E-Paper
  • logo
  • Tuesday 27th January 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଜାତୀୟ

ବାତ୍ୟା ଚିହ୍ନଟ ପ୍ରଯୁକ୍ତି ବିକଶିତ କଲେ ଓଡ଼ିଆ ବୈଜ୍ଞାନିକ
9:52 amJune 10, 2021

ନୂଆଦିଲ୍ଲୀ, ୧୦।୬: ଜଣେ ଓଡ଼ିଆଙ୍କ ସମେତ ୩ ଭାରତୀୟ ବୈଜ୍ଞାନିକ ଏକ ନୂଆ ପ୍ରଯୁକ୍ତି ବିକଶିତ କରିଛନ୍ତି, ଯାହା ଭାରତ ମହାସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼କୁ ସାଟେଲାଇଟ ଅପେକ୍ଷା ଆଗୁଆ ଠାବ କରିପାରିବ। ଫଳରେ ବାତ୍ୟାଜନିତ କ୍ଷୟକ୍ଷତି ରୋକିବାରେ ବିଭିନ୍ନ ପ୍ରତିକାର ବ୍ୟବସ୍ଥା ଯଥେଷ୍ଟ ପୂର୍ବରୁ ଗ୍ରହଣ କରାଯାଇପାରିବ ବୋଲି କୁହାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ରିମୋଟ ସେନ୍‌ସିଂ ପ୍ରଯୁକ୍ତି ସାମୁଦ୍ରିକ ଝଡ଼କୁ ଯଥେଷ୍ଟ ପୂର୍ବରୁ ଚିହ୍ନଟ କରୁଥିଲେ ହେଁ ଏହା ସମ୍ଭବ ହୋଇଥାଏ, ଯେତେବେଳେ ଉଷ୍ମ ମହାସାଗର ପୃଷ୍ଠରେ ସ୍ପଷ୍ଟ ଲଘୁଚାପ ସିଷ୍ଟମ ବିକଶିତ ହୁଏ। ତେବେ ଉଷ୍ମ ସାଗର ପରିବେଶରେ ସାଇକ୍ଲୋନିକ୍‌ ସିଷ୍ଟମ ସୃଷ୍ଟି ହେବା ପୂର୍ବରୁ ବାୟୁମଣ୍ଡଳୀୟ ଅସ୍ଥିରତା ପ୍ରକ୍ରିୟା ସହିତ ଜଳାବର୍ତ୍ତ ହୋଇଥାଏ, ଯାହା ଉଚ୍ଚତର ବାୟୁମଣ୍ଡଳୀୟ ସ୍ତରରେ ବଢ଼ିଥାଏ। ସମୁଦ୍ର ଉପରେ ଡିପ୍ରେସନ୍‌ ସୃଷ୍ଟି ସମ୍ପର୍କରେ ଜାଣିବାରେ ଏହା ଏକ ମୁଖ୍ୟ ବୈଶିଷ୍ଟ୍ୟ। ଏହାକୁ ବ୍ୟବହାର କରି ଅନେକ ପୂର୍ବରୁ ବାତ୍ୟା ସମ୍ପର୍କରେ ପୂର୍ବାନୁମାନ କରାଯାଇପାରିବ ବୋଲି ବୈଜ୍ଞାନିକମାନେ କହିଛନ୍ତି। ଉକ୍ତ ଟେକ୍‌ନୋଲୋଜିର ବିକାଶ କରିଥିବା ଟିମ୍‌ରେ ଓଡ଼ିଆ ବୈଜ୍ଞାନିକ ବିଷ୍ଣୁପ୍ରିୟା ସାହୁଙ୍କ ସମେତ ଆଇଆଇଟି ଖଡ଼ଗପୁରର ଜିୟା ଆଲବର୍ଟ ଏବଂ ପ୍ରସାଦ କେ. ଭାସ୍କରନ୍‌ ରହିଛନ୍ତି। ଜଳବାୟୁ ପରିବର୍ତ୍ତନ କାର୍ଯ୍ୟକ୍ରମ (ସିସିପି) ଅଧୀନରେ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ସହଯୋଗରେ ସେମାନେ ନୂଆ ପଦ୍ଧତି ବିକଶିତ କରିଛନ୍ତି। ଉକ୍ତ ଗବେଷଣା ନିକଟରେ ଆଟ୍‌ମୋସ୍ପିୟରିକ୍‌ ରିସର୍ଚ୍ଚ ପତ୍ରିକାରେ ପ୍ରକାଶ ପାଇଛି। ସେମାନେ ୨୦୧୩ର ଫାଇଲିନ୍‌ ଏବଂ ବାର୍‌ଡା, ୨୦୧୮ର ଗାଜା ଏବଂ ମାଡ଼ି, ୨୦୧୭ର ମୋରା ଏବଂ ୨୦୦୯ର ଆଇଲା ବାତ୍ୟାକୁ ନେଇ ଅଧ୍ୟୟନ କରିଥିଲେ। ସେମାନଙ୍କ ପଦ୍ଧତିରେ ଉକ୍ତ ସାଇକ୍ଲୋନଗୁଡ଼ିକୁ ଅନୂ୍ୟନ ଆଉ ୪ ଦିନ ଆଗରୁ ଠାବ କରାଯାଇପାରିବ ବୋଲି ବୈଜ୍ଞାନିକମାନେ ଅନୁଭବ କରିପାରିଥିଲେ।
ଭୌତିକ ସମୁଦ୍ରବିଜ୍ଞାନ ଗବେଷିକା ବିଷ୍ଣୁପ୍ରିୟା ଏବେ ଚାଇନାର ୟାଣ୍ଟାଇ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କୋଷ୍ଟାଲ ଜୋନ୍‌ ରିସର୍ଚ୍ଚରେ ଜଣେ ରିସର୍ଚ୍ଚ ସାଇଣ୍ଟିଷ୍ଟ ଭାବେ କାର୍ଯ୍ୟରତ। ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକର ଗୌଡ଼ଗାଁସ୍ଥିତ ବାସିପିଠା ସରକାରୀ ହାଇସ୍କୁଲରେ ଶିକ୍ଷାଗ୍ରହଣ କରିଥିବା ବିଷ୍ଣୁପ୍ରିୟା ଭୁବନେଶ୍ୱର ରମାଦେବୀ ଅଟୋନମସ୍‌ କଲେଜରୁ ଯୁକ୍ତଦୁଇ ବିଜ୍ଞାନ ଓ ବିଏସ୍‌ସି ଡିଗ୍ରୀ ହାସଲ କରି ରାଉରକେଲାର ଏନ୍‌ଆଇଟିରେ ଗଣିତରେ ଏମ୍‌ଏସ୍‌ସି କରିଥିଲେ। ୨୦୧୪ରୁ ୨୦୧୮ ମଧ୍ୟରେ ସେ ଆଇଆଇଟି ଖଡଗପୁରରୁ ଫିଜିକାଲ ଓସନୋଗ୍ରାଫିରେ ପିଏଚ୍‌.ଡି କରିଥିଲେ। ତାଙ୍କ ଘର କଟକ ଜିଲା ବାଙ୍କୀ ସବ୍‌ଡିଭିଜନ ଅନ୍ତର୍ଗତ ପଶାଣିଆ ଗ୍ରାମରେ। ତାଙ୍କ ବାପା ଭଗବାନ ସାହୁ ବାସିପିଠା ଆଶ୍ରମ ସ୍କୁଲର ପ୍ରଧାନଶିକ୍ଷକ ଥିଲେ। ଅବସର ପରେ ଏବେ ସେ ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ ରହୁଛନ୍ତି।


[mc4wp_form id="252536"] All Right Reserved By Dharitri.Com

Posted inଜାତୀୟ View All

୭୦ ଦିନ ପରେ ନୂଆ ଆକ୍ରାନ୍ତ ସଂଖ୍ୟା ସର୍ବନିମ୍ନ…

ନୂଆଦିଲ୍ଲୀ,୧୨।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ତେବେ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି।...

ନୂଆ ଆକ୍ରାନ୍ତ-ମୃତକଙ୍କ ସଂଖ୍ୟା ପୁଣି କମିଲା…

ନୂଆଦିଲ୍ଲୀ,୧।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତ ଏବଂ...

ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଯୋଗୀ: ବିଧାନସଭା ନିର୍ବାଚନ-କ୍ୟାବିନେଟ ସମ୍ପ୍ରସାରଣକୁ ନେଇ ହୋଇପାରେ ଆଲୋଚନା

ନୂଆଦିଲ୍ଲୀ,୧୧।୬: ଆସନ୍ତା ବର୍ଷ ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଲକ୍ଷ୍ନୌରୁ ଦିଲ୍ଲୀ ପର୍ଯ୍ୟନ୍ତ ସବୁଠି ଏବେ ରାଜନୈତିକ ହଇଚଇ ସୃଷ୍ଟି ହୋଇଛି। ଏଥିପାଇଁ...

ଜି ୭: ଭାରତ ପାଇଁ କ’ଣ

ଲଣ୍ଡନ/ନୂଆଦିଲ୍ଲୀ,୧୨ା୬: ବ୍ରିଟେନର କର୍ନଓ୍ବାଲସ୍ଥିତ ସେଣ୍ଟ ଆଇଭେସ୍‌ରେ ବିଶ୍ୱର ପ୍ରମୁଖ ୭ ଧନୀ ରାଷ୍ଟ୍ର ଏକତ୍ରିତ ହୋଇଛନ୍ତି। ଆମେରିକା, ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, କାନାଡା ଓ...

ଏନ୍‌ସିପି ମୁଖ୍ୟଙ୍କୁ ଭେଟିଲେ ପ୍ରଶାନ୍ତ କିଶୋର

ମୁମ୍ବାଇ,୧୧।୬: ରାଜନୀତି ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଶୁକ୍ରବାର ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ଏହାକୁ ନେଇ ରାଜନୈତିକ ଉସ୍ମତା ଦେଖାଦେଇଛି। ଏହା...

ରାମମନ୍ଦିର ଟ୍ରଷ୍ଟରେ ଜମି ଦୁର୍ନୀତି ଅଭିଯୋଗ

ଲକ୍ଷ୍ନୌ, ୧୪।୬: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କାର୍ଯ୍ୟର ଦେଖାଶୁଣା କରିବା ଲାଗି କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ଟ୍ରଷ୍ଟ ବେଆଇନ ଜମି କାରବାରରେ ସମ୍ପୃକ୍ତ ଥିବାନେେଇ...

ପେଣ୍ଡାଲ ଭାଙ୍ଗିଲା ବରଯାତ୍ରୀରେ ଆସିଥିବା ହାତୀ

ପ୍ରୟାଗରାଜ,୧୩।୬: ସୁସଜ୍ଜିତ ହାତୀକୁ ସାଥିରେ ନେଇ ବିବାହ ପାଇଁ ଯାଇଥିଲେ ବର। କିନ୍ତୁ ବାଣ ଓ ଡିଜେ ସାଉଣ୍ଡରୁ ହାତୀ ଉତ୍ତେଜିତ ହୋଇଉଠିଥିଲା। ତା’ ପରେ...

ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୪।୬: ରେପୋ ଓ ରିଭର୍ସ ରେପୋ ରେଟକୁ ଅପରିବର୍ତ୍ତିତ ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ଲଗାତର ଷଷ୍ଠଥର ପାଇଁ ଏହି ନିଷ୍ପତ୍ତି ନେଇଛି ଆରବିଆଇ। ଏପ୍ରିଲ-ଜୁନ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଓ୍ବିଲିୟମସନ ଆହତ, ଦ୍ୱିତୀୟ ଟେଷ୍ଟରୁ ଓହରିଲେ
Next Post Next post:
ଥମୁନି କରୋନା ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ ଗଲା ୪୪ ଜୀବନ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts