ସିଡ୍ନୀ,୩।୬(ପି.ଟି.): କୋଭିଡ୍- ୧୯ ମହାମାରୀ ବିରୋଧରେ ଲଢେଇ ଜାରି ରହିଥିବା ବେଳେ ପ୍ୟାଟ୍ କୁମିନ୍ସଙ୍କ ସମେତ କେତେଜଣ ଅଷ୍ଟ୍ରେଲୀୟ କ୍ରିକେଟର ପାଣ୍ଠି ଯୋଗାଡ଼ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। କ୍ରିକେଟରମାନେ ଇଣ୍ଡିଆ କୋଭିଡ୍ ଅପିଲ୍ ନେଇ ୟୁନିସେଫ ଅଷ୍ଟ୍ରେଲିଆ ପାଇଁ ପାଣ୍ଠି ଯୋଗାଡ଼ କରିବାକୁ ଗୁରୁବାର ଏକ ୧୨ ଘଣ୍ଟିଆ ଗେମିଂ ଲାଇଭ୍ ଷ୍ଟ୍ରିମ୍ରେ ଅଂଶଗ୍ରହଣ କରିଛନ୍ତି।
ଦ୍ରୁତ ବୋଲର ଜୋଶ ଲାଲୋରଙ୍କ ମାନସ ସନ୍ତାନ କୁହାଯାଉଥିବା ଏହି ଗେମିଂ ଲାଇଭ୍ ଷ୍ଟ୍ରିମ୍ରେ କୁମିନ୍ସ, ସ୍ପିନର ନାଥନ ଲିୟନ ଓ ଦ୍ରୁତ ବୋଲର ଯୋଡି ମିଚେଲ ଷ୍ଟାର୍କ ଓ ଜୋଶ ହାଜେଲଉଡ ସାମିଲ ହେବେ। ଏହି ଲାଇଭ୍ ଷ୍ଟ୍ରିମ୍ର କ୍ରିକେଟରମାନେ ସେମାନଙ୍କ କ୍ରୀଡ଼ା କୌଶଳ ଓ କ୍ରିକେଟ ସମ୍ପର୍କିତ ଅନ୍ୟ ବିଷୟରେ ନିଜର ଅଙ୍ଗେନିଭାଇଥିବା କଥା କହିବେ। ଏହି କାର୍ଯ୍ୟକ୍ରମରୁ ୧ ଲକ୍ଷ ଅଷ୍ଟ୍ରେଲିଆନ ଡଲାର ସଂଗ୍ରହ କରାଯିବ ବୋଲି କୁହାଯାଇଛି।
ଏହି ଫଣ୍ଡରେଜର ତଥା ପାଣ୍ଠି ସଂଗ୍ରହ ଅଭିଯାନ ଭାରତୀୟ ସମୟ ଅନୁସାରେ ୧.୩୦ରୁ ଆରମ୍ଭ ହେବ। ଏଥିରେ ସାମିଲ ହେବାକୁ ଥିବା ଅନ୍ୟ କ୍ରିକେଟରମାନେ ହେଲେ ଅଲରାଉଣ୍ଡର ମୋଇସେସ ହେନେରିକ୍ସ, ମହିଳା କ୍ରିକେଟର ଅଲିସା ହିଲି ଓ ଦକ୍ଷିଣ ଆଫ୍ରିକାର ରିଲି ରୋଷୋ। ଜଣେ ଅଷ୍ଟ୍ରେଲୀୟ କ୍ରିକେଟର ଭାବେ ଭାରତୀୟ ନାଗରିକଙ୍କ ସହ ଆମର ଏକ ସ୍ବତନ୍ତ୍ର ସମ୍ପର୍କ ରହିଛି ବୋଲି ଲାଲୋର କହିଛନ୍ତି। ଯଦି ଏହି ଅଭିଯାନରେ ଆମେ ସଫଳ ହେବୁ ତା’ହେଲେ ଏହି ପ୍ରକ୍ରିୟା ଆଗକୁ ଚାଲୁ ରହିବ ବୋଲି ସେ କହିଛନ୍ତି। କ୍ରିକେଟ ଅଷ୍ଟ୍ରେଲିଆର ନୂଆ ମୁଖ୍ୟ କାର୍ଯ୍ୟନିର୍ବାହୀ (ସିଇଓ) ନିକ୍ ହୋକ୍ଲି ଓ ଅଷ୍ଟ୍ରେଲିଆନ କ୍ରିକେଟର୍ସ ଆସୋସିଏଶନର ସିଇଓ ମଧ୍ୟ ଏହି ଲାଇଭ୍ ଷ୍ଟ୍ରିମ୍ରେ ଉପସ୍ଥିତ ରହିବେ ଓ ନିଜର ମତ ରଖିବେ। ଲାଲୋରଙ୍କ ଟୁଇଟର ପେଜ୍ରେ ଏହି ଲାଇଭ ଷ୍ଟ୍ରିମ୍ ଉପଲବ୍ଧ ହେବ। ଏ ପର୍ଯ୍ୟନ୍ତ ଅଷ୍ଟ୍ରେଲୀୟ କ୍ରିକେଟରମାନେ ୨ ଲକ୍ଷ ୮୦ ହଜାର ଅଷ୍ଟ୍ରେଲିଆନ ଡଲାର ପାଣ୍ଠି ସଂଗ୍ରହ କରିସାରିଛନ୍ତି। ଭାରତରେ ଏବେ ମଧ୍ୟ କରୋନା ମହାମାରୀର ପ୍ରବଳ ପ୍ରକୋପ ଜାରି ରହିଛି।
ବିମଣ୍ଟ, ନାଇଟଙ୍କ ପ୍ରଭାବୀ ବ୍ୟାଟିଂ
ବ୍ରିଷ୍ଟଲ, ୧୭।୬- ଭାରତ ଓ ଇଂଲଣ୍ଡ ମଧ୍ୟରେ ଏକମାତ୍ର ମହିଳା କ୍ରିକେଟ ଟେଷ୍ଟ ମ୍ୟାଚ ବୁଧବାର ଆରମ୍ଭ ହୋଇଛି। ପାଖାପାଖି ୭ ବର୍ଷ ବ୍ୟବଧାନରେ ଭାରତୀୟ...
କ୍ରୀଡ଼ା ମହଲରେ ଶୋକ
ଚଣ୍ଡିଗଡ଼, ୨୦ା୬ (ପି.ଟି.)-ମିଲ୍ଖାଙ୍କ ଦେହାନ୍ତରେ କ୍ରୀଡ଼ା ମହଲରୁ ଶୋକବାର୍ତ୍ତାର ସୁଅ ଛୁଟିବାରେ ଲାଗିଛି। ପୂର୍ବତନ କ୍ରିକେଟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କଠାରୁ ଆରମ୍ଭ କରି କିମ୍ବଦନ୍ତୀ ଭାରତୀୟ...
ଗୋଟିଏ ତାରିଖ, ଗୋଟିଏ ମଇଦାନ; ୨ ବର୍ଷ-୨ ରେକର୍ଡ…ମହମ୍ମଦ ସାମିଙ୍କ ପାଇଁ ଖାସ୍ ପାଲଟିଲା ୨୨ ଜୁନ୍
ନୂଆଦିଲ୍ଲୀ,୨୩।୬: ପୁଣି ଥରେ ବିଦେଶୀ ମାଟିରେ ନିଜ ବଲ୍ର ଯାଦୁ ଦେଖାଇଛନ୍ତି ଭାରତୀୟ ଟିମ୍ର ୩୦ ବର୍ଷୀୟ ପେସର୍ ମହମ୍ମଦ ସାମି। ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ...
ଫିଫା ୱାର୍ଲଡ କପ୍ କ୍ୱାଲିଫାୟର: ବ୍ରାଜିଲର କ୍ରମାଗତ ପଞ୍ଚମ ବିଜୟ
ସାଓ ପାଉଲୋ,୬।୬(ଏପି): ଦକ୍ଷିଣ ଆମେରିକା ଫୁଟ୍ବଲ ପାଓ୍ବାର ହାଉସ୍ ରୂପେ ଜଣାଥିବା ବ୍ରାଜିଲ ଫିଫା ବିଶ୍ୱକପ୍ କ୍ୱାଲିଫାୟର ମ୍ୟାଚ୍ରେ ୨-୦ ଗୋଲରେ ଇକ୍ୱେଡରକୁ ପରାସ୍ତ କରିଛି।...
କୋହଲି କହିଲେ ଭୁଲ ହେଲା କେଉଁଠି; ଚତୁର୍ଥ ଦ୍ରୁତ ବୋଲର୍ ନ ଖେଳାଇବା ପଛରେ ଥିଲା କି ଉଦ୍ଦେଶ୍ୟ
ସାଉଥାମ୍ପଟନ,୨୪।୬: ଡବ୍ଲୁଟିସିର ପ୍ରଥମ ସଂସ୍କରଣରେ ନ୍ୟୁଜିଲାଣ୍ଡ ୮ ଉଇକେଟରେ ଭାରତକୁ ପରାସ୍ତ କରି ଚାମ୍ପିୟନ ହୋଇଛି। ଦୀର୍ଘ ୯୧ ବର୍ଷରେ ନ୍ୟୁଜିଲାଣ୍ଡ ପ୍ରଥମଥର ପାଇଁ କୌଣସି...
ସ୍କ୍ବାର୍ଜମ୍ୟାନ, ମେଡଭେଡେଭ ତୃତୀୟ ରାଉଣ୍ଡରେ
ପ୍ୟାରିସ, ୪।୬-ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟର ଗୁରୁବାର ଅନୁଷ୍ଠିତ ଦ୍ୱିତୀୟ ରାଉଣ୍ଡ ମ୍ୟାଚରେ ଡିଏଗୋ ସ୍କ୍ବାର୍ଜମ୍ୟାନ, ଡାନିଏଲ ମେଡଭେଡେଭ ପ୍ରମୁଖ ନାମୀ ଖେଳାଳିମାନେ ବିଜୟୀ...
ଆଶା ଆଶାରେ ରହିଗଲା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍
ସାଉଥାମ୍ପଟନ,୨୩।୬: ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଟ୍ରଫି ହାତେଇବା ଆଶା ଆଶାରେ ହିଁ ରହିଗଲା। ଭାରତୀୟ ଦଳକୁ ୮ ଉଇକେଟରେ ହରାଇ ଡବ୍ଲ୍ୟୁଟିସି ଟ୍ରଫି ହାତେଇ...
ଲୋକେ କହୁଥିଲେ ଅଭିଜ୍ଞତା ନାହିଁ, ଚକୋଲେଟ ଭଳି ଟିମ୍ ଇଣ୍ଡିଆ କ୍ୟାପ୍ ବଣ୍ଟାଯାଉଛି; ପୂର୍ବ ମୁଖ୍ୟ ଚୟନକର୍ତ୍ତା କାହିଁକି କହିଲେ…
ନୂଆଦିଲ୍ଲୀ,୧୫।୬: ଭାରତୀୟ କ୍ରିକେଟ ବର୍ତ୍ତମାନ ଶୀର୍ଷରେ ରହିଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଏକାସାଙ୍ଗରେ ଦୁଇଟି ଟିମ୍ ସହ ପଡ଼ିଆକୁ ଓହ୍ଲାଇବାକୁ ଅଣ୍ଟା ଭିଡିଛି। ବିରାଟ...


