ବେଙ୍ଗାଲୁରୁ/ନୂଆଦିଲ୍ଲୀ,୧୧ା୬(ପି.ଟି.):ପାକିସ୍ତାନର ଗୁପ୍ତଚର ସଂସ୍ଥାଠାରୁ ପୂର୍ବ ଭାରତରେ ଥିବା ଏକ ସାମରିକ ପ୍ରତିଷ୍ଠାନକୁ ନେଇ ଫୋନ୍ କଲ୍ କରାଯିବା ପରେ ଏବେ ବେଙ୍ଗାଲୁରୁସ୍ଥିତ ଏକ ଅବୈଧ ଟେଲିଫୋନ୍ ଏକ୍ସଚେଞ୍ଜ ପଦାକୁ ଆସିଛି। ଫଳରେ ଦେଶର ଅନ୍ୟ ଭାଗରେ ମଧ୍ୟ ଏପରି ବ୍ୟବସ୍ଥା ଚାଲିଥିଲା କି ବୋଲି ପ୍ରଶ୍ନ ଉଠିଛି। ଏହି ର଼୍ୟାକେଟର ରହସ୍ୟ ଉନ୍ମୋଚନ ସେନାର ଦକ୍ଷିଣ କମାଣ୍ଡ ସାମରିକ ଗୋଇନ୍ଦା ଶାଖା କରିଥିବା ନେଇ ଅଧିକାରୀମାନେ ଗୁରୁବାର ସୂଚନା ଦେଇଛନ୍ତି।
ସୂଚନାନୁସାରେ ସଦର୍ନ କମାଣ୍ଡର ମିଲିଟାରି ଇଣ୍ଟେଲିଜେନ୍ସ ଓ୍ବିଙ୍ଗ୍ କିଛି ସପ୍ତାହ ତଳେ ଏହି ର଼୍ୟାକେଟ ଧରିଥିଲା। ଜଣେ ପାକିସ୍ତାନୀ ଗୁପ୍ତଚର ନିଜକୁ ବରିଷ୍ଠ ଅଧିକାରୀ ଦର୍ଶାଇ ପୂର୍ବ ଭାରତର ଏକ ସେନା ପ୍ରତିଷ୍ଠାନ ସମ୍ପର୍କରେ ବିବରଣୀ ମାଗୁଥିଲେ। ଗୋଇନ୍ଦା ଅଧିକାରୀମାନେ ଅଧିକ ତଦନ୍ତରୁ ଜାଣିବାକୁ ପାଇଲେ ଯେ, ଅନ୍ୟ କେତେକ ମୁଭ୍ମେଣ୍ଟ କଣ୍ଟ୍ରୋଲ ଅଫିସ (ଏମ୍ସିଓ), ପ୍ରିନ୍ସିପାଲ କମ୍ପଟ୍ରୋଲର ଅଫ୍ ଡିଫେନ୍ସ ଆକାଉଣ୍ଟ (ପିସିଡିଏ)କୁ ମଧ୍ୟ ପାକିସ୍ତାନୀ ଗୁପ୍ତଚର କଲ୍ କରି ଏପରି ତଥ୍ୟ ମାଗିଥିଲେ। ସେନା ସମ୍ପର୍କରେ ତଥ୍ୟ ହାସଲ ପାଇଁ ପାକିସ୍ତାନୀ ଗୁପ୍ତଚର ଭାରତୀୟ ନାଗରିକଙ୍କୁ ବେଆଇନ୍ ଟେଲିଫୋନ୍ ଏକ୍ସଚେଞ୍ଜ ଜରିଆରେ ଯୋଗାଯୋଗ କରିବା ଖବର ସାମ୍ନାକୁ ଆସିବା ପରେ ସୁରକ୍ଷା ଚିନ୍ତା ବଢ଼ିଯାଇଛି।
ଭାଜପା ଏମ୍ପି, ବିଧାୟକଙ୍କ ଘର ଆଗରେ ବସିବେ ଚାଷୀ
ଗାଜିଆବାଦ,୪।୬: କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା ଚାଷୀ ସଂଗଠନ ପକ୍ଷରୁ ଶନିବାର ଦେଶବ୍ୟାପୀ ଭାଜପା ଏମ୍ପି ଏବଂ ବିଧାୟକଙ୍କ ଘର ଆଗରେ ବିକ୍ଷୋଭ ପ୍ରଦର୍ଶନ...
ଅଭିନେତ୍ରୀ ପାୟଲ ଗିରଫ
ଅହମଦାବାଦ,୨୫।୬: ଅଭିନେତ୍ରୀ ପାୟଲ ରୋହତଗୀଙ୍କୁ ଶୁକ୍ରବାର ଅହମଦାବାଦ ସେଟେଲାଇଟ ପୋଲିସ ଗିରଫ କରିଛି। ପାୟଲ ସୋସାଇଟିର ଲୋକଙ୍କ ସହ ବାରମ୍ବାର ଝଗଡ଼ା କରିବା ଓ ଚେୟାରମ୍ୟାନଙ୍କୁ...
ବେଙ୍ଗ ସହ ହିନ୍ଦୁଙ୍କୁ ତୁଳନା କଲେ ଆରଏସ୍ଏସ୍ ନେତା
କୋଲକାତା,୬।୬ : ହିନ୍ଦୁ ସମ୍ପ୍ରଦାୟ ବେଙ୍ଗ ଭଳି ଆଚରଣ କରୁଛନ୍ତି। ଓଜନ ମପା ଯାଉଥିବା ଯନ୍ତ୍ରରେ ଦୁହିଁଙ୍କୁ ମାପିବା କଷ୍ଟକର। ଏଭଳି ମନ୍ତବ୍ୟ ଦେଇଛନ୍ତି ପଶ୍ଚିମବଙ୍ଗର...
ଜି ୭: ଭାରତ ପାଇଁ କ’ଣ
ଲଣ୍ଡନ/ନୂଆଦିଲ୍ଲୀ,୧୨ା୬: ବ୍ରିଟେନର କର୍ନଓ୍ବାଲସ୍ଥିତ ସେଣ୍ଟ ଆଇଭେସ୍ରେ ବିଶ୍ୱର ପ୍ରମୁଖ ୭ ଧନୀ ରାଷ୍ଟ୍ର ଏକତ୍ରିତ ହୋଇଛନ୍ତି। ଆମେରିକା, ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, କାନାଡା ଓ...
ଝାଡ଼ଖଣ୍ଡରେ ଚିହ୍ନଟ ଭାରିଆଣ୍ଟ ଅଧିକ ବିପଜ୍ଜନକ
ରାଞ୍ଚି,୧୮।୬: ଝାଡ଼ଖଣ୍ଡରେ କରୋନା ଭୂତାଣୁର ଡେଲ୍ଟା ପ୍ଲସ୍ ଭାରିଆଣ୍ଟ ଚିହ୍ନଟ ହୋଇଛି। ଫଳରେ ଏହି ରାଜ୍ୟରେ ଖୁବ୍ଶୀଘ୍ର ସଂକ୍ରମଣର ତୃତୀୟ ଲହର ଆସିବା ସମ୍ଭାବନା ବୃଦ୍ଧି...
ଗୋଇନ୍ଦା, ସୁରକ୍ଷା ଅଧିକାରୀଙ୍କ ଉପରେ ଅଙ୍କୁଶ
ନୂଆଦିଲ୍ଲୀ, ୩।୬(ଆଇଏଏନ୍ଏସ୍): ଦେଶର ଗୋଇନ୍ଦା କିମ୍ବା ସୁରକ୍ଷା ବିଭାଗରେ କାର୍ଯ୍ୟରତ ଅଧିକାରୀ ଉପଯୁକ୍ତ କର୍ତ୍ତୃପକ୍ଷଙ୍କର ପ୍ରାକ୍ ମଞ୍ଜୁରୀ ବିନା କୌଣସି ବିଷୟ ପ୍ରକାଶ କରିପାରିବେ ନାହିଁ।...
ସରକାରୀ କର୍ମଚାରୀଙ୍କୁ ମିଳିବ ବୈଦ୍ୟୁତିକ ଯାନ
ପାଣାଜୀ,୬।୬: ବୈଦ୍ୟୁତିକ ଯାନକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଏହି ପରିପ୍ରେକ୍ଷୀରେ ଗୋଆ ଏବଂ କେରଳ ସରକାର ସେମାନଙ୍କ ରାଜ୍ୟରେ ସରକାରୀ...
ସ୍ପୁଟ୍ନିକ-ଭି ଉତ୍ପାଦନ ଲାଗି ସିରମ୍କୁ ଅନୁମତି
ପୁଣେ, ୫।୬: ରୁଷିଆ ଦ୍ୱାରା ବିକଶିତ କୋଭିଡ୍ ଟିକା ସ୍ପୁଟ୍ନିକ-ଭି ଉତ୍ପାଦନ ଲାଗି ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍ଆଇଆଇ)କୁ ଭାରତର ଔଷଧ ନିୟନ୍ତ୍ରକ ଡିସିଜିଆଇ...


