E-Paper
  • logo
  • Saturday 26th September 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inସମ୍ପାଦକୀୟ

ଶାକାହାର ବନାମ ମାଂସାହାର
7:33 amJune 10, 2021

ମାନେକା ଗାନ୍ଧୀ

ବ୍ରିଟେନ୍‌ର ବୃହତ୍ତମ ବେକରି ଗ୍ରେଗ୍‌ସ ବଜାରକୁ ଏକ ଭିଗନ୍‌(ଶୁଦ୍ଧ ଶାକାହାର) ସସେଜ୍‌ ରୋଲ୍‌ ଆଣିବାବେଳେ ତାହାକୁ ଜଣେ ବରିଷ୍ଠ ରିପୋର୍ଟର ତୀବ୍ର ବିରୋଧ କରିଥିଲେ। ଭିଗନ୍‌ ରୋଲ୍‌ ଆଣିବାର ବେକରିର ଏଭଳି ଚିନ୍ତାଧାରାକୁ ସେ ‘ଘୃଣାଉପତ୍ନ୍ନକାରୀ’ ବୋଲି ଅଭିହିତ କରିଥିଲେ। ଭାରତରେ ଆମର ଏଭଳି ସମସ୍ୟା କେବେ ବି ଦେଖାଯାଏନି । କାରଣ ସମାଜ, ଗଣମାଧ୍ୟମ, ସରକାର, ଖେଳ ଏବଂ ଚଳଚ୍ଚିତ୍ରର ଶୀର୍ଷରେ ଥିବା ପ୍ରାୟ ସମସ୍ତେ ଶାକାହାରୀ। କିନ୍ତୁ ସାରା ବିଶ୍ୱରେ ହଜାର ହଜାର ଶୁଦ୍ଧ ଶାକାହାରୀ କିମ୍ବା ଶାକାହାରୀ ତୁମକୁ ପରିବର୍ତ୍ତନ ବିରୋଧୀ ବା ରୁଢ଼ିବାଦୀ ବ୍ୟକ୍ତିଙ୍କ ପ୍ରତିକ୍ରିୟା ସମ୍ପର୍କିତ ଭୟଙ୍କର କାହାଣୀ କହିବେ। ଶାକାହାରୀମାନଙ୍କ ମଧ୍ୟରୁ ଅଧାରୁ ଅଧିକ ଭେଦଭାବର ଶିକାର ହେଉଥିବାର ଅନୁଭବ କରୁଥିବା ଏକ ଅନୁଧ୍ୟାନରୁ ଜଣାପଡ଼ିଥିତ୍ଲା। ୧୦% ଶାକାହାରୀ କହିଥିଲେ ଯେ, ସେମାନେ ମାଂସ ଖାଉ ନ ଥିବାରୁ ସେମାନଙ୍କ ପରିବାରରେ ତୀବ୍ର ପ୍ରତିିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ପାଖାପାଖି ସମାନ ପ୍ରତିଶତ ପ୍ରକାଶ କରିଥିଲେ , ଖାଦ୍ୟ ଯୋଗୁ ସେମାନେ ଚାକିରି ପାେଇବାକୁ ସକ୍ଷମ ହୋଇ ପାରି ନ ଥିତ୍ଲେ। ଶୁଦ୍ଧ ଶାକାହାରବାଦ ବଢ଼ିବା ଯୋଗୁ ମାଂସାହାରୀମାନେ ଏତେ ଭୟଭୀତ ହୋଇପଡୁଛନ୍ତି କାହିଁକି? ମଁୁ ଭାବୁଛି, ସମାଜରେ ପ୍ରତ୍ୟେକ ଜୀବଙ୍କ ପ୍ରତି ରହିଥିବା ଏମାନଙ୍କର ଦୟାଳୁ ଦୃଷ୍ଟିକୋଣ, ଉତ୍ତମ ପରିବେଶ ଓ ସ୍ବାସ୍ଥ୍ୟ ଲାଗି ସେମାନଙ୍କ ଅଭିଯାନ ସମସ୍ତଙ୍କୁ ଭଲ ଲାଗୁଥିବାରୁ ମାଂସାହାରୀମାନେ ଭୟଭୀତ ହେଉଛନ୍ତି। କିନ୍ତୁ ସ୍ପଷ୍ଟତଃ ତାହା ଘଟୁୁନାହଁି। ଯେଉଁମାନେ ପ୍ରତିଦିନ ମାଂସ ଖାଉଛନ୍ତି,ସେମାନେ ଶାକାହାରୀମାନଙ୍କର ମନୋଭାବକୁ ବାସ୍ତବରେ ଗ୍ରହଣ କରିବାକୁ ଅନିଚ୍ଛୁକ। ଏବେ ସମାଜରେ ବାସ୍ତବରେ ଏଭଳି ପରିବର୍ତ୍ତନ ଆସିଛି। ୨୦୧୯ରେ ଏକ ଭିଗନ୍‌ ମାର୍କେଟରେ ଆନ୍ଦୋଳନକାରୀମାନେ ହଠାତ ଶୁଦ୍ଧଶାକାହାରବାଦକୁ ବିରୋଧ କରିବା ସହ ସେମାନେ ମୃତ ଗୁଣ୍ଡୁଚି ମୂଷାର କଞ୍ଚା ମାଂସ ଖାଇବା ଆରମ୍ଭ କରିଥିଲେ। ଯେଉଁମାନେ ମାଂସ ଖାଉ ନ ଥିଲେ ,ସେମାନଙ୍କୁ ଅପମାନିତ କରିବା ଲାଗି ଆନ୍ଦୋଳନକାରୀମାନେ ଏଭଳି କରିଥିଲେ। ମାଂସ ଖାଇବା କି ନ ଖାଇବା ଏହାକୁ ନେଇ ଏବେ ଏକ ବିତର୍କ ମୁଣ୍ଡ ଟେକିଛି। ରୁଢ଼ିବାଦୀ ମାଂସାହାରୀ ଏବଂ ଏକ ନୂଆ ବିଶ୍ୱଶାନ୍ତି, ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟ ଉପରେ ସାହସିକ କାର୍ଯ୍ୟ କରୁଥିବା ଶାକାହାରୀମାନଙ୍କ ମଧ୍ୟରେ ଏହି ବିତର୍କ ଏକ ରଣକ୍ଷେତ୍ର ପାଲଟିଛି। ଆଶ୍ରୟସ୍ଥଳୀରୁ ଘୁଷୁରି ଚୋରି କରିବାଠାରୁ ଆରମ୍ଭ କରି ଭିଗନ୍‌ମାନଙ୍କ ଘରକୁ ହରିଣ ଗୋଡ଼ ଫିଙ୍ଗିବାଯାଏ କାର୍ଯ୍ୟରେ ମାଂସାହାରୀମାନେ ଲିପ୍ତ ରହୁଛନ୍ତି। ଶୁଦ୍ଧ ଶାକାହାରକୁ ଭୟ କରୁଥିବା ବ୍ୟକ୍ତିମାନେ ଶୁଦ୍ଧ ଶାକାହାରୀମାନଙ୍କୁ ତସ୍କର, କପଟୀ, ମାନସିକ ବିକୃତ ବୋଲି କହନ୍ତି। ଯଦି ଜଣେ ଶୁଦ୍ଧ ଶାକାହାରୀ କିଛି କହନ୍ତି ତାଙ୍କୁ ବିଶ୍ୱାସକୁ ନିଅନ୍ତି ନାହିଁ। କିଛି ଉପଦେଶ ଦେବେ ତେବେ କେହି ଶୁଣିବେ ନାହିଁ, ବରଂ କହିବେ ସେ ଜଣେ ପାଗଳ।
ଶୁଦ୍ଧ ଶାକାହାରୀମାନେ କ୍ରୋଧୀ ବୋଲି ଲୋକମାନେ ଅଭିଯୋଗ କରନ୍ତି। ଗବେଷଣାରୁ ଜଣାପଡିଛି, କେବଳ ନିଶାସକ୍ତମାନେ ଏଭଳି ଘୃୃଣିତ କଥା କହିବାକୁ ଉତ୍ସାହିତ ହୋଇଥାଆନ୍ତି। ମନୋବିଜ୍ଞାନୀମାନଙ୍କ ଅନୁଯାୟୀ, ଶାକାହାରୀମାନଙ୍କ ଉପସ୍ଥିତିରେ କେତେକ ମାଂସାହାରୀ ସେମାନଙ୍କ ମାଂସ ଖାଇବା ଅନୈତିକ ବୋଲି ଅନୁଭବ କରନ୍ତି ।
ସେମାନଙ୍କର ସକାରାମତ୍କ ଭାବମୂର୍ତ୍ତି ରକ୍ଷା କରିବାକୂୁ ଯାଇ ସେମାନେ ଶାକାହାରୀମାନଙ୍କୁ ତୀବ୍ର ନିନ୍ଦା କରନ୍ତି। ରାଜନୈତିକ ରକ୍ଷଣଶୀଳ ବ୍ୟକ୍ତିମାନେ ଏହାକୁ ସେମାନଙ୍କର ସ୍ଥିତିର ଏକ ଭିନ୍ନ ବିଷୟ ଭାବେ ବିଚାର କରନ୍ତି। ଯାହାଦ୍ୱାରା ସେମାନେ ପ୍ରାଣୀ ମାଂସ ଖାଆନ୍ତିି ଓ ପ୍ରାଣିଜ ଉପତ୍ାଦ ବ୍ୟବହାର କରିଥାଆନ୍ତି। ଶାକାହାରୀମାନଙ୍କୁ ସାମାଜିକ ପରମ୍ପରା ବିରୋଧୀ ଭାବେ ଦେଖାଯାଉଛି ଏବଂ ସେମାନେ ସାମାଜିକ କିମ୍ବା ରାଜନୈତିକ ସ୍ତରରୁ ତୀବ୍ର ପ୍ରତିକ୍ରିୟାର ସମ୍ମୁଖୀନ ହେଉଛନ୍ତି। କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପରିବର୍ତ୍ତନ ବିମୁଖ ବା ରୁଢ଼ିବାଦୀମାନଙ୍କର ସାମାଜିକ ପ୍ରଭାବ ବୃଦ୍ଧି କରିବାରେ ଆଗ୍ରହ ରହିଥିବାର ଗବେଷଣାରୁ ଜଣାପଡିଛି। ଅର୍ଥାତ୍‌, ନିର୍ଦ୍ଦିଷ୍ଟ ଗ୍ରୁପରେ ଅର୍ଥନୈତିକ ଓ ରାଜନୈତିକ ଶ୍ରେଷ୍ଠତା ପ୍ରତିପାଦନ କରିବାରେ ବିଶ୍ୱାସ ରଖନ୍ତି। ସେମାନେ ଭାବନ୍ତି ଯେ, ମାନବ ଏକ ସାମାଜିକ ପ୍ରାଣୀ ଓ ଏମାନେ ଅନ୍ୟ ପ୍ରାଣୀମାନଙ୍କଠାରୁ ଶ୍ରେଷ୍ଠ। ପ୍ରାଣୀମାନେ ଅଧିକରୁ ଅଧିକ ଖାଦ୍ୟ, ମନୋରଞ୍ଜନ ଏବଂ ବ୍ୟବହାର୍ଯ୍ୟ ଜିନିଷ ଯୋଗାଉଥିବାରୁ ସେମାନଙ୍କର ଗୁରୁତ୍ୱ ରହିଛି। ଯେଉଁମାନେ ଏମାନଙ୍କ କଥାରେ ବିଶ୍ୱାସ କରନ୍ତି,ସେମାନେ ପ୍ରାଣୀ ଶିକାର ଏବଂ ପ୍ରାଣୀଙ୍କ ଉପରେ ପରୀକ୍ଷା ଓ ସର୍କସରେ ପ୍ରାଣୀଙ୍କ କଳା ପ୍ରଦର୍ଶନକୁ ସମର୍ଥନ କରନ୍ତି। ସେମାନେ କୁକୁରଙ୍କୁ ଉଦ୍ଧାର ନ କରି କିଣିବାକୁ ପସନ୍ଦ କରନ୍ତି ଓ ସେମାନଙ୍କୁ ଗୋଡତଳେ ବସାଇ ଗୃହସ୍ବାମୀ ଓ ପ୍ରଭୁତ୍ୱର ପରିଚୟ ପ୍ରଦାନ କରିଥାଆନ୍ତି। ଶାକାହାରୀ ମାନେ ଏଭଳି ଚିନ୍ତାଧାରାର ବିରୋଧୀ ହୋଇଥିତ୍ବା ଲକ୍ଷ୍ୟ କରାଯାଏ। ସେମାନେ ପ୍ରାଣୀ ଓ ମଣିଷଙ୍କୁ ସମାନ ଭାବେ ଦେଖିତ୍ଥାଆନ୍ତି। ସେମାନଙ୍କ ବିଚାରରେ ପ୍ରାଣୀଙ୍କ ସ୍ଥାନ ବି ବହୁ ଉଚ୍ଚରେ। କଳାଲୋକ ଏବଂ ମହିଳାମାନଙ୍କୁ ଯେଭଳି ବ୍ୟବହାର କରାଯାଉଛି ଶାକାହାରୀ ଏବଂ ଶୁଦ୍ଧ ଶାକାହାରୀମାନେ ଏବେ ସେଭଳି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତିି। ସର୍ବୋପରି ସେମାନଙ୍କୁ ଏକ ନିକୃଷ୍ଟ ଜୀବ ଭାବେ ଦେଖାଯାଉଛି। ମାନବଙ୍କ ପ୍ରତି ଯେଉଁମାନେ କଠୋର ବା ଧର୍ମାନ୍ଧ ହୋଇଯାଇଛନ୍ତି. ସେମାନେ ପ୍ରାଣୀମାନଙ୍କ ପ୍ରତି ବି କଠୋର ହୋଇଯାଇଛନ୍ତି। ସେମାନେ ସେହି ରୁଢ଼ିିବାଦୀ ଯେଉଁମାନେ ପରିବେଶବିତ, ଏନଜିଓ ଏବଂ ଗରିବଙ୍କ ପାଇଁ କରାଯାଉଥିବା ସାମାଜିକ କଲ୍ୟାଣ କାର୍ଯ୍ୟଗୁଡ଼ିକୁ ମଧ୍ୟ ସମାଲୋଚନା କରିବାକୁ ପଛାଉ ନାହାନ୍ତି। ସାମାଜିକ ମନୋବିଜ୍ଞାନୀମାନେ ଏହାକୁ ମାଂସାହାରୀଙ୍କର ନୈତିକ ଅଧୋପତନ ତଥା ଏକ ପ୍ରକାର ମାନସିକ ବିକାରଗ୍ରସ୍ତ ଅବସ୍ଥା ଭାବେ ବିବେଚନା କରନ୍ତି।
ମାଂସ ଖାଇବା ଦ୍ୱାରା କ’ଣ କ୍ଷତି ହେଉଛି ଓ ଏହାକୁ ଖାଇବା ଖରାପ ଏ ସମ୍ପର୍କରେ ଅଧିକରୁ ଅଧିକ ପ୍ରମାଣ ପାଶ୍ଚାତ୍ୟ ଦେଶଗୁଡ଼ିକରେ ରହିଛି। ଲଗାତର ମାଂସ ଖାଇବା ପାଇଁ ଖୁବ୍‌ ମାନସିକ କସରତ କରିବାକୁ ପଡ଼େ। ଭାଗ୍ୟବଶତଃ, ଆମ ମସ୍ତିଷ୍କ ଆମେ ସମ୍ମୁଖୀନ ହେବାକୁ ଚାହଁୁ ନ ଥିତ୍ବା ବାସ୍ତବତାରୁ ଆମକୁ ରକ୍ଷା କରିବାରେ ବହୁତ ଭଲକାର୍ଯ୍ୟ କରେ । ଏଥିତ୍ରୁ ରକ୍ଷା ପାଇବା ଲାଗି ଅନେକ ମନସ୍ତାତ୍ତ୍ୱିକ କୌଶଳ ରହିଛି। ଏଣୁ ପ୍ରଥମ କଥା ହେଉଛି, ମାଂସ ଭକ୍ଷଣକୁ ମାଂସାହାରୀମାନେ ଏକ ସିଦ୍ଧାନ୍ତ ଭାବେ ବିଚାର କରୁନାହାନ୍ତି। ତା’ପରେ ସେମାନେ ବିଶ୍ୱାସ କରୁଛନ୍ତି ଯେ, ମାଂସର ପ୍ରାଣୀମାନଙ୍କ ସହ କୌଣସି ସମ୍ପର୍କ ନାହିଁ ଓ ଭାବୁଛନ୍ତି ଯେ, ସେମାନେ କମ୍‌ ମାଂସ ଖାଉଛନ୍ତି। ଧାରଣା ରହିଛି ,ଯେ, କେବଳ ମଣିଷ ଦ୍ୱାରା ଫାର୍ମରେ ଆବଦ୍ଧ କରି ପାଳନ କରାଯାଉଥିବା ପ୍ରାଣୀମାନଙ୍କୁ ସେମାନେ ଖାଉଛନ୍ତି। ଦୁର୍ଭାଗ୍ୟବଶତଃ, ମାଂସାହାରୀଙ୍କର ଏଭଳି ଅଧିତ୍କାଂଶ ବାହାନା ଏବଂ ଅଣଦେଖା ମନୋଭାବ ଶୁଦ୍ଧ ଶାକାହାରୀଙ୍କ ଉପସ୍ଥିତି ଯୋଗୁ ବାଧାପ୍ରାପ୍ତ ହୋଇଛି। ଏବେ ହଠାତ ମାଂସାହାରୀମାନେ ଏକ ସିଦ୍ଧାନ୍ତର ସାମ୍ନା କରିଛନ୍ତି, ଯେଉଁଥିତ୍ତ୍ରେ ସେମାନଙ୍କୁ ବାହାନା ବନ୍ଦ କରିବାକୁ ହେବ। ସେମାନଙ୍କ କମ୍‌ ଉପସ୍ଥିତିରେ ଶୁଦ୍ଧ ଶାକହାରୀମାନେ ଲୋକମାନଙ୍କୁ ସେମାନଙ୍କ ମାନସିକ ବିକାର ଅବସ୍ଥାକୁ ବିରୋଧ କରିବାକୁ ଚାପ ପକାଉଛନ୍ତି ଏବଂ ଏହାଦ୍ୱାରା ସେମାନେ କ୍ରୋଧ ପ୍ରକାଶ କରୁଛନ୍ତିି। ଏଥିପାଇଁ ସେମାନଙ୍କ ଦୃଷ୍ଟିରେ ଶୁଦ୍ଧ ଶାକାହାରୀମାନେ ଖରାପ।
ୟୁନିଭର୍ସିଟି ଅଫ୍‌ ପେନ୍‌ସିଲଭାନିଆ ଏବଂ ଷ୍ଟାନଫୋର୍ଡ ୟୁନିଭର୍ସିଟି ଦ୍ୱାରା କରାଯାଇଥିତ୍ବା ଏକ ଗବେଷଣାରେ ଶୁଦ୍ଧ ଶାକାହାରୀମାନଙ୍କ ପ୍ରତି ମାଂସାହାରୀମାନଙ୍କ ମନୋଭାବ ଉପରେ ଅନୁଧ୍ୟାନ କରାଯାଇଥିଲା। ଶୁଦ୍ଧ ଶାକାହାରୀମାନଙ୍କ ଉପରେ ସେମାନେ ଚିନ୍ତା କରୁଥିବା ୩ଟି ଶବ୍ଦ ଭାବିବା ପାଇଁ ସେମାନଙ୍କୁ କୁୁହାଯାଇଥିତ୍ଲା। ସେମାନେ ଅଦ୍ଭୁତ ବା ବିଚିତ୍ର, ଅହଂକାରୀ, ପ୍ରବଚକ, ସନ୍ତ୍ରାସବାଦୀ, ଚାପଗ୍ରସ୍ତ,ବୋକା ଓ ପରପୀଡକ ଶବ୍ଦ ପ୍ରକାଶ କରିଥିଲେ। ତେବେ ଶାକାହାରୀମାନଙ୍କୁ ଗ୍ରହଣ ନ କରିବା ଏବଂ ନୀଚ ଦୃଷ୍ଟିରେ ଦେଖିବା ବାସ୍ତବରେ ଅଦ୍ଭୁତ ଲାଗେ। କିନ୍ତୁ ମନୋବିଜ୍ଞାନୀମାନେ ଏହି ଗ୍ରୁପ ଉପରେ ଗଭୀର ଅନୁଧ୍ୟାନ କରିବା ପରେ ଜାଣିପାରିଲେ ଯେ, ଶାକାହାରୀମାନେ ଯେଉଁ ମାଂସାହାରୀଙ୍କ ଉପରେ ମତ ରଖିଥିଲେ ତାଙ୍କୁ ନେଇ ସେମାନଙ୍କ ମନରେ ଏକ ଭୟ ରହିଥିଲା । ଏହି ଭୟ ଯୋଗୁ କୌଣସି ଦୃଢ଼ ନୈତିକତା ପାଇଁ ଯେଉଁ ସମ୍ମାନ ରହିବା କଥା ତାହା ବହୁ ଦୂରକୁ ଚାଲିଯାଇଥିଲା। ସେମାନେ ଶାକାହାରୀମାନଙ୍କୁ ଲକ୍ଷ୍ୟ କରି କଠୋର ନକାରାମତ୍କ ଶବ୍ଦ ପ୍ରୟୋଗ କରିଥିଲେ। ସ୍ବାସ୍ଥ୍ୟଗତ କାରଣ ଲାଗି ଜୀବନଶୈଳୀ ଆପଣାଉଥିବା ସର୍ବହାରୀମାନଙ୍କ ପାଇଁ ଶାକାହାରୀମାନେ ଅଧିକ ବିରକ୍ତିକର ତା’ମଧ୍ୟ ଏହି ଗବେଷଣାରୁ ଜଣାପଡ଼ିଛି। ଏକ ଯୁଗର ଶେଷ ଏବଂ ଜୀବନଶୈଳୀ ସଦାସର୍ବଦା ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି। ଏବଂ ନୂଆ ଯୁଗରେ ଯେଉଁଠି ଶୁଦ୍ଧଶାକାହାରବାଦ ହେଉଛି ସବୁଠୁ ଭଲ ତଥା ଆକର୍ଷକ। ଏହା ଅପୂର୍ଣ୍ଣତା ଅନୁଭବ କରୁଥିବା ମାଂସାହାରୀଙ୍କ ଠାରୁ ଶୁଦ୍ଧ ଶାକାହାରୀଙ୍କ ପ୍ରତି ଏଭଳି ପ୍ରତିକ୍ରିୟା ପ୍ରକାଶ ପାଇବା ସ୍ବାଭାବିକ ।
Email: gandhim@nic.in


[mc4wp_form id="252536"] All Right Reserved By Dharitri.Com

Posted inସମ୍ପାଦକୀୟ View All

ଏଇ ଭାରତରେ

ଗୋଟିଏ ପାଖରେ ଚାକିରିର ଗୁରୁଦାୟିତ୍ୱ ଓ ଅନ୍ୟପଟେ ଅସହାୟଙ୍କ ସେବା ମଧ୍ୟରେ ସମନ୍ବୟ ରକ୍ଷା କରି ଆଗକୁ ବଢ଼ୁଛନ୍ତି ହରିୟାଣାର ଆଇପିଏସ୍‌ ଅଧିକାରୀ ଶ୍ରୀକାନ୍ତ ଯାଦବ।...

ଅମ୍ଳଜାନ ଅଭାବଜନିତ ସଙ୍କଟ

ଡ. ନିଖିଳାନନ୍ଦ ପାଣିଗ୍ରାହୀ ଗଣମାଧ୍ୟମରେ ପ୍ରକାଶିତ ଗୋଟିଏ ଚର୍ଚ୍ଚିତ ଘଟଣା। ରାଞ୍ଚତ୍ରେ ଦେବେନ୍ଦ୍ର ଶର୍ମା ରହନ୍ତି। ୨୪ ଏପ୍ରିଲ ୨୦୨୧ରେ ସେ ଜଣେ ପରିଚିତ ବ୍ୟକ୍ତିଙ୍କଠାରୁ...

ଫୁଲ ଚୋରି

ରୁଦ୍ର ପ୍ରସନ୍ନ ରଥ   ସମୟ ସହ ତାଳ ଦେଇ ସହରର ଛାତି ବି ଚଉଡ଼ା ହୋଇ ଚାଲିଛି। ଗାଁରୁ ଦଳ ଦଳ ଲୋକ ସହର...

ଏଇ ଭାରତରେ

ବର୍ଜ୍ୟ ଉପଯୋଗ କରି ପରିବେଶ ଉପଯୋଗୀ ସିମେଣ୍ଟ ପ୍ରସ୍ତୁତ କରିଛନ୍ତି ଦିଲ୍ଲୀର ଜାମିଆ ମିଲିଆ ଇସ୍‌ଲାମିଆ ଏବଂ ଆଲିଗଡ଼ ମୁସଲିମ ୟୁନିଭର୍ସିଟି (ଉତ୍ତରପ୍ରଦେଶ)ର ପ୍ରାଧ୍ୟାପକମାନେ। ସେମାନଙ୍କ...

ପରୀକ୍ଷା ବାତିଲ: ଆହ୍ବାନ ଓ ସମାଧାନ

ଅଧ୍ୟାପକ ଶରତ କୁମାର ଦାସ   ମହାମାରୀ କରୋନା ପରବର୍ତ୍ତୀ ସମୟରେ ‘ଜୀବନ ଆଗ, ପରୀକ୍ଷା ପଛ’ ନ୍ୟାୟରେ କିଛିଦିନ ପୂର୍ବେ କେନ୍ଦ୍ର ସରକାର ସିବିଏସ୍‌ଇ...

ବିଫଳତାର ଚିଠି

କୋଭିଡ୍‌ର ଦ୍ୱିତୀୟ ଲହରରେ ସରକାର ଜଟିଳ ସମସ୍ୟାଗୁଡ଼ିକ ପ୍ରତି ଧ୍ୟାନ ଦେଉ ନ ଥିବା ଏବଂ ଏହାର ସଞ୍ଚାଳନରେ ବିଫଳ ହୋଇଥିବା ଅଭିଯୋଗ ଆଣିଛନ୍ତି ୧୬...

ଜି-୭ରେ ଜଳବାୟୁ ପ୍ରସଙ୍ଗ

ଡ. ଜୟକୃଷ୍ଣ ପାଣିଗ୍ରାହୀ ବ୍ରିଟେନ୍ କର୍ନଓ୍ବାଲ ପ୍ରଦେଶର କାର୍ବିସ ଉପକୂଳରେ ଜୁନ ୧୧ରେ ଯେତେବେଳେ ବିଶ୍ୱର ଜି-୭ ବା ସପ୍ତ-ରାଷ୍ଟ୍ର ଗୋଷ୍ଠୀର ରାଷ୍ଟ୍ରମୁଖ୍ୟମାନେ ୪୭ତମ ଶିଖର...

ଏଇ ଭାରତରେ

ବିନା ମାଟିରେ ସେଓ ଘରେ ଫଳିବ। ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ଏମିତି ସେଓ ପଳାଉଛନ୍ତି ବେଙ୍ଗାଲୁରୁର ବିବେକ ବିଳାସିନୀ। କମ୍‌ ଥଣ୍ଡାରେ ଫଳୁଥିବା...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଏହିସବୁ ତେଲ ଶିଶୁଙ୍କୁ କରିଥାଏ ଶକ୍ତ
Next Post Next post:
ଭାରତୀୟଙ୍କୁ ବର୍ଣ୍ଣବୈଷମ୍ୟ ଆକ୍ଷେପ: ବଟଲର, ମୋର୍ଗାନଙ୍କ ବିରୋଧରେ ଇସିବିର ତଦନ୍ତ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts