ଭୁବନେଶ୍ୱର, ୧୬।୬(ବ୍ୟୁରୋ):‘ବିଶ୍ୱ ବୟସ୍କଙ୍କ ପ୍ରତି ଦୁର୍ବ୍ୟବହାର ସଚେତନତା ଦିବସ’ ଅବସରରେ ମଙ୍ଗଳବାର ହେଲ୍ପ ଏଜ୍ ଇଣ୍ଡିଆର ସର୍ଭେ ରିପୋର୍ଟ ‘ଦ ସାଇଲେଣ୍ଟ ଟର୍ମେଣ୍ଟର୍: କୋଭିଡ୍-୧୯ ଆଣ୍ଡ୍ ଏଲ୍ଡର୍ଲି’ ପ୍ରକାଶ କରିଛି। ଏହି ରିପୋର୍ଟ ‘ଘରେ’ ଓ ‘ବୃଦ୍ଧାଶ୍ରମରେ’ ରହୁଥିବା ବୟସ୍କଙ୍କ ଜୀବନରେ କୋଭିଡ୍-୧୯ ମହାମାରୀର ପ୍ରଭାବ ଏବଂ ଆହ୍ବାନର ମୂଲ୍ୟାଙ୍କନ କରିଛି। କରୋନା ପାଇଁ ବୟସ୍କଙ୍କ ପ୍ରତି ଅତ୍ୟାଚାର ଆଶଙ୍କା ବଢ଼ିଥିବା ସେଥିଲେ ଉଲ୍ଲେଖ ରହିଛି।
ଏଜ୍ ଇଣ୍ଡିଆ ଭାରତର ୬ ପ୍ରମୁଖ ସହର ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୋର, ହାଇଦ୍ରାବାଦ, କୋଲକାତା ଓ ଚେନ୍ନାଇରେ କରିଥିବା ସର୍ଭେରେ ୩,୫୨୬ ଜଣଙ୍କୁ ସାମିଲ କରିଥିଲା। ଏମାନଙ୍କ ମଧ୍ୟରୁ କୋଭିଡ୍ ଯୋଗୁ ୨୦.୮% ବରିଷ୍ଠ ନାଗରିକ ସେମାନଙ୍କ ପରିବାର ସଦସ୍ୟ କିମ୍ବା ବନ୍ଧୁଙ୍କୁ ହରାଇଛନ୍ତି। କରୋନା କାଳରେ ଜୀବନକୁ ନେଇ ସେମାନଙ୍କ ମତ ଲୋଡ଼ାଯାଇଥିଲା। ୫୦.୮% ବରିଷ୍ଠ ନାଗରିକ ଉନ୍ନତ ଚିକିତ୍ସା ଓ ସ୍ବାସ୍ଥ୍ୟ ଭିତ୍ତିଭୂମି ସମ୍ପର୍କରେ ମତ ରଖିଥିଲେ। ସେହିଭଳି ୪୪.୪% ଟିକା ଉପଲବ୍ଧତା, ୩୮.୭% ଠିକ୍ ସମୟରେ ଔଷଧ ଓ ଇଞ୍ଜେକ୍ସନ ଉପଲବ୍ଧତା ରହିବା ଦରକାର ବୋଲି କହିଛନ୍ତି। ସେହିପରି କୋଭିଡ୍ ଆକ୍ରାନ୍ତ ହେଲେ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ନେଇ ୪୨.୧% ବରିଷ୍ଠ ନାଗରିକ ଅଧିକ ଚିନ୍ତିତ ଥିଲେ। ୩୪.୨% ଏକାକୀ ହୋଇଯିବେ ଓ ୧୧.୫% ଲୋକଙ୍କର ମୃତ୍ୟୁର ଭୟ ଥିଲା। ସମାଜରେ ବୟସ୍କଙ୍କ ପ୍ରତି ଦୁର୍ବ୍ୟବହାର ବଢ଼ୁଥିବା ୪୩.୧% ବରିଷ୍ଠ ନାଗରିକ କହିଛନ୍ତି। ୧୫.୬% ଦୁର୍ବ୍ୟବହାରର ଶିକାର ହୋଇଛନ୍ତି। ୪୫.୬% ଅସମ୍ମାନ ଓ ୨୩.୧% ପିଟିବା/ଚାପୁଡ଼ା ଖାଇଥିବା କହିଛନ୍ତି। ୬୨.୧% ଦୁର୍ବ୍ୟବହାରର ଶିକାର ହେବାର ଆଶଙ୍କା କରିଛନ୍ତି। ସେମାନଙ୍କ ମତରେ, ମୁଖ୍ୟ ଦୁର୍ବ୍ୟବହାରକାରୀମାନେ ହେଲେ ପୁଅ ୪୩.୮%, ବୋହୂ ୨୭.୮% ଓ ଝିଅ ୧୪.୨%। ସେହିପରି ଆର୍ଥିକ ନିର୍ଯାତନା ୬୧.୬%, ମାନସିକ ନିର୍ଯାତନା ୬୦.୧% ଓ ଶାରୀରିକ ନିର୍ଯାତନା ସଂକ୍ରାନ୍ତରେ ୫୮.୬% ମତ ଦେଇଥିବା ରିପୋର୍ଟରେ ଦର୍ଶାଯାଇଛି।
ହେଲ୍ପ ଏଜ୍ ଇଣ୍ଡିଆ ତରଫରୁ ଆୟୋଜିତ ରାଜ୍ୟସ୍ତରୀୟ ୱେବିନାରରେ ଓଡ଼ିଶା ରାଜ୍ୟ ଶାଖା ମୁଖ୍ୟ ଭାରତୀ ଚକ୍ର ଅଧ୍ୟକ୍ଷତା କରି କହିଲେ, ପ୍ରକାଶିତ ରିପୋର୍ଟରେ ବରିଷ୍ଠ ନାଗରିକଙ୍କ ଭୟ, ଚିନ୍ତା, ଏକାକୀପଣ ଏବଂ ନିର୍ଭରଶୀଳତା ଯୋଗୁ ଦୁର୍ବ୍ୟବହାରର ଆଶଙ୍କା ସ୍ପଷ୍ଟ ଭାବେ ବାରିହୋଇପଡୁଛି। ମୁଖ୍ୟ ଅତିଥି ଭାବେ ସାମାଜିକ ସୁରକ୍ଷା ବିଭାଗ ମନ୍ତ୍ରୀ ଅଶୋକ ପଣ୍ଡା ଯୋଗଦେଇ ବରିଷ୍ଠ ନାଗରିକଙ୍କ ପାଇଁ ଓଡ଼ିଶା ସରକାରଙ୍କ ବିଭିନ୍ନ ପଦକ୍ଷେପ ବିଷୟରେ ତଥ୍ୟ ରଖିଥିଲେ। ଭୁବନେଶ୍ୱର ଏମ୍ସର ଡା. ସ୍ବୟଂପ୍ରଜ୍ଞା ପରିଡ଼ା କୋଭିଡ୍ ସତର୍କତା ଓ ଟିକାକରଣ ସଂକ୍ରାନ୍ତରେ ମତ ରଖିଥିଲେ। ରାଜ୍ୟ ବରିଷ୍ଠ ନାଗରିକ ସଂଘର ସାଧାରଣ ସମ୍ପାଦକ ଯୁଗଳ କିଶୋର ସାହୁ ଓଡ଼ିଶା ସରକାରଙ୍କ ଦ୍ୱାରା ବରିଷ୍ଠ ନାଗରିକଙ୍କ ଟିକାକରଣ ତଥା ସ୍ବାସ୍ଥ୍ୟ ସେବାକୁ ପ୍ରଶଂସା କରିଥିଲେ।
ରାଜ୍ୟରେ ଆଜି ୭,୭୨୯ ସଂକ୍ରମିତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୪।୬(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ଶୁକ୍ରବାର ରାଜ୍ୟରେ ୭,୭୨୯କରୋନା ଆକ୍ରାନ୍ତ ଚିହ୍ନଟ...
ବଜାର ବନ୍ଦ, ସରକାର ନେଉନାହାନ୍ତି
ଭୁବନେଶ୍ୱର, ୮।୬(ବ୍ୟୁରୋ): କରୋନା ସଂକ୍ରମଣ କେବଳ ସ୍ବାସ୍ଥ୍ୟ ନୁହେଁ, ଆର୍ଥିକ ଅବସ୍ଥାକୁ ମଧ୍ୟ ଦୋହଲାଇ ଦେଇଛି। ଉଭୟ କ୍ଷେତ୍ରରୁ ଜୀବନ ଧାରଣ ପ୍ରତି ଭୟଙ୍କର ସଙ୍କଟ...
ବିକ୍ରି ଶିଶୁପୁତ୍ର ମାଳିସାହି ଅଞ୍ଚଳରୁ ଉଦ୍ଧାର
ଭୁବନେଶ୍ୱର,୨୦ା୬(ବ୍ୟୁରୋ): ଭୁବନେଶ୍ୱର ରେଳ ଷ୍ଟେଶନ ଅଞ୍ଚଳରୁ ବିକ୍ରି ହୋଇଥିବା ୬ଦିନର ଶିଶୁପୁତ୍ରକୁ ଖାରବେଳନଗର ଥାନା ଅନ୍ତର୍ଗତ ମାଳିସାହି ଅଞ୍ଚଳରୁ ଉଦ୍ଧାର କରାଯାଇଛି। ରାଜଧାନୀରେ ଶିଶୁ ବିକ୍ରି...
ଗୋଟିଏ ଜୁଇରେ ୧୦ କୋଭିଡ୍ ମୃତଦେହ ସତ୍କାର ଘଟଣା ହାଇକୋର୍ଟରେ ମାମଲା
କଟକ ଅଫିସ,୨୨।୬: ବଲାଙ୍ଗୀରରେ ଗୋଟିଏ ଜୁଇରେ ୧୦ କୋଭିଡ୍ ସଂକ୍ରମିତଙ୍କ ମୃତଦେହ ସତ୍କାର ଏବଂ ବାରିପଦା କୋଭିଡ୍ ହସ୍ପିଟାଲରେ ଅବ୍ୟବସ୍ଥା ଘଟଣାକୁ ନେଇ ସୋମବାର ହାଇକୋର୍ଟରେ...
୧୭ ଜିଲାରେ ବର୍ଷା ସମ୍ଭାବନା
ଭୁବନେଶ୍ୱର,୧୫।୬(ବ୍ୟୁରୋ): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ଲାଗି ରହିଛି। ଲଘୁଚାପ ମିଶ୍ରିତ ମୌସୁମୀ...
ବୃଦ୍ଧଙ୍କୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ସଂଘବଦ୍ଧ ଆକ୍ରମଣ
ମାହାଙ୍ଗା,୧୨ା୬(ସ୍ବ.ପ୍ର.): ଜଣେ ବୃଦ୍ଧ ଛେଳି ମାରି ଦେଇଥିବା ଅଭିଯୋଗରେ ଗ୍ରାମର କେତେଜଣ ଲୋକ ତାଙ୍କୁ ଏକ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ସଂଘବଦ୍ଧ ଆକ୍ରମଣ କରିଥିବାର ଏକ...
ଆଜି ରାଜ୍ୟରୁ ୭୦୦୨ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୬।୬(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଏହି କିଛିଦିନ ହେବ କମିବାରେ ଲାଗିଛି। ତେବେ ରବିବାର ରାଜ୍ୟରୁ ୭,୦୦୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ...
୨୬ ଯାଏ ପ୍ରବଳ ବର୍ଷା
ଭୁବନେଶ୍ୱର, ୨୩।୬(ବ୍ୟୁରୋ):ଆସନ୍ତା ୨୬ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ। ଏଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଭିନ୍ନ ଜିଲାକୁ ୟେଲୋ ଓ୍ବାର୍ନିଂ...


