ଲଣ୍ଡନ,୬।୬: ଜୁନ ୧୮ରୁ ୨୨ ପର୍ଯ୍ୟନ୍ତ ଇଂଲଣ୍ଡର ସାଉଥମ୍ପଟନ୍ରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲ୍ୟୁଟିସି) ମ୍ୟାଚ ଖେଳାଯିବ। ଏହି ମ୍ୟାଚ ପାଇଁ ଭାରତୀୟ ଦଳ ଜୁନ ୩ରେ ସାଉଥମ୍ପଟନରେ ପହଞ୍ଚିଛି। ତେବେ ସମସ୍ତ ଖେଳାଳିଙ୍କୁ ଏବେ କ୍ୱାରାଣ୍ଟାଇନ୍ ରଖାଯାଇଛି। ବିଶେଷ କଥା ହେଉଛି ଏହି କ୍ରିକେଟରଙ୍କ ବ୍ୟତୀତ ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ ଉଇକେଟ କିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକ ମଧ୍ୟ ସାଉଥମ୍ପଟନରେ ପହଞ୍ଚିଛନ୍ତି, କିନ୍ତୁ ଏଥର ସେ ମ୍ୟାଚ ଖେଳିବା ପରିବର୍ତ୍ତେ ନୂତନ ଭୂମିକାରେ ନଜର ଆସିବେ।
ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲରୁ ଦୀନେଶ କାର୍ତ୍ତିକ କ୍ରିକେଟ୍ ଭାଷ୍ୟକାର ଜଗତରେ ପାଦ ଦେବାକୁ ଯାଉଛନ୍ତି। ସେ ଭାରତର ପୂର୍ବତନ ଅଧିନାୟକ, ସମୀକ୍ଷକ ସୁନୀଲ ଗାଭାସ୍କରଙ୍କ ସହ ଡବ୍ଲୁଟିଏସି ଫାଇନାଲ ମ୍ୟାଚ ସମୟରେ ଭାଷ୍ୟକାର ଦାୟିତ୍ୱ ତୁଲାଇବେ। ସୁନୀଲ ଗାଭାସ୍କର ତାଙ୍କୁ ଭାଷ୍ୟକର ଡେବ୍ୟୁ ପାଇଁ ଅଭିନନ୍ଦନ ଜଣାଇଛନ୍ତି। କାର୍ତ୍ତିକଙ୍କ ସହ ନିଜର ଏକ ଫଟୋ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରି ଗାଭାସ୍କର ଲେଖିଛନ୍ତି, ଯେତେବେଳେ ମୁଁ ଭାରତୀୟ କ୍ରିକେଟ ଦଳର ପରାମର୍ଶଦାତା ଥିଲି, ସେତେବେଳେ ସେ ଟେଷ୍ଟ ଡେବ୍ୟୁ କରିଥିଲେ। ଏବେ ସେ ଡବ୍ଲ୍ୟୁଟିସି ଫାଇନାଲ ମାଧ୍ୟମରେ ଭାଷ୍ୟକାର ଜଗତରେ ପ୍ରବେଶ କରିବେ। ମୁଁ ନିଶ୍ଚିତ ଯେ ସେ ମଧ୍ୟ ଏଠାରେ ଭଲ ପ୍ରଦର୍ଶନ କରିବେ। ଶୁଭେଚ୍ଛା ଡିକେ।
ସୂଚନାଯୋଗ୍ୟ,ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦୁଇ ଜଣ ଭାରତୀୟ ଏବଂ ନ୍ୟୁଜିଲାଣ୍ଡର ସମୀକ୍ଷକଙ୍କୁ ଡବ୍ଲ୍ୟୁଟିସି ଫାଇନାଲ ପାଇଁ ଏହାର ଭାଷ୍ୟକାର ପ୍ୟାନେଲରେ ଅନ୍ତର୍ଭୁକ୍ତ କରିଛି। ନିରପେକ୍ଷ ସମୀକ୍ଷକ ଭାବରେ ଇଂଲଣ୍ଡର ନାସିର୍ ହୁସେନ ଏବଂ ମାଇକେଲ ଆର୍ଥଟନଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି।
କୋପା ଆମେରିକା: କରୋନା ସତ୍ତ୍ୱେ ଆୟୋଜନକୁ ସୁପ୍ରିମକୋର୍ଟଙ୍କ ଅନୁମତି
ସାଓ ପାଉଲୋ,୧୨।୬(ଏପି): କୋପା ଆମେରିକା ଫୁଟ୍ବଲ ଟୁର୍ନାମେଣ୍ଟ ଆୟୋଜନ ନେଇ ପଥ ପରିଷ୍କାର ହୋଇଛି। କୋଭିଡ୍-୧୯ ମହାମାରୀ ସତ୍ତ୍ୱେ ବ୍ରାଜିଲ ସୁପ୍ରିମକୋର୍ଟ ଏହି ଟୁର୍ନାମେଣ୍ଟ ଆୟୋଜନ...
‘ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ୩ ମ୍ୟାଚ ବିଶିଷ୍ଟ ହେବା ଉଚିତ’
ମୁମ୍ବାଇ, ୩।୬(ପି.ଟି.)- ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ୩ ମ୍ୟାଚ ବିଶିଷ୍ଟ ହେବା ଉଚିତ। ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁ ଥିବା ଉଦ୍ଘାଟନୀ ସଂସ୍କରଣର ଫାଇନାଲ ୧...
ଫର୍ମରେ ଥାଇ ମଧ୍ୟ ଡବ୍ଲୁଟିସି ଫାଇନାଲରୁ ବାଦ୍ ପଡିଲେ ଏହି ୫ ଖେଳାଳି
ଲଣ୍ଡନ,୧୬।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲ ପାଇଁ ଭାରତ ୧୫ ଜଣିଆ ଦଳ ଘୋଷଣା କରିଛି। ଦଳରେ ଇଂଲଣ୍ଡ ଗସ୍ତରେ ଯାଇଥିବା ୨୦ ଖେଳାଳିଙ୍କ ମଧ୍ୟରୁ...
ୟୁରୋକପ୍ ଫୁଟ୍ବଲ: ବେଲ୍ଜିୟମର ହ୍ୟାଟ୍ରିକ ବିଜୟ
ସେଣ୍ଟ ପିଟର୍ସବର୍ଗ,୨୩।୬: ୟୁରୋକପ୍ରେ ବେଲ୍ଜିୟମ ତା’ର ଆଧିପତ୍ୟ ବଜାୟ ରଖିଛି। ଗ୍ରୁପ୍ ବି’ରେ ବେଲ୍ଜିୟମ ସବୁ ୩ଟି ଯାକ ମ୍ୟାଚ୍ରେ ବିଜୟୀ ହୋଇ ହ୍ୟାଟ୍ରିକ ଅର୍ଜନ...
୭ ବଲ୍ରେ ବିସ୍ଫୋରକ ୪୨ ରନ୍ କଲେ ଏହି ବ୍ୟାଟ୍ସମ୍ୟାନ୍: ରଚିଲେ ଇତିହାସ
ୟୁଏଇ,୨୦।୬: ପାକିସ୍ତାନ ସୁପର ଲିଗ (ପିଏସଏଲ)ରେ କରାଚି କିଙ୍ଗସ ଏବଂ କ୍ୱେଟା ଗ୍ଲେଡିଏଟର୍ସ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି କରାଚି ନିର୍ଦ୍ଧାରିତ...
ଦିନିକିଆ ବିଶ୍ୱକପ୍ରେ ଖେଳିବେ ୧୪ ଦଳ
ନୂଆଦିଲ୍ଲୀ, ୧।୬: ୨୦୨୭ ଓ ୨୦୩୧ ଦିନିକିଆ ବିଶ୍ୱକପ୍ରେ ୧୪ ଦଳକୁ ସାମିଲ କରାଯିବ। ଏ ନେଇ ଅନ୍ତର୍ଜାତୀୟକ କ୍ରିକେଟ କାଉନ୍ସିଲ (ଆଇସିସି) ପକ୍ଷରୁ ମଙ୍ଗଳବାର...
ମନୀଷ କୁମାର ଜାତୀୟ ଚାମ୍ପିୟନ
ଭୁବନେଶ୍ୱର, ୧୫।୬(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶାର ମନୀଷ କୁମାର ଜାତୀୟ ୧୮ ବର୍ଷରୁ କମ୍ ଅନ୍ଲାଇନ୍ ଚେସ୍ ଚାମ୍ପିୟନଶିପ୍ରେ ଟାଇଟଲ ହାସଲ କରିଛନ୍ତି। ୧୧ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ...
ଫ୍ରେଞ୍ଚ୍ ଓପନ୍ରୁ ଓହରିବା ମାମଲା: କ୍ରୀଡ଼ାର ନୂଆ ସୋପାନରେ ଓସାକା
ପ୍ୟାରିସ୍,୩।୬(ଏପି): କ୍ରୀଡ଼ାରେ ଇଞ୍ଜୁରି ନେଇ ଆଥ୍ଲେଟମାନେ ଖୋଲାଖୋଲି ନିଜର ମତ ରଖିଥାନ୍ତି। ତେବେ ମାନସିକ ସ୍ବାସ୍ଥ୍ୟ ନେଇ କେହି ଆଥ୍ଲେଟ କୌଣସି ଇଭେଣ୍ଟରୁ ଓହରିବା ସମ୍ପୂର୍ଣ୍ଣ...


