E-Paper
  • logo
  • Monday 15th June 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଅନ୍ତର୍ଜାତୀୟ

ନେଫ୍‌ଟାଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ
11:36 amJune 14, 2021

ଜେରୁଜେଲମ୍‌, ୧୪।୬: ଇସ୍ରାଏଲକୁ ସର୍ବାଧିକ କାଳ ଶାସନ କରିଥିବା ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ଯୁଗର ଅବସାନ ହୋଇଛି। ଦୀର୍ଘଦିନ ଧରି ଅଚଳାବସ୍ଥା ଲାଗି ରହିବା ପରେ ୮ ବିରୋଧୀ ଦଳ ଏହି ୭୧ ବର୍ଷୀୟ ଷ୍ଟ୍ରଙ୍ଗ୍‌ମ୍ୟାନଙ୍କ ନିରବଚ୍ଛିନ୍ନ ୧୨ ବର୍ଷ ଶାସନର ଅନ୍ତ ଘଟାଇଛନ୍ତି। କ୍ଷମତା ଭାଗବଣ୍ଟା ଚୁକ୍ତି ଅନୁଯାୟୀ, ଦକ୍ଷିଣପନ୍ଥୀ ନେତା ତଥା ୟେମିନା ପାର୍ଟି ମୁଖ୍ୟ ୪୯ ବର୍ଷୀୟ ନେଫ୍‌ଟାଲି ବେନେଟ ଦେଶର ତ୍ରୟୋଦଶ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପ୍ରଥମ ୨ ବର୍ଷ ପଦ ସମ୍ଭାଳିବେ। ପର ୨ ବର୍ଷ ପାଇଁ ସେ ୫୭ ବର୍ଷୀୟ ମଧ୍ୟମମାର୍ଗୀ ତଥା ୟେଶ୍‌ ଏଟିଡ୍‌ ପାର୍ଟି ଅଧ୍ୟକ୍ଷ ୟେର୍‌ ଲେପିଡଙ୍କୁ ଶାସନ ଗାଦି ଛାଡ଼ିଦେବେ। ନେଫ୍‌ଟାଲି ପ୍ରଧାନମନ୍ତ୍ରୀ ରହିବା ସମୟରେ ଲେପିଡ୍‌ ବହିର୍ବ୍ୟାପାର ମନ୍ତ୍ରୀ ରହିବେ ବୋଲି ଜଣାପଡ଼ିଛି।
ବିରୋଧୀ ଦଳ ନେତା ୟେର୍‌ ଲେପିଡ୍‌ ନେସେଟ୍‌ରେ ଆସ୍ଥାଭୋଟ ଜିତିଛନ୍ତି। ୧୨୦ ସଦସ୍ୟ ବିଶିଷ୍ଟ ପାର୍ଲାମେଣ୍ଟରେ ଜଣେ ଏମ୍‌ପି ମତଦାନରୁ ବିରତ ରହିଥିବାବେଳେ ଲେପିଡ୍‌ଙ୍କ ସପକ୍ଷରେ ୬୦ ଓ ବିରୋଧରେ ୫୯ ଖଣ୍ଡ ଭୋଟ ପଡ଼ିଛି। ବିଭିନ୍ନ ବିଚାରଧାରାର ଦଳକୁ ନେଇ ଗଠିତ ଅଭୂତପୂର୍ବ ମେଣ୍ଟ ସରକାରରେ ୨୭ ସଦସ୍ୟଙ୍କୁ ମନ୍ତ୍ରୀ ପଦ ମିଳିଛି। ସେମାନଙ୍କ ମଧ୍ୟରୁ ୭ ଜଣ ମହିଳା। ବିଦାୟୀ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି, ସେ ବିରୋଧୀ ଆସନରେ ବସିବେ ଏବଂ ଏହି ବିପଜ୍ଜନକ ସରକାରର ପତନ ଘଟାଇ ପୁଣି କ୍ଷମତାକୁ ଫେରିବେ। ତେବେ ଏକାଧିକ ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ନେତାନ୍ୟାହୁଙ୍କ ହାତରୁ କ୍ଷମତା ଖସିବା ପରେ ତାଙ୍କ ବିରୋଧରେ ନିରପେକ୍ଷ ତଦନ୍ତ ହୋଇପାରିବ ବୋଲି ଆଶା କରାଯାଉଛି। ପ୍ରକାଶ ଯେ, ଟେକ୍ନୋଲୋଜି ମିଲିୟନେୟାର ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ନେଫ୍‌ଟାଲି ପୂର୍ବରୁ ଏଲିଟ୍‌ ମିଲିଟାରୀ କମାଣ୍ଡୋ ୟୁନିଟ୍‌ରେ ଟେକ୍‌ ଏଣ୍ଟରପ୍ରିନ୍ୟୁର ଭାବେ କାର୍ଯ୍ୟ କରିଥିଲେ। ଏକଦା ନେତାନ୍ୟାହୁଙ୍କ ଘନିଷ୍ଠ ସହଯୋଗୀ ବିବେଚନା କରାଯାଉଥିବା ଏହି ନେତା ପ୍ରଧାନମନ୍ତ୍ରୀଙ୍କ ଲିକୁଡ୍‌ ପାର୍ଟି ଛାଡ଼ିବା ପରେ ଦକ୍ଷିଣପନ୍ଥୀ ଧର୍ମୀୟ ଇହୁଦୀ ହୋମ୍‌ ପାର୍ଟିରେ ଯୋଗ ଦେଇଥିଲେ। ୨୦୧୩ ସାଧାରଣ ନିର୍ବାଚନରେ ନେଫ୍‌ଟାଲି ପ୍ରଥମ ଥର ପାଇଁ ବିଜୟୀ ହୋଇ ପାର୍ଲାମେଣ୍ଟକୁ ଯାଇଥିଲେ।

 


[mc4wp_form id="252536"] All Right Reserved By Dharitri.Com

Posted inଅନ୍ତର୍ଜାତୀୟ View All

ଗେଟ୍ସ ଫାଉଣ୍ଡେଶନରୁ ଓ୍ବାରେନ୍‌ଙ୍କ ଇସ୍ତଫା

ଓ୍ବାଶିଂଟନ୍‌, ୨୪ା୬: ମାଇକ୍ରୋସଫ୍ଟ ସହପ୍ରତିଷ୍ଠାତା ବିଲ୍‌ ଗେଟ୍ସ ଓ ମେଲିଣ୍ଡା ଫ୍ରେଞ୍ଚ ଗେଟ୍ସ ଗତ ମାସରେ ଛାଡ଼ପତ୍ର ଘୋଷଣା କରିବା ପରେ ବିଶ୍ୱର ସର୍ବବୃହତ୍‌ ଦାତବ୍ୟ...

ଜେଲରେ ଜନ୍‌ ମେକେଫି ମୃତ

ମାଡ୍ରିଡ୍‌,୨୫।୬: ଆଣ୍ଟିଭାଇରସ୍‌ ଜଗତର ଜଣାଶୁଣା ନାମ ଜନ୍‌ ମେକେଫିଙ୍କ ମୃତ୍ୟୁ ଘଟିଛି। ବ୍ରିଟେନ ଜନ୍ମିତ ଏହି ଆମେରିକୀୟ କମ୍ପ୍ୟୁଟର ପ୍ରୋଗ୍ରାମର୍‌ଙ୍କ ଝୁଲନ୍ତା ମୃତଦେହ ସ୍ପେନ୍‌ର ବାର୍ସିଲୋନାସ୍ଥିତ...

ଲିନା ଏଫ୍‌ଟିସି ମୁଖ୍ୟ

ଫେସ୍‌ବୁକ୍‌, ଗୁଗଲ, ଆମାଜନ, ଆପଲ୍‌ ଭଳି ଟେକ୍‌ କମ୍ପାନୀଗୁଡ଼ିକର ପ୍ରମୁଖ ସମାଲୋଚିକା ତଥା ପାକିସ୍ତାନ ବଂଶୋଦ୍ଭବ ଲିନା ଖାନ୍‌(୩୨)ଙ୍କୁ ଆମେରିକା ଫେଡେରାଲ ଟ୍ରେଡ୍‌ କମିଶନ(ଏଫ୍‌ଟିସି)ର ମୁଖ୍ୟ...

ଚାଇନା ବ୍ଲଗରଙ୍କୁ ୮ ମାସ ଜେଲ

ବେଜିଂ, ୨ା୬: ଗଲଓ୍ବାନ ଘାଟିରେ ଗତବର୍ଷ ଜୁନ୍‌ରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ସଂଘର୍ଷକୁ ନେଇ ନିଜ ବ୍ଲଗ୍‌ରେ ପୋଷ୍ଟ କରିଥିବା ଚାଇନିଜ୍‌ ବ୍ଲଗର...

୨୪ ହଜାର ବର୍ଷ ଶୋଇବା ପରେ ବରଫ ତଳୁ ନିଦରୁ ଉଠିଲା ଏହି ପ୍ରାଣୀ…

ମସ୍କୋ,୮।୬: ଦିନେ ଦୁଇ ଦିନ ଅବା ସପ୍ତାହେ ନୁହେଁ। ଏକାଥରେ ୨୪ ହଜାର ବର୍ଷ ଶୋଇବା ପରେ ବରଫ ତଳୁ ନିଦରୁ ଉଠିଛି ଏକ ପ୍ରାଣୀ।...

ଭର୍ଚୁଆଲ କରେନ୍ସି ବିଟ୍‌କଏନ ଏବେ ଏଲ୍‌ ସାଲଭେଡରରେ ହେବ ଲାଗୁ…

ସାନ୍‌ ସାଲଭେଡର, ୯।୬: ସେଣ୍ଟ୍ରାଲ ଆମେରିକାର ଦେଶ ଏଲ ସାଲଭେଡର ଭର୍ଚୁଆଲ କରେନ୍ସି ବିଟ୍‌କଏନ ବୈଧ କରିବାକୁ ଯୋଜନା ହୋଇଛି। ପୂର୍ବରୁ ରାଷ୍ଟ୍ରପତି ନାଏବ ବୁକେଲେ...

ମାଲାଲାଙ୍କୁ ଧମକ ଦେଇ ପାକ୍‌ ମୌଲବୀ ଗିରଫ

ପେଶାଓ୍ବର, ୧୧।୬(ପି.ଟି.):ନୋବେଲ ପୁରସ୍କାର ବିଜେତା ମାଲାଲା ୟୁସୁଫ୍‌ଜାଇଙ୍କୁ ଆକ୍ରମଣ ଧମକ ଦେଇଥିବା ପାକିସ୍ତାନର ଜଣେ ମୌଲବୀଙ୍କୁ ଗିରଫ କରାଯାଇଛି। ଖାଇବର ପଖ୍‌ତୁନ୍‌ଖ୍ବା ପ୍ରଦେଶ ମରଓ୍ବାତ ଜିଲାର...

ଶେଷରେ ମାନିଲା ଚାଇନା: ଗଲଓ୍ବାନ ଘାଟି ସଂଘର୍ଷର ମୃତ ସୈନ୍ୟଙ୍କୁ ପ୍ରଦାନ କଲା ବୀର ପଦକ…

ବେଜିଂ,୧।୬: ପୂର୍ବ ଲଦାଖରେ ଗଲଓ୍ବାନ ଘାଟିରେ ଭାରତୀୟ ସେନା ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ଘଟିଥିବା ହିଂସ୍ର ସଂଘର୍ଷରେ ଏବେ ନୂଅ୍ରା ମୋଡ଼ ଆସିଛି। ପୂର୍ବରୁ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଏଥର ବି ରଜ ଫିକା
Next Post Next post:
ଦୁର୍ବଳ ନଦୀବନ୍ଧ, ବିପଦରେ ୫ହଜାର ଲୋକ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts