ମୁମ୍ବାଇ,୧୯।୬: ମହାରାଷ୍ଟ୍ରର ରାଜଧାନୀ ତଥା ବଲିଉଡ୍ ମୁମ୍ବାଇର ଆଖପାଖ ଅଞ୍ଚଳ ଦିନେ ସମୁଦ୍ର ତଳେ ବୁଡ଼ି ରହିଥିଲା। ମିଳିଥିବା କେତେକ ଜୀବାଶ୍ମରୁ ଏହା ଜଣାପଡ଼ିଛି। ମୁମ୍ବାଇ ନିକଟରେ ଥିବା ୟବତମାଲ ଜିଲାର ବଡ଼ ବଡ଼ ପାହାଡ଼ ଦିନେ ସମୁଦ୍ର ତଳେ ଥିବା ସ୍ଥାନୀୟ ବଣି ଅଞ୍ଚଳରୁ ମିଳିଥିବା କେତେକ ସାଇନୋବ୍ୟାକେଟରିଆ ଷ୍ଟ୍ରେମେଟୋଲାଇଟ୍ ଜୀବାଶ୍ମର କାର୍ବନ ଡାଟିଂରୁ ଏହା ଜଣାପଡ଼ିଥିବା ପରିବେଶ ଏବଂ ଭୂଗୋଳ ବିଶେଷଜ୍ଞ ପ୍ରଫେସର ଡ. ସୁରେଶ ଚୋପଣେ ସୂଚନା ଦେଇଛନ୍ତି। ଏହି ସାଇନୋବ୍ୟାକେଟରିଆ ଷ୍ଟ୍ରେମେଟୋଲାଇଟ୍ ୧୫୦ କୋଟି ବର୍ଷ ତଳର। ବଣି ଅଞ୍ଚଳର ବୋଡ଼ି ଓ୍ବ ମୋହୁଲି ପରିସରରେ ଥିବା ଚୂନପଥର ଉପରେ ଏହି ଜୀବାଶ୍ମ ରହିଥିବା ସେ କହିଛନ୍ତି। ସେହିପରି ଏଠାକାର କେତେକ ସ୍ଥାନରେ କୋଟି କୋଟି ବର୍ଷ ତଳର ଶଙ୍ଖ, ଶାମୁକା ଆଦିର ଜୀବାଶ୍ମ ମିଳିଛି। ଗତ ୨ ବର୍ଷ ଧରି ଚୋପଣେ ଏହି ଜୀବାଶ୍ମର ସନ୍ଧାନ କରୁଛନ୍ତି। ଏଭଳି ଜୀବାଶ୍ମ ରାଜସ୍ଥାନର ଭୋଜୁଦା, ମଧ୍ୟପ୍ରଦେଶର ଚିତ୍ରକୂଟ, ମହାରାଷ୍ଟ୍ରର ଚନ୍ଦ୍ରପୁରରୁ ମିଳିଥିବା ସେ କହିଛନ୍ତି। ସାଇନୋବ୍ୟାକେଟରିଆ ଷ୍ଟ୍ରେମେଟୋଲାଇଟ୍ ସ୍ତରୀଭୂତ ଶିଳାରେ କାଳକ୍ରମେ ଜମା ହୋଇଥାଏ। ଏଥିରୁ ଜଣାପଡୁଛି ଯେ ସମଗ୍ର ଅଞ୍ଚଳ ଦିନେ ସମୁଦ୍ରର ଅଥଳ ଗର୍ଭରେ ବୁଡ଼ି ରହିଥିଲା। ଏନେଇ ସୁରେଶ ଚୋପଣେ ଅଧିକ ଗବେଷଣା ଜାରି ରଖିଛନ୍ତି।
ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଲକ୍ଷେରୁ କମ୍…
ନୂଆଦିଲ୍ଲୀ,୯।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା କମିବାରେ ଲାଗିଛି। ଲକ୍ଡାଉନ୍ ପ୍ରଭାବରୁ ସଂକ୍ରମଣ...
୧୫ ଜୁନ୍ରୁ ଲଭ୍ ଜିହାଦ୍ ଆଇନ: ଦୋଷୀଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍…
ଅହମଦାବାଦ,୫।୬: ଲଭ୍ ଜିହାଦ୍ ଆଇନ୍ ଗୁଜରାଟରେ ୧୫ ଜୁନ୍ରୁ ପ୍ରଣୟନ ହେବାକୁ ଯାଉଛି। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍...
ଛାତ୍ରଙ୍କ ସହ ଫେରାର୍ ହେଲେ ଟ୍ୟୁସନ୍ ଦିଦି
ପାନିପତ୍,୧।୬: ହରିୟାଣାର ପାନିପତ୍ରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଏଠାରେ ଏକାଦଶ ଶ୍ରେଣୀରେ ପଢୁଥିବା ଜଣେ ୧୭ ବର୍ଷର ଛାତ୍ରଙ୍କ ସହ ଫେରାର ହୋଇଯାଇଛନ୍ତି ଟ୍ୟୁସନ୍...
‘ଯଦି ମହଙ୍ଗା ହେଉଛି ଖାଇବା-ପିଇବା, ପେଟ୍ରୋଲ ପକାଇବା ଛାଡିଦିଅନ୍ତୁ’
ରାୟପୁର,୪।୬: ଛତିଶଗଡର ପୂର୍ବତନ ମନ୍ତ୍ରୀ ବ୍ରିଜମୋହନ ଅଗ୍ରୱାଲଙ୍କ ଅଜବ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ କହିଛନ୍ତି ଯେ, ଯେଉଁମାନେ ମହଙ୍ଗା ବଢିଯାଇଛି ବୋଲି କହୁଛନ୍ତି,...
ବେଆଇନ ଟେଲିଫୋନ୍ ଏକ୍ସଚେଞ୍ଜକୁ କଲ୍
ବେଙ୍ଗାଲୁରୁ/ନୂଆଦିଲ୍ଲୀ,୧୧ା୬(ପି.ଟି.):ପାକିସ୍ତାନର ଗୁପ୍ତଚର ସଂସ୍ଥାଠାରୁ ପୂର୍ବ ଭାରତରେ ଥିବା ଏକ ସାମରିକ ପ୍ରତିଷ୍ଠାନକୁ ନେଇ ଫୋନ୍ କଲ୍ କରାଯିବା ପରେ ଏବେ ବେଙ୍ଗାଲୁରୁସ୍ଥିତ ଏକ ଅବୈଧ ଟେଲିଫୋନ୍...
ଶେଷରେ ଭୁଲ୍ ବୁଝିପାରିଲେ କାନ୍ତା ପ୍ରସାଦ; ଗୌରବଙ୍କୁ ମାଗିଲେ କ୍ଷମା
ନୂଆଦିଲ୍ଲୀ,୧୩।୬: ବାବା କା ଢାବାର ମାଲିକ କାନ୍ତ ପ୍ରସାଦଙ୍କ ଭିଡିଓ ସୋସିଆଲ ମିଡିଆରେ ପୁଣି ଥରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ କାନ୍ତ ପ୍ରସାଦ...
ଏଆଇଏଡିଏମ୍କେରୁ ୧୭ ନେତା ବହିଷ୍କୃତ
ଚେନ୍ନାଇ, ୧୫।୬(ଆଇଏଏନ୍ଏସ୍): ପୂର୍ବତନ ସାଧାରଣ ସମ୍ପାଦକ ଭି.କେ. ଶଶିକଳାଙ୍କ ସହ ସମ୍ପର୍କ ରଖିଥିବା ଏଆଇଏଡିଏମ୍କେର ମୁଖପାତ୍ର ଭି. ପୁଗାଝେନ୍ଦିଙ୍କ ସମେତ ୧୭ ଜଣ ନେତାଙ୍କୁ ସୋମବାର...
ପାଦୁକ ପାଣି ପିଇଲେ ଭଲ ହେଉଛି କରୋନା: ଭିଡ଼ିଓ ଭାଇରାଲ…
ରାଜଗଡ଼,୩।୬: କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁ ଦେଶରେ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ମଧ୍ୟପ୍ରଦେଶର ରାଜଗଡ଼ ଜିଲାରେ ପାଦୁକ ପାଣି ପିଇଲେ କରୋନା ଭଲ...


