ବାଲେଶ୍ୱର ଅଫିସ, ୧୪।୬-ବାଲେଶ୍ୱର ଜିଲା ଦେଇ ବହିଯାଇଥିବା ବୁଢ଼ାବଳଙ୍ଗ ନଦୀକୂଳରେ ଅବସ୍ଥିତ ପୁରୁଣା ବାଲେଶ୍ୱର ଅଞ୍ଚଳ। ଅଳ୍ପ ଦୂରରେ ଏହି ନଦୀ ବଙ୍ଗୋପସାଗରରେ ମିଶିଛି। କେବଳ ବର୍ଷାଦିନେ ନୁହେଁ ସମୁଦ୍ରରେ ଜୁଆର ଓ ଭଟ୍ଟା ପାଣିରେ ବର୍ଷତମାମ୍ ନଦୀ ପରିପୂର୍ଣ୍ଣ ଥାଏ। ନଦୀର ବାମପାର୍ଶ୍ୱ ପୋତି ହୋଇଆସୁଥିବା ବେଳେ ଦକ୍ଷିଣପାର୍ଶ୍ୱ କୂଳ ଖାଉଛି। ବର୍ଷାଦିନ ଆସିଲେ ନଦୀକୂଳରେ ବସବାସ କରୁଥିବା ପ୍ରାୟ ୫ହଜାର ଲୋକ ଆତଙ୍କିତ ଅବସ୍ଥାରେ ସମୟ ଅତିବାହିତ କରନ୍ତି। ନଦୀର କୂଳ ଖାଉଥିବା ଅଞ୍ଚଳରେ ଜଳସେଚନ ବିଭାଗ ବନ୍ଧ ଦେଇ ଧନଜୀବନ ରକ୍ଷା କରିବା ପରିବର୍ତ୍ତେ ବିଭାଗୀୟ ଅଧିକାରୀଙ୍କର ଖାମଖିଆଲି ମନୋଭାବ ଯୋଗୁ ନଦୀବନ୍ଧ ମରାମତି କିମ୍ବା ସୁଦୃଢ଼ୀକରଣ ହୋଇପାରୁନାହିଁ।
ନଦୀକୂଳଠାରୁ ଅନତି ଦୂରରେ ବସବାସ କରୁଥିବା ବାଲେଶ୍ୱର ପୌରପାଳିକା ଅଧୀନ ୧ନମ୍ବର ୱାର୍ଡ଼ ପୁରୁଣା ବାଲେଶ୍ୱର ଅଞ୍ଚଳର ଶହ ଶହ ପରିବାର ଏବେ ବନ୍ଧର ଜରାଜୀର୍ଣ୍ଣ ଅବସ୍ଥାକୁ ନେଇ ଆତଙ୍କିତ। କିଛିବର୍ଷ ତଳେ ନଦୀ ଡାହାଣପାର୍ଶ୍ୱରେ ଥିବା ଏକ ଦୁଇମହଲା କୋଠାଘର ସହ ପାଖାପାଖି ୧କି.ମି. ଲମ୍ବର ବନ୍ଧ ନଦୀ ଭିତରକୁ ଭୁଶୁଡ଼ିଯାଇଥିଲା। ଜଳସେଚନ ବିଭାଗ ସେଠାରେ ୪୦ଲକ୍ଷ ଟଙ୍କା ଖର୍ଚ୍ଚ କରି ବାଲିବସ୍ତା ପକାଇବା ସହ ପଥର ପ୍ୟାଚିଂ କରିଥିଲା। କିନ୍ତୁ ନଦୀ ଗତିପଥ ବଦଳୁଥିବାରୁ ଉକ୍ତ ପଥର ପ୍ୟାଚିଂ ମଧ୍ୟ ଧୀରେ ଧୀରେ ନଦୀଗର୍ଭରେ ଲୀନ ହେବାକୁ ବସିଛି। ୧ ନମ୍ବର ୱାର୍ଡ଼ରେ ପ୍ରାୟ ୫ହଜାର ଲୋକଙ୍କ ମଧ୍ୟରୁ ଅଧାଲୋକଙ୍କ ଘର ଉକ୍ତ ନଦୀବନ୍ଧ କୂଳରେ ରହିଛି। ନଦୀର ଗତିପଥ ପରିବର୍ତ୍ତନ ଯୋଗୁ ଡାହାଣ ପାର୍ଶ୍ୱରେ ପ୍ରଖର ସୁଅ ପିଟି ହେଉଛି। ଯେଉଁଥିପାଇଁ ନଦୀବନ୍ଧ ଦୁର୍ବଳ ହେଉଛି ବୋଲି ପାଟଣାସାହି, ମଲ୍ଲଡ଼ିହ, ତୁଳସୀପଦା, ଉଡ଼ାପଦା, ଗଙ୍ଗାରାମପାଟଣା, କାରଖାନାଗଡ଼ି, ମାହାନାପୁର, ପାତ୍ରସାହି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଅଞ୍ଚଳବାସୀ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ପ୍ରତିବର୍ଷ ବର୍ଷାଦିନ ଆସିଲେ ଜିଲା ପ୍ରଶାସନ ପକ୍ଷରୁ ବନ୍ୟା ମୁକାବିଲା ବୈଠକରେ ନଦୀବନ୍ଧଗୁଡ଼ିକର ସୁରକ୍ଷା ଓ ମରାମତି ବାବଦରେ ଆଲୋଚନା କରାଯାଇଥାଏ। ତେବେ ସ୍ଥାୟୀ ପ୍ରତିକାର ଦୂରେ ଥାଉ, ବର୍ଷାଋତୁ ପୂର୍ବରୁ ଏ କାମ କେବେ କରାଯାଏନାହିଁ। ଅନ୍ୟପକ୍ଷରେ ବୁଢ଼ାବଳଙ୍ଗ ନଦୀର ଏହି ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ପଥର ପ୍ୟାଚିଂ କରିବା ପାଇଁ ୨୦୧୬-୧୭ ଆଥିର୍ର୍କ ବର୍ଷରେ ୫କୋଟି ୮୩ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। କିନ୍ତୁ ଉକ୍ତ କାମ କେବଳ ଘୋଷଣାରେ ସୀମିତ ହୋଇ ରହିଗଲା। ୨୦୨୦ ବାଲେଶ୍ୱର ନିର୍ବାଚନମଣ୍ଡଳୀ ଉପନିର୍ବାଚନ ପୂର୍ବରୁ ପୁରୁଣା ବାଲେଶ୍ୱରବାସୀଙ୍କ ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଥରପ୍ୟାଚିଂ ପାଇଁ ତୁରନ୍ତ ୫କୋଟି ଟଙ୍କା ଅନୁଦାନ ଦିଆଯିବ ବୋଲି କହିଥିଲେ। ନିର୍ବାଚନ ସରିବାର ୬ମାସ ବିତିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ୍। ବାରମ୍ବାର ଲଘୁଚାପଜନିତ ବାତ୍ୟା ଏବଂ ଆଗକୁ ବର୍ଷାଦିନ ଆସୁଥିବାରୁ ଏବେଠୁ ଲୋକଙ୍କ ଆଖିରୁ ନିଦ ହଜିଗଲାଣି। କେଉଁ ମୁହୂର୍ତ୍ତରେ ସମ୍ପୂର୍ଣ୍ଣ ଜନବସତି ନଦୀଗର୍ଭକୁ ଚାଲିଯିବ ସେ ଆଶଙ୍କାରେ ସଭିଏଁ ପ୍ରମାଦ ଗଣୁଛନ୍ତି। ଅଥଚ ବିଭାଗୀୟ ଅଧିକାରୀଙ୍କ ପାଇଁ ଏହା କିଛି ଫରକ ପଡୁନି। କୋଭିଡ୍ ଆଳରେ ବନ୍ଧ ମରାମତି ଭଳି ଜରୁରୀ କାମକୁ ଏଡ଼ାଇ ଚାଲିଛନ୍ତି।
ଏ ସମ୍ପର୍କରେ ବାଲେଶ୍ୱର ବିଧାୟକ ସ୍ବରୂପ ଦାସ କହନ୍ତି, ବୁଢ଼ାବଳଙ୍ଗ ନଦୀର ଦୁର୍ବଳବନ୍ଧ ସମ୍ପର୍କରେ ଅବଗତ ରହିଛି। ସରକାରଙ୍କ ପକ୍ଷରୁ ଆଡମିନିଷ୍ଟ୍ରେଟିଭ୍ ଓ ଟେକ୍ନିକାଲ କମିଟି ପକ୍ଷରୁ ମଞ୍ଜୁରୀ ହୋଇସାରିଛି। ଏବେ କେଉଁ ଫଣ୍ଡରୁ କରାଯିବ ତାହା ବାକି ରହିଛି। ଖୁବ୍ଶୀଘ୍ର ନଦୀବନ୍ଧ କାର୍ଯ୍ୟ ଆରମ୍ଭ ହେବ।
ରଥ ନିର୍ମାଣ କରୁଥିବା ୧୦ ମହାରଣା ଗିରଫ
ବାଲେଶ୍ୱର ଅଫିସ, ୨୧।୬: ବାଲେଶ୍ୱର ଜିଲା ନୀଳଗିରି ଜଗନ୍ନାଥ ମନ୍ଦିର ରଥ ଖଳାରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷେଧାଦେଶ ଜାରି ହୋଇଥିଲା। ଏହି ନିୟମକୁ ଉଲ୍ଲଙ୍ଘନ...
ଉପକୂଳ ଅଞ୍ଚଳ ସୁରକ୍ଷାକୁ ଗୁରୁତ୍ୱ
ବାଲେଶ୍ୱର ଅଫିସ, ୧ା୬: କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ବାଲେଶ୍ୱର ଜିଲାର ବାତ୍ୟା ପ୍ରଭାବିତ ଅଞ୍ଚଳକୁ ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି।...
ଟେଣ୍ଟ କମ୍ୟୁନିଟି ହସ୍ପିଟାଲ ଲାଗି ଜମି ସର୍ଭେ
ଜଳେଶ୍ୱର, ୭।୬(ଡି.ଏନ.ଏ.)-ମହାମାରୀ କରୋନା ସମଗ୍ର ବିଶ୍ୱକୁ କବଳିତ କରିଥିବା ବେଳେ ଏହାର ନିସ୍ତାର ଲାଗି ସ୍ବାସ୍ଥ୍ୟବିଭାଗ ନାକେଦମ ହେଉଛି। କେନ୍ଦ୍ର ଓ ରାଜ୍ୟ ସରକାର ପର୍ଯ୍ୟାପ୍ତ...
ଦମ୍ପତିଙ୍କୁ ନିଶା ସ୍ପ୍ରେ ଘରୁ ନେଇଗଲେ ଲକ୍ଷାଧିକ ଟଙ୍କା, ଆଉ ତା ପରେ
ବାଲେଶ୍ୱର ଅଫିସ,୧୭।୬: ବାଲେଶ୍ବର ଜିଲା ସୋର ଥାନା ବ୍ରାହ୍ମଣସାହି ଗାଁରେ ବୁଧବାର ବିଳମ୍ବିତ ରାତିରେ ଲୁଟ୍ ହୋଇଛି। କେତେକ ଦୁର୍ବୃତ୍ତ ଘରେ ପଶି ପରିବାର ଲୋକଙ୍କୁ...
ବାଲେଶ୍ୱରର ଜଣେ ବରିଷ୍ଠ ଶିକ୍ଷାବିତଙ୍କ ପରଲୋକ
ବାଲେଶ୍ବର ଅଫିସ,୧୭।୭: ବାଲେଶର ଜିଲାର ଜଣେ ବରିଷ୍ଠ ଶିକ୍ଷାବିତ ଓ ସତ୍ୟସାଇ ଇଞ୍ଜିନିୟରିଂ କଲେଜର ପରିଚାଳନା ନିର୍ଦ୍ଦେଶକ ତଥା ଯୁବ ନେତା ବେଣୁମାଧବ ପଣ୍ଡାଙ୍କ ପରଲୋକ...
୭ବର୍ଷର ଭଉଣୀ କାନ୍ଧରେ ଦେଢ଼ମାସର ଭାଇ
ଭୋଗରାଇ,୧୫।୬(ଡି.ଏନ.ଏ.): ମହାମାରୀ କରୋନା ଛଡ଼ାଇ ନେଇଛି ବହୁ ଜୀବନ। ଉଜାଡ଼ି ଦେଇଛି ସୁଖର ସଂସାର। କିଏ ମା’ଙ୍କୁ ହରାଇ ମା’ଛେଉଣ୍ଡ ପାଲଟିଥିବା ବେଳେ କିଏ ବାପାଙ୍କୁ...
ରାଜପଥରେ ଓଲଟିଲା କାର
ରୂପସା,୧୫।୬(ଡି.ଏନ୍.ଏ.): ବାଲେଶ୍ୱର ଜିଲା ୬୦ ନଂ. ଜାତୀୟ ରାଜପଥର ହଳଦୀପଦା ବାଇପାସଠାରେ ମଙ୍ଗଳବାର ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟିପଡିଛି । ଫଳରେ କାର ଡ୍ରାଇଭର...
ନୂଆବଜାର ଅଞ୍ଚଳରେ ବିଦେଶୀ ପକ୍ଷୀ
ବାଲେଶ୍ୱର ଅଫିସ, ୧୫।୬-ବାଲେଶ୍ୱର ସହରସ୍ଥିତ ନୂଆବଜାର ଅଞ୍ଚଳ ଏବେ ବିଦେଶୀ ପକ୍ଷୀଙ୍କ କିଚିରିମିଚିରି ଶବ୍ଦରେ ପ୍ରକମ୍ପିତ ହୋଇଉଠୁଛି। ସହର ନିକଟରେ କୌଣସି ହ୍ରଦ କିମ୍ବା ମୁହାଣ...


