E-Paper
  • logo
  • Thursday 24th September 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inମେଟ୍ରୋ, ରାଜ୍ୟ

ସୁରକ୍ଷା କର୍ମୀଙ୍କୁ ହତ୍ୟା ଅଭିଯୋଗ
8:26 amJune 2, 2021

ଭୁବନେଶ୍ୱର,୨ା୬(ବ୍ୟୁରୋ):ବଡ଼ଗଡ଼ ଥାନା ଅନ୍ତର୍ଗତ କଳ୍ପନା ଛକସ୍ଥିତ ଭଞ୍ଜକଳା ମଣ୍ଡପ ନିକଟ ୟୋଗିକ୍‌ ଜିମ୍‌ ସେଣ୍ଟର ପରିସରରୁ ମଙ୍ଗଳବାର ଜଣେ ସୁରକ୍ଷାକର୍ମୀଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ଜବତ କରିଛି। ମୃତକ ହେଲେ ନୟାଗଡ଼ ଜିଲା ରଣପୁର ଅନ୍ଧାଳୁଆ ଗ୍ରାମର ରଞ୍ଜିତ ନାୟକ (୨୨)। ସେ ଭୁବନେଶ୍ୱରରେ ରହିବା ସହ ଉକ୍ତ ଜିମ୍‌ରେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପରିବାରବର୍ଗ ଓ ସମ୍ପର୍କୀୟମାନେ ଗଣମାଧ୍ୟମ ଆଗରେ ଅଭିଯୋଗ ଆଣି ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ସୂଚନା ମୁତାବକ, ରଞ୍ଜିତ କିଛିବର୍ଷ ତଳେ ଭୁବନେଶ୍ୱରକୁ କାମ ଅନ୍ବେଷଣରେ ଚାଲିଆସିଥିଲେ। ସେ ୟୁନିଟ ୬ ଅକ୍ଷମ କେନ୍ଦ୍ର ବସ୍ତିରେ ଏକ ଘରଭଡ଼ା ନେଇ ରହୁଥିଲେ। ଗତ ୩ବର୍ଷ ହେଲା ୟୋଗିକ୍‌ ଜିମ୍‌ ସେଣ୍ଟରରେ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟରତ ଥିଲେ। ସେ ରାତି ୧୦ଟାରୁ ସକାଳ ପର୍ଯ୍ୟନ୍ତ ଡ୍ୟୁଟି କରିଥାନ୍ତି। ସୋମବାର ରାତିରେ ରଞ୍ଜିତ ଉକ୍ତ ଜିମ୍‌କୁ ଡ୍ୟୁଟି ପାଇଁ ଯାଇଥିଲେ। ତେବେ ମଙ୍ଗଳବାର ସକାଳ ୬ଟାରେ ଫାଟକ ଖୋଲା ନ ହେବାରୁ ଜିମ୍‌ର ସଦସ୍ୟମାନେ ଥାନାକୁ ଖବର ଦେଇଥିଲେ। ପୋଲିସ ପହଞ୍ଚିବା ପରେ ଭିତରପଟୁ ତାଲା ପଡ଼ିଥିବା ଫାଟକକୁ ଭାଙ୍ଗି ଖୋଲାଯାଇଥିଲା। ଜିମ୍‌ ପରିସରସ୍ଥ ପୁଲ୍‌ ଅପ୍‌ ପାଇପରେ ରଞ୍ଜିତଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା। ତାଙ୍କ ସମ୍ପର୍କୀୟମାନେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣି ତଦନ୍ତ ଦାବିରେ ହୋହଲ୍ଲା କରିଥିଲେ। ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଥିଲା। ସେଠାକୁ ମଧ୍ୟ ରଞ୍ଜିତଙ୍କ ୫୦ରୁ ଊର୍ଦ୍ଧ୍ୱ ସମ୍ପର୍କୀୟ ଯାଇ ଭଙ୍ଗାରୁଜା କରିଥିଲେ। ଉତ୍ତେଜନା ପ୍ରକାଶ ପାଇବାରୁ ପୋଲିସ ପହଞ୍ଚତ୍ ସେମାନଙ୍କୁ ବୁଝାଶୁଝା କରିଥିଲା। ଏନେଇ ବଡ଼ଗଡ଼ ଥାନା ଅଧିକାରୀ ବିଶ୍ୱରଞ୍ଜନ ନାୟକ କହିଛନ୍ତି, ଏକ ଅପମୃତ୍ୟୁ ମାମଲା (ନଂ.୨୫/୨୧) ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ସମ୍ପର୍କୀୟମାନେ ଗଣମାଧ୍ୟମ ଆଗରେ ହତ୍ୟା ଅଭିଯୋଗ କରୁଥିଲେ ମଧ୍ୟ ଥାନାରେ କୌଣସି ଲିଖିତ ଅଭିଯୋଗ କରିନାହାନ୍ତି। ମୃତ ଯୁବକଙ୍କ ମୋବାଇଲ ଟ୍ରାକିଂ କରାଯିବା ସହ ଜିମ୍‌ରେ କାର୍ଯ୍ୟରତ ୫ଜଣ ସଦସ୍ୟଙ୍କୁ ଜେରା କରାଯିବ। ସେହିପରି ଜିମ୍‌ ପରିସରରୁ ବାଇକ, ୨ଟି କାଚଗ୍ଲାସ ଜବତ କରାଯାଇଛି। ବିଭିନ୍ନ ପାରିପାର୍ଶ୍ୱିକ ଦିଗକୁ ନେଇ ତଦନ୍ତ କରାଯିବ। ଅନ୍ୟପକ୍ଷରେ ମୃତକଙ୍କର କାହା ସହିତ ଶତ୍ରୁତା ନ ଥିଲା। ଘଟଣାର ଠିକ ଭାବେ ତଦନ୍ତ କରାଗଲେ ସତ୍ୟତା ଜଣାପଡ଼ିବ ବୋଲି ରଞ୍ଜିତଙ୍କ ସମ୍ପର୍କୀୟଙ୍କ ସମେତ ଜିମ୍‌ର କୋଚ ତଥା ଇନଚାର୍ଜ ବାବୁଲି ସ୍ବାଇଁ କହିଛନ୍ତି।


[mc4wp_form id="252536"] All Right Reserved By Dharitri.Com

Posted inମେଟ୍ରୋ, ରାଜ୍ୟ View All

କାଳ ହେଲା ମର୍ନିଂ ଓ୍ବାକ୍‌

ଭଞ୍ଜନଗର/ବୁଗୁଡ଼ା,୧୦।୬: ଗଞ୍ଜାମ ଜିଲା ଦକ୍ଷିଣ ଘୁମୁସର ବନଖଣ୍ଡ ବୁଗୁଡ଼ା ରେଞ୍ଜ ଅଞ୍ଚଳରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ହାତୀ ଆକ୍ରମଣରେ ପ୍ରାତଃ ଭ୍ରମଣରେ ଯାଉଥିବା...

କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସଂଘ ଦେଲା ୩ ଲକ୍ଷ

ଭୁବନେଶ୍ୱର,୧୨ା୬(ବ୍ୟୁରୋ): କରୋନା ମୁକାବିଲା ପାଇଁ ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସଂଘ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠି(ସିଏମ୍‌ଆର୍‌ଏଫ୍‌)କୁ ୩ଲକ୍ଷ ଟଙ୍କା ଦାନ କରିଛି। ରାଜ୍ୟ ଲୋକସେବା...

ଏଥର ଫିକା ପଡିଛି ରଜ

ଭୁବନେଶ୍ୱର,୧୪।୬(ବ୍ୟୁରେ): ଆଜି ପହିଲି ରଜ । ହେଲେ କରୋନା ପାଇଁ ଓଡ଼ିଶାର ଗଣ ପର୍ବ ରଜ ଏଥର ଫିକା ପଡ଼ିଛି। ଏଥର ସେତେଟା ଚଳଚଞ୍ଚଳ ନାହିଁ...

ବଜାର ବନ୍ଦ, ସରକାର ନେଉନାହାନ୍ତି

ଭୁବନେଶ୍ୱର, ୮।୬(ବ୍ୟୁରୋ): କରୋନା ସଂକ୍ରମଣ କେବଳ ସ୍ବାସ୍ଥ୍ୟ ନୁହେଁ, ଆର୍ଥିକ ଅବସ୍ଥାକୁ ମଧ୍ୟ ଦୋହଲାଇ ଦେଇଛି। ଉଭୟ କ୍ଷେତ୍ରରୁ ଜୀବନ ଧାରଣ ପ୍ରତି ଭୟଙ୍କର ସଙ୍କଟ...

ନିଜ ଦରମାରୁ ରନ୍ଧାଖାଦ୍ୟ ଦେଉଛନ୍ତି କୃଷ୍ଣଚନ୍ଦ୍ର

ଭୁବନେଶ୍ୱର,୭ା୬(ବ୍ୟୁରୋ): କରୋନା ସଙ୍କଟ ଭିତରେ ଓଡ଼ିଶା, ଭାରତ ସମେତ ସମଗ୍ର ବିଶ୍ୱ ଫସି ରହିଛି। ଲକ୍ଷ ଲକ୍ଷ ଲୋକ ରୋଜଗାର ହରାଇ ଭୋକରେ ରହୁଥିବାବେଳେ ଏଭଳି...

ମୁଢ଼ି ବସ୍ତାରେ ଗଞ୍ଜେଇ ଚାଲାଣ

ଜୟପୁର,୭ା୬: ଅଭିନବ ଉପାୟରେ ମୁଢ଼ି ବସ୍ତା ଭିତରେ ଗଞ୍ଜେଇ ଚାଲାଣ ବେଳେ କୋରାପୁଟ ଜିଲା ଜୟପୁର ସଦର ପୋଲିସ ଚଢାଉ କରି ଏହାକୁ ଧରିଛି। ପ୍ରାୟ...

ଆଜି ଆଉ ୪୦ ଜୀବନ ନେଲା କରୋନା, ୩୮୦୦ ଟପିଲା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର,୨୫ା୬(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ କରୋନା ମହାମାରୀ ଆଉ ୪୦ ଜଣଙ୍କ ଜୀବନ ନେଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।...

ଇ-ପାଠଶାଳା, ଇ-ମୂଲ୍ୟାଙ୍କନ ପୋର୍ଟାଲ

ଭୁବନେଶ୍ୱର,୧୮ା୬(ବ୍ୟୁରୋ): ଛାତ୍ରୀଛାତ୍ରଙ୍କୁ ଅନ୍‌ଲାଇନ ମାଧ୍ୟମରେ ଶିକ୍ଷାଦାନ ଓ ମୂଲ୍ୟାୟନ ପାଇଁ ଓପେପା ଦ୍ୱାରା ଇ-ପାଠଶାଳା ଓ ଇ-ମୂଲ୍ୟାଙ୍କନ ନାମରେ ଦୁଇଟି ପୋର୍ଟାଲ ପ୍ରସ୍ତୁତ କରାଯାଇଛି। ଗୁରୁବାର...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଆଜିଠୁ ୧୮ରୁ ୪୪ ବର୍ଷୀୟଙ୍କୁ ଦ୍ୱିତୀୟ ଡୋଜ୍‌
Next Post Next post:
ଘରର ଏସବୁ ସ୍ଥାନରେ ରଖନ୍ତୁ ଦର୍ପଣ: କେବେ ବି ହେବେନି ଦରିଦ୍ର

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts