ଭୁବନେଶ୍ୱର,୩।୬(ବ୍ୟୁରୋ): କୋଭିଡ୍-୧୯ ମହାମାରୀ ଦ୍ୱିତୀୟ ଲହରରେ ଯାତ୍ରୀ ପରିବହନ ସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି। ବିଶେଷକରି ଯାତ୍ରୀବାହୀ ବସ୍ଗୁଡ଼ିକ ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଛନ୍ତି। ଲକ୍ଡାଉନ, ଶଟ୍ଡାଉନ, ତୈଳଦର ବୃଦ୍ଧି, ଯାତ୍ରୀସଂଖ୍ୟା ହ୍ରାସ ଆଦି ସମସ୍ୟା ନେଇ ରାଜ୍ୟର ୧୪ ହଜାର ବସ୍ ଅନିର୍ଦ୍ଦିଷ୍ଟ କାଳ ଲାଗି ଚଳାଚଳ ବନ୍ଦ ରଖିବାକୁ ରାଜ୍ୟ ବସ୍ ମାଲିକ ସଂଘ ପକ୍ଷରୁ ଘୋଷଣା କରାଯାଇଛି।
କୋଭିଡ୍ ପ୍ରଥମ ଲହର ପରେ ବସ୍ ସେବା ସ୍ବାଭାବିକ ହେବା ପୂର୍ବରୁ ଦ୍ୱିତୀୟ ଲହରର ଶକ୍ତ ଧକ୍କା ଦେଇଛି। ରାଜ୍ୟର ଆର୍ଥିକ ଓ ନିଯୁକ୍ତି କ୍ଷେତ୍ରକୁ ଗୁରୁତ୍ୱ ଦେଇ ରାଜ୍ୟ ଓ କେନ୍ଦ୍ର ସରକାର ସ୍ବତନ୍ତ୍ର ଭାବେ ରାଜ୍ୟ ପରିବହନ ଶିଳ୍ପକୁ ଗୁରୁତ୍ୱ ଦେବାକୁ ସଂଘ ପକ୍ଷରୁ ନିବେଦନ କରାଯାଇଛି। ବାସ୍ତବ ସ୍ଥିତିକୁ ଅନୁଧ୍ୟାନ କରି ପରିବହନ ଶିଳ୍ପକୁ ବଞ୍ଚାଇବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ତୁରନ୍ତ ପଦକ୍ଷେପ ନେବାକୁ ସଂଘ ନିବେଦନ କରିଛି। ରାଜ୍ୟ ସରକାର ମୋଟର ଯାନ ଟିକସ ଛାଡ଼ କରିଛନ୍ତି। କରୋନା ସ୍ଥିତି କେତେବେଳେ ସ୍ବାଭାବିକ ହେବ ତାହା ଅନିଶ୍ଚିତତା ମଧ୍ୟରେ ଗତି କରୁଛି। ଏହାକୁ ଦୃଷ୍ଟିରେ ରଖି ବସ୍ ମାଲିକମାନେ ସମସ୍ତ ବସ୍କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଛନ୍ତି ବୋଲି ସଂଘ ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି। ଲକ୍ଡାଉନ ଉଠିବା ପରେ ବସ୍ଗୁଡ଼ିକରେ ଆବଶ୍ୟକ ସଂଖ୍ୟକ ଯାତ୍ରୀ ହେବେ କି ନାହିଁ ତାହା ଆଶଙ୍କା ଭିତରେ ରହିଛି। ଏଥିସହିତ କ୍ରମାଗତ ଡିଜେଲ ଦର ବୃଦ୍ଧି ବୋଝ ଉପରେ ନଳିତବିଡ଼ା ହୋଇଛି। ବସ୍ ଚଳାଚଳ ଜାରି ରଖିଲେ ଦୈନିକ ୧୦ ହଜାର ଟଙ୍କା କ୍ଷତି ହେବାର ସମ୍ଭାବନା ରହିଛି। ଏସବୁକୁ ଦୃଷ୍ଟିରେ ରଖି ଚଳିତ ଜୁନ୍ରୁ ଅଗଷ୍ଟ ଯାଏ ଟିକସ ଛାଡ଼ କରିବା ସହ ବ୍ୟାଙ୍କ ସୁଧ ୬ ମାସ ପାଇଁ ସ୍ଥଗିତ ରଖିବା, ବସ୍ର ବୀମା ଅବଧିକୁ ୬ ମାସ ପାଇଁ ବୃଦ୍ଧି କରିବା, ବସ୍ ମାଲିକ ଓ କର୍ମଚାରୀମାନଙ୍କ ପାଇଁ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି।
ଧରାପଡ଼ିଲା ଗୁଗୁଲ୍ ପେ’ରେ ଲୁଟୁଥିବା ଲୁଟେରା
ଝାରସୁଗୁଡ଼ା ଅଫିସ,୨୨ା୬: ଝାରସୁଗୁଡ଼ା ଜିଲା ପୋଲିସ ଏକ ଆନ୍ତଃ ଜିଲା ସାଇବର କ୍ରାଇମ୍ ଉପରୁ ରହସ୍ୟ ଉଠାଇଛି। ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୋଲିସ ନୟାଗଡ଼ ଜିଲାରୁ...
ଗୋଟିଏ କୋଠରିରେ ୧୫୦ କର୍ମଚାରୀ
ପାଲଲହଡା,୨୫ା୬(ଡି.ଏନ.ଏ.) ଅନୁଗୋଳରେ କାବୁକୁ ଆସିନି କରୋନା ସଂକ୍ରମଣ। ସେଥିପାଇଁ ଏହି ଜିଲାକୁ ରାଜ୍ୟ ସରକାର କାଟାଗୋରି-ବି’ରେ ରଖିଛନ୍ତି। ଅର୍ଥାତ୍ ପୂର୍ବପରି ଲଗାଯାଇଥିବା କଡ଼ା କଟକଣା ଏଠାରେ...
ଥମୁନି କରୋନା ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ ଗଲା ୪୭ ଜୀବନ
ଭୁବନେଶ୍ୱର,୧୨।୬(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ...
ଭୁବନେଶ୍ୱର ଦେଶର ଚତୁର୍ଥ ବାସୋପଯୋଗୀ ରାଜଧାନୀ
ଭୁବନେଶ୍ୱର,୨୦ା୬(ବ୍ୟୁରୋ): ସ୍ମାର୍ଟ ସିଟି ଭୁବନେଶ୍ୱର ଉତ୍ତମ ବାସୋପଯୋଗୀ ସହର ତାଲିକାରେ ସ୍ଥାନ ପାଇଛି । ଦେଶର ପ୍ରମୁଖ ୧୦ଟି ସହର ମଧ୍ୟରୁ ଏହା ୪ର୍ଥ ସ୍ଥାନ...
ନିଜ ଦରମାରୁ ରନ୍ଧାଖାଦ୍ୟ ଦେଉଛନ୍ତି କୃଷ୍ଣଚନ୍ଦ୍ର
ଭୁବନେଶ୍ୱର,୭ା୬(ବ୍ୟୁରୋ): କରୋନା ସଙ୍କଟ ଭିତରେ ଓଡ଼ିଶା, ଭାରତ ସମେତ ସମଗ୍ର ବିଶ୍ୱ ଫସି ରହିଛି। ଲକ୍ଷ ଲକ୍ଷ ଲୋକ ରୋଜଗାର ହରାଇ ଭୋକରେ ରହୁଥିବାବେଳେ ଏଭଳି...
ଚିନ୍ତା ବଢ଼ାଉଛି ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ ଗଲା ୪୭ ଜୀବନ
ଭୁବନେଶ୍ୱର,୨୬।୬(ବ୍ୟୁରୋ): ରାଜ୍ୟରେ ପୁଣି ଦୈନିକ ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟାରେ ବି ଲାଗୁନି ବ୍ରେକ୍। ଶନିବାର ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନାଜନିତ ୪୭...
ବର୍ଷାରେ ଧୋଇଗଲା ଡାଇଭର୍ସନ
କେନ୍ଦୁଝର, ୧୩।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଖଡ଼ିବାହାଳୀ ଛକ ନିକଟସ୍ଥ କଙ୍କଡାନାଳ ରାସ୍ତା ଲଘୁଚାପ ବର୍ଷାରେ ଧୋଇଯାଇଛି। ଏନେଇ ନରଣପୁର ବ୍ରାହ୍ମଣୀପାଳ ଯୋଗାଯୋଗ ବିଚ୍ଛିନ୍ନ...
ସାଧାରଣ ବଚ୍ସାରୁ ହତ୍ୟା
ଝାରସୁଗୁଡା ଅଫିସ୍,୨୬।୬: ଝାରସୁଗୁଡ଼ା ଜିଲା ସଦର ଥାନା ଅଧୀନ ଲହଣ୍ଡାବୁଡ ଗ୍ରାମରେ ଶୁକ୍ରବାର ଏକ ହତ୍ୟାକାଣ୍ଡ ଘଟିଛି। ସ୍ଥାନୀୟ ଫୁଟବଲ ପଡିଆରେ ସାଧାରଣ କଥାକୁ ନେଇ...


