ମୁମ୍ବାଇ,୧୯।୬: ମହାରାଷ୍ଟ୍ରର ରାଜଧାନୀ ତଥା ବଲିଉଡ୍ ମୁମ୍ବାଇର ଆଖପାଖ ଅଞ୍ଚଳ ଦିନେ ସମୁଦ୍ର ତଳେ ବୁଡ଼ି ରହିଥିଲା। ମିଳିଥିବା କେତେକ ଜୀବାଶ୍ମରୁ ଏହା ଜଣାପଡ଼ିଛି। ମୁମ୍ବାଇ ନିକଟରେ ଥିବା ୟବତମାଲ ଜିଲାର ବଡ଼ ବଡ଼ ପାହାଡ଼ ଦିନେ ସମୁଦ୍ର ତଳେ ଥିବା ସ୍ଥାନୀୟ ବଣି ଅଞ୍ଚଳରୁ ମିଳିଥିବା କେତେକ ସାଇନୋବ୍ୟାକେଟରିଆ ଷ୍ଟ୍ରେମେଟୋଲାଇଟ୍ ଜୀବାଶ୍ମର କାର୍ବନ ଡାଟିଂରୁ ଏହା ଜଣାପଡ଼ିଥିବା ପରିବେଶ ଏବଂ ଭୂଗୋଳ ବିଶେଷଜ୍ଞ ପ୍ରଫେସର ଡ. ସୁରେଶ ଚୋପଣେ ସୂଚନା ଦେଇଛନ୍ତି। ଏହି ସାଇନୋବ୍ୟାକେଟରିଆ ଷ୍ଟ୍ରେମେଟୋଲାଇଟ୍ ୧୫୦ କୋଟି ବର୍ଷ ତଳର। ବଣି ଅଞ୍ଚଳର ବୋଡ଼ି ଓ୍ବ ମୋହୁଲି ପରିସରରେ ଥିବା ଚୂନପଥର ଉପରେ ଏହି ଜୀବାଶ୍ମ ରହିଥିବା ସେ କହିଛନ୍ତି। ସେହିପରି ଏଠାକାର କେତେକ ସ୍ଥାନରେ କୋଟି କୋଟି ବର୍ଷ ତଳର ଶଙ୍ଖ, ଶାମୁକା ଆଦିର ଜୀବାଶ୍ମ ମିଳିଛି। ଗତ ୨ ବର୍ଷ ଧରି ଚୋପଣେ ଏହି ଜୀବାଶ୍ମର ସନ୍ଧାନ କରୁଛନ୍ତି। ଏଭଳି ଜୀବାଶ୍ମ ରାଜସ୍ଥାନର ଭୋଜୁଦା, ମଧ୍ୟପ୍ରଦେଶର ଚିତ୍ରକୂଟ, ମହାରାଷ୍ଟ୍ରର ଚନ୍ଦ୍ରପୁରରୁ ମିଳିଥିବା ସେ କହିଛନ୍ତି। ସାଇନୋବ୍ୟାକେଟରିଆ ଷ୍ଟ୍ରେମେଟୋଲାଇଟ୍ ସ୍ତରୀଭୂତ ଶିଳାରେ କାଳକ୍ରମେ ଜମା ହୋଇଥାଏ। ଏଥିରୁ ଜଣାପଡୁଛି ଯେ ସମଗ୍ର ଅଞ୍ଚଳ ଦିନେ ସମୁଦ୍ରର ଅଥଳ ଗର୍ଭରେ ବୁଡ଼ି ରହିଥିଲା। ଏନେଇ ସୁରେଶ ଚୋପଣେ ଅଧିକ ଗବେଷଣା ଜାରି ରଖିଛନ୍ତି।
କ୍ଷତିପୂରଣ ନ ଦେବା ନିଷ୍ପତ୍ତି କାହାର
ନୂଆଦିଲ୍ଲୀ, ୨୨।୬: କୋଭିଡ୍-୧୯ରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଯୋଗାଇଦେବା ଲାଗି ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟରେ ଦାଏର ଜନସ୍ବାର୍ଥ ମାମଲାର...
ପାରିବାରିକ ହିଂସା ମାମଲାରେ କରନଙ୍କୁ ମିଳିଲା ଜାମିନ
ମୁମ୍ବାଇ,୧।୬: ଅନେକ ଟିଭି ସିରିୟଲ୍ରେ କାମ କରି ବେଶ୍ ଲୋକପ୍ରିୟତା ହାସଲ କରିଥିବା ଅଭିନେତା କରନ ମେହେରାଙ୍କୁ ପାରିବାରିକ ହିଂସା ମାମଲାରେ ଜାମିନ ମିଳିଛି। ସୋମବାର...
ସିବିଏସ୍ଇ ଏବଂ ସିଆଇସିଏସ୍ଇକୁ ନିର୍ଦ୍ଦେଶ: ୧୫ ଦିନରେ ମୂଲ୍ୟାୟନ ପଦ୍ଧତି ଦର୍ଶାଅ
ନୂଆଦିଲ୍ଲୀ,୪।୬(ପି.ଟି.):କରୋନା ମହାମାରୀ ପାଇଁ ଚଳିତ ବର୍ଷ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ବାତିଲ କରାଯାଇଥିବାରୁ ସୁପ୍ରିମକୋର୍ଟ ଗୁରୁବାର ଖୁସିବ୍ୟକ୍ତ କରିଛନ୍ତି। ତେବେ ଛାତ୍ରୀଛାତ୍ରଙ୍କ ମୂଲ୍ୟାୟନ ପଦ୍ଧତି ସମ୍ପର୍କରେ...
ବାଇକ୍ରେ ଯାଉଥିଲେ ଯୁବକ, ପଛରୁ ଆସିଲେ ଦୁଇ ମହାବଳ ବାଘ; ଆଉ ତା’ ପରେ…
ମୁମ୍ବାଇ,୨ା୬: ମହାରାଷ୍ଟ୍ରର ଚନ୍ଦ୍ରପୁରରୁ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଯେଉଁଥିରେ ଦେଖିବେ ଦୁଇଟି ମହାବଳ ବାଘ ହଠାତ୍ ରାସ୍ତା ଉପରକୁ ଚାଲି...
ଏନ୍ଏଚ୍ଆରସିର ନୂଆ ଅଧ୍ୟକ୍ଷ ବିଚାରପତି ଅରୁଣ ମିଶ୍ରା
ନୂଆଦିଲ୍ଲୀ,୧।୬: ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଅରୁଣ କୁମାର ମିଶ୍ରା ଜାତୀୟ ମାନବଧିକାର କମିଶନର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ...
ନନ୍ଦିନୀ: ଏକ ସଂକଳ୍ପର ନାଁ
ନନ୍ଦିନୀ ଶତପଥୀ ଥିଲେ ବାସ୍ତବରେ ଏକ ସଂକଳ୍ପ, ଏକ ସ୍ବାଭିମାନ। ଉଭୟ ରାଜନୀତିରେ, ମାନବ ସେବାରେ, ସାହିତ୍ୟ ରଚନାରେ। ୧୯୩୧ ମସିହା ଆଜିର ଦିନରେ କଟକରେ...
ଚାଷୀ ଆନ୍ଦୋଳନରେ ସାମିଲ ହେବେ ମମତା
କୋଲକାତା, ୧୦।୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନକୁ ସମର୍ଥନ କରିବେ। ଏନେଇ ସେ ରାକେଶ...
ଭାକ୍ସିନ୍ ନେଇ ଜୀବନ ଗଲେ କ୍ଷତି ପୂରଣ ଦେବନି କମ୍ପାନୀ: ମର୍ଡନା-ଫାଇଜର ପରେ ଏବେ ଦାବି କଲା ସେରମ୍…
ନୂଆଦିଲ୍ଲୀ,୩।୬:ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ...


