E-Paper
  • logo
  • Tuesday 27th January 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଅନ୍ତର୍ଜାତୀୟ

ଦୁର୍ଭିକ୍ଷ ଆଁରେ ଇଥିଓପିଆ
9:44 amJune 12, 2021

ଆଡିସ୍‌ ଆବାବା,୧୨ା୬: ପୂର୍ବ ଆଫ୍ରିକୀୟ ରାଷ୍ଟ୍ର ଇଥିଓପିଆରେ ସରକାରୀ ବଳ ଓ ବିଦ୍ରୋହୀଙ୍କ ମଧ୍ୟରେ ଲଢ଼େଇ ଟିଗ୍ରେ ଅଞ୍ଚଳ ପାଇଁ ବିପତ୍ତିକୁ ଡାକି ଆଣିଛି। ଫଳରେ ଉକ୍ତ ଅଞ୍ଚଳର ୩,୫୦,୦୦୦ ଜଣ ଦୁର୍ଭିକ୍ଷ ମୁହଁକୁ ଠେଲିହୋଇ ଯାଇଛନ୍ତି। ଜାତିସଂଘ ପକ୍ଷରୁ ଏହି ଘୋଷଣା କରାଯିବା ପରେ ଯୁଦ୍ଧ ପ୍ରଭାବିତ ଇଥିଓପିଆକୁ ନେଇ ଚିନ୍ତା ବଢ଼ିଯାଇଛି।
ଟିଗ୍ରେ, ଆମ୍‌ହରା ଓ ଅଫାର୍‌ ସ୍ଥିତିକୁ ନେଇ ସମନ୍ବିତ ପର୍ଯ୍ୟାୟ ବର୍ଗୀକରଣ(ଆଇପିସି) ଫେଜ୍‌ ୫ ରିପୋର୍ଟକୁ ବିଶ୍ଳେଷଣ କରିବା ପରେ ଜାତିସଂଘର ହ୍ୟୁମାନିଟାରିଆନ୍‌ ମୁଖ୍ୟ ମାର୍କ ଲୋକକ୍‌ ଦୁର୍ଭିକ୍ଷ ବିଷୟରେ ଘୋଷଣା କରିଛନ୍ତି। ଏଥିଯୋଗୁ ମେ’ରୁ ଜୁନ୍‌ ମଧ୍ୟରେ ସାଢ଼େ ୩ ଲକ୍ଷ ଲୋକ ପ୍ରଭାବିତ ହୋଇଥିବାବେଳେ ଆଗକୁ ସ୍ଥିତି ଆହୁରି ବିଗିଡ଼ିପାରେ ବୋଲି ସେ ଚେତାଇ ଦେଇଛନ୍ତି। ଏହି ବିସ୍ତୃତ ଅଞ୍ଚଳରେ ଖାଦ୍ୟ ନିରାପତ୍ତା ବିପନ୍ନ ହୋଇ ବିପତ୍ତି ସୃଷ୍ଟି ହୋଇଛି, ଯାହାକି ଆଗକୁ ଅନାହାର ଓ ମୃତ୍ୟୁର ବିଭୀଷିକାର କାରଣ ହେବ ବୋଲି ଆଇପିସି ରିପୋର୍ଟରେ ଉଲ୍ଲେଖ କରାଯାଇଛି। କିନ୍ତୁ ଦୁର୍ଭିକ୍ଷର ନିର୍ଦ୍ଦିଷ୍ଟ ସଂଜ୍ଞା ଥିବାରୁ ଏହାକୁ ଦୁର୍ଭିକ୍ଷ ବୋଲି ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ।
ଦେଶରେ ଦୁର୍ଭିକ୍ଷ ହୋଇଛି ବୋଲି ଘୋଷଣା କରିବା ଲାଗି ମୃତ୍ୟୁ ହାର, କୁପୋଷଣ ଓ କ୍ଷୁଧାକୁ ଆଧାର କରି ଅନୁଶୀଳନ କରାଯାଏ। ଅନୂ୍ୟନ ୨୦% ପରିବାର ଅତି ଖାଦ୍ୟ ସଙ୍କଟକୁ ସାମ୍ନା କଲେ, ସମ୍ପୃକ୍ତ ଦେଶର ୩୦% ଲୋକ କୁପୋଷଣର ଶିକାର ହେଲେ ଏବଂ ଦିନକୁ ପ୍ରତି ୧୦,୦୦୦ ଜଣରେ ମୃତ୍ୟୁସଂଖ୍ୟା ୨ରୁ ଅଧିକ ରହିଲେ ଦୁର୍ଭିକ୍ଷ ଘୋଷଣା କରାଯାଇଥାଏ। ଇଥିଓପିଆରେ ଦୁର୍ଭିକ୍ଷ ହୋଇଥିବା ଘୋଷଣା କରାଗଲେ ଜୀବନରକ୍ଷକ ସହାୟତା ପ୍ରଦାନ ଜରୁରୀ ହୋଇପଡ଼ିବ। ସହାୟତା ନିମନ୍ତେ ଏହା ବିଶ୍ୱ ସମୁଦାୟର ଧ୍ୟାନ ଆକର୍ଷଣ କରିବ। ୧୯୮୪ରେ ମରୁଡ଼ି ଓ ଯୁଦ୍ଧ ଯୋଗୁ ଟିଗ୍ରେ ତଥା ପଡ଼ୋଶୀ ଓଲୋ ପ୍ରଦେଶ ଦୁର୍ଭିକ୍ଷର କେନ୍ଦ୍ରସ୍ଥଳ ପାଲଟିଥିଲା। ସେତେବେଳେ ୬ ଲକ୍ଷରୁ ୧୦ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥିଲା।


[mc4wp_form id="252536"] All Right Reserved By Dharitri.Com

Posted inଅନ୍ତର୍ଜାତୀୟ View All

ମାଟି ତଳୁ ମିଳିଲା ୧,୦୦୦ ବର୍ଷ ତଳର କୁକୁଡ଼ା ଅଣ୍ଡା…

ତେଳଅଭିବ୍‌,୧୦।୬: ଇସ୍ରାଏଲ୍‌ରେ ମାଟିତଳୁ ୧,୦୦୦ ବର୍ଷ ତଳର କୁକୁଡ଼ା ଅଣ୍ଡା ମିଳିଛି। ଏହି ଅଣ୍ଡା ଦଶମ ଶତାବ୍ଦୀ ସମୟର ବୋଲି ଗବେଷକ ଅନୁମାନ କରିଛନ୍ତି। ତେବେ...

ଭାକ୍ସିନ୍‌ ନେଲେ ବି ମାସ୍କ୍‌ ପିନ୍ଧିବା-ସାମାଜିକ ଦୂରତା ଜରୁରୀ…

ଓ୍ବାଶିଂଟନ,୭।୬: ପୃଥିବୀରେ କରୋନା ମହାମାରୀ ତାଣ୍ଡବ ରଚିଛି। ଏପରିସ୍ଥଳେ ଆମେରିକାର ନର୍ଥ କାରୋଲିନା ବିଶ୍ୱବିଦ୍ୟାଳୟର ଗବେଷକ ଭାକ୍ସିନ୍‌ ନେବା ପରେ କରୋନା ସଂକ୍ରମଣର ଆଶଙ୍କା ଦୂର...

ମର୍ମନ୍ତୁଦ ରେଳ ଦୁର୍ଘଟଣା: ୫୦ରୁ ଅଧିକଙ୍କ ଜୀବନ ଗଲା…

କରାଚି,୭।୬: ପାକିସ୍ତାନରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଘୋଟକି ଅଞ୍ଚଳର ରେତି ଏବଂ ଡହାରକି ଷ୍ଟେଶନ ମଧ୍ୟରେ ସାର୍‌...

ଏକଦା କାନ୍ଥରେ ଚିତ୍ର କରି ଶୁଣୁଥିଲେ ଗାଳି: ଏବେ ଗୁଗଲ ଦେଲା ପୁରସ୍କାର

ଓ୍ବାଶିଂଟନ୍‌,୧୫।୬: ଡୁଡଲ ଫର୍‌ ଗୁଗଲ-୨୦୨୧ ପ୍ରତିଯୋଗୀତାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଆମେରିକାର ଗୁଗଲର ହୋମପେଜ୍‌ରେ ଏହି ଡୁଡଲ ପ୍ରଦର୍ଶିତ ହେବ। ଏନେଇ ଗୁଗଲର ସିଇଓ...

ମାଡ଼ି ଆସୁଛି ନୂଆ ମହାମାରୀ: ଚାଇନାରେ ଲୋକଙ୍କଠାରେ ଏଚ୍‌-୧୦-ଏନ୍‌-୩ ଭୁତାଣୁ ଚିହ୍ନଟ…

ବେଜିଂ,୧।୬: କରୋନା ମହାମାରୀର ଅନ୍ତୁଡ଼ିଶାଳ ଚାଇନାର ଉହାନ୍‌ ସହର ପାଲଟିଥିଲା। ଏହାଯୋଗୁୂ ପୃଥିବୀରେ ଦେଖାଦେଇଥିବା ଆତଙ୍କ ଏବେ ବି ଥମିନି। ଏପରିସ୍ଥଳେ ଚାଇନାରେ ପୁଣି ଏକ...

କାନାଡା ସୁପ୍ରିମକୋର୍ଟରେ ଭାରତୀୟ ବଂଶୋଦ୍ଭବ

ଭାରତୀୟ ବଂଶୋଦ୍ଭବ ବିଚାରପତି ମହମଦ ଜମାଲ ପ୍ରଥମ ଅଣଶ୍ୱେତାଙ୍ଗ ଭାବେ କାନାଡା ସୁପ୍ରିମକୋର୍ଟକୁ ମନୋନୀତ ହୋଇଛନ୍ତି। ୨୦୧୯ରୁ ଓଣ୍ଟାରିଓସ୍ଥିତ କୋର୍ଟ ଅଫ୍‌ ଅପିଲ୍‌ର ବିଚାରପତି ଥିବା...

ବସ୍‌-ବନ୍ଦ ଘରେ କରୋନା ସଂକ୍ରମଣ ଆଶଙ୍କା ଅଧିକ…

ଲଣ୍ଡନ/ନୂଆଦିଲ୍ଲୀ,୩।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ କରୋନା ସଂକ୍ରମଣ କେଉଁଠି ଅଧିକ ହୋଇଥାଏ ସେ ନେଇ ଏକ ରିପୋର୍ଟ...

୩.୫ ଘଣ୍ଟାରେ ନ୍ୟୁୟର୍କରୁ ଲଣ୍ଡନ

ନ୍ୟୁୟର୍କ, ୫।୬: ଆମେରିକାର ନ୍ୟୁୟର୍କରୁ ବ୍ରିଟେନ ରାଜଧାନୀ ଲଣ୍ଡନକୁ ବିମାନରେ ଯାତ୍ରା କରିବାକୁ ହେଲେ ମାତ୍ର ୩.୫ ଘଣ୍ଟା ଲାଗିବ। ଏହି ଅନ୍ତର୍ଜାତୀୟ ଯାତ୍ରାକୁ ସୁଗମ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଫ୍ରେଞ୍ଚ୍‌ ଓପନ ଟେନିସ: କ୍ରେଜିକୋଭା-ସିନିକୋଭା ଫାଇନାଲରେ
Next Post Next post:
ମିଶନ ୨୦୨୪କୁ ନେଇ ଚର୍ଚ୍ଚା

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts