E-Paper
  • logo
  • Tuesday 27th January 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inମେଟ୍ରୋ, ରାଜ୍ୟ

ପ୍ରକଳ୍ପ ପାଇଁ ଉଜୁଡୁଛି ସବୁଜ ବଳୟ
11:26 amJune 6, 2021

ଭୁବନେଶ୍ୱର,୬।୬(ବ୍ୟୁରୋ): ବିକାଶ ନାଁରେ  ରାଜ୍ୟରେ ଛାରଖାର ହୋଇଯାଉଛି ଜଙ୍ଗଲ ସମ୍ପଦ। ପ୍ରତ୍ୟେକ ବର୍ଷ ବିଭିନ୍ନ ପ୍ରକଳ୍ପ ସକାଶେ ଜଙ୍ଗଲ ଜମିକୁ ଅଣଜଙ୍ଗଲ କିସମରେ ପରିଣତ କରିବା କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ଜଙ୍ଗଲ ସଫା ହେଉଥିବାରୁ ରାଜ୍ୟକୁ ପ୍ରତ୍ୟେକ ବର୍ଷ ବନ୍ୟା, ବାତ୍ୟା, ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟ ଦେଖାଦେଉଛି। ଏପରି ଧାରା ବଜାୟ ରହିଲେ ରାଜ୍ୟରେ ଜଙ୍ଗଲ ଲୋପପାଇବା ସହ ଆଗାମୀ ଦିନରେ ବିପଦ ଆହୁରି ଘନେଇବ ବୋଲି ପରିବେଶବିତ୍‌ ଚେତାବନୀ ଦେଇଛନ୍ତି। ବିଭିନ୍ନ ପ୍ରକଳ୍ପ ପାଇଁ ଗତ କିଛିବର୍ଷ ମଧ୍ୟରେ ରାଜ୍ୟରେ ୫୭,୪୧୦ ହେକ୍ଟର ଜଙ୍ଗଲ ଜମିକୁ ଅଣଜଙ୍ଗଲ କିସମରେ ପରିଣତ କରାଯାଇଛି। ନିକଟରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ପ୍ରକାଶିତ ବାର୍ଷିକ ରିପୋର୍ଟ ୨୦୧୯-୨୦ରେ ଏଭଳି ତଥ୍ୟ ପଦାକୁ ଆସିଛି।
ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟରେ ୫୭,୪୧୦ ହେକ୍ଟର ଜଙ୍ଗଲକୁ ଅଣଜଙ୍ଗଲ କିସମରେ ପରିଣତ କରାଯାଇଛି। ସେଥିରୁ ୧୮୬ଟି ଖଣି ପ୍ରକଳ୍ପ ପାଇଁ ୨୮,୪୦୯ ହେକ୍ଟର ଜଙ୍ଗଲ ଜମିକୁ ଅଣଜଙ୍ଗଲ ଜମିରେ ପରିଣତ କରାଯାଇଥିବା ବେଳେ ୮୪ ଜଳସେଚନ ପ୍ରକଳ୍ପ ପାଇଁ ୧୦,୬୫୨ ହେକ୍ଟର, ୨୯ ଶିଳ୍ପ ପ୍ରକଳ୍ପ ପାଇଁ ୪୪୦୫ ହେକ୍ଟର, ୭୦ ଟ୍ରାନ୍ସମିଶନ ପ୍ରୋଜେକ୍ଟ ପାଇଁ ୪,୩୩୯ ହେକ୍ଟର, ୪ ପ୍ରତିରକ୍ଷା ପ୍ରକଳ୍ପ ପାଇଁ ୩,୮୬୫ ହେକ୍ଟର, ୨୦ ରେଲଓ୍ବେ ପ୍ରକଳ୍ପ ପାଇଁ ୨,୪୩୩ ହେକ୍ଟର ଜଙ୍ଗଲ ଜମିକୁ ନଷ୍ଟ କରାଯାଇଛି। ସେହିପରି ଖଣିଜ ସନ୍ଧାନରେ ୧୦୧ ହେକ୍ଟର ଜମିରେ ଡ୍ରିଲିଂ ଯୋଗୁ ଏବଂ ୮୪୬ ହେକ୍ଟର ଜଙ୍ଗଲ ଜମିକୁ ଛୋଟ ଛୋଟ ପ୍ରକଳ୍ପ ପାଇଁ ଅଣଜଙ୍ଗଲ କିସମରେ ପରିବର୍ତ୍ତନ କରାଯାଇଛି।
ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ୬୧,୨୦୪.୧୭ ବର୍ଗକିଲୋମିଟର ଜଙ୍ଗଲ ଅଞ୍ଚଳ ରହିଛି। ଏହା ରାଜ୍ୟର ଭୌଗୋଳିକ ଅଞ୍ଚଳର ୪୦ ପ୍ରତିଶତ। ତେବେ ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ(ଏଫ୍‌ଏସ୍‌ଆଇ) ୨୦୧୯ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ୫୧,୬୧୯ ବର୍ଗକିଲୋମିଟର ଜଙ୍ଗଲ ରହିଛି, ଯାହାକି ସମୁଦାୟ ଭୌଗୋଳିକ ଅଞ୍ଚଳର ୩୩ ପ୍ରତିଶତ। ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ୨୭୪ ବର୍ଗକିଲୋମିଟର ଜଙ୍ଗଲ ବୃଦ୍ଧି ହୋଇଥିବା ଏଫ୍‌ଏସ୍‌ଆଇ ରିପୋର୍ଟରେ କୁହାଯାଇଛି। ତେବେ ଗତ ୧୦ ବର୍ଷ (୨୦୧୦-୧୧ରୁ ୨୦୨୦-୨୧) ମଧ୍ୟରେ ବିଭିନ୍ନ ରାସ୍ତା ନିର୍ମାଣ ଓ ସମ୍ପ୍ରସାରଣ ପାଇଁ ୧,୮୫,୦୦,୭୪୮ ଗଛ କାଟି ପଦା କରାଯାଇଛି। ଏହି ସମୟରେ ୨୯,୮୩,୫୭୩ ବୃକ୍ଷରୋପଣ କରାଯାଇଛି ବୋଲି ବିଭାଗୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୨୦୨୧ ମାର୍ଚ୍ଚ ୩୧ରେ ବିଧାନସଭାରେ ସୂଚନା ଦେଇଛନ୍ତି।
ରାଜ୍ୟ ସରକାର ଜଙ୍ଗଲ ଅଧିକାର ଆଇନ-୨୦୦୬ ଅନୁଯାୟୀ ବିଭିନ୍ନ ପ୍ରକଳ୍ପ ପାଇଁ ୭୮.୩୪୮ ହେକ୍ଟର ଜଙ୍ଗଲ ଜମିର କିସମକୁ ବଦଳାଇଛନ୍ତି। କେବଳ ସେତିକି ନୁହେଁ, ୨୦୧୯ ଜାନୁୟାରୀ ପହିଲାରୁ ନଭେମ୍ବର ୬ ମଧ୍ୟରେ ମାତ୍ର ୧୪ ପ୍ରକଳ୍ପ ପାଇଁ ଓଡ଼ିଶାରେ ସର୍ବାଧିକ ୪,୫୧୪ ହେକ୍ଟର ଜଙ୍ଗଲ ଜମିକୁ ଅଣଜଙ୍ଗଲ ଜମିରେ ପରିବର୍ତ୍ତନ କରିବାକୁ ମନ୍ତ୍ରଣାଳୟ ଅନୁମତି ଦେଇଛି।
୨୦୦୬ରୁ ୨୦୧୨ ମଧ୍ୟରେ ଶିଳ୍ପ, ଖଣି, ଜଳସେଚନ, ରାସ୍ତା ନିର୍ମାଣ, ବିଦ୍ୟୁତ୍‌ ଆଦି ପାଇଁ ୮୮୨୦.୭୭ ହେକ୍ଟର ଜଙ୍ଗଲ ଜମିକୁ ନଷ୍ଟ କରାଯାଇଥିଲା। ସେହିପରି ୨୦୧୧-୧୨ରେ କେତେକ ପ୍ରକଳ୍ପ ପାଇଁ ୧୨.୨୭ ଲକ୍ଷ ବୃକ୍ଷକୁ ବଳିଦେବାକୁ ପଡ଼ିଛି। ତେବେ ସରକାର ଯେତେ ଗଛ କାଟୁଛନ୍ତି ସେହି ପରିମାଣର ବୃକ୍ଷରୋପଣ ହେଉନାହିଁ। ଅଣଜଙ୍ଗଲ ଅଞ୍ଚଳରେ ଗୋଟିଏ ଗଛ କାଟିଲେ ଏହା ବଦଳରେ ୨ରୁ ୧୦ ଗୁଣ ଗଛ ଲଗାଇବା ନେଇ ସରକାରୀ ଗାଇଡ୍‌ଲାଇନ ରହିଛି। ତେବେ ସରକାର ଏହାକୁ ଅନୁସରଣ କରୁ ନ ଥିବାରୁ ପରିବେଶବିତ୍‌ ଚିନ୍ତାପ୍ରକଟ କରିଛନ୍ତି। ସାମାଜିକ କର୍ମୀ ବିଶ୍ୱପ୍ରିୟ କାନୁନ୍‌ଗୋ କହିଛନ୍ତି ଯେ ଭୁବନେଶ୍ୱର, କଟକ ଜାତୀୟ ରାଜପଥ ହେଉ କିମ୍ବା ସହର ଭିତରେ ଚାଲିଥିବା ରାସ୍ତା ସମ୍ପ୍ରସାରଣ ପାଇଁ ବହୁ ସଂଖ୍ୟାରେ ବଡ଼ ବଡ଼ ଗଛକୁ କାଟି ଦିଆଯାଇଛି। ଫଳରେ ସହରରେ ତାପମାତ୍ରା ବଢ଼ିବା ସାଙ୍ଗକୁ ପରିବେଶ ଉତ୍ତପ୍ତ ହେଉଛି। ବୃକ୍ଷରୋପଣ ଉପରେ ସବୁ ସ୍ତରରେ ପଦକ୍ଷେପ ନିଆଯିବା ଦରକାର ବୋଲି ସେ କହିଛନ୍ତି।


[mc4wp_form id="252536"] All Right Reserved By Dharitri.Com

Posted inମେଟ୍ରୋ, ରାଜ୍ୟ View All

ପଶ୍ଚିମ ଓଡ଼ିଶାର ୧୧ ଜିଲାକୁ ୨୫ କୋଟି

ଭୁବନେଶ୍ୱର, ୧୨ା୬(ବ୍ୟୁରୋ): ପଶ୍ଚିମ ଓଡ଼ିଶାର ୧୧ଟି ଜିଲାକୁ କୋଭିଡ୍‌ ପରିଚାଳନା ପାଇଁ ମିଳିଛି ୨୫ କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର...

କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ

ବୁଗୁଡ଼ା,୧୭ା୬: ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅଞ୍ଚଳର ଜନୈକା  କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ଗୁରୁବାର...

୧୭ ଯାଏ ଓଏଚ୍‌ଆର୍‌ସିକୁ ସର୍ବସାଧାରଣ ପ୍ରବେଶ ମନା

ଭୁବନେଶ୍ୱର, ୧ା୬(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଓଡିଶା ମାନବାଧିକାର କମିଶନ(ଓଏଚ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟରେ ସାଧାରଣ ଲୋକଙ୍କ ପ୍ରବେଶକୁ ବନ୍ଦ କରାଯାଇଛି।...

ପୁରୀରେ ପହଞ୍ଚିଲା ରଥ ଦଉଡ଼ି

ପୁରୀ ଅଫିସ, ୩।୬: ଚଳିତବର୍ଷ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଆଗେଇ ଚାଲିଛି। ବୁଧବାର ରଥଯାତ୍ରା ପାଇଁ ତିନିରଥର...

ସେଲ୍‌ଫି ନିଶା ନେଲା ୨ ଯୁବକଙ୍କ ଜୀବନ

ରାଜଗାଙ୍ଗପୁର,୬।୬: ସେଲ୍‌ଫି ନେବା କାଳ ହୋଇଛି। ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ କାଂଶବାହାଲ ଡ୍ୟାମ୍‌ରେ ଖସିପଡ଼ି ରବିବାର ୨ ଯୁବକଙ୍କ ମୃତ୍ୟୁ ଘଟିଛି। ସେମାନେ...

କଙ୍ଗାରୁ କୋର୍ଟରେ ସାକ୍ଷୀ ଦେବାରୁ ଯୁବକଙ୍କୁ ହତ୍ୟା

ଜୟପୁର,୧୧ା୬: ଜୟପୁର ସଦର ଥାନା ଅଧୀନ କଣ୍ଡାପୁଟ ଜଙ୍ଗଲରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାର ରହସ୍ୟ ଉନ୍ମୋଚନ କରିଛି ଜୟପୁର ସଦର ପୋଲିସ।...

ଦୁଗ୍ଧଚାଷୀଙ୍କୁ ୧୧ କୋଟିର ସହାୟତା

ଭୁବନେଶ୍ୱର,୨୫।୬(ବ୍ୟୁରୋ): ଓମ୍‌ଫେଡ ଦୁଗ୍ଧଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ୧୧ କୋଟି ଟଙ୍କାର କୋଭିଡ୍‌ ସହାୟତା ଘୋଷଣା କରିଛନ୍ତି। ପ୍ରତ୍ୟେକ ଦୁଗ୍ଧଚାଷୀଙ୍କୁ ଗୋଖାଦ୍ୟ ଖର୍ଚ୍ଚ...

ବଢୁଛି ଅନ୍‌ଲକ୍‌ ସମ୍ଭାବନା

ଭୁବନେଶ୍ୱର, ୧୩ା୬(ବ୍ୟୁରୋ): ରାଜ୍ୟରେ ତଳମୁହାଁ ହେଉଛି କରୋନା ସଂକ୍ରମଣ। ଅନେକ ଜିଲାରେ ସଂକ୍ରମଣ ହାର କମ୍‌ ରହୁଥିବାରୁ ଆସନ୍ତା ୧୭ତାରିଖ ସକାଳ ୫ଟାରେ ଲକ୍‌ଡାଉନ ଶେଷ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଆଜି ଆଉ ୪୨ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୨୯୯୪କୁ ବୃଦ୍ଧି
Next Post Next post:
ଇ-ବର୍ଜ୍ୟବସ୍ତୁରେ ସୁଉଚ୍ଚ ରୋବଟ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts