ନୂଆଦିଲ୍ଲୀ,୧୯।୬: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଶେଷ ନ ହେଉଣୁ ପୁଣି ନୂଆ ବିପଦ ମାଡ଼ି ଆସୁଥିବା ନେଇ ଏମ୍ସ୍ ପକ୍ଷରୁ ସୂଚନା ଦିଆଯାଇଛି। ଆଉ ୬ରୁ ୮ ସପ୍ତାହ ମଧ୍ୟରେ ଦେଶରେ କରୋନା ମହାମାରୀର ତୃତୀୟ ଲହର ଦେଖାଯିବ ବୋଲି ଏମ୍ସ୍ର ମୁଖ୍ୟ ଡ. ରଣଦୀପ୍ ଗୁଲେରିଆ କହିଛନ୍ତି। ଭାରତରେ କରୋନା ମହାମାରୀର ତୃତୀୟ ଲହର ନିଶ୍ଚିତ ଆସିବ। ଏହାକୁ ଏଡାଇ ଦେଇ ହେବ ନାହିଁ। ଦେଶରେ ଭାକ୍ସିନ୍ ଡୋଜ୍ ପ୍ରଦାନ କାର୍ଯ୍ୟ ଏକ ଆହ୍ବାନ ହୋଇଥିବାରୁ ସଂକ୍ରମଣକୁ ରୋକିକା ସମ୍ଭବ ହେବ ନାହିଁ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ଦେଶରେ ଏବେ ଅନ୍ ଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଫଳରେ ଲୋକେ ମାର୍ଗଦର୍ଶିକା ପାଳନ ନ କରିବାର ଯଥେଷ୍ଟ ଆଶଙ୍କା ରହିଛି। ଏହା ଯୋଗୁ ତୃତୀୟ ଲହର ଦେଖାଯିବ ବୋଲି ସେ କହିଛନ୍ତି। ଇତିମଧ୍ୟରେ ଦେଶର ୫ ପ୍ରତିଶତ ଜନସଂଖ୍ୟାଙ୍କୁ ଭାକ୍ସିନ୍ର ଉଭୟ ଡୋଜ୍ ପ୍ରଦାନ କରାଯାଇଛି। ସରକାର ଚଳିତ ବର୍ଷ ଶେଷ ସୁଦ୍ଧା ୧୩୦ କୋଟି ଜନସଂଖ୍ୟାଙ୍କ ମଧ୍ୟରୁ ୧୦୮ କୋଟିଙ୍କୁ ଭାକ୍ସିନ୍ ଦେବା ଲାଗି ଯୋଜନା କରିଛନ୍ତି। କରୋନାର ନୂଆ ଲହର ପାଇଁ ୩ ମାସ ସମୟ ଆବଶ୍ୟ। ମାତ୍ର ତୃତୀୟ ଲହର ଏହାଠାରୁ କମ୍ ସମୟ ମଧ୍ୟରେ ଆସିବାର ଆଶଙ୍କା ଥିବା ସେ କହିଛନ୍ତି।
Posted inକରୋନା ଭାଇରସ୍, ଜାତୀୟ View All
ମୁମ୍ବାଇ ଗଲା କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଟିମ୍
ଭୁବନେଶ୍ୱର,୧୯।୬(ବ୍ୟୁରୋ): କଟକରୁ ବିପୁଳ ପରିମାଣର ନକଲି କରୋନା ଔଷଧ ଜବତ ଘଟଣାରେ ଏବେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍ଟିଏଫ୍) ଖୋଳତାଡ଼ କରୁଛି। ଗୁରୁବାର ଔଷଧ...
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରିଥିଲି: ଆଲାପନ୍
କୋଲକାତା, ୪ା୬: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ଶାସନ ସଚିବ ଆଲାପନ ବନ୍ଦୋପାଧ୍ୟାୟ ଗୁରୁବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି କାରଣ ଦର୍ଶାଅ ନୋଟିସ୍ର ଜବାବ ରଖିଛନ୍ତି।...
ପାଣି ଘେରରେ ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନ
ପାଟନା,୨୬।୬: ମୌସୁମୀ ବର୍ଷାରେ ବେହାଲ ବିହାର। ଶୁକ୍ରବାର ରାତିରେ ବିହାରର ରାଜଧାନୀ ପାଟନାରେ ହୋଇଥିବା ବର୍ଷା ଯୋଗୁ ଚାରିଆଡେ ଜଳାର୍ଣ୍ଣବ ହୋଇଯାଇଛି। ବିଧାନସଭା ପରିସରରେ ପ୍ରାୟ...
‘ଯଦି ମହଙ୍ଗା ହେଉଛି ଖାଇବା-ପିଇବା, ପେଟ୍ରୋଲ ପକାଇବା ଛାଡିଦିଅନ୍ତୁ’
ରାୟପୁର,୪।୬: ଛତିଶଗଡର ପୂର୍ବତନ ମନ୍ତ୍ରୀ ବ୍ରିଜମୋହନ ଅଗ୍ରୱାଲଙ୍କ ଅଜବ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ କହିଛନ୍ତି ଯେ, ଯେଉଁମାନେ ମହଙ୍ଗା ବଢିଯାଇଛି ବୋଲି କହୁଛନ୍ତି,...
ଆଜିଠୁ କ୍ୟାମ୍ପେନ୍ ମୋଡ୍ରେ ଟିକାକରଣ
ଭୁବନେଶ୍ୱର,୨୧।୬(ବ୍ୟୁରୋ): ସାରା ରାଜ୍ୟରେ ସୋମବାରଠାରୁ କ୍ୟାମ୍ପେନ୍ ମୋଡ୍ରେ ଟିକାକରଣ ଆରମ୍ଭ ହେବ। ପୂର୍ବରୁ ରାଜ୍ୟରେ ଦୈନିକ ଦେଢ଼ ଲକ୍ଷ ଲୋକଙ୍କୁ ଟିକାକରଣ କରାଯାଉଥିବାବେଳେ ଏହା ଦୁଇଗୁଣ...
ଗୋଟିଏ ଆମ୍ବର ଦାମ୍ ୨୧ ହଜାର: ସୁରକ୍ଷା ଦାୟିତ୍ୱରେ ୪ ସୁରକ୍ଷାକର୍ମୀ, ୬ କୁକୁର…
ଜବଲପୁର,୧୬।୬: ଗୋଟିଏ ଆମ୍ବର ଦାମ୍ ପୁଣି ୨୧ ହଜାର ଟଙ୍କା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ତେବେ ମଧ୍ୟପ୍ରାଦେଶର ଜବଲପୁରରେ ବାସ କରୁଥିବା...
ଇସ୍ରୋ ଗୁପ୍ତଚର କେସ୍: ପୂର୍ବତନ ପୋଲିସ ଅଧିକାରୀଙ୍କ ନାଁରେ ମାମଲା
ଥିରୁଭାନନ୍ତପୁରମ,୨୫ା୬: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଗୁପ୍ତଚର ମାମଲାରେ ସିବିଆଇ ଗୁରୁବାର ୧୮ ଜଣଙ୍କ ନାଁରେ ଥିରୁଭାନନ୍ତପୁରମ୍ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ କୋର୍ଟରେ...
‘ସବୁଦିନ ପାଇଁ ୩୭୦ ଧାରାକୁ ସମାଧି ଦିଆଯାଇଛି’
ଶିମଲା,୧୫।୬: ଜମ୍ମୁ-କଶ୍ମୀରର ୩୭୦ ଧାରାକୁ ସବୁଦିନ ପାଇଁ ସମାଧି ଦିଆଯାଇଛି। ବର୍ତ୍ତମାନ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ପରିଗଣିତ ରାଜ୍ୟକୁ ପୁଣି ଥରେ ରାଜ୍ୟ ମାନ୍ୟତା...


