ଦକ୍ଷିଣ ଆଫ୍ରିକାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଜଣେ ମହିଳା ଏକାଥରକେ ୧୦ ସନ୍ତାନ ଜନ୍ମ ଦେଇ ଏକ ନୂଆ ବିଶ୍ୱ ରେକର୍ଡ କରିଛନ୍ତି। ଗତ ମାସରେ ମୋରକ୍କୋର ଜଣେ ମହିଳା ଏକାଥରକେ ୯ଟି ସନ୍ତାନ ଜନ୍ମ ଦେଇଥିଲେ। ସେ ୯ ସନ୍ତାନ ଜନ୍ମଦେଇ ଗିନିଜ୍ ବୁକ୍ ଅଫ୍ ଓ୍ବାଲର୍ଡ ରେକର୍ଡରେ ସ୍ଥାନ ପାଇଥିଲେ। କିନ୍ତୁ ଏବେ ତାଙ୍କର ଏହି ରେକର୍ଡ ମାତ୍ର ଗୋଟିଏ ମାସ ଭିତରେ ଭାଙ୍ଗିଯାଇଛି। ସୂଚନାଯୋଗ୍ୟ, ଜୁନ୍ ୭ରେ ଗୋସିୟାମୀ ଧମାରା ସିଟ୍ହୋଲ୍ ନାମକ ଏହି ୩୭ ବର୍ଷୀୟା ମହିଳା ଏକାସାଙ୍ଗରେ ୧୦ଟି ସନ୍ତାନ ଜନ୍ମ ଦେଇଥିଲେ। ଏଥିରେ ୭ଟି ପୁଅ ଏବଂ ୩ ଝିଅ ଅଛନ୍ତି। ସବୁ ସନ୍ତାନ ସୁସ୍ଥ ଅଛନ୍ତି। ଅପରେଶନ ଜରିଆରେ ତାଙ୍କର ପ୍ରସବ କରାଯାଇଥିଲା। ପ୍ରସବ ପୂର୍ବରୁ ଡାକ୍ତର ମହିଳାଙ୍କ ପେଟରେ ୬ଟି ସନ୍ତାନ ଥିବା ଆଶା କରିଥିଲେ। ସିଟ୍ହୋଲ୍ଙ୍କ ସ୍ବାମୀଙ୍କୁ ୮ଟି ସନ୍ତାନ ଜନ୍ମ ହେବ ବୋଲି ଭବିଷ୍ୟବାଣୀ କରିଥିଲେ। ଏହି ଦମ୍ପତ୍ତି ୧୦ ସନ୍ତାନ ଜନ୍ମ ହେବାପରେ ବହୁତ ଖୁସି ଅଛନ୍ତି। ୧୦ ସନ୍ତାନ ଜନ୍ମଦେବା ସିଟ୍ହୋଲ୍ଙ୍କ ପାଇଁ ସହଜ ନ ଥିଲା। ଅବରେଶନ ସମୟରେ ଡାକ୍ତରମାନେ ସାବଧାନ ସହକାରେ ପିଲାଙ୍କୁ ଜନ୍ମ ଦେଇଥିଲେ। ସିଟ୍ହୋଲ୍ ଗର୍ଭବସ୍ଥାରେ ଥିବାବେଳେ ବହୁତ ଭୟଭୀତ ଥିଲେ। ସେ ସର୍ବଦା ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି।
ବାଉଁଶ କାରିଗରୀ
ବାଉଁଶରେ ତିଆରି କଳାକୃତି ହେଉ କି ପାରମ୍ପରିକ ବିଭିନ୍ନ କୃଷି ସାମଗ୍ରୀ । କାହିଁ କେଉଁକାଳରୁ ଲୋକଙ୍କ ଗୃହ ଉପକରଣ ଭାବେ ଏହାର ବ୍ୟବହାର ହୋଇଆସୁଛି।...
ତିନି ଗୋଡ଼ିଆ ମଣିଷ ଫ୍ରାନ୍ସେସ୍କୋ: ଥିଲା ୪ ପାଦ ଓ ଦୁଇଟି ଗୁପ୍ତାଙ୍ଗ
ବେଳେବେଳେ ଆମେ ଏମିତି କିଛି ଅଜବ ଦେଖୁ ଯାହାକୁ ସହଜରେ ବିଶ୍ୱାସ କରିହୁଏନା। ସେମିତି କିଛି ଅଜବ ଦେଖିବାକୁ ମିଳିଥିଲା ଇଟାଲିରେ। ଏଠାକାର ଜଣେ ବ୍ୟକ୍ତି...
୧୫ ମିନିଟ୍ରେ ଚା’:ଡେଲିଭରୀ ବୟଙ୍କୁ ମିଳିଲା ୭୩,୦୦୦ନଗଦ ପୁରସ୍କାର
ହାଇଦ୍ରାବାଦ,୨୧।୬: ଗତ କିଛି ମାସରୁ ବଲିଉଡ୍ ଅଭିନେତା ସୋନୁ ସୁଦ ଲୋକଙ୍କ ସହାୟତା କରିଆସୁଛନ୍ତି। କିନ୍ତୁ ଲୋକଙ୍କ ସହାୟତା ପାଇଁ ସୋନୁ ସବୁବେଳେ ସବୁ ସ୍ଥାନରେ...
ଆଜି ଓ୍ବାଲର୍ଡ ମ୍ୟୁଜିକ୍ ଡେ’: ସଙ୍ଗୀତ ବିହୀନ ସୃଷ୍ଟି ନିରର୍ଥକ
ପ୍ରତି ବର୍ଷ ଜୁନ୍ ୨୧ରେ ସାରା ବିଶ୍ୱରେ ପାଳନ କରାଯାଏ ‘ଓ୍ବାଲର୍ଡ ମ୍ୟୁଜିକ୍ ଡେ’। ସଙ୍ଗୀତ ଭଳି ଉପହାର ଭେଟି ଦେଉଥିବାରୁ ସଙ୍ଗୀତଜ୍ଞ, ଗାୟକଙ୍କ ସମ୍ମାନରେ...
ସୌଭାଗ୍ୟ ବୃଦ୍ଧି ପାଇଁ କରିବେ କେଉଁ ପ୍ରକାର ଯୋଗାସନ, ଜାଣନ୍ତୁ …
ସୁସ୍ବାସ୍ଥ୍ୟ ପାଇଁ ଦୈନଦିନ ଜୀବନରେ ଯୋଗାସନ କରିବା ଜରୁରୀ। ତେବେ ଜାତକରେ ବିଭିନ୍ନ ଗ୍ରହଙ୍କୁ ସନ୍ତୁଷ୍ଟ କରିବା ସହିତ ସୌଭାଗ୍ୟ ବୃଦ୍ଧି ଲାଗି ଭିନ୍ନ ଭିନ୍ନ...
୨୪ ହଜାର ବର୍ଷ ଶୋଇବା ପରେ ବରଫ ତଳୁ ନିଦରୁ ଉଠିଲା ଏହି ପ୍ରାଣୀ…
ମସ୍କୋ,୮।୬: ଦିନେ ଦୁଇ ଦିନ ଅବା ସପ୍ତାହେ ନୁହେଁ। ଏକାଥରେ ୨୪ ହଜାର ବର୍ଷ ଶୋଇବା ପରେ ବରଫ ତଳୁ ନିଦରୁ ଉଠିଛି ଏକ ପ୍ରାଣୀ।...
ବୁଡ଼ୁଥିବା ଯୁବତୀଙ୍କୁ ଉଦ୍ଧାର କରିବାକୁ ଲାଗିଥିଲେ ଦମକଳବାହିନୀ-ପୋଲିସ: ହେଲେ ଶେଷରେ ଘଟିଲା ଏପରି
ଟୋକିଓ,୨୩।୬: ଜାପାନରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯାହାକୁ ଦେଖି ଲୋକଙ୍କ ହୋସ୍ ଉଡ଼ିଯାଇଛି। ଜଣେ ବୁଡ଼ୁଥିବା ଯୁବତୀଙ୍କୁ ଉଦ୍ଧାର କରିବା ପାଇଁ ଦମକଳ...
୧୪୮ ବର୍ଷ ପରେ ଶନି ଜୟନ୍ତୀରେ ସୂର୍ଯ୍ୟପରାଗ: ସୌଭାଗ୍ୟ ପ୍ରାପ୍ତି ପାଇଁ କରନ୍ତୁ ଏପରି…
ନୂଆଦିଲ୍ଲୀ,୯।୬: ଜୁନ୍ ୧୦ରେ ଜ୍ୟେଷ୍ଠମାସ ଅମାବାସ୍ୟ ତିଥିରେ ବୃଷ ରାଶିରେ ରାଶିରେ ଅନୁଷ୍ଠିତ ହେବ। ଦୀର୍ଘ ୧୪୮ ବର୍ଷ ପରେ ଶନି ଜୟନ୍ତୀରେ ସୂର୍ଯ୍ୟପରାଗ ଗୁରୁବାର...


