କୋଭିଡ୍-୧୯ ମହାମାରୀ ଦେଶରେ ଅନେକ ପିଲାଙ୍କୁ ଅନାଥ କରିଛି। ଏହି ସଂଖ୍ୟା ପ୍ରତ୍ୟେକ ଦିନ ବଢ଼ିବାରେ ଲାଗିଛି। ଜୁନ୍ ପ୍ରଥମ ସପ୍ତାହରେ ସୁପ୍ରିମକୋର୍ଟଙ୍କୁ ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ (ଏନ୍ସିପିସିଆର୍)ପ୍ରଦାନ କରିଥିବା ତଥ୍ୟ ଅନୁଯାୟୀ ବାପା, ମା’ କିମ୍ବା ଉଭୟଙ୍କୁ କୋଭିଡ୍ ଓ ଅଣ କୋଭିଡ୍ ରୋଗରେ ହରାଇ ଅନାଥ ହୋଇଥିତ୍ତ୍ବା ଶିଶୁଙ୍କ ସଂଖ୍ୟା ୩୦,୦୭୧। ମହାରାଷ୍ଟ୍ରରେ ସର୍ବାଧିକ ୭,୦୮୪ ପିଲା ଅନାଥ ହୋଇଥିବା ବେଳେ ତେଲଙ୍ଗାନା, ତାମିଲନାଡୁ, କେରଳ, କର୍ନାଟକ, ଗୁଜରାଟ, ରାଜସ୍ଥାନ, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ ଆଦି ରାଜ୍ୟରେ ଏମାନଙ୍କ ସଂଖ୍ୟା ମଧ୍ୟ ଅଧିକ। ତେବେ ବିଭିନ୍ନ ରାଜ୍ୟରେ କୋଭିଡ୍ଜନିତ ମୃତକଙ୍କ ସଂଖ୍ୟାର ପୁନଃ ଆକଳନ କରାଯାଉଥିବା ହେତୁ ଅନାଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାର ଆଶଙ୍କା ରହିଛି। ଏହି ପିଲାଙ୍କ ପାଇଁ କେନ୍ଦ୍ର କେଉଁ ପ୍ରକାର କଲ୍ୟାଣକାରୀ ଯୋଜନା କରିଛି ସେ ସମ୍ପର୍କରେ ଜାଣିବା ପାଇଁ ସୁପ୍ରିମକୋର୍ଟ ଇଚ୍ଛାପ୍ରକାଶ କରିଥିଲେ। ଏହାପରେ ଓଡ଼ିଶା ସମେତ କେତେକ ରାଜ୍ୟ ସରକାର ସ୍ବାଧୀନ ଭାବେ, ଏହି ପିଲାଙ୍କ ପାଇଁ ନିଜସ୍ବ ଯୋଜନା ଘୋଷଣା କଲେଣି। ୨୦୧୮ରେ ୟୁନିସେଫ୍ ତଥ୍ୟରେ ବିଭିନ୍ନ କାରଣରୁ ଅନାଥଙ୍କ ସଂଖ୍ୟା ପାଖାପାଖି ୩ କୋଟି ରହିଥିତ୍ଲା। କୋଭିଡ୍ ମହାମାରୀ ଏହାକୁ ବଢ଼ାଇ ଦେଇଛି। ମହାମାରୀରେ ଅନାଥଙ୍କ ପାଇଁ ଏବେ ଯେଉଁ କଲ୍ୟାଣକାରୀ ଯୋଜନା କରାଯାଇଛିି ତାହା ସ୍ବାଗତଯୋଗ୍ୟ, କିନ୍ତୁ ଏମାନଙ୍କ ବ୍ୟତୀତ ଜମ୍ମୁ-କଶ୍ମୀର, ଆସାମ, ନାଗାଲାଣ୍ଡ, ମଣିିପୁର ଆଦି ରାଜ୍ୟରେ ଅସ୍ବାଭାବିକ ପରିସ୍ଥିତି ଉପୁଜୁଥିବା ଯୋଗୁ ଅନେକ ପିଲା ଅନାଥ ହେବା ଶୁଣାଯାଉଛି। ୧୮ ବର୍ଷରୁ କମ୍ ଅନାଥ ପିଲାଙ୍କର ଏକ ସ୍ବତନ୍ତ୍ର ଗଣନା କରାଯିବା ସହ ସରକାରୀ ଏବଂ ସାମାଜିକ ଦୃଷ୍ଟି ପଡ଼ିବାର ଆବଶ୍ୟକତା ରହିଛି। କାରଣ ୩ କୋଟିରୁ ଊର୍ଦ୍ଧ୍ୱ ପିଲାଙ୍କୁ ଯଦି ଭାରତର ସମାଜ ସମ୍ପୂର୍ଣ୍ଣ ଭୁଲିଯାଏ, ତେବେ ସେମାନଙ୍କ ଭବିଷ୍ୟତ ଅନ୍ଧକାରମୟ ହେବା ସହିତ ଦେଶରେ ସାମାଜିକ ବିଶୃଙ୍ଖଳା ବୃଦ୍ଧି ପାଇବାର ଆଶଙ୍କା ରହିଛି।
ଯୁବବର୍ଗ ନା ବରିଷ୍ଠ
ଗତ ସପ୍ତାହରେ ବିଶ୍ୱର ଦୁଇ ଲୋକସଂଖ୍ୟା ବହୁଳ ରାଷ୍ଟ୍ର ଚାଇନା ଓ ଭାରତରେ ପୃଥକ୍ ଘଟଣା ଦେଖିବାକୁ ମିଳିଛି। ଯୁବସଂଖ୍ୟା କମିଯାଉଥିବାରୁ ପରିବାର ପିଛା ୩...
ନିଶାର ଦଶା
ଡ. ସତ୍ୟନାରାୟଣ ମିଶ୍ର ଆଧୁନିକ ସଭ୍ୟତାରେ ନିଶା ସେବନ ହେଉଛି ଏକ ମାରାତ୍ମକ ସାମାଜିକ ବ୍ୟାଧି ଓ ଅପରାଧ। ଏହା କର୍କଟ ରୋଗ ଭଳି ଦିନକୁ...
ଏଇ ଭାରତରେ
ଚାକିରି ପରେ କିଏ କେମିତି ବିଶ୍ରାମ ନେବା ପାଇଁ ଚାହଁୁଥିବାବେଳେ ଗୁଜରାଟର ୭୧ ବର୍ଷୀୟା ମାଟ୍ରୋନ ଜେମିନିବେନ୍ ଜୋଷୀ ଏବେ ଅବସର ସମୟକୁ କୋଭିଡ୍ ରୋଗୀଙ୍କ...
ପ୍ରତିବାଦର ସ୍ବର
ଆକାର ପଟେଲ କେନ୍ଦ୍ରରେ ଭାଜପା ସରକାରଙ୍କ ଦ୍ୱିତୀୟ ପାଳିର ତୃତୀୟ ବର୍ଷରେ ଆମେ ପଦାର୍ପଣ କରିଛୁ । ସରକାରକୁ ନେଇ ଆଗକୁ ଆଲୋଚନା ଭିନ୍ନ ମୋଡ଼...
ଏଇ ଭାରତରେ
କୃଷି ଛାଡ଼ି ଚାକିରି କରିବାକୁ ଅନେକେ ପସନ୍ଦ କରୁଥିବାବେଳେ ଏସ୍.ଶିବଗଣେଶ ଚାକିରି ଛାଡ଼ି ଚାଷରେ ଲାଗିଛନ୍ତି। ୨୦୦୬ରେ ସେ ମେକାନିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିବା...
ଅସତ୍ୟକୁ ହାମ୍ବୁଡୁଛି
ସମଗ୍ର ପୃଥିବୀକୁ ଦେଖିଲେ କରୋନା ମହାମାରୀ ବିଭିନ୍ନ ଦିଗରୁ ଅନେକ କିଛି ଉଜାଡ଼ି ଦେଇଛି। ଏହାର ଦ୍ୱିତୀୟ ଲହରରେ ଭାରତ ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ଅସଂଖ୍ୟ...
ଅସ୍ଥି କଳସର ଦୁଃଖ
ଚିତ୍ର ଚରିତ୍ର/ଅଧ୍ୟାପକ ନିରଞ୍ଜନ ପାଢ଼ୀ କାଲିଯାଏ ସୁଖଦୁଃଖର ଦୁନିଆରେ ବଞ୍ଚିଥିବା ଲୋକଟିର ଶରୀର ଆଜି ଜୁଇ ନିଅଁାରେ ଭସ୍ମୀଭୂତ ହୋଇ ମୁଠାଏ ପାଉଁଶ ଓ କେଇଖଣ୍ଡ...
ମହାମାରୀରେ ସକାରାତ୍ମକ ମନୋଭାବ
ବାଦଲ ଭୂୟଁା କରୋନା କାଳରେ ଅନେକ ପ୍ରକାର ଦୁଶ୍ଚିନ୍ତା ମନକୁ ଭାରାକ୍ରାନ୍ତ କରୁଛି। କି ଯୁବକ, କି ବୟସ୍କ ଅନେକେ ଏକ ଅଜଣା ଭୟରେ ଆତଙ୍କିତ...


