ଭୁବନେଶ୍ୱର,୧୦ା୬(ବ୍ୟୁରୋ): ଡ୍ରାଇଭ୍ ଇନ୍ ଭାକ୍ସିନେଶନର ସୁଫଳ ମିଳିବା ପରେ ଆଉ ୩ଟି ସ୍ଥାନରେ ଏଭଳି ଟିକାକରଣ କରିବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ବ୍ୟବସ୍ଥା କରିଛି। ଉକ୍ତ ସ୍ଥାନଗୁଡ଼ିକ ହେଲା ପୋଖରୀପୁଟସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୬, ପଟିଆସ୍ଥିତ ସିଲିକନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଓ ଖଣ୍ଡଗିରି ଓ୍ବାର୍ଡ ନଂ.୨୩ରେ ଥିବା କମ୍ୟୁନିଟି ସେଣ୍ଟର। ଏଠାରେ ଟିକାକରଣ ପାଇଁ ବୁଧବାର ରାତି ୭ଟାରୁ ବୁକିଂ ଆରମ୍ଭ ହୋଇଥିଲା। ଏହାର ମାତ୍ର କିଛି ସମୟ ଭିତରେ ସ୍ଲଟ୍ ଶେଷ ହୋଇଯାଇଥିଲା। ଏସବୁ ଟିକାକରଣ କେନ୍ଦ୍ରରେ ସକାଳ ୯ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ୧୮ରୁ ୪୪ ବର୍ଷ ବର୍ଗର ଏବଂ ୪୫ ଓ ଊଦ୍ଧର୍ବ ବୟସର ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଦିଆଯିବ। ସେହିଭଳି ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୪୫ ଓ ଊଦ୍ଧର୍ବ ହିତାଧିକାରୀଙ୍କୁ ପ୍ରଥମ ଓ ଦ୍ୱିତୀୟ ଡୋଜ୍ ଦିଆଯିବ। ନୂଆ ସ୍ଲଟ୍ ୧୦ରୁ ୧୨ତାରିଖ ମଧ୍ୟରେ ମିଳିବ। ସେପଟେ ଭୁବନେଶ୍ୱରରେ ଗତ ୨୪ଘଣ୍ଟାରେ ୫୪୭ଜଣ ନୂଆ ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୪୪୭ଜଣ ସ୍ଥାନୀୟ ଆକ୍ରାନ୍ତ ଥିବାବେଳେ ୧୦୦ଜଣ ହୋମ୍ କ୍ୱାରାଣ୍ଟାଇନରେ ଅଛନ୍ତି। ଫଳରେ ରାଜଧାନୀରେ ଏବେ ମୋଟ ସଂକ୍ରମଣ ୮୨,୧୧୭କୁ ବୃଦ୍ଧି ପାଇଛି।
Posted inକରୋନା ଭାଇରସ୍, ମେଟ୍ରୋ, ରାଜ୍ୟ View All
ସଂକ୍ରମଣ ନେଉଛି ଅଧିକ ଜୀବନ
ଅନୁଗୋଳ ଅଫିସ, ୩ା୬: ଜନ୍ମରୁ ୨୮ ଦିନ ଓ ୨୮ ଦିନରୁ ୧୨ ମାସ ମଧ୍ୟରେ ସଂକ୍ରମଣ (ଇନ୍ଫେକ୍ଶନ) ହିଁ ଅଧିକ ଶିଶୁଙ୍କ ଜୀବନହାନି ଘଟାଇଥାଏ।...
ବଦଳିବ ଜିଲା ସ୍ବାସ୍ଥ୍ୟକେନ୍ଦ୍ର ରୂପରେଖ
ଅନୁଗୋଳ ଅଫିସ, ୬।୬: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର ନବକଳେବର ହେବ। ମଲ୍ଟି ସ୍ପେଶିଆଲିଟି ଢାଞ୍ଚାରେ ଏହାକୁ ନିର୍ମାଣ କରାଯିବ। ନୂଆ କୋଠାରେ ପୃଥକ୍ ବହିର୍ବିଭାଗ (ଓପିଡି),...
ଭାରତକୁ ଚେତାବନୀ ଦେଲା ଡବ୍ଲ୍ୟୁଏଚ୍ଓ: ଶୀଘ୍ର ହଟାଅନି କରୋନା କଟକଣା…
ଜେନେଭା/ନୂଆଦିଲ୍ଲୀ,୮।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ଘୋଷଣା କରାଯାଇଥିବା ଲକ୍ଡାଉନ୍କୁ ଧୀରେଧୀରେ କୋହଳ କରାଯାଉଛି। ତେବେ ଭାରତକୁ ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ) ପକ୍ଷରୁ...
ରାଜ୍ୟରେ ୬ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୧୦।୬(ବ୍ୟୁରୋ): ଗତ ୧୦ ଦିନ ହେଲା ରାଜ୍ୟରେ କରୋନା ମିଟର ତଳମୁହାଁ ହୋଇଛି। ଗତ କିଛି ଦିନ ହେଲା ୭ହଜାରରୁ କମ୍ ରହୁଛି ନୂଆ ଆକ୍ରାନ୍ତଙ୍କ...
ସୁରକ୍ଷା କର୍ମୀଙ୍କୁ ହତ୍ୟା ଅଭିଯୋଗ
ଭୁବନେଶ୍ୱର,୨ା୬(ବ୍ୟୁରୋ):ବଡ଼ଗଡ଼ ଥାନା ଅନ୍ତର୍ଗତ କଳ୍ପନା ଛକସ୍ଥିତ ଭଞ୍ଜକଳା ମଣ୍ଡପ ନିକଟ ୟୋଗିକ୍ ଜିମ୍ ସେଣ୍ଟର ପରିସରରୁ ମଙ୍ଗଳବାର ଜଣେ ସୁରକ୍ଷାକର୍ମୀଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ଜବତ...
ଖୁବ୍ଶୀଘ୍ର ଏସ୍ସିବିରେ ଏକ୍ମୋ ଚିକିତ୍ସା
ଭୁବନେଶ୍ୱର,୭।୬(ବ୍ୟୁରୋ): ଏସ୍ସିବି ମେଡିକାଲରେ ଏକ୍ମୋ ଚିକିତ୍ସା ସେବା ଖୁବ୍ଶୀଘ୍ର ଆରମ୍ଭ ହେବ। ଏଥିପାଇଁ ୬ଟି ମେଶିନ ଆସିବାକୁ ଥିବାବେଳେ କାର୍ଡିଓଥେରାସିସ୍ ବିଭାଗରେ ସ୍ଥାପନ ପ୍ରକ୍ରିୟା ଆରମ୍ଭ...
ଗପୁଗପୁ ଅନ୍ୟମନସ୍କରେ ୫ ମିନିଟ୍ରେ ଯୁବକଙ୍କୁ ୨ ଡୋଜ୍ ଟିକା ଦେଲେ ନର୍ସିଂ ଷ୍ଟାଫ୍…
ଲଳିତପୁର,୧୦।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ତେବେ ଡୋଜ୍...
‘ପାଖରେ ଟଙ୍କା ନାହିଁ ଘର ଚଳିବ କେମିତି’
ରାଉରକେଲା/ସୁନ୍ଦରଗଡ଼,୪।୬: ଲକଡାଉନ ଓ ଶଟଡାଉନ ଯୋଗୁଁ ଅଧିକ ପ୍ରଭାବିତ ହୋଇଛନ୍ତି ସେଲୁନ ଦୋକାନୀ। ଦୀର୍ଘ ଦିନ ହେଲା ଦୋକାନ ବନ୍ଦ ପଡିଥିବା ବେଳେ ବର୍ତ୍ତମାନ ସେମାନଙ୍କ...


