ଦୋହା,୧୬।୬: ସୁନୀଲ ଛେତ୍ରୀଙ୍କ ନେତୃତ୍ୱାଧୀନ ଭାରତୀୟ ଫୁଟ୍ବଲ ଦଳ ଏସିଆନ ଫୁଟ୍ବଲ କନ୍ଫେଡେରେଶନ (ଏଏଫ୍ସି) ଏସିଆନ କପ୍ କ୍ୱାଲିଫାୟର୍ସର ତୃତୀୟ ରାଉଣ୍ଡରେ ପ୍ରବେଶ କରିଛି। ସ୍ଥାନୀୟ ଜାସିମ ବିନ୍ ହମାଦ ଷ୍ଟାଡିୟମରେ ମଙ୍ଗଳବାର ୨୦୨୨ ଫିଫା ବିଶ୍ୱକପ୍ ତଥା ଏସିଆନ କପ୍ କ୍ୱାଲିଫାୟର୍ସରେ ଭାରତ ଓ ଆଫଗାନିସ୍ତାନ ମୁହଁାମୁହିଁ ହୋଇଥିଲେ। ତେବେ ଏହି ମ୍ୟାଚ୍ ୧-୧ ଗୋଲରେ ଅମୀମାଂସିତ ରହିଛି। ୭୫ତମ ମିନିଟ୍ରେ ଆଫଗାନିସ୍ତାନ ଗୋଲକିପର ଓଭାୟସ ଅଜିଜି ଆତ୍ମଘାତୀ ଗୋଲ ସ୍କୋର କରିବା ପରେ ଭାରତ ୧-୦ରେ ଅଗ୍ରଣୀ ହୋଇଥିଲା। ଏହାପରେ ୮୨ତମ ମିନିଟ୍ରେ ହୋସେନ ଜମାନୀ ଗୋଲ ଦେଇ ମ୍ୟାଚ୍କୁ ଅମୀମାଂସିତ ରଖିଥିଲେ। ଫିଫା ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟରୁ ବାଦ୍ ପଡିଥିଲେ ମଧ୍ୟ ଏହି ଡ୍ର ସହ ଭାରତ ଏସିଆନ୍ କପ୍ କ୍ୱାଲିଫାୟର୍ସର ତୃତୀୟ ରାଉଣ୍ଡରେ ପ୍ରବେଶ କରିଛି। ଏହି ମୁକାବିଲାରେ ଆଉ ମାତ୍ର ଗୋଟିଏ ସ୍କୋର କରିଥିଲେ ଛେତ୍ରୀ ବିଶ୍ୱର ସର୍ବକାଳୀନ ଟପ୍ ଗୋଲ ସ୍କୋରର ତାଲିକାରେ ସ୍ଥାନ ପାଇଥାନ୍ତେ। ୩୬ ବର୍ଷୀୟ ଛେତ୍ରୀ ୭୪ ଟି ଗୋଲ ସ୍କୋର କରିଛନ୍ତି। ମ୍ୟାଚ୍ ଡ୍ର ରଖି ଭାରତ ୭ ପଏଣ୍ଟ ପାଇ କାତାର, ଓମାନ ତଳକୁ ରହି ତୃତୀୟ ସ୍ଥାନ ଅଧିକାର କରିଛି।
ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମିଲ୍ଖାଙ୍କ ଶେଷକୃତ୍ୟ ସମ୍ପନ୍ନ
ଚଣ୍ଡିଗଡ଼, ୨୦ା୬ (ପି.ଟି.)-କିମ୍ବଦନ୍ତୀ ସ୍ପ୍ରିଣ୍ଟର ମିଲ୍ଖା ସିଂଙ୍କର ଏଠାରେ ଶନିବାର ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଶୋକାକୁଳ ପରିବେଶରେ ୯୧ବର୍ଷୀୟ ମିଲ୍ଖାଙ୍କୁ...
ନକ୍ଆଉଟ୍ରେ ଡେନ୍ମାର୍କ: ରୁଷିଆ ୪-୧ ଗୋଲରେ ପରାସ୍ତ
କୋପେନହାଗେନ,୨୩।୬: ଘରୋଇ ପରିବେଶରୁ ଫାଇଦା ଉଠାଇ ଡେନ୍ମାର୍କ ୟୁରୋ କପ୍ ଗ୍ରୁପ୍ ବି’ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ରୁଷିଆକୁ ୪-୧ ଗୋଲ ବୃହତ୍ ବ୍ୟବଧାନରେ ପରାସ୍ତ...
ଫ୍ରେଞ୍ଚ୍ ଓପନ ଟେନିସ୍: କ୍ରେଜିକୋଭାଙ୍କୁ ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ
ପ୍ୟାରିସ୍,୧୩।୬: ଫ୍ରେଞ୍ଚ୍ ଓପନ ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ଚେକ୍ ଗଣରାଜ୍ୟର ବାର୍ବୋରା କ୍ରେଜିକୋଭା ଚାମ୍ପିୟନ ହୋଇଛନ୍ତି। ଶନିବାର ଅନୁଷ୍ଠିତ ଫାଇନାଲ ମୁକାବିଲାରେ ଅଣସିଡ୍ ୨୫ ବର୍ଷୀୟ...
ଭାରତର ଅଲିମ୍ପିକ ଥିମ୍ ଗୀତ ଉନ୍ମୋଚିତ
ନୂଆଦିଲ୍ଲୀ, ୨୪ା୬ (ପି.ଟି.)- ଭାରତର ଅଫିସିଆଲ ଅଲିମ୍ପିକ ଥିମ୍ ଗୀତ ବୁଧବାର ଉନ୍ମୋଚିତ ହୋଇଯାଇଛି। କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଇଭେଣ୍ଟର ମୁଖ୍ୟ ଅତିଥି ଥିଲେ। ‘ଲକ୍ଷ୍ୟ...
ଦଳୀୟ ଏକାଦଶ ପାଇଁ ଚିନ୍ତାରେ ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ, ୧୦।୬: ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟୁଟିସି) ଫାଇନାଲର ୮ ଦିନ ପୂର୍ବରୁ ଅଭ୍ୟାସ ଆରମ୍ଭ କରିଛି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍...
ଦ୍ୱିତୀୟ ଟେଷ୍ଟ: ନ୍ୟୁଜିଲାଣ୍ଡ ବିଜୟର ନିକଟତର
ବର୍ମିଂହାମ,୧୩।୬: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ସ୍ଥିତି ଆହୁରି ଦୃଢ଼ କରି ବିଜୟର ନିକଟତର ହୋଇଛି। ପ୍ରଥମ ଇନିଂସରେ ଇଂଲଣ୍ଡକୁ ୩୦୩...
‘ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ୩ ମ୍ୟାଚ ବିଶିଷ୍ଟ ହେବା ଉଚିତ’
ମୁମ୍ବାଇ, ୩।୬(ପି.ଟି.)- ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ୩ ମ୍ୟାଚ ବିଶିଷ୍ଟ ହେବା ଉଚିତ। ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁ ଥିବା ଉଦ୍ଘାଟନୀ ସଂସ୍କରଣର ଫାଇନାଲ ୧...
ଧୋନୀଙ୍କ ଦଳର ଥିଲେ ଅଭିନ୍ନ ଅଙ୍ଗ, ମାତ୍ର ଏବେ ସୁଯୋଗ ନ ମିଳିବାରୁ ଦୁଃଖିତ
ମୁମ୍ବାଇ,୬।୬ : ଗତ ୧୨ରୁ ୧୫ ମାସ ହେଲା ଜାତୀୟ ଦଳରେ ସ୍ଥାନ ପାଉ ନାହାନ୍ତି ସ୍ପିନର କୁଲଦୀପ ଯାଦବ। ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ...


