସହୀନ, ଜରି ଗୋଟାଳି, ହକର ଏବଂ ରିକ୍ସା ଚାଳକଙ୍କ ଭଳି ସମାଜର ଆର୍ଥତ୍କ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ଚିହ୍ନଟ କରି ଜାତୀୟ ଖାଦ୍ୟ ନିରାପତ୍ତା...
ପରକୀୟା ପ୍ରୀତି ଥିଲେ ବି ମା’ ନେଇପାରିବେ ପିଲାଙ୍କ ଦାୟିତ୍ୱ
ଚଣ୍ଡିଗଡ଼, ୪ା୬: ପରକୀୟା ପ୍ରୀତି ଥିଲେ ବି ଜଣେ ମହିଳା ଭଲ ମା’ ନୁହନ୍ତି ବୋଲି ସିଦ୍ଧାନ୍ତ ହୋଇପାରିବ ନାହିଁ। ଏହି ଆଧାରରେ ସନ୍ତାନର ସୁରକ୍ଷା...
ଶୁଭେନ୍ଦୁଙ୍କଠାରୁ ହାର୍ ମାନିବାକୁ ପ୍ରସ୍ତୁତ ନାହାନ୍ତି ଦିଦି: ଜୁନ୍ ୨୪ ଶୁଣାଣି
କୋଲକତା,୧୮।୬: ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମ ଆସନରୁ ଭାଜପା ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କଠାରୁ ହାରିଯାଇଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପରେ ସେ ଶୁଭେନ୍ଦୁ ଅଧିକାରୀଙ୍କ ବିଜୟ...
ଡେଲ୍ଟା ପ୍ଲସ୍ ଭାରିଆଣ୍ଟରେ ଦେଶର ଦ୍ୱିତୀୟ ମୃତ୍ୟୁ
ମୁମ୍ବାଇ,୨୫।୬: ଭାରତରେ କରୋନାର ଡେଲ୍ଟା ପ୍ଲସ୍ ଭାରିଆଣ୍ଟ ଏବେ ସମସ୍ତଙ୍କ ପାଇଁ ଚିନ୍ତା ବଢ଼ାଇଦେଇଛି। ମହାରାଷ୍ଟ୍ରରେ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବା...
ଭାଜପାର ଚିନ୍ତା ବଢ଼ାଇଲେ ମୁକୁଲ
କୋଲକାତା, ୯।୬: ପଶ୍ଚିମବଙ୍ଗ ନିର୍ବାଚନରେ ପରାଜୟ ପରେ ଭାଜପାର ଚିନ୍ତା ବଢ଼ିବାରେ ଲାଗିଛି। ଟିଏମ୍ସିର ବହୁ ପୂର୍ବତନ ନେତାଙ୍କ ଭଳି ବରିଷ୍ଠ ନେତା ମୁକୁଲ ରୟ...
ଦେଶର ସମସ୍ତଙ୍କୁ ମାଗଣା ଟିକା
ନୂଆଦିଲ୍ଲୀ,୭।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରି ସୋମବାର ଏକ ବଡ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ଦେଶର ୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ନାଗରିକଙ୍କୁ...


