ନୂଆଦିଲ୍ଲୀ,୪।୬(ପି.ଟି.):
ଟୋକିଓ ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ମହିଳା ଟେନିସ ତାରକା ସାନିଆ ମିର୍ଜା ୟୁନାଇଟେଡ କିଙ୍ଗ୍ଡମ୍ (ୟୁକେ)ରେ କେତେକ ଟୁର୍ନାମେଣ୍ଟ ଖେଳିବେ। ଏଥିପାଇଁ ସେ ନିଜ ପୁଅ ଓ ଭଉଣୀଙ୍କ ପାଇଁ ଭିଜା ଆବେଦନ କରିଥିଲେ। କ୍ରୀଡ଼ା ମନ୍ତ୍ରଣାଳୟ ଭାରତର ବୈଦେଶିକ ମନ୍ତ୍ରଣାଳୟକୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିବାର କିଛି ସପ୍ତାହ ପରେ ତାଙ୍କ ପୁଅ ଓ ଭଉଣୀଙ୍କୁ ଭିଜା ପ୍ରଦାନ କରାଯାଇଛି ବୋଲି ଗୁରୁବାର ସ୍ପୋଟର୍ସ ଅଥରିଟି ଅଫ୍ ଇଣ୍ଡିଆ (ସାଇ) ତରଫରୁ ପ୍ରକାଶ କରାଯାଇଛି। ଏଥିପାଇଁ ସାନିଆ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁଙ୍କୁ ଧନ୍ୟବାଦ ଜଣାଇଛନ୍ତି। ରିଜିଜୁଙ୍କ ହସ୍ତକ୍ଷେପ ପରେ ତାଙ୍କ ପୁଅ ଓ ଭଉଣୀଙ୍କୁ ଭିଜା ମିଳିଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି।
୬ଟି ଡବଲ୍ସ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଥିବା ୩୪ ବର୍ଷୀୟା ସାନିଆ ସାହାଯ୍ୟ ପାଇଁ ସମସ୍ତଙ୍କୁ ଟୁଇଟ୍ କରି ଧନ୍ୟବାଦ ଜଣାଇଛନ୍ତି। ପୁଅ ଇଜହାନ ଓ ଭଉଣୀ ଅନମଙ୍କୁ ଭିଜା ମିଳିଥିବାରୁ ସମସ୍ତଙ୍କଠାରେ କୃତଜ୍ଞ ବୋଲି ସେ ଉଲ୍ଲେଖ କରିଛନ୍ତି। ଟୋକିଓ ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ସାନିଆ ଜୁନ୍ ୧୪ରୁ ଆରମ୍ଭ ହେବାକୁ ଥିବା ବର୍ମିଂହାମ ଓପନ୍, ଜୁନ୍ ୨୦ରୁ ଆରମ୍ଭ ହେବାକୁ ଥିତ୍ବା ଇଷ୍ଟବର୍ନ ଓପନ ଓ ୨୮ ତାରିଖରୁ ଆରମ୍ଭ ହେବାକୁ ଥିବା ଓ୍ବିମ୍ବେଲଡନ ଓପନରେ ଅଂଶଗ୍ରହଣ କରିବେ। ରିଜିଜୁ ମଧ୍ୟ ସାନିଆଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭାରତ ତୁମ ପାଇଁ ଗର୍ବିତ ଓ ଅଲିମ୍ପିକ୍ସରେ ଭାରତ ତରଫରୁ ପୁଣି ଥରେ ପ୍ରତିନିଧିତ୍ୱ କରୁଥିବାରୁ ରିଜିଜୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଉଲ୍ଲେଖଥାଉ କି, ସାନିଆ ସରକାରଙ୍କ ଟାର୍ଗେଟ ଅଲିମ୍ପିକ ପୋଡିୟମ ସ୍କିମ (ଟପ୍ସ)ରେ ସାମିଲ ହୋଇଛନ୍ତି। ସାନିଆଙ୍କୁ ଭିଜା ମିଳିଥିଲେ ମଧ୍ୟ ତାଙ୍କ ଭଉଣୀ ଓ ପୁଅକୁ କରୋନା ମହାମାରୀ ପାଇଁ ଭିଜା ପ୍ରଦାନ କରାଯାଇ ନ ଥିଲା। କିନ୍ତୁ ଏବେ ଏହି ସମସ୍ୟାର ସମାଧାନ ହୋଇଥିବାରୁ ପ୍ରସ୍ତୁତି ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବେ ବୋଲି ସାନିଆ କହିଛନ୍ତି।
ଟୋକିଓ ଅଲିମ୍ପିକ୍ସ: ବିନା ଦର୍ଶକରେ ଏବେ ସୁଦ୍ଧା ବିକଳ୍ପ ରହିଛି
ଟୋକିଓ, ୨୬ା୬ (ଏପି)-ବିନା ଦର୍ଶକରେ ଟୋକିଓ ଅଲିମ୍ପିକ୍ସ ଆୟୋଜନ ଏବେ ସୁଦ୍ଧା ବିକଳ୍ପ ପନ୍ଥା ରହିଛି। ଆୟୋଜକ କମିଟି ସଭାପତି ସିକୋ ହାସିମୋତୋ ଶୁକ୍ରବାର ପ୍ରକାଶ...
କୋପା ଆମେରିକା ଫୁଟ୍ବଲ: ନକ୍ଆଉଟ୍ରେ ଉରୁଗୁଏ, ପାରାଗୁଏ
ସାଓ ପାଉଲୋ,୨୬।୬: କୋପା ଆମେରିକା ଫୁଟ୍ବଲ ଟୁର୍ନାମେଣ୍ଟରେ ଉରୁଗୁଏ ଓ ପାରାଗୁଏ ନକ୍ଆଉଟ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ଗ୍ରୁପ୍ ଏ’ରେ ଗୁରୁବାର ଅନୁଷ୍ଠିତ ମ୍ୟାଚ୍ଗୁଡିକରେ ଏହି...
‘ଏମିତି କୁହ ନାହିଁ, ମୋତେ ବହୁତ୍ କଷ୍ଟ ହେଉଛି’;କାହିଁକି ଏମିତି କହିଲେ ଅଶ୍ୱିନ୍
ନୂଆଦିଲ୍ଲୀ,୮।୬: ଟିମ ଇଣ୍ଡିଆର ଅଫ ସ୍ପିନର ଆର ଅଶ୍ୱିନ ତାଙ୍କ ଟୁଇଟ୍ରେ ସଞ୍ଜୟ ମଞ୍ଜରେକରଙ୍କୁ ଏକ କଡା ଜବାବ ଦେଇଛନ୍ତି। ଅଶ୍ୱିନ ଟୁଇଟର୍ରେ ତାମିଲ ଚଳଚ୍ଚିତ୍ର...
ଅଶ୍ୱିନ୍ ଆଉଟ୍ ହେବାପରେ ଏମିତି କହିଦେଲେ ସ୍ତ୍ରୀ
ସାଉଥାମ୍ପଟନ୍,୨୩।୬:ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିଏସି ଫାଇନାଲ)ର ଫାଇନାଲ ସାଉଥାମ୍ପଟନ୍ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି। କିନ୍ତୁ ସାଉଥାମ୍ପଟନରେ ବର୍ଷା ଲାଗି ରହିଥିବାରୁ ମ୍ୟାଚ୍ରେ...
ଟିମ୍ ଇଣ୍ଡିଆକୁ ଏମିତି ପରାମର୍ଶ ଦେଲେ ଗାଙ୍ଗୁଲି
ନୂଆଦିଲ୍ଲୀ,୧୭।୬: ୟୁକେର ସାଉଥାମ୍ପଟଠାରେ ଶୁକ୍ରବାରଠାରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟୁଟିସି) ଫାଇନାଲ। ଏହି ମ୍ୟାଚ୍ ପୂର୍ବରୁ...
କ୍ରୀଡ଼ା ମହଲରେ ଶୋକ
ଚଣ୍ଡିଗଡ଼, ୨୦ା୬ (ପି.ଟି.)-ମିଲ୍ଖାଙ୍କ ଦେହାନ୍ତରେ କ୍ରୀଡ଼ା ମହଲରୁ ଶୋକବାର୍ତ୍ତାର ସୁଅ ଛୁଟିବାରେ ଲାଗିଛି। ପୂର୍ବତନ କ୍ରିକେଟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କଠାରୁ ଆରମ୍ଭ କରି କିମ୍ବଦନ୍ତୀ ଭାରତୀୟ...
ୟୁରୋ କପ୍ ଫୁଟ୍ବଲ: ଇଂଲଣ୍ଡ-ସ୍କଟ୍ଲାଣ୍ଡ ମ୍ୟାଚ ଡ୍ର
ଲଣ୍ଡନ, ୨୦।୬(ଏପି)- ୟୁରୋ କପ୍ ଫୁଟ୍ବଲ ଟୁର୍ନାମେଣ୍ଟରେ ଇଂଲଣ୍ଡ-ସ୍କଟ୍ଲାଣ୍ଡ ମ୍ୟାଚ ଗୋଲଶୂନ୍ୟ ଡ୍ର ରହିଛି। ପ୍ରିମିୟର ଲିଗ୍ର ଟପ୍ ସ୍କୋରର ହାରି କେନ୍ ଏଠାରେ ଇଂଲଣ୍ଡ...
ଅଣ୍ଡା ଖାଇ ଟ୍ରୋଲ୍ ହେଲେ ବିରାଟ କୋହଲି
ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ସୋସିଆଲ ମିଡିଆରେ ବେଶ୍ ସକ୍ରିୟ। ନିକଟରେ ପ୍ରଶଂସକଙ୍କ ସହ ତାଙ୍କର ଏକ ପ୍ରଶ୍ନ-ଉତ୍ତର କାର୍ଯ୍ୟକ୍ରମ ହୋଇଥିଲା। ପ୍ରଶଂସକମାନେ କୋହଲିଙ୍କୁ...


