ନୂଆଦିଲ୍ଲୀ,୬।୬: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ସୀ ଭାରତୀୟ କର୍ତ୍ତୃପକ୍ଷଙ୍କୁ ଖୋଲା ଆମନ୍ତ୍ରଣ କରିଛନ୍ତି। ଯାହା ପଚାରିବାର ଅଛି ଆସି ପଚାରିପାରିବ ବୋଲି ଚୋକ୍ସୀ କହିଛନ୍ତି। ଚିକିତ୍ସା ପାଇଁ ଭାରତ ଛାଡିଛି। ମୁଁ ଜଣେ ନିୟମ ପାଳନ କରୁଥିବା ନାଗରିକ ବୋଲି ଚୋକ୍ସୀ ମତ ରଖିଛନ୍ତି। ୬୨ ବର୍ଷ ଏହି ଜୁଏଲର୍ସ ପିଏନ୍ବିର ୧୪ ହଜାର କୋଟି ଟଙ୍କାର ଋଣ ଠକେଇରେ ସମ୍ପୃକ୍ତି ଜଣାପଡ଼ିବା ପରେ ଭାରତରୁ ଆଣ୍ଟିଗୁଆ ପଳାୟନ କରିଥିଲେ। ସେଠାରୁ ତାଙ୍କୁ ଭାରତ ଫେରାଇ ଆଣିବା ଲାଗି ଭାରତ ସରକାର ପ୍ରକ୍ରିୟା ଜାରି କରିଥିବା ବେଳେ ସେ ନିଖୋଜ ହୋଇଯାଇଥିଲେ। ତାଙ୍କୁ ଡୋମିନିକାରେ ଠାବ କରାଯିବା ପରେ ସେଠାରେ ଏବେ ସେ ରହିଛନ୍ତି। ଡୋମିନିକା ହାଇକୋର୍ଟଙ୍କୁ ଚୋକ୍ସୀ ସତ୍ୟପାଠ ଦାଖଲ କରିଛନ୍ତି। ଏଥିରେ ସେ କହିଛନ୍ତି, ଭାରତୀୟ ଆଇନକୁ ମୁଁ କେବେ ଅବମାନନା କରିନାହିଁ। ଭାରତ ଛାଡ଼ିବା ବେଳେ ମୋ ବିରୋଧରେ କୌଣସି ଓ୍ବାରେଣ୍ଟ ଜାରି କରାଯାଇ ନ ଥିଲା। ଆମେରିକାରେ ଚିକିତ୍ସା ପାଇଁ ଭାରତ ଛାଡ଼ିଥିଲି। ସେହିଭଳି ଡୋମିନିକା କୋର୍ଟଙ୍କ ଶୁଣାଣିଠାରୁ ଦୂରକୁ ଯିବାର କୌଣସି ଯୋଜନା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଡୋମିନିକା କୋର୍ଟରେ ଚୋକ୍ସୀଙ୍କ ବିରୋଧରେ ମାମଲା ଚାଲିଥିବା ବେଳେ ତାଙ୍କ ସ୍ତ୍ରୀ ପ୍ରୀତି ବ୍ରିଟେନ ରାଣୀ ଏଲିଜାବେଥଙ୍କୁ ଚିଠି ଲେଖି ହସ୍ତକ୍ଷେପ କରିବାକୁ ନିବେଦନ କରିବେ ବୋଲି ଶୁଣାଯାଉଛି। ଚୋକ୍ସୀଙ୍କୁ ଆଣ୍ଟିଗୁଆ ଯିବାରେ ସେ ରାଣୀଙ୍କ ହସ୍ତକ୍ଷେପ ଲୋଡ଼ିବାକୁ ଏବେ ପ୍ରସ୍ତୁତି ଜାରି ରହିଛି।
ଏନ୍ଟିପିସି ଭାରତର ଶ୍ରେଷ୍ଠ ନିଯୁକ୍ତିଦାତା
ଭୁବନେଶ୍ୱର: ଦେଶର ଅଗ୍ରଣୀ ନବରତ୍ନ କମ୍ପାନୀ ନ୍ୟାଶନାଲ ଥର୍ମାଲ ପାୱାର କର୍ପୋରେଶନ(ଏନ୍ଟିପିସି)କୁ ପ୍ରଥମ ଥର ପାଇଁ ୨୦୨୧-ରାଷ୍ଟ୍ର ନିର୍ମାତାଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ନିଯୁକ୍ତିଦାତାର ସମ୍ମାନ ମିଳିଛି।...
ଏମ୍ଏସ୍ଏମ୍ଇକୁ କଞ୍ଚାମାଲ ଚିନ୍ତା
ନୂଆଦିଲ୍ଲୀ: ଅଣୁ,କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡ଼ିକ ବର୍ତ୍ତମାନ କଞ୍ଚାମାଲ ମୂଲ୍ୟ ବୃଦ୍ଧି ଯୋଗୁ ସମସ୍ୟା ସାମ୍ନା କରୁଛନ୍ତି। ଏହାକୁ ଧ୍ୟାନରେ ରଖି ଅଲ ଇଣ୍ଡିଆ କାଉନସିଲ...
୫ଜି ଟେକ୍ନୋଲୋଜି ସୁରକ୍ଷିତ:ସିଓଏଆଇ
ନୂଆଦିଲ୍ଲୀ: ଆଗାମୀ ଦିନରେ ଆସିବାକୁ ଥିବା ୫ଜି ଟେକ୍ନୋଲୋଜି ସୁରକ୍ଷିତ। ସ୍ବାସ୍ଥ୍ୟ ଉପରେ ଏହାର କୌଣସି ପ୍ରଭାବ ପଡିବନାହିଁ। ବର୍ତ୍ତମାନ ଭ୍ରାନ୍ତ ଧାରଣା ଏବଂ ଗୁଜବ...
ରେଲଓ୍ବେକୁ ମିଳିବ ୫ ମେଗାହର୍ଜ ସ୍ପେକ୍ଟ୍ରମ
ନୂଆଦିଲ୍ଲୀ: ୭୦୦ ମେଗାହର୍ଜ ବ୍ୟାଣ୍ଡରେ ରେଲଓ୍ବେକୁ ୫ ମେଗାହର୍ଜ ସ୍ପେକ୍ଟ୍ରମ ପ୍ରଦାନ ସଂକ୍ରାନ୍ତ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ବୁଧବାର ମଞ୍ଜୁରୀ ପ୍ରଦାନ କରାଯାଇଛି। ଏଭଳି ପଦକ୍ଷେପ...
ଡାବର ଟୁଥ୍ପେଷ୍ଟ ପ୍ୟାକିଂରେ ବ୍ୟବହୃତ ହେବନି କାଗଜ
ନୂଆଦିଲ୍ଲୀ,୨୩।୬: ଦେଶର ଅଗ୍ରଣୀ କମ୍ପାନୀ ଏଫ୍ଏମ୍ସିଜି କମ୍ପାନୀ ଡାବର ପରିବେଶ ସୁରକ୍ଷା ପାଇଁ ଏକ ବଡ଼ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି। ଏଣିକି କାଗଜ କାର୍ଟୁନରେ...
ପେଟ୍ରୋଲରେ ୨୦% ଇଥାନଲ ମିଶ୍ରଣ
ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଓ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ମିଳିତ ଉଦ୍ୟମରେ ଆୟୋଜିତ ଭର୍ଚୁଆଲ ପ୍ଲାଟଫର୍ମରେ ବିଶ୍ୱ ପରିବେଶ...
ଅର୍ଥ ବ୍ୟବସ୍ଥା ପାଇଁ ଆସିପାରେ ଅଧିକ ପଦକ୍ଷେପ
ନୂଆଦିଲ୍ଲୀ: କରୋନା ମହାମାରୀ ଦ୍ୱିତୀୟ ଲହର ଯୋଗୁ ଦେଶର ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ପ୍ରଭାବିତ ହୋଇ ରହିଛି। କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥାକୁ ପୁଣି ଥରେ ପ୍ରୋତ୍ସାହିତ କରିବା...
ଜନମଙ୍ଗଳକାରୀ ଯୋଜନା ଲାଗି ଅର୍ଥ ସଞ୍ଚୟ କରୁଛୁ
ନୂଆଦିଲ୍ଲୀ: ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲ ଦର ଲଗାତର ବୃଦ୍ଧି ହୋଇ ରେକର୍ଡ ସ୍ତରରେ ରହିଛି। ତେଲ ଉପରେ ଉଚ୍ଚ ଟିକସକୁ ନେଇ ବିରୋଧୀ ଦଳଗୁଡିକ କେନ୍ଦ୍ର...


