କଳା ଓ ସଂସ୍କୃତି ସୁରକ୍ଷା ପାଇଁ ଜଣେ ଫଟୋଗ୍ରାଫରଙ୍କ ପ୍ରୟାସ ବାସ୍ତବରେ ପ୍ରଶଂସନୀୟ। ମୁମ୍ବାଇର ଏହି ଫଟୋଗ୍ରାଫର ହେଉଛନ୍ତି ୫୩ ବର୍ଷୀୟ ହେମନ୍ତ ଚତୁର୍ବେଦୀ। ସେ ଲୋପ ପାଇଯାଉଥିବା ସିଙ୍ଗଲ ସ୍କ୍ରିନ ସିନେମାର ଧାରା ଓ ହଲ୍କୁ ବଞ୍ଚାଇ ରଖିବା ଲାଗି ଏବେ ସୁଦ୍ଧା ଦେଶର ୧୧ଟି ରାଜ୍ୟରେ ୫୦୦ ସହରକୁ ଯାଇଛନ୍ତି। ମୋଟରେ ଏଥିପାଇଁ ତାଙ୍କୁ ଟ୍ରାଭେଲିଂ କରି ୩୨,୦୦୦ କି.ମି. ଯିବାକୁ ପଡ଼ିଛି। ୧୭ ବର୍ଷ ହେବ ସେ ଏହି ଅଭିଯାନ ଚଳାଇଛନ୍ତି। ସେ ତାଙ୍କ ଜିପ୍ରେ ହିଁ ଏହିସବୁ ସହରକୁ ଯାଉଛନ୍ତି। କେବଳ ଏତିକି ନୁହେଁ ସେ ଦେଶର ବହୁ ଦୁର୍ଗମ ଅଞ୍ଚଳରୁ ସିନେମା ସମ୍ପର୍କିତ ତଥ୍ୟ ସଂଗ୍ରହ କରିବାରେ ମଧ୍ୟ ଲାଗିପଡ଼ିଛନ୍ତି। ଦେଶରେ ସିଙ୍ଗଲ୍ ସ୍କ୍ରିନ ସିନେମା ଥିଏଟରଗୁଡ଼ିକର ଅବସ୍ଥା ଏଭଳି ରହିଛି ଯେ ତାହାକୁ ସୁଧାରିବା ଅତ୍ୟନ୍ତ କଷ୍ଟକର ବୋଲି କହନ୍ତି ହେମନ୍ତ। କେବଳ ୨୦୦୦ରୁ ୨୦୧୯ ମଧ୍ୟରେ ଦେଶରେ ୧୨,୦୦୦ ସିଙ୍ଗଲ ସ୍କ୍ରିନ ସିନେମା ବନ୍ଦ ହୋଇଛି ଓ ସିନେମା ଘରକୁ ଧ୍ୱଂସ କରାଯାଇଛି। ଏସବୁକୁ ଉଦ୍ଧାର କରିବା ଲାଗି ସେ ୨୦୧୯ରେ ସିଙ୍ଗଲ ସ୍କ୍ରିନ ସିନେମା ପ୍ରୋଜେକ୍ଟ ମଧ୍ୟ ଆରମ୍ଭ କରିଛନ୍ତି। ଧ୍ୱଂସ ପଥରେ ଏବେ ୬୫୦ ସିନେମା ହଲ ରହିଥିବା ସେ କହିଛନ୍ତି।
ହେମନ୍ତ ମଧ୍ୟ ରଙ୍ଗମଞ୍ଚ ସୁରକ୍ଷାରେ ସମୟ ଦେଉଛନ୍ତି।
କଲେ ମଲ, ନ କଲେ ଭଲ
ରଞ୍ଜନ କୁମାର ଦାସ ଶାସନତନ୍ତ୍ରର ଦକ୍ଷତା ସଦାସର୍ବଦା ପ୍ରମାଣିତ ହୁଏ ତା’ର କର୍ମତପତ୍ରତା ଓ ତା’ର ଫଳପ୍ରସବର ମାତ୍ରାକୁ ନେଇ। ତେଣୁ ଶାସନ ବ୍ୟବସ୍ଥାରେ ନେତା...
ଏଇ ଭାରତରେ
କୋଭିଡ୍ ମହାମାରୀର ମୁକାବିଲା କରିବାକୁ ମହାରାଷ୍ଟ୍ରରେ ଶିକ୍ଷକମାନଙ୍କ ପ୍ରୟାସ ବେଶ୍ ପ୍ରଶଂସନୀୟ। ଅହମ୍ମଦ ନଗରର ଅକୋଲେ ଗାଁରେ ଜିଲା ପରିଷଦ ଶିକ୍ଷକମାନେ କରୋନା ମୃତ୍ୟୁ ରୋକିବା...
ଏଇ ଭାରତରେ
କୋଭିଡ୍ ମହାମାରୀ ପରିଚାଳନାରେ ସରପଞ୍ଚମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛନ୍ତି। କିନ୍ତୁ ମହାରାଷ୍ଟ ସୋଲାପୁର ଜିଲାର ଅଟ୍ରୋଲି ଏବଂ ଘଟନେ ପଞ୍ଚାୟତର ଦୁଇ ଯୁବ ସରପଞ୍ଚଙ୍କ ମହାମାରୀ...
ଯୁବବର୍ଗ ନା ବରିଷ୍ଠ
ଗତ ସପ୍ତାହରେ ବିଶ୍ୱର ଦୁଇ ଲୋକସଂଖ୍ୟା ବହୁଳ ରାଷ୍ଟ୍ର ଚାଇନା ଓ ଭାରତରେ ପୃଥକ୍ ଘଟଣା ଦେଖିବାକୁ ମିଳିଛି। ଯୁବସଂଖ୍ୟା କମିଯାଉଥିବାରୁ ପରିବାର ପିଛା ୩...
ଆଲୋଚନାରେ କଶ୍ମୀର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଜମ୍ମୁ ଓ କଶ୍ମୀରର ୧୪ ରାଜନୈତିକ ଦଳର ପ୍ରମୁଖ ନେତାମାନେ ଜୁନ୍ ୨୪ରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଏହା...
ବଚନ ମଧୁର ତିଳକ ସରୁ
ଡ. ଗୌରହରି ରାଉତ କାଳୁବାବୁଙ୍କ ନାଁ ଆମ ଖଣ୍ଡମଣ୍ଡଳରେ ଡାକ୍। ପିଲା ପେଚକାଠାରୁ ପୁରୁଖା ପର୍ଯ୍ୟନ୍ତ ଏମିତି କେହି ନାହିଁ ଯିଏ ତାଙ୍କୁ ଜାଣି ନ...
ଏଇ ଭାରତରେ
ବିନା ମାଟିରେ ସେଓ ଘରେ ଫଳିବ। ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ଏମିତି ସେଓ ପଳାଉଛନ୍ତି ବେଙ୍ଗାଲୁରୁର ବିବେକ ବିଳାସିନୀ। କମ୍ ଥଣ୍ଡାରେ ଫଳୁଥିବା...
ମହାମାରୀରେ ସକାରାତ୍ମକ ମନୋଭାବ
ବାଦଲ ଭୂୟଁା କରୋନା କାଳରେ ଅନେକ ପ୍ରକାର ଦୁଶ୍ଚିନ୍ତା ମନକୁ ଭାରାକ୍ରାନ୍ତ କରୁଛି। କି ଯୁବକ, କି ବୟସ୍କ ଅନେକେ ଏକ ଅଜଣା ଭୟରେ ଆତଙ୍କିତ...


