E-Paper
  • logo
  • Saturday 28th March 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inସମ୍ପାଦକୀୟ

କରୋନାର ବୈଜ୍ଞାନିକ ବିଶ୍ଳେଷଣ
9:22 amJune 11, 2021

ସଂଜୟ କୁମାର ସାମନ୍ତରାୟ

ସେଦିନ ଥିଲା ୨୦୧୯ ଡିସେମ୍ବର ୩୧ ତାରିଖ। ଚାଇନାର ଉହାନ୍‌ ସହରରୁ ଆରମ୍ଭ ହୋଇଥିବା କୋଭିଡ୍‌-୧୯ ପ୍ରଥମ ଅବସ୍ଥାରେ ଭୂତାଣୁଜନିତ ନିମୋନିଆରୁ ଆରମ୍ଭ ହୋଇଥିଲା। ଏହା ଗୋଟିଏ ନୂଆ କରୋନା ଭୂତାଣୁ (ସାରସ୍‌-କୋଭ୍‌-୨)ରୁ ସୃଷ୍ଟି। କରୋନା ଭୂତାଣୁର ଜିନୀୟକ୍ରମ ପ୍ରଥମେ ୨୦୨୦ ଜାନୁୟାରୀ ୧୦ରେ ପ୍ରକାଶିତ ହୋଇଥିଲା। କ୍ଷୀପ୍ର ବେଗରେ ଏହି ଭୂତାଣୁ ବ୍ୟାପୁଥିବାରୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ୨୦୨୦ ମାର୍ଚ୍ଚ ୧୧ରେ ଏହି ନୂଆ ରୋଗକୁ ବିଶ୍ୱସ୍ତରୀୟ ମହାମାରୀ ରୂପେ ଘୋଷଣା କରିଥିଲା। ଭୂତାଣୁ ଅଧିକରୁ ଅଧିକ ଲୋକଙ୍କୁ ସଂକ୍ରମିତ କରୁଥିବାରୁ ଏହା ମାନବ ଶରୀରରେ ନୂତନ ମାଇକ୍ରୋ ପରିବେଶର ସମ୍ମୁଖୀନ ହୁଏ ଏବଂ ଛୋଟ ଛୋଟ ପରିବର୍ତ୍ତନ ଯୋଗ କରେ। ସମୟ ସହିତ ଭୂତାଣୁ ଜିନୋମରେ ଏହି ପରିବର୍ତ୍ତନର ସଂଖ୍ୟା ମଧ୍ୟ ବୃଦ୍ଧିପାଏ। ନୋଭେଲ କରୋନା ଭାଇରସ୍‌ ସାରସ୍‌-କୋଭ-୨ର ବିବର୍ତ୍ତନ ହେତୁ କୋଭିଡ୍‌-୧୯ ମହାମାରୀ ସଂକଟର ମୁକାବିଲା ପାଇଁ ଏକ ବିଜ୍ଞାନଭିତ୍ତିକ ବିଶ୍ଳେଷଣର ଆବଶ୍ୟକତା ବୈଜ୍ଞାନିକମାନଙ୍କ ପାଇଁ ଆଜିର ଆହ୍ବାନ।
ଏପିଡେମୋଲୋଜିକାଲ ତଥ୍ୟ ଏବଂ ଜେନେଟିକ କ୍ରମ ବିଶ୍ଳେଷଣ ଦର୍ଶାଏ ଯେ କରୋନା ଭାଇରସ୍‌ ଷ୍ଟ୍ରେନ୍‌ ପ୍ରାଚୀନ କାଳରୁ ଅନେକ ପଶୁ ହୋଷ୍ଟରେ ବିଶେଷତଃ ବାଦୁଡ଼ି ମଧ୍ୟରୁ ଉପତ୍ନ୍ନ ହୋଇଥିଲେ। ଏହି ଜୀବାଣୁ ମାନବକୁ ସ୍ଥାନାନ୍ତରିତ ହେବା ପୂର୍ବରୁ ଅନେକ ଥର ପରିବର୍ତ୍ତନ ଏବଂ ହୋଷ୍ଟ ଆଦାନ ପ୍ରଦାନ କରିଥିଲେ। ଜଳବାୟୁ ପରିବର୍ତ୍ତନର ପ୍ରଭାବ, ପରିବେଶ ପ୍ରଦୂଷଣ, ସାମ୍ପ୍ରତିକ ଆଧୁନିକୀକରଣ ଓ ଅନ୍ୟାନ୍ୟ କେତେକ କାରଣରୁ ଏହି ଭୂତାଣୁର ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେଉଛି। କୌଣସି ବ୍ୟକ୍ତିଙ୍କଠାରେ କୋଭିଡ୍‌ ଲକ୍ଷଣ ଆସିବା ପରେ ଏହା ନିଶ୍ଚିତ ହେବା ପାଇଁ ଓ ରୋଗ ନିରୂପଣ ପାଇଁ କୋଭିଡ୍‌ ପରୀକ୍ଷା କରାଯାଇଥାଏ। ଏହି ପରୀକ୍ଷା ମୁଖ୍ୟତଃ ଦୁଇ ପ୍ରକାର। ପ୍ରଥମଟି ହେଲା ଆରଟି ପିସିଆର ଓ ଦ୍ୱିତୀୟଟି ହେଲା ଆଣ୍ଟିଜେନ୍‌ ପରୀକ୍ଷା।
କରୋନା ରୋଗୀଠାରୁ ସୁସ୍ଥ ବ୍ୟକ୍ତି ପାଖକୁ ରୋଗୀର କାଶ, ଛିଙ୍କିବାବେଳେ ବାହାରୁଥିବା କ୍ଷୁଦ୍ର କଣିକା ଦ୍ୱାରା ଖୁବ୍‌ ଶୀଘ୍ର ବ୍ୟାପିଥାଏ। ଏହି ରୋଗର ଭୂତାଣୁ ପବନ ଦ୍ୱାରା ଜଣେ ବ୍ୟକ୍ତିଙ୍କ ପାଖରୁ ଅନ୍ୟ ଜଣେ ବ୍ୟକ୍ତିଙ୍କ ପାଖକୁ ପହଞ୍ଚତ୍ଥାଏ। ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଅତି କମ୍‌ରେ ଏକ ହଜାରଟି କରୋନା ଭୂତାଣୁ ଜଣେ ବ୍ୟକ୍ତିର ନାକରେ ପଶିଲେ ଉକ୍ତ ବ୍ୟକ୍ତିଟି କରୋନାରେ ସଂକ୍ରମିତ ହୋଇଥାଏ। ପୁନଶ୍ଚ ଅଧ ଘଣ୍ଟା ମଧ୍ୟରେ ଯେ କୌଣସି ସୁସ୍ଥ ଲୋକଙ୍କୁ କରୋନା ଭୂତାଣୁ ଆକ୍ରାନ୍ତ କରିପାରେ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଯେଉଁ ବ୍ୟକ୍ତି ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ଥାଆନ୍ତି ଓ କୌଣସି ଲକ୍ଷଣ ଦେଖାଇ ନଥାନ୍ତି ସେମାନେ ୫୮% ଲୋକଙ୍କୁ ଏହି ରୋଗର ଭୂତାଣୁ ଦେଇପାରନ୍ତି। ଭୂତାଣୁ ସଂସ୍ପର୍ଶରେ ଥିବା ରୋଗୀର ଜିନିଷପତ୍ର, ଜାଗାର ସଂସ୍ପର୍ଶରେ ଆସିଲେ ମଧ୍ୟ ଏହା ବ୍ୟାପିଥାଏ। ଏହି ଭୂତାଣୁ ରୋଗୀର ମଳ, ମୂତ୍ର ଓ ରକ୍ତରେ ମଧ୍ୟ ଦେଖାଯାଏ। ସେହିପରି ଅନ୍ୟ ଦୁଇଟି ଭୂତାଣୁ ଯଥା- ଏସ୍‌ଏଆର୍‌ଏସ୍‌ ମୁଖ୍ୟତଃ ଜଣକ ପାଖରୁ ଅନ୍ୟ ଜଣକୁ ବ୍ୟାପୁଥିବା ବେଳେ ଏମ୍‌ଇଆର୍‌ଏସ୍‌ ମୁଖ୍ୟତଃ ହସ୍‌ପିଟାଲରୁ ମନୁଷ୍ୟକୁ ସଂକ୍ରମିତ ହୋଇଥାଏ।
ଏସ୍‌ଏଆର୍‌ଏସ୍‌-କୋଭ-୨ ମାନବ ଶରୀରରେ ପ୍ରବେଶ କରିବା ପରେ କୋଭିଡ୍‌-୧୯ ଜନିତ ଲକ୍ଷଣ ଆରମ୍ଭ ହେବା ପାଇଁ ପ୍ରାୟ ୫ ରୁ ୬ ଦିନ ସମୟ ଲାଗିଥାଏ। ସେହିପରି ଏସ୍‌ଏଆର୍‌ଏସ୍‌ ଭୂତାଣୁ ପାଇଁ ଏହି ସମୟ ୪ ଦିନ ଓ ଏମଇଆର୍‌ଏସ୍‌ ଭୂତାଣୁ ପାଇଁ ଏହି ସମୟ ୫ ଦିନ। ଏସ୍‌ଏଆର୍‌ଏସ୍‌, ଏମ୍‌ଇଆର୍‌ଏସ୍‌ ଏବଂ ଏସ୍‌ଏଆର୍‌୍‌ଏସ-ସିଓଭି-୨ ଦ୍ୱାରା ସମସ୍ତ ବୟସର ଲୋକ ଆକ୍ରାନ୍ତ ହେବାର ସମ୍ଭାବନା ଥିବାବେଳେ ପିଲାମାନଙ୍କଠାରେ ଏ ରୋଗର ଲକ୍ଷଣ ପ୍ରାୟତଃ ଦେଖାଯାଇ ନ ଥାଏ। ଏସ୍‌ଏଆର୍‌ଏସ୍‌-ସିଓଭି-୨ ଦ୍ୱାରା ଆକ୍ରାନ୍ତ ମନୁଷ୍ୟଙ୍କ ମଧ୍ୟରୁ ହାରାହାରି ୨.୩% ମୃତ୍ୟୁବରଣ କରୁଥିବାବେଳେ (ସିଏଫ୍‌ଆର) ଅନ୍ୟ ରୋଗଗ୍ରସ୍ତ ମନୁଷ୍ୟଙ୍କ କ୍ଷେତ୍ରରେ ଏହି ହାର ଅଧିକ । କିନ୍ତୁ ଏମ୍‌ଇଆର୍‌ଏସ୍‌ ଦ୍ୱାରା ହେଉଥିବା ହାରାହାରି ମୃତ୍ୟୁହାର (ସିଏଫ୍‌ଆର୍‌) ୩୫.୫%। କୋଭିଡ୍‌-୧୯ ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରାୟ ୬୮% ପୁରୁଷ ହୋଇଥିବା ବେଳେ ୩୨% ମହିଳା।
ବୈଜ୍ଞାନିକମାନଙ୍କ ମତରେ ମହିଳାମାନେ କମ୍‌ ଆକ୍ରାନ୍ତ ହେବାର କାରଣ ସେମାନଙ୍କ ଶରୀରରେ ଥିବା ଏକ୍ସ କ୍ରୋମୋଜୋମ୍‌ ଏବଂ ସେକ୍ସ ହରମୋନ ସେମାନଙ୍କଠାରୁ ଏହି ଭୂତାଣୁ ସୁରକ୍ଷା ପ୍ରଦାନ କରିଥାଏ। ଅନ୍ୟପକ୍ଷରେ ଏସ୍‌ଏଆର୍‌ଏସ୍‌ ଭୂତାଣୁ ପୁରୁଷଙ୍କ ତୁଳନାରେ ମହିଳାଙ୍କୁ ପ୍ରାୟ ୧.୨୫ଗୁଣ ଅଧିକ ମାତ୍ରାରେ ଆକ୍ରାନ୍ତ କରିଥାଏ।
ଏବେ ନୋଭେଲ କରୋନା ଭାଇରସ୍‌ର ଦ୍ୱିତୀୟ ଲହର ଭାରତକୁ ଆଣିଛି ମହାମାରୀର ମହାସଙ୍କଟ। ଟ୍ରିପଲ ମ୍ୟୁଟାଣ୍ଟକୁ ନେଇ ଭୟ ଓ ଆଶଙ୍କା ଦେଖାଦେଲାଣି। ବୈଜ୍ଞାନିକଙ୍କ କହିବାନୁସାରେ, କରୋନା ଭୂତାଣୁର ଟ୍ରିପଲ ମ୍ୟୁଟାଣ୍ଟ ଭାରିଆଣ୍ଟ ପଶ୍ଚିମବଙ୍ଗ ଓ ବିଦେଶରେ ଅଧିକ ନଜରକୁ ଆସିଛି। ପୂର୍ବରୁ ଠାବ ହୋଇଥିବା ଡବଲ ମ୍ୟୁଟାଣ୍ଟ ଷ୍ଟ୍ରେନରେ ୨ଟି ରୂପାନ୍ତରର ଗୁଣ ପ୍ରକାଶ ପାଉଥିଲା। ପୁଣି ସେଥିରେ ଆଉ ଏକ ମ୍ୟୁଟେଶନ ହୋଇ ମୋଟ ୩ଟି ଷ୍ଟ୍ରେନ୍‌ର ଗୁଣ ପ୍ରକାଶ ପାଇଛି। ଏହି ଷ୍ଟ୍ରେନ୍‌ ଦ୍ରୁତ ସଂକ୍ରମଣ ସହ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ହଠାତ୍‌ ହ୍ରାସ କରି ଦେଉଛି। ଏପରିକି ଟିକା ନେଇଥିବା ବ୍ୟକ୍ତିଙ୍କୁ ବି ପୁନଃ ଆକ୍ରାନ୍ତ ହେବାର ଅନେକ ଆଶଙ୍କା ଅଛି ବୋଲି ବିଶେଷଜ୍ଞଙ୍କ ମତ। ଏହି ରୋଗକୁ ପ୍ରତିରୋଧ କରିବା ପାଇଁ ଟିକାକରଣ ଏକାନ୍ତ ଆବଶ୍ୟକ। ଡାକ୍ତରଙ୍କ ଚିକିତ୍ସ ସହ ଔଷଧ ସେବନ ଅପରିହାର୍ଯ୍ୟ। ପୁନଶ୍ଚ ଏହି ରୋଗର ନିଦାନ ସହ ମାସ୍କ ବ୍ୟବହାର କରିବା, ସାମାଜିକ ଦୂରତ୍ୱ, (୬ ଫୁଟ୍‌ ଦୂରତାରେ ରହିବା), ବାରମ୍ବାର ସାବୁନରେ ଓ ସାନିଟାଇଜରରେ ହାତ ସଫା କରିବା, ନାକ ପାଟି ଓ ଆଖିରେ ହାତ ନ ମାରିବା, ସବୁବେଳେ ଘରେ ରହିବା, ଅତି ଆବଶ୍ୟକ ପଡ଼ିଲେ ଘରୁ ବାହାରିବା, ନିର୍ଦ୍ଦିଷ୍ଟ ସମୟରେ ଖାଇବା ଓ ଦିନକୁ ୮ ରୁ ୧୦ ଘଣ୍ଟା ସୁଖ ନିଦ୍ରାରେ ଶୋଇବା ନିତ୍ୟାନ୍ତ ଆବଶ୍ୟକ। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଗରମ ଓ ସୁଷମ ଖାଦ୍ୟ ପ୍ରତିଦିନ ଖାଆନ୍ତୁ। ତାହା ସହ ଆବଶ୍ୟକ ମୁତାବକ ସତେଜ ଫଳ ଓ ପନିପରିବା ଖାଆନ୍ତୁ। ଆବଶ୍ୟକ ମୁତାବକ ଯୋଗ, ପ୍ରାଣାୟାମ ଓ ବ୍ୟାୟାମ କରନ୍ତୁ। ପ୍ରତିଦିନ ୪୫ ମିନିଟ୍‌ ପ୍ରାତଃ ଭ୍ରମଣ କରନ୍ତୁ। ସୂର୍ଯ୍ୟ କିରଣରେ ୧ ଘଣ୍ଟା ବସନ୍ତୁ।
କୋଭିଡ୍‌-୧୯ ଭାଇରସ୍‌ ଦ୍ୱାରା ପୃଥିବୀର୨୨୦ ରାଷ୍ଟ୍ର କ୍ଷତିଗ୍ରସ୍ତ ହୋଇଛନ୍ତି। ଏହାର ଅନେକ କାରଣ ଅଛି। କିନ୍ତୁ ବର୍ତ୍ତମାନର ପରିବର୍ତ୍ତିତ ଜଳବାୟୁରେ ଶିକ୍ଷା, ସ୍ବାସ୍ଥ୍ୟ, ବିଜ୍ଞାନ, ବୈଷୟିକ ଜ୍ଞାନ ଓ ଅନୁସନ୍ଧାନରେ ଅଗ୍ରଗତି କରିଥିବା ମାନବ ଜାତି ପାଇଁ ନିଶ୍ଚୟ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷଣୀୟ ବିଷୟ। ଭବିଷ୍ୟତରେ ମଧ୍ୟ ଏହିପରି ମହାମାରୀ ଭିନ୍ନ ରୂପରେ ଦେଖାଦେବାର ଆଶଙ୍କା ରହିଛି। ଏଣୁ କୋଭଡ୍‌-୧୯ ମହାମାରୀରୁ ଶିକ୍ଷାନେଇ ପ୍ରକୃତି ଉପରେ ମାନବୀୟ ନକାରାମତ୍କ ପ୍ରଭାବକୁ ହ୍ରାସ କରି, ପ୍ରାକୃତିକ ନିୟମର ବଶବର୍ତ୍ତୀ ହୋଇ ଓ ତଦନୁଯାୟୀ ପ୍ରସ୍ତୁତ ହୋଇ ରହିଲେ ଆମେ ଭବିଷ୍ୟତରେ ଏହିପରି ମହାମାରୀଠାରୁ ମାନବଜାତିକୁ ଅଧିକ ସୁରକ୍ଷିତ ରଖିପାରିବା, ଏଥିରେ ସନ୍ଦେହ ନାହିଁ – ଏହା ହିଁ ଆଜିର ବୈଜ୍ଞାନିକଙ୍କର ଅନୁଚିନ୍ତା।
ପ୍ରାଧ୍ୟାପକ,ପ୍ରତିଷ୍ଠାତା ସଭାପତି, ଭାରତୀୟ ଜଳବାୟୁ କଂଗ୍ରେସ
ଓ ପ୍ରାକ୍ତନ ଅଧ୍ୟକ୍ଷ ଓୟୁଏଟି, ଭୁବନେଶ୍ୱର,
ମୋ -୯୪୩୮୧୨୬୯୯୪


[mc4wp_form id="252536"] All Right Reserved By Dharitri.Com

Posted inସମ୍ପାଦକୀୟ View All

ପରୀକ୍ଷା ବାତିଲ: ଆହ୍ବାନ ଓ ସମାଧାନ

ଅଧ୍ୟାପକ ଶରତ କୁମାର ଦାସ   ମହାମାରୀ କରୋନା ପରବର୍ତ୍ତୀ ସମୟରେ ‘ଜୀବନ ଆଗ, ପରୀକ୍ଷା ପଛ’ ନ୍ୟାୟରେ କିଛିଦିନ ପୂର୍ବେ କେନ୍ଦ୍ର ସରକାର ସିବିଏସ୍‌ଇ...

ପୁଣି ମୁହାଁମୁହିଁ ଆମେରିକା-ଚାଇନା

ଲଳିତେନ୍ଦୁ ପଲାଉରୀ ଭିଡ୍‌-୧୯ ମହାମାରୀର ପ୍ରକୋପ ଯେମିତି ସମ୍ପୂର୍ଣ୍ଣ ମାନବ ସଭ୍ୟତାକୁ ଧ୍ବଂସର ଜ୍ବାଳାମୁଖୀ ଭିତରକୁ ଟାଣି ନେଇ ଚାଲିଛି। ଆଉ ଏସବୁ ଆଲୋଚନା କଲାବେଳେ...

ମହାମାରୀରେ ଶିକ୍ଷକଙ୍କ ଭୂମିକା

କଳ୍ପନା ସାହୁ ଛାତ୍ରୀଛାତ୍ରମାନେ ଏହି ମହାମାରୀ ସମୟରେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପରୀକ୍ଷା ବାତିଲ ହେବା, ଫଳାଫଳର ଅନିଶ୍ଚିତତା ଓ କ୍ୟାରିୟରର ଆଶଙ୍କା...

ଚିରାଗଙ୍କ ବଂଶ

ଲିଗାସି ବା ବଂଶକୁଳ ସୂତ୍ରରେ ମିଳିଥିବା ଅଧିକାରକୁ ଜଣେ ଠିକ୍‌ ଭାବେ ଉପଯୋଗ କରିପାରିଲେ ତାଙ୍କର ମର୍ଯ୍ୟାଦା ବଢ଼ିଥାଏ। ଭାରତୀୟ ରାଜନୀତିରେ ଲିଗାସିର ବଡ଼ ଭୂମିକା...

ଏଇ ଭାରତରେ

କଳା ଓ ସଂସ୍କୃତି ସୁରକ୍ଷା ପାଇଁ ଜଣେ ଫଟୋଗ୍ରାଫରଙ୍କ ପ୍ରୟାସ ବାସ୍ତବରେ ପ୍ରଶଂସନୀୟ। ମୁମ୍ବାଇର ଏହି ଫଟୋଗ୍ରାଫର ହେଉଛନ୍ତି ୫୩ ବର୍ଷୀୟ ହେମନ୍ତ ଚତୁର୍ବେଦୀ। ସେ...

ଏଇ ଭାରତରେ

ଚାକିରି ପରେ କିଏ କେମିତି ବିଶ୍ରାମ ନେବା ପାଇଁ ଚାହଁୁଥିବାବେଳେ ଗୁଜରାଟର ୭୧ ବର୍ଷୀୟା ମାଟ୍ରୋନ ଜେମିନିବେନ୍‌ ଜୋଷୀ ଏବେ ଅବସର ସମୟକୁ କୋଭିଡ୍‌ ରୋଗୀଙ୍କ...

ଶିକ୍ଷକ ପ୍ରଶିକ୍ଷଣରେ ପରିବର୍ତ୍ତନ ଲୋଡ଼ା

ଡ. ପ୍ରମୋଦ କୁମାର ପଣ୍ଡା ସଭ୍ୟତାର ଅଭ୍ୟୁଦୟରେ ଶିକ୍ଷା ଏକ ପ୍ରଗତିଶୀଳ ଗାଡ଼ିର ଭୂମିକା ଗ୍ରହଣ କରିଥାଏ। ସେଥିପାଇଁ ଶାସ୍ତ୍ରରେ କୁହାଯାଇଛି ବିଦ୍ୟୟା ଅମୃତମ ଅଶ୍ମୁତେ।...

ଏଇ ଭାରତରେ

କୃଷି ଛାଡ଼ି ଚାକିରି କରିବାକୁ ଅନେକେ ପସନ୍ଦ କରୁଥିବାବେଳେ ଏସ୍‌.ଶିବଗଣେଶ ଚାକିରି ଛାଡ଼ି ଚାଷରେ ଲାଗିଛନ୍ତି। ୨୦୦୬ରେ ସେ ମେକାନିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିବା...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଜି-୭ ଓ ସର୍ବନିମ୍ନ ଟିକସ ହାର
Next Post Next post:
ଏଇ ଭାରତରେ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts