ବେଜିଂ,୧୫।୬: ଚାଇନା ଉପରେ ପୁଣି ନୂଆ ବିପଦ ମାଡ଼ି ଆସୁଛି। କରୋନାର ଅନ୍ତୁଡ଼ିଶାଳ ପାଲଟିଥିବା ଚାଇନା ପୁଣି ସଙ୍କଟ ସୃଷ୍ଟି କରିଛି। ଚାଇନାର ତାଇଶାନ୍ ଆଣବିକ କେନ୍ଦ୍ରରୁ ଅସାବଧାନତା ଯୋଗୁ ଏକ ପ୍ରକାର ଗ୍ୟାସ୍ ଲିକ୍ ହୋଇଛି। ଏହି ଗ୍ୟାସ୍ ନିଷ୍କ୍ରିୟ ଥିଲେ ମଧ୍ୟ ଏଥିରେ ରେଡିଓଆକ୍ଟିଭ୍ ପଦାର୍ଥ ରହିଛି। ଚାଇନା ଏବଂ ଫ୍ରାନ୍ସର ଇଡିଏଫ୍ କମ୍ପାନୀର ମିଳିତ ସହଯୋଗରେ ଏହି ଆଣବିକ କେନ୍ଦ୍ର କାର୍ଯ୍ୟ କରୁଛି। ଇଡିଏଫ୍ କମ୍ପାନୀର ଏହି କେନ୍ଦ୍ରରେ ୩୦ ପ୍ରତିଶତ ଅଂଶଧନ ରହିଛି। ଗ୍ୟାସ୍ ଲିକ୍ ସପ୍ତାହ ତଳେ ହୋଇଥିଲେ ମଧ୍ୟ ଏସମ୍ପର୍କରେ ଚାଇନା ପକ୍ଷରୁ କୌଣସି ଘୋଷଣା କରାଯାଇ ନାହିଁ। ଚାଇନା ସତ ଲୁଚାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି। ତେବେ ଫ୍ରାନ୍ସର କମ୍ପାନୀ ରେଡିଓଆକ୍ଟିଭ୍ ପଦାର୍ଥ ରିଆକ୍ଟର ନମ୍ବର-୧ରୁ ଲିକ୍ ହେବା ନେଇ ଆମେରିକାର ସହଯୋଗ ଲୋଡ଼ିଛି। ଇଡିଏଫ୍ ଆମେରିକାର ଶକ୍ତି ବିଭାଗକୁ ସହାୟତା ଲାଗି ଅନୁରୋଧ କରିଛି। ରେଡିଓଆକ୍ଟିଭ୍ ପଦାର୍ଥର ବିକିରଣ ଦ୍ୱାରା ଭୟଙ୍କର ବିପଦ ସୃଷ୍ଟି ହେବାର ଆଶଙ୍କା ରହିଥିବା ଇଡ଼ିଏଫ୍ ଆମେରିକାକୁ କହିଛି। ଚାଇନାର ସ୍ଥାନୀୟ ଲୋକେ ଏହାକୁ ନେଇ ଆତଙ୍କିତ ହୋଇପଡ଼ିଛନ୍ତି। ସୂଚନାଯୋଗ୍ୟ, ୩୫ ବର୍ଷ ତଳେ ୧୯୮୬ ଏପ୍ରିଲ୍ ୨୬ରେ ରୁଷିଆର ଚେର୍ନୋବାୟଲରେ ଏଭଳି ଏକ ରେଡିଓଆକ୍ଟିଭ୍ ପଦାର୍ଥ ଲିକ୍ ଘଟଣା ଯୋଗୁ ଭୟାବହ ସ୍ଥିତି ସୃଷ୍ଟି ହୋଇଥିଲା।
Posted inଅନ୍ତର୍ଜାତୀୟ View All
ଜୁନ୍ ୧୫ରୁ ମାସ୍କ ଫ୍ରି ହେବ ଏହି ଦେଶ, ଡିସେମ୍ବରରେ ଆରମ୍ଭ ହୋଇଥିଲା ଟିକାକରଣ
ଜେରୁଜେଲମ,୯ା୬: କରୋନା ଅବଧି ସମୟରେ ଇସ୍ରାଏଲ ବିଶ୍ୱର ପ୍ରଥମ ମାସ୍କ ମୁକ୍ତ ଦେଶ ହେବ। ଏଠାରେ ବନ୍ଦ ସ୍ଥାନରେ ମାସ୍କ ପ୍ରୟୋଗ କରିବାର ନିୟମ ଜୁନ୍...
ମାଡ଼ି ଆସୁଛି ନୂଆ ମହାମାରୀ: ଚାଇନାରେ ଲୋକଙ୍କଠାରେ ଏଚ୍-୧୦-ଏନ୍-୩ ଭୁତାଣୁ ଚିହ୍ନଟ…
ବେଜିଂ,୧।୬: କରୋନା ମହାମାରୀର ଅନ୍ତୁଡ଼ିଶାଳ ଚାଇନାର ଉହାନ୍ ସହର ପାଲଟିଥିଲା। ଏହାଯୋଗୁୂ ପୃଥିବୀରେ ଦେଖାଦେଇଥିବା ଆତଙ୍କ ଏବେ ବି ଥମିନି। ଏପରିସ୍ଥଳେ ଚାଇନାରେ ପୁଣି ଏକ...
ଏଲ୍ ସାଲଭେଡରରେ ବୈଧ ହେବ ବିଟ୍କଏନ
ସେଣ୍ଟ୍ରାଲ ଆମେରିକାର ଦେଶ ଏଲ୍ ସାଲଭେଡର ଭର୍ଚୁଆଲ କରେନ୍ସି ବିଟ୍କଏନ୍କୁ ବୈଧ କରିବାକୁ ଯୋଜନା କରିଛି। ରାଷ୍ଟ୍ରପତି ନାଏବ ବୁକେଲେ ଏ ନେଇ କଂଗ୍ରେସରେ ବିଲ୍...
ଆସୁଛି କରୋନାର ‘ସୁପର ଭ୍ୟାକ୍ସିନ’
ଓ୍ବାଶିଂଟନ୍,୨୩।୬: କରୋନା ଭାଇରସ୍ ମହାମାରୀ ସମ୍ମୁଖୀନ ହୋଇଥିବା ବିଶ୍ୱ ଏବେ ଭିନ୍ନ ଭିନ୍ନ ଭାରିଆଣ୍ଟକୁ ନେଇ ଚିନ୍ତିତ ରହିଛି। ବିଭିନ୍ନ ଦେଶରେ କରୋନାର ନୂଆ ନୂଆ...
ଜେନେଭାରେ ବାଇଡେନ୍-ପୁଟିନ୍ ସମିଟ୍
ଜେନେଭା, ୧୭।୬: ଆମେରିକା ଓ ରୁଷିଆ ମଧ୍ୟରେ ଦୀର୍ଘ ବର୍ଷ ହେଲା ଉତ୍ତେଜନା ଲାଗି ରହିଥିବାବେଳେ ଜେନେଭା ସମ୍ମିଳନୀ ଅବସରରେ ଦୁଇ ରାଷ୍ଟ୍ରପତି ଜୋ ବାଇଡେନ୍...
ଝିଅଙ୍କୁ ମା’ ଦେଲେ ଏମିତି ଇଞ୍ଜେକ୍ସନ, କାରଣ ଜାଣିଲେ…
ଲଣ୍ଡନ,୧୮ା୬: ବ୍ରିଟେନର ଏକ ରିୟାଲିଟି ଟିଭି ଶୋ’ ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ଅସମଡାଡ୍ ନାମକ ଏହି ଶୋ’ର ତୃତୀୟ ସିଜନ ଆରମ୍ଭ ହୋଇଛି। ତେବେ ଏହାର...
କୋଭାକ୍ସିନର ଜରୁରିକାଳୀନ ବ୍ୟବହାରକୁ ମଞ୍ଜୁରୀ ଦେଲା ନାହିଁ ଆମେରିକା
ଓ୍ବାଶିଂଟନ୍,୧୧।୬: ଆମେରିକାରେ ଜରୁରିକାଳୀନ ବ୍ୟବହାର ପାଇଁ ସ୍ବଦେଶୀ ଟିକା କୋଭାକ୍ସିନ୍ ନିର୍ମାତା ଭାରତ ବାୟୋଟେକକୁ ଟିକିଏ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ। କୋଭାକ୍ସିନର ଜରୁରିକାଳୀନ...
ଜେଲରେ ଜନ୍ ମେକେଫି ମୃତ
ମାଡ୍ରିଡ୍,୨୫।୬: ଆଣ୍ଟିଭାଇରସ୍ ଜଗତର ଜଣାଶୁଣା ନାମ ଜନ୍ ମେକେଫିଙ୍କ ମୃତ୍ୟୁ ଘଟିଛି। ବ୍ରିଟେନ ଜନ୍ମିତ ଏହି ଆମେରିକୀୟ କମ୍ପ୍ୟୁଟର ପ୍ରୋଗ୍ରାମର୍ଙ୍କ ଝୁଲନ୍ତା ମୃତଦେହ ସ୍ପେନ୍ର ବାର୍ସିଲୋନାସ୍ଥିତ...


