ନୂଆଦିଲ୍ଲୀ,୬।୬: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ସୀ ଭାରତୀୟ କର୍ତ୍ତୃପକ୍ଷଙ୍କୁ ଖୋଲା ଆମନ୍ତ୍ରଣ କରିଛନ୍ତି। ଯାହା ପଚାରିବାର ଅଛି ଆସି ପଚାରିପାରିବ ବୋଲି ଚୋକ୍ସୀ କହିଛନ୍ତି। ଚିକିତ୍ସା ପାଇଁ ଭାରତ ଛାଡିଛି। ମୁଁ ଜଣେ ନିୟମ ପାଳନ କରୁଥିବା ନାଗରିକ ବୋଲି ଚୋକ୍ସୀ ମତ ରଖିଛନ୍ତି। ୬୨ ବର୍ଷ ଏହି ଜୁଏଲର୍ସ ପିଏନ୍ବିର ୧୪ ହଜାର କୋଟି ଟଙ୍କାର ଋଣ ଠକେଇରେ ସମ୍ପୃକ୍ତି ଜଣାପଡ଼ିବା ପରେ ଭାରତରୁ ଆଣ୍ଟିଗୁଆ ପଳାୟନ କରିଥିଲେ। ସେଠାରୁ ତାଙ୍କୁ ଭାରତ ଫେରାଇ ଆଣିବା ଲାଗି ଭାରତ ସରକାର ପ୍ରକ୍ରିୟା ଜାରି କରିଥିବା ବେଳେ ସେ ନିଖୋଜ ହୋଇଯାଇଥିଲେ। ତାଙ୍କୁ ଡୋମିନିକାରେ ଠାବ କରାଯିବା ପରେ ସେଠାରେ ଏବେ ସେ ରହିଛନ୍ତି। ଡୋମିନିକା ହାଇକୋର୍ଟଙ୍କୁ ଚୋକ୍ସୀ ସତ୍ୟପାଠ ଦାଖଲ କରିଛନ୍ତି। ଏଥିରେ ସେ କହିଛନ୍ତି, ଭାରତୀୟ ଆଇନକୁ ମୁଁ କେବେ ଅବମାନନା କରିନାହିଁ। ଭାରତ ଛାଡ଼ିବା ବେଳେ ମୋ ବିରୋଧରେ କୌଣସି ଓ୍ବାରେଣ୍ଟ ଜାରି କରାଯାଇ ନ ଥିଲା। ଆମେରିକାରେ ଚିକିତ୍ସା ପାଇଁ ଭାରତ ଛାଡ଼ିଥିଲି। ସେହିଭଳି ଡୋମିନିକା କୋର୍ଟଙ୍କ ଶୁଣାଣିଠାରୁ ଦୂରକୁ ଯିବାର କୌଣସି ଯୋଜନା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଡୋମିନିକା କୋର୍ଟରେ ଚୋକ୍ସୀଙ୍କ ବିରୋଧରେ ମାମଲା ଚାଲିଥିବା ବେଳେ ତାଙ୍କ ସ୍ତ୍ରୀ ପ୍ରୀତି ବ୍ରିଟେନ ରାଣୀ ଏଲିଜାବେଥଙ୍କୁ ଚିଠି ଲେଖି ହସ୍ତକ୍ଷେପ କରିବାକୁ ନିବେଦନ କରିବେ ବୋଲି ଶୁଣାଯାଉଛି। ଚୋକ୍ସୀଙ୍କୁ ଆଣ୍ଟିଗୁଆ ଯିବାରେ ସେ ରାଣୀଙ୍କ ହସ୍ତକ୍ଷେପ ଲୋଡ଼ିବାକୁ ଏବେ ପ୍ରସ୍ତୁତି ଜାରି ରହିଛି।
ଜନମଙ୍ଗଳକାରୀ ଯୋଜନା ଲାଗି ଅର୍ଥ ସଞ୍ଚୟ କରୁଛୁ
ନୂଆଦିଲ୍ଲୀ: ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲ ଦର ଲଗାତର ବୃଦ୍ଧି ହୋଇ ରେକର୍ଡ ସ୍ତରରେ ରହିଛି। ତେଲ ଉପରେ ଉଚ୍ଚ ଟିକସକୁ ନେଇ ବିରୋଧୀ ଦଳଗୁଡିକ କେନ୍ଦ୍ର...
ରିଲାଏନ୍ସ ବୋର୍ଡରେ ରହିପାରେ ସାଉଦି ଆରାମକୋ
ନୂଆଦିଲ୍ଲୀ: ରିଲାଏନ୍ସ ବୋର୍ଡରେ ସାଉଦି ଆରାମକୋର ଅଧ୍ୟକ୍ଷ ସାମିଲ ହୋଇପାରନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏବଂ ସାଉଦି ଆରାମକୋ ମଧ୍ୟରେ ୧୫ ବିଲିୟନ ଡଲାରର ମେଗାଡିଲକୁ ନେଇ...
୫ଜି ଟେକ୍ନୋଲୋଜି ସୁରକ୍ଷିତ:ସିଓଏଆଇ
ନୂଆଦିଲ୍ଲୀ: ଆଗାମୀ ଦିନରେ ଆସିବାକୁ ଥିବା ୫ଜି ଟେକ୍ନୋଲୋଜି ସୁରକ୍ଷିତ। ସ୍ବାସ୍ଥ୍ୟ ଉପରେ ଏହାର କୌଣସି ପ୍ରଭାବ ପଡିବନାହିଁ। ବର୍ତ୍ତମାନ ଭ୍ରାନ୍ତ ଧାରଣା ଏବଂ ଗୁଜବ...
ରେଲଓ୍ବେକୁ ମିଳିବ ୫ ମେଗାହର୍ଜ ସ୍ପେକ୍ଟ୍ରମ
ନୂଆଦିଲ୍ଲୀ: ୭୦୦ ମେଗାହର୍ଜ ବ୍ୟାଣ୍ଡରେ ରେଲଓ୍ବେକୁ ୫ ମେଗାହର୍ଜ ସ୍ପେକ୍ଟ୍ରମ ପ୍ରଦାନ ସଂକ୍ରାନ୍ତ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ବୁଧବାର ମଞ୍ଜୁରୀ ପ୍ରଦାନ କରାଯାଇଛି। ଏଭଳି ପଦକ୍ଷେପ...
ପାନ୍-ଆଧାର ଲିଙ୍କ୍ ଅବଧି ସେପ୍ଟେମ୍ବର ଯାଏ ବୃଦ୍ଧି
ନୂଆଦିଲ୍ଲୀ,୨୬।୬: କେନ୍ଦ୍ର ସରକାର ପାନ୍ ସହ ଆଧାର ଲିଙ୍କ୍ କରାଇବା ସମୟକୁ ୩ ମାସ ବଢ଼ାଇଛନ୍ତି। ଫଳରେ ଲୋକମାନେ ଚଳିତ ବର୍ଷ ସେପ୍ଟେମ୍ବର ଶେଷ ଯାଏ...
ଡାକ ବିଭାଗର ବିଶେଷ ରଦ୍ଦକରଣ କାର୍ଯ୍ୟକ୍ରମ
ଭୁବନେଶ୍ୱର: ଚଳିତ ମାସ ୨୧ରେ ବିଶ୍ୱ ଯୋଗ ଦିବସର ମହତ୍ତ୍ୱ ପ୍ରତିପାଦନ ନିମିତ୍ତ ଭାରତୀୟ ଡାକ ବିଭାଗ ପକ୍ଷରୁ ଏକ ବିଶେଷ ରଦ୍ଦକରଣ (ସ୍ପେଶାଲ କ୍ୟାନସେଲେଶନ)...
ଅର୍ଥ ବ୍ୟବସ୍ଥା ପାଇଁ ଆସିପାରେ ଅଧିକ ପଦକ୍ଷେପ
ନୂଆଦିଲ୍ଲୀ: କରୋନା ମହାମାରୀ ଦ୍ୱିତୀୟ ଲହର ଯୋଗୁ ଦେଶର ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ପ୍ରଭାବିତ ହୋଇ ରହିଛି। କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥାକୁ ପୁଣି ଥରେ ପ୍ରୋତ୍ସାହିତ କରିବା...
ବହୁଦେଶୀୟ କମ୍ପାନୀଙ୍କ ଟିକସ ନେଇ ଜି-୭ର ନିଷ୍ପତ୍ତି
ନୂଆଦିଲ୍ଲୀ,୭।୬: ଶନିବାର ଜି-୭ ରାଷ୍ଟ୍ର ସମୂହର ପ୍ରତିନିଧି ଓ ଅଧିକାରୀଙ୍କ ମଧ୍ୟରେ ଏକ ବିଶେଷ ବୈଠକ ଲଣ୍ଡନରେ ଅନୁଷ୍ଠିତ ହୋଇଯାଇଛି। ଗୁଗଲ, ଆପଲ୍ ଓ ଆମାଜନ...


