ଭୁବନେଶ୍ୱର,୨୪।୬(ବ୍ୟୁରୋ): ରାଜ୍ୟରେ ପୁଣି ଦୈନିକ ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟାରେ ବି ଲାଗୁନି ବ୍ରେକ୍। ଗୁରୁବାର ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନାଜନିତ ୪୪ ଜଣଙ୍କ ପ୍ରାଣହାନୀ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୩,୭୬୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୯ଜଣ ମୃତ୍ୟୁ ଘଟିଛି। ସେହିପରି ବରଗଡ଼ ଓ କଟକରୁ ଜିଲାରୁ ୫ଜଣ ପ୍ରାଣ ହରାଇଥିବା ବେଳେ ଅନୁଗୋଳ ଏବଂ ପୁରୀରୁ ୪ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିଭଳି ଗଞ୍ଜାମ, କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼ରୁ ୩ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ନୟାଗଡ଼ ଓ ସମ୍ବଲପୁର ଜିଲାରୁ ୨ଜଣ ଲେଖାଏଁ ଏବଂ ବୌଦ୍ଧ, ଭଦ୍ରକ, ଢ଼େଙ୍କାନାଳ ଓ ମାଲକାନଗିରିରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।
Posted inକରୋନା ଭାଇରସ୍, ମେଟ୍ରୋ, ରାଜ୍ୟ View All
ଗଛରେ ପିଟିହେଲା ପୋଲିସ ଭ୍ୟାନ୍
ସୁନ୍ଦରଗଡ଼,୧୬।୬: ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅନ୍ତର୍ଗତ କାଲୋବାହାଲ ନିକଟରେ ବୁଧବାର ଏକ ପୋଲିସ ଭ୍ୟାନ୍ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଏକ ଗଛରେ...
କରୋନା ଲଦିଲା ୭ ବର୍ଷର ଝିଅ ମୁଣ୍ଡରେ ଦାୟିତ୍ୱର ପାହାଡ଼
ଭୋଗରାଇ,୧୪।୬- ବାପା ମା’ଙ୍କୁ ଛଡ଼ାଇ ନେଲା ମହାମାରୀ। ଉଜୁଡ଼ିଗଲା ସଂସାର। ଏବେ ପରିବାରରେ କେବଳ ୭ ବର୍ଷର ଝିଅ କ୍ରିଷ୍ଣା ଆଉ ତା’ର ଦେଢ଼ ମାସର...
ଚିନ୍ତା ଘାରିଲେ ବି ପ୍ରତିକାର ଶୂନ
ନୟାଗଡ଼ ଅଫିସ,୫।୬: ବଣପାହାଡ଼ ଘେରା ନୟାଗଡ଼ ଜିଲାରେ ଜଙ୍ଗଲିଆ ଅଞ୍ଚଳ ଧୀରେ ଧୀରେ ପଦା ହେଉଛି। ଜଙ୍ଗଲ ପରିମାଣ କମି ଚାଲିଥିବାବେଳେ କଂକ୍ରିଟ କୋଠାବାଡି ଓ...
ଭାକ୍ସିନ୍ ନ ନେଲେ ମୋବାଇଲ୍ ସିମ୍ କାର୍ଡ ହେବ ବ୍ଲକ୍, କଡ଼ା ନିର୍ଦ୍ଦେଶ ଜାରି କଲେ ସରକାର…
କରାଚି,୨୨।୬: କରୋନା ମହ।ମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ପାକିସ୍ତାନର...
କରୋନିଲ ପରେ ଏବେ ବ୍ଲାକ୍ ଫଙ୍ଗସ୍ ଔଷଧ ତିଆରି କରୁଛି ପତଞ୍ଜଳୀ
ହରିଦ୍ୱାର,୨।୬: କରୋନାର ପ୍ରଥମ ଲହର ସମୟରେ ଯେତେବେଳେ ସମଗ୍ର ଦେଶ ଭାକ୍ସିନକୁ ନେଇ ଚର୍ଚ୍ଚା କରୁଥିଲା, ସେତେବେଳେ ଯୋଗଗୁରୁ ବାବା ରାମଦେବ କରୋନିଲ ଔଷଧ ତିଆରି...
ଆଗକୁ ବିପଦ କୋଭିଡ୍ ଆବର୍ଜନା
ନୂଆଦିଲ୍ଲୀ/ଭୁବନେଶ୍ୱର(ବ୍ୟୁରୋ),୧୪ା୬: ମହାମାରୀ କରୋନାର ଦ୍ୱିତୀୟ ଲହର କ୍ରମଶଃ ଦୁର୍ବଳ ହେବାରେ ଲାଗିଥିବାବେଳେ କୋଭିଡ୍ ରୋଗୀଙ୍କ ଚିକିତ୍ସାରୁ ବାହାରୁଥିବା ବ୍ୟବହୃତ ଡାକ୍ତରୀ ଉପକରଣର ଗଦା ଗଦା ଆବର୍ଜନା...
୧୦୦ କୋଟି ଡୋଜ୍ ଟିକା ଦେବ ଜି ୭
କାର୍ବିସ୍ ବେ, ୧୪।୬: ବ୍ରିଟେନରେ ଚାଲିଥିବା ଜି ୭ ରାଷ୍ଟ୍ରଗୋଷ୍ଠୀ ସମ୍ମିଳନୀ ରବିବାର ଶେଷ ହୋଇଛି। ଗରିବ ରାଷ୍ଟ୍ରଗୁଡ଼ିକୁ ୧୦୦ କୋଟିରୁ ଊର୍ଦ୍ଧ୍ୱ କୋଭିଡ୍ ଟିକା...
ସିଜେଆଇଙ୍କୁ ଚିଠି ଲେଖିଲେ ଛାତ୍ରୀ
କରୋନାରେ ଲୋକଙ୍କ କଷ୍ଟ ବୁଝି ସେମାନଙ୍କ ଜୀବନ ବଞ୍ଚାଇବାକୁ ପ୍ରଭାବୀ ଢଙ୍ଗରେ ହସ୍ତକ୍ଷେପ କରିଥିବାରୁ ସିଜେଆଇ ଏନ୍. ଭି. ରମାନାଙ୍କୁ ଧନ୍ୟବାଦ ଜଣାଇଛନ୍ତି କେରଳର ୫ମ...


