ବେଜିଂ,୧୫।୬: ଚାଇନା ଉପରେ ପୁଣି ନୂଆ ବିପଦ ମାଡ଼ି ଆସୁଛି। କରୋନାର ଅନ୍ତୁଡ଼ିଶାଳ ପାଲଟିଥିବା ଚାଇନା ପୁଣି ସଙ୍କଟ ସୃଷ୍ଟି କରିଛି। ଚାଇନାର ତାଇଶାନ୍ ଆଣବିକ କେନ୍ଦ୍ରରୁ ଅସାବଧାନତା ଯୋଗୁ ଏକ ପ୍ରକାର ଗ୍ୟାସ୍ ଲିକ୍ ହୋଇଛି। ଏହି ଗ୍ୟାସ୍ ନିଷ୍କ୍ରିୟ ଥିଲେ ମଧ୍ୟ ଏଥିରେ ରେଡିଓଆକ୍ଟିଭ୍ ପଦାର୍ଥ ରହିଛି। ଚାଇନା ଏବଂ ଫ୍ରାନ୍ସର ଇଡିଏଫ୍ କମ୍ପାନୀର ମିଳିତ ସହଯୋଗରେ ଏହି ଆଣବିକ କେନ୍ଦ୍ର କାର୍ଯ୍ୟ କରୁଛି। ଇଡିଏଫ୍ କମ୍ପାନୀର ଏହି କେନ୍ଦ୍ରରେ ୩୦ ପ୍ରତିଶତ ଅଂଶଧନ ରହିଛି। ଗ୍ୟାସ୍ ଲିକ୍ ସପ୍ତାହ ତଳେ ହୋଇଥିଲେ ମଧ୍ୟ ଏସମ୍ପର୍କରେ ଚାଇନା ପକ୍ଷରୁ କୌଣସି ଘୋଷଣା କରାଯାଇ ନାହିଁ। ଚାଇନା ସତ ଲୁଚାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି। ତେବେ ଫ୍ରାନ୍ସର କମ୍ପାନୀ ରେଡିଓଆକ୍ଟିଭ୍ ପଦାର୍ଥ ରିଆକ୍ଟର ନମ୍ବର-୧ରୁ ଲିକ୍ ହେବା ନେଇ ଆମେରିକାର ସହଯୋଗ ଲୋଡ଼ିଛି। ଇଡିଏଫ୍ ଆମେରିକାର ଶକ୍ତି ବିଭାଗକୁ ସହାୟତା ଲାଗି ଅନୁରୋଧ କରିଛି। ରେଡିଓଆକ୍ଟିଭ୍ ପଦାର୍ଥର ବିକିରଣ ଦ୍ୱାରା ଭୟଙ୍କର ବିପଦ ସୃଷ୍ଟି ହେବାର ଆଶଙ୍କା ରହିଥିବା ଇଡ଼ିଏଫ୍ ଆମେରିକାକୁ କହିଛି। ଚାଇନାର ସ୍ଥାନୀୟ ଲୋକେ ଏହାକୁ ନେଇ ଆତଙ୍କିତ ହୋଇପଡ଼ିଛନ୍ତି। ସୂଚନାଯୋଗ୍ୟ, ୩୫ ବର୍ଷ ତଳେ ୧୯୮୬ ଏପ୍ରିଲ୍ ୨୬ରେ ରୁଷିଆର ଚେର୍ନୋବାୟଲରେ ଏଭଳି ଏକ ରେଡିଓଆକ୍ଟିଭ୍ ପଦାର୍ଥ ଲିକ୍ ଘଟଣା ଯୋଗୁ ଭୟାବହ ସ୍ଥିତି ସୃଷ୍ଟି ହୋଇଥିଲା।
Posted inଅନ୍ତର୍ଜାତୀୟ View All
ଏହି ଦେଶରେ ୫ ଲକ୍ଷ ଟପିଲା କୋଭିଡ୍ ମୃତ୍ୟୁ
ବ୍ରାସିଲିଆ,୨୦।୬: ବ୍ରାଜିଲ୍ରେ କରୋନାଜନିତ ମୃତ୍ୟୁସଂଖ୍ୟା ୫ ଲକ୍ଷ ଅତିକ୍ରମ କରିଛି। ଗତ ୨୪ ଘଣ୍ଟାରେ ସେଠାରେ ୨,୩୦୧ ଜଣଙ୍କ ମୃତ୍ୟୁ ଘଟିବା ପରେ ମୋଟ ମୃତ୍ୟୁସଂଖ୍ୟା...
ଉହାନ୍ ଲ୍ୟାବ୍ର ପର୍ଦ୍ଦାଫାଶ୍: ମାଙ୍କଡ-ଠେକୁଆ ସମେତ ୧,୦୦୦ ପ୍ରାଣୀଙ୍କ ଜିନ୍ ବଦଳା ଯାଇଛି…
ଲଣ୍ଡନ/ନୂଆଦିଲ୍ଲୀ,୭।୬: କରୋନା ମହାମାରୀ ଭୂତାଣୁର ଏନ୍ତୁଡ଼ିଶାଳ ପାଲଟିଥିବା ଚାଇନାର ଉହାନ ଲ୍ୟାବ୍କୁ ନେଇ ବିବାଦ ଥମିବାର ନାଁ ଧରୁନି। ସମ୍ପ୍ରତି ଜଣେ ବ୍ରିଟେନ୍ ଗଣମାଧ୍ୟମ ପ୍ରତିନିଧି...
ଆସ୍ଥାରେ ହାରିଲେ ସୁଇଡେନ ପ୍ରଧାନମନ୍ତ୍ରୀ
ଷ୍ଟକ୍ହୋମ୍, ୨୨ା୬: ସୁଇଡେନ ପ୍ରଧାନମନ୍ତ୍ରୀ ଷ୍ଟିଫାନ ଲୋଫବେନ ସୋମବାର ଆସ୍ଥା ଭୋଟ ହାରିଛନ୍ତି। ସୁଇଡେନର କୌଣସି ପ୍ରଧାନମନ୍ତ୍ରୀ ଆସ୍ଥା ହାରିବାରେ ଏହା ପ୍ରଥମ ଘଟଣା। ବାମ...
ଭିନ୍ନ ହେବେ ‘ସ୍ପେସ୍ ବେବି’
ନୂଆଦିଲ୍ଲୀ: ମହାକାଶରେ ଗୁରୁତ୍ୱ ଆକର୍ଷଣ ନାହିଁ। ତେଣୁ ସେଠାରେ ଜଣେ ଗର୍ଭବତୀଙ୍କ ସାମାନ୍ୟ ପ୍ରସବ ଅସମ୍ଭବ। ଯଦିଓ ସ୍ବାସ୍ଥ୍ୟ ବିଜ୍ଞାନର ଅତ୍ୟାଧୁନିକ ଜ୍ଞାନକୌଶଳକୁ ଉପଯୋଗ କରି...
ଜି ୭ର ଗ୍ଲୋବାଲ୍ ଇନ୍ଫ୍ରା ପ୍ଲାନ୍
କାର୍ବିିସ ବେ (ବ୍ରିଟେନ), ୧୩।୬: ଚାଇନାର ବେଲ୍ଟ ଆଣ୍ଡ ରୋଡ୍ ଭିତ୍ତିଭୂମି ପ୍ରକଳ୍ପକୁ ଜି୭ ରାଷ୍ଟ୍ରଗୋଷ୍ଠୀ ପକ୍ଷରୁ ବିରୋଧ କରାଯାଇଛି। ଶନିବାର ଏଠାରେ ଅନୁଷ୍ଠିତ ଜି୭...
କେହି କାହାର ଚିର ଶତ୍ରୁ ନୁହନ୍ତି କି ମିତ୍ର ନୁହନ୍ତି: ବାଇଡେନ
ଓ୍ବାଶିଂଟନ,୧୬ା୬: ଅନ୍ତର୍ଜାତୀୟ ରାଜନୀତିରେ ସମ୍ପର୍କକୁ ନେଇ ଏକ ପ୍ରବାଦ ଅଛି ଯେ ‘କେହି କାହାର ସ୍ଥାୟୀ ବନ୍ଧୁ ନୁହନ୍ତି କିମ୍ବା ସ୍ଥାୟୀ ଶତ୍ରୁ ନୁହନ୍ତି’। ଆମେରିକାର...
ନାଇଟ୍ ପାର୍ଟି ପାଇଁ ସରକାର ଦେଉଛନ୍ତି ଲକ୍ଷାଧିକ ଟଙ୍କା, ଏବେ ବିବାଦରେ
ଲଣ୍ଡନ,୧୯ା୬: ଇଂଲଣ୍ଡରେ ନାଇଟ୍ ପାର୍ଟି କରାଉଥିବା ଏକ କମ୍ପାନୀକୁ ସରକାରଙ୍କ ପକ୍ଷରୁ ୩୬୦୦୦ ପାଉଣ୍ଡ ଅର୍ଥାତ୍ ୩୭ ଲକ୍ଷ ଟଙ୍କା ମିଳୁଛି। ଏପରି ନିଷ୍ପତ୍ତି ପାଇଁ...
ଉହାନ୍ ଲ୍ୟାବ୍କୁ ଆର୍ଥିକ ସହାୟତା: ସନ୍ଦେହ ଘେରରେ ଆମେରିକା ମହାମାରୀ ବିଶେଷଜ୍ଞ…
ଓ୍ବାଶିଂଟନ,୩।୬: ପୃଥିବୀରେ କରୋନା ମହାମାରୀ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ଚାଇନାର ଉହାନ୍ ଲ୍ୟାବ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇଥିବା ଅଭିଯୋଗ ହୋଇଛି। ଏନେଇ...


